ପୁରୀ: ସ୍କୁଲରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ଏଠାକାର ଏକ ସ୍କୁଲର ପ୍ରଧାନଶିକ୍ଷକ ଗତକାଲି ୫ମ ଶ୍ରେଣୀର ଦୁଇ ଜଣ ଓ ୪ର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଘଟଣା ସମ୍ପର୍କରେ ନିଜ ଘରେ ଜଣାଇବେ ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଅଭିଭାବକମାନେ ଆଜି ସକାଳୁ ସ୍କୁଲରେ ତାଲା ପକାଇ ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି। […]
ଢ଼େଙ୍କାନାଳ: ଘର ଭିତରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଝାରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ଘରେ ଏକ ବୋମା ରଖାଯାଇଥିଲା। ଶିଶୁଟି ଜାଣି ନ ପାରି ବୋମାଟିକୁ ଗଡ଼ାଇ ଦେଇଥିଲା। ଫଳରେ ବୋମାଟି ଫୁଟି ଯାଇଥିଲା। ବିସ୍ଫୋରଣରେ ଜଣେ ଶିଶୁ ସମେତ ଜଣେ ବୃଦ୍ଧ ଓ ପରିବାର ଅନ୍ୟ ଦୁଇ ସଦସ୍ୟ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଧୀରେ ଧରେ ହେବାରେ ଲାଗିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ। ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍ଙ୍କୁ ଘରୁ ଉଠାଇ ନେଇ ମାରାଥନ୍ ଜେରା […]
ଯାଜପୁର: ପୁଣି ଅଲୋଡ଼ା ଶିଶୁକନ୍ୟା। ଯାଜପୁର ଜିଲ୍ଲା କୁଆଖିଆଥାନା ଅନ୍ତର୍ଗତ ସୁଆଁସାହିରେ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଶିଶୁଟିକୁ କେହି ଏକ କପଡ଼ାରେ ଗୁଡାଇ ରାସ୍ତାକଡ଼ରେ ରଖି ଚାଲିଯାଇଥିଲା। ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ଶିଶୁଟିକୁ ଦେଖି ଘରକୁ ନେଇ ଆସିଥିଲେ। ଶିଶୁର ମୁହଁରେ କପଡ଼ା ଗୁଡ଼ାଇ ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ସୂଚନାଥାଉ କି, ମାର୍ଚ୍ଚ ୨୨ରେ ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା […]
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ। ପ୍ରତିଦିନ ଏମାନେ ସମସ୍ତେ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତାକଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ […]
ଭୁବନେଶ୍ୱର: ସାରା ରାଜ୍ୟରେ ମୁଣ୍ଡଫଟା ଖରା, ଅସହ୍ୟ ତାତି। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ଗତକାଲି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ପରେ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ତାପମାତ୍ରା କମିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ […]
ଭୁବନେଶ୍ୱର: ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରା। ପାଲଲହଡ଼ା ଏସ୍ଡ଼ିପିଓ ଯଶୋବନ୍ତ ସାମଲ ଏହି ସୂଚନା ହେଇଛନ୍ତି। ଉଷସୀ ମିଶ୍ରଙ୍କୁ ଦୁଷ୍ମନ୍ତ ବେହେରା ମାରପିଟ୍ କରିବା ଅଭିଯୋଗ ଥିଲା। ଉଷସୀ ଅଭିଯୋଗ କରିଥିଲେ ଯେ, ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଇଷ୍ଟର୍ଣ୍ଣ ବ୍ଲୁର ଯାତ୍ରା ବେଳେ ଭିଡ଼ କାଟି ଯିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ […]
ଭୁବନେଶ୍ୱର : ସଙ୍କଟାପନ୍ନ ହୋଇଛି ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। କଟକ ବଡ ଡାକ୍ତରଖାନାର ପେଡିଆଟିକ୍ ଆଇସିୟୁରେ ଏବେ ବଂଚିବାକୁ ସଂଘର୍ଷ କରୁଛନ୍ତି ୬ ବର୍ଷର ନାବାଳିକା। ୧୩ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି। ପୀଡିତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ପରେ ଗତକାଲି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏପଟେ ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର […]
ବଲାଙ୍ଗିର : ବଲାଙ୍ଗିର ଗସ୍ତରେ MCI ଟିମ୍। ଆଗରୁ ଏମ୍.ସି.ଆଇର ଏକ ଟିମ୍ ଆସି ମେଡିକାଲ କଲେଜ ଏବଂ ମେଡିକାଲ କଲେଜ ହସ୍ପିଟାଲର ଭିତ୍ତିଭୂମି ତଦାରଖ କରି ଯାଇଥିଲେ। ଆଜି ଆଉ ଏକ ତିନିଜଣିଆ ଏମ୍.ସି.ଆଇ ଟିମ୍ ବଲାଙ୍ଗିରକୁ ଆସି ଭିତ୍ତିଭୂମିର ତଦାରଖ କରୁଛନ୍ତି। ଦିଲ୍ଲୀରୁ ଆସିଥିବା ଏହି ଟିମ୍ର ତିନିଜଣ ହେଉଛନ୍ତି ଡାକ୍ତର ନନ୍ଦରାଜ,ଡାକ୍ତର କମଳ ଏବଂ ଡାକ୍ତର ଗଙ୍ଗାଧର। ଆଜି ଟିମ୍ ବଲାଙ୍ଗିର ପହଞ୍ଚିବା ପରେ ପ୍ରଥମେ ମେଡିକାଲ କଲେଜ ହସପିଟାଲରେ ବ୍ୟବହାର କରାଯାଉଥିବା […]
ଭୁବନେଶ୍ୱର : ଶାଢ଼ିର ଚାହିଦା ବୃଦ୍ଧି ଏବଂ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ। ସୋସିଆଲ ମିଡିଆ ଜରିଆରେ ଶାଢ଼ିର ପ୍ରଚାର କରିବା ଓ ମହିଳାମାନେ ଯେମିତି ଅଧିକରୁ ଅଧିକ ଶାଢ଼ୀ ପିନ୍ଧିବା ଲାଗି ପସନ୍ଦ କରିବେ, ସେଥିପାଇଁ ଆରମ୍ଭ ହୋଇଛି କ୍ୟାମ୍ପେନ୍। six yards and 365 daysର ଓଡ଼ିଶା ଚାପ୍ଟର୍ର ଶୁଭାରମ୍ଭ କରାଯାଇଛି। ସୁନୀତା ବୁଦ୍ଧିରାଜଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।
ପାଟଣାଗଡ଼ : କାହିଁକି ଭଇଁସା କଲେଜ କ୍ୟାମ୍ପସରେ ପଇଁତରା ମାରୁଛି ଡଗ୍ ସ୍କ୍ୱାର୍ଡ। ଏଇ କ୍ୟାମ୍ପସରେ ହୋଇଥିଲା କି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର କ୍ରାଇମ୍ ପ୍ଲଟ ? କାହିଁକି କ୍ରାଇମବ୍ରାଞ୍ଚ ସ୍କାନରରେ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ଓ କଲେଜର ଆଉ କିଛି କର୍ମଚାରୀ? ତଦନ୍ତର ଟାର୍ଗେଟ୍ ହିଟ୍ର ଶେଷ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ। ମୃତ ସୌମ୍ୟଶେଖରଙ୍କ ମାଆ ଭଇଁସା କଲେଜ ଅଧ୍ୟକ୍ଷା ହେବା ପରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାକୁ ହିଁ […]
ଭଦ୍ରକ : ଭଦ୍ରକ ଚାନ୍ଦବାଲିରେ ବାଟବଣା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ୱେବସାଇଟ୍ରୁ ମିଳିଥିବା ଏହି ତଥ୍ୟ ଅନୁସାରେ ଦୋସିଙ୍ଗାର ସପନ ଦାସ, କାଣ୍ଡଗରଡ଼ିର ନିରଞ୍ଜନ ଥାଟୋଇ, ଓରାସାହିର ରବୀନ୍ଦ୍ର ସେଠୀ, ମିନତୀ ରାଉତ ଓ ନୀଳମଣି ପରିଡ଼ା ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଛନ୍ତି। ଘର ତିଆରି ସରିଛି ଓ କିଏ ୪ଟି କିସ୍ତିରେ ୧ଲକ୍ଷ ୨୦ ହଜାର ଟଙ୍କା ପାଇଛି ତ ଆଉ କାହାକୁ ୩ଟି […]
ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଲୋକଙ୍କୁ ରାସ୍ତାରୋକରୁ ହଟାଇବା ପାଇଁ ପ୍ରୟାସ କରିଥିବା ବେଳେ ଆନ୍ଦୋଳନରତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ଗୁରୁତର ଅବହେଳା। ମୁଣ୍ଡରେ କ୍ଷତ ହୋଇଥିଲେ ମଧ୍ୟ ଡାକ୍ତର ଗୋଡ଼ର ଅପରେସନ କରିଛନ୍ତି। ଦିଲ୍ଲୀର ଶୁଶ୍ରୁତ ଟ୍ରମା ସେଣ୍ଟରରେ ଏଭଳି ଗୁରୁତର ଅବହେଳା ହୋଇଥିବା ନଜରକୁ ଆସିଛି। ସୂଚନା ଅନୁଯାୟୀ, ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଏକ ଦୁର୍ଘଟଣାର ଶିକାର ହୋଇ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତାଙ୍କ ଗୋଡରେ ଅପରେସନ କରିଛନ୍ତି। ସଂପୃକ୍ତ ୱାର୍ଡରେ ବିଜେନ୍ଦ୍ର ନାମରେ ଆଉଜଣେ […]
ସମ୍ବଲପୁର: ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକର ଉନ୍ମତ୍ତ କାଣ୍ଡ। ଜଣେ ବ୍ୟକ୍ତି ନିଜ ପତ୍ନୀ, ଶିଶୁ ଓ ଶାଶୂଙ୍କୁ ଭୁଜାଲିରେ ହାଣି ଲହୁଲୁହାଣ କରି ପକାଇଛନ୍ତି। ଆଜି ସକାଳେ ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଯୁବକ ଜଣକ ହେଲେ ସ୍ଥାନୀୟ ସିନ୍ଦୁରପଙ୍କ ଗାଁର ରମେଶ କୁମାର। କୋର୍ଟକୁ କାଉନସେଲିଂ ପାଇଁ ରମେଶଙ୍କ ପତ୍ନୀ ସଞ୍ଜିତା ଚୌଧୁରୀ, ଶାଶୂ ଲଳିତା ଚୌଧୁରୀ ଓ ଶିବାନୀ ନାମ୍ନୀ ଶିବାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କର […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୭ ବିରୋଧୀ ଦଳ ଆଣିଥିବା ଏହି ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ମହାଭିଯୋଗ ପ୍ରସ୍ତାବରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଠୋସ୍ ଆଧାର ନଥିବା ଦର୍ଶାଇ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିବା ଜଣାପଡିଛି। ନୋଟିସ୍ ଖାରଜ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ୫ଟି ଅଭିଯୋଗକୁ […]
ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି […]