• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jagannath temple
ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ସାଢେ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।

  • Friday, 16 July 2021
jagannath temple
ଶ୍ରୀଜଗନ୍ନାଥଙ୍କ ସମସ୍ତ ସଂପତ୍ତିକୁ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

ଭୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ସବୁ ସଂପତ୍ତିକୁ ତାଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ପୁରୀ ଚନ୍ଦନପୁର ଅ଼ଞ୍ଚଳର ଜଣେ ଭକ୍ତ ଶରତ ଚନ୍ଦ୍ର ସାହୁ ଓ ଏସ୍ ଏନ୍ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷକ୍ଷୁକ୍ତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରେ […]

  • Friday, 16 July 2021
7th pay commission
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର, ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ:  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର। ବଢ଼ିବ ମହଙ୍ଗା ଭତ୍ତା। ୨% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁହେବ। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି ପାଇଛି।

  • Friday, 16 July 2021
matric exam
ଆଜି ସରିବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର:  ଆଜି ସରୁଛି ମାଟ୍ରିକ ପରୀକ୍ଷା। ଅନ୍ତିମ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହୋଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ ସତ୍ତ୍ୱେ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିବାଦରୁ ଦୂରେଇ ପାରି ନାହିଁ । ସଂସ୍କୃତକୁ ଛାଡ଼ିଦେଲେ ଅଧିକାଂଶ ବିଷୟର […]

  • Friday, 16 July 2021
chandrababu naidu
ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାରରେ ଥିବା ପାର୍ଟିର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ୱାଇ. ଏସ୍ ଚୌଧୁରୀ ଆଜି ଇସ୍ତଫା ଦେବେ। ଅଶୋକ ଗଜପତି କେନ୍ଦ୍ରରେ ବେସାମରିକ ବିମାନ ଉଡ୍ଡୟନ ମନ୍ତ୍ରୀ ଓ ଓ୍ୱାଇ. […]

  • Friday, 16 July 2021
reshma-1
ମେଡିକାଲ୍ କଲେଜରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ : କଟକ ରେଶମା ସାଇନ୍ସ କଲେଜ୍ ବିରୋଧରେ ଅଭିଯୋଗ ଆଣିଲେ ଅଭିଭାବକ

କଟକ:ମେଡିକାଲ୍ କଲେଜ୍‌ରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଚୁନା। ୨୦ରୁ ଅଧିକ ଲୋକଙ୍କଠାରୁ ଠକା ଯାଇଛି ପ୍ରାୟ ଦେଢ଼ରୁ ୨ କୋଟି ଟଙ୍କା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶମା ସାଇନ୍ସ କଲେଜ୍ ନାଁରେ। ଝାଡ଼ଖଣ୍ଡ ଜାମସେଦପୁରର ସୁରେନ୍ଦ୍ର ସିଂଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍‌ର ଏମ୍‌ବିଏସ୍ କୋର୍ସରେ ନିଜ ପୁଅର ଆଡମିଶନ ପାଇଁ ତାଙ୍କ ପାଖକୁ ମେସେଜ୍ ଆସିଥିଲା। ରେଶମା ସାଇନ୍ସ କଲେଜ୍ ନାଁରେ ଏଥିପାଇଁ ପ୍ରଥମେ […]

  • Friday, 16 July 2021
marriage--
ମଦ୍ୟପ ବରକୁ ବାହାହେବା ଘଟଣାରେ ଟ୍ୱିଷ୍ଟ : ପୂର୍ବରୁ ଯୁବକ ବାହା ହୋଇଥିବା ନେଇ ଆଉ ଜଣେ ଯୁବତୀଙ୍କ ଅଭିଯୋଗ

ରାଉରକେଲା : ରାଉରକେଲାରେ ମଦ୍ୟପ ବରକୁ ଛି କରି ପୁଣି ବାହାହେବା ଘଟଣାରେ ପୁଣି ଏକ ଟ୍ୱିଷ୍ଟ। ପୂର୍ବରୁ ବି ବର ଜଣକ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଉରକେଲା ସେକ୍ଟର-୭ର ଜଣେ ଯୁବତୀ। ଆଜି ଏନେଇ ସେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଶଙ୍କର ପଣ୍ଡା, ଗତ ନଭେମ୍ବର ମାସରେ କୋର୍ଟରେ ବିବାହ କରିଥିଲେ।  ତେବେ ବିବାହ ପରେ ବାହାରକୁ କାମ କରିବାକୁ ଯିବାର ଅଛି କହି ତାଙ୍କୁ ବାପ […]

  • Friday, 16 July 2021
bjp0
ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା।  ଗତକାଲି ବିଳମ୍ବିତ ରାତି ଯାଏ ଓଡ଼ିଶା ସମେତ ୧୦ରାଜ୍ୟରେ ପ୍ରାର୍ଥୀଙ୍କ ନାଁ ଚୟନ ନେଇ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ହୋଇଥିଲା। ଆଶାୟୀଙ୍କ ନାଁକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅରୁଣ ଜେଟଲୀ, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ସିଇସି ବୈଠକରେ ଓଡ଼ିଶା […]

  • Friday, 16 July 2021
collapse
ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ବ୍ୟକ୍ତିଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକାର ଧାରୱାଡରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ଧ୍ୱଂସାବଶେଷ ତଳେ ଏବେ ୪୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ରଖାଯାଇଛି। ଆଜି ମଧ୍ୟାହ୍ନରେ ଧାରୱାଡର କୁମାରେଶ୍ୱର ନଗରଠାରେ ଥିବା ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଥିଲା। କୋଠାଟି ଭୁଶୁଡ଼ିବା […]

  • Friday, 16 July 2021
p c ghosh
ଦେଶର ପ୍ରଥମ ଲୋକପାଳ ହେଲେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲୋକପାଳ ହେଲେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ। ତାଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଜଷ୍ଟିସ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଥିଲା। ଲୋକପାଳରେ ଅନ୍ୟ ୮ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରୁ ୪ ଜଣ  ନ୍ୟାୟିକ ସଦସ୍ୟ ଅଛନ୍ତି। ସେମାନେ ହେଲେ ଜଷ୍ଟିସ ଦିଲୀପ ବି. ଭୋସଲେ, ଜଷ୍ଟିସ […]

  • Friday, 16 July 2021
Yediyurappa
କର୍ଣ୍ଣାଟକ ରାଜନୀତିରେ ହେଲାଣି କି କନ୍ଦଳ? ଆଜି ମୋଦିଙ୍କୁ ଭେଟିବେ ୟେଦିୟୁରପ୍ପା

ମୋଦିଙ୍କୁ ଭେଟିବା ପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୟେଦିୟୁରପ୍ପାଙ୍କ ମିଡିଆ ଟିମରୁ ଜଣେ କହିଛନ୍ତି। ରାଜ୍ୟ ବିଜେପିରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିବା ଦାବି ଜୋର୍ ଧରୁଥିବାବେଳେ ୟେଦିୟୁରପ୍ପା ଦିଲ୍ଲୀ ଯାତ୍ରା କରିଛନ୍ତି। ଯଦିଓ କିଛି କେନ୍ଦ୍ରୀୟ ନେତା ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରହିବେ ବୋଲି କହିଛନ୍ତି।

gift blast
ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା : ଅଟକ ସନ୍ଦିଗ୍ଧଙ୍କ ପଲିଗ୍ରାଫ୍‌ ଟେଷ୍ଟ କରିପାରେ ପୋଲିସ୍

ପାଟଣାଗଡ଼ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ଘଟଣା। ଏହି ଘଟଣାରେ ଅଟକ ଥିବା ଜଣେ ସନ୍ଦିଗ୍ଧଙ୍କ ପଲିଗ୍ରାଫ ଟେଷ୍ଟ କରିପାରେ ପୋଲିସ। ବୌଦ୍ଧ ଜିଲ୍ଲାରୁ ଆଣି ଅଟକ ରଖିଥିବା ସନ୍ଦିଗ୍ଧଙ୍କ ଟେଷ୍ଟ କରିପାରେ ପୋଲିସ। ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ସଂପୃକ୍ତ ସନ୍ଦିଗ୍ଧର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଛି। ବଲାଙ୍ଗିର ମେଡିକାଲରେ ସଂପୃକ୍ତ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି। ଗତ ୧୮ ତାରିଖରେ ସୌମ୍ୟଶେଖରଙ୍କ ସହ ରୀମାଙ୍କ ବିବାହ ହୋଇଥିଲା। ତେବେ ୨୩ ତାରିଖ ଦିନ […]

  • Friday, 16 July 2021
CM Naveen Patnaik
ସଂସଦୀୟ ଷ୍ଟାଣ୍ଡିଂ କମିଟିରୁ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗ : ନିଜ ପୂର୍ବ ନିଷ୍ପତ୍ତି ବଦଳାଇଲେ ନବୀନ

ଭୁବନେଶ୍ୱର : ନିଷ୍ପତ୍ତି ବଦଳାଇଲେ ନବୀନ। ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡି ସଭ୍ୟ ଇସ୍ତଫା ଦେବା ପ୍ରସଙ୍ଗରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପୂର୍ବ ନିଷ୍ପତ୍ତି ବଦଳାଇଛନ୍ତି। ଯିଏ ଯେଉଁ କମିଟିରେ ଅଛନ୍ତି ପୂର୍ବବତ୍ ରହିବାକୁ କହିଛନ୍ତି। ଏନେଇ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ସଦସ୍ୟଙ୍କ କାର୍ଯ୍ୟର ତର୍ଜମା କରନ୍ତି। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ କମିଟିରୁ ଇସ୍ତଫା ଦେବାକୁ କହିଥିଲେ। […]

  • Friday, 16 July 2021
rajnikanta
ରାଜନୀତିରେ ତାମିଲ ସୁପରଷ୍ଟାର : ସାଧାରଣ ସଭାକୁ ପ୍ରଥମ ଥର ସମ୍ବୋଧିତ କଲେ ରଜନୀକାନ୍ତ

ଚେନ୍ନାଇ : ରାଜନୀତିରେ ପାଦ ଥାପିବା ପରେ ପ୍ରଥମ ଥର ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। କହିଛନ୍ତି, ଦକ୍ଷିଣ ଭାରତୀୟ ରାଜନୀତିରେ ବର୍ତ୍ତମାନ କୌଣସି ନେତା ନାହାନ୍ତି। ଜୟଲଳିତାଙ୍କ ମୃତ୍ୟୁ ହୋଇସାରିଛି। ଡିଏମକେ ମୁଖ୍ୟ କରୁଣାନିଧି ଅସୁସ୍ଥ ଅଛନ୍ତି। ତେଣୁ ଦକ୍ଷିଣ ଭାରତୀୟ ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ଦେଖିବାକୁ ମିଳିଛି। ଆଉ ଏହାକୁ ପୂରଣ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ରଜନୀକାନ୍ତ ଆହୁରି ମଧ୍ୟ କହିଛନ୍ତି, ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ଏମଜିଆର […]

  • Friday, 16 July 2021