କଟକ : ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର […]
ପୁରୀ : ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ରହିଛି ୧୨୮ କେଜି ୩୧୦ ଗ୍ରାମର ସୁନା ଅଳଙ୍କାର ସହ ମୂଲ୍ୟବାନ ପଥର। ସେହିପରି ୨୨ହଜାର ୧୫୩ ଭରି ରୁପା ବାସନ ସହ ପୂଜା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ୧୪ଟି ସୁନା, ରୁପା ଜିନିଷ ବିଭିନ୍ନ କାରଣରୁ ଓଜନ ହୋଇପାରିନି। ଆଜି ବିଧାନସଭାରେ ବିଜେପି ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏଭଳି ଲିଖିତ ଉତ୍ତର ଦେଇଛନ୍ତି। ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲାଯାଇଥିଲା ଓ […]
ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍ କନଫରେନସ କରାଯିବ ନାହିଁ ବୋଲି ଚୀନର […]
ଭୁବନେଶ୍ୱର: ରାଜଧାନୀରେ ଅଭାବନୀୟ ଘଟଣା। ସାଲିଆସାହିରେ ଏକ ୭ ମାସର ଶିଶୁ କନ୍ୟାକୁ ତାର ମା’ ନିଆଁରେ ପୋଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ପିଲାଟିକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଏକ କପଡାରେ କିରୋସିନ ଢାଳି ସେଥିରେ ନିଆଁ ଲଗାଇ ଶିଶୁ କନ୍ୟାକୁ ପୋଡିଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ମା’ ମାନସିକ […]
ଜଗତସିଂହପୁର: ରାଜ୍ୟରେ ପୁଣି ଏକ ଲଜ୍ଜା ଜନକ ଘଟଣା। ଜଗତସିଂହପୁରରେ ଜଣେ ୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୨ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା’। ଅଭିଯୋଗ ପରେ ଦୁଇ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଦ୍ୱୟଙ୍କ ବୟସ ୧୩ ଏବଂ ୧୧ ବର୍ଷ ହୋଇଥିବା ସୂଚନା ମିଳିଛି। ଏପଟେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ମେଡିକାଲ ପଠାଯାଇଛି। ସେପଟେ ସିଡ଼ବ୍ଲ୍ୟୁସିର […]
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା ଆନ୍ଦୋଳନ ପଛରେ ପାଣ୍ଡିଆନଙ୍କ ହାତ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟରାମ ପାଙ୍ଗୀ। ଇମ୍ଫା ଆନ୍ଦୋଳନ ପ୍ରସଙ୍ଗରେ ପାଙ୍ଗୀ ତାଙ୍କ ମନ୍ତବ୍ୟ ରଖିଛନ୍ତି। ଆଦିବାସୀମାନେ ସରଳ, ଏମାନେ ନିଜ ମନକୁ ମନ ଆନ୍ଦୋଳନ କରିବା ବିଶ୍ୱାସ ହେଉନି। ଏଥିସହ ବାହ୍ୟ ନିର୍ଦ୍ଦେଶରେ ଆଦିବାସୀମାନେ ଆନ୍ଦୋଳନ କରୁଥିବା ନେଇ ଭାବୁଛନ୍ତି ବୋଲି କହିଛନ୍ତି ପାଙ୍ଗୀ। ଆନ୍ଦୋଳନ ତୃତୀୟ ମହଲା ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉଥିବ, ନହେଲେ ପ୍ରଶାସନ କିମ୍ବା ପୋଲିସ […]
ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କ ଅମଳରେ ୨୦୦୯ରୁ ୨୦୧୮ ମସିହା ମଧ୍ୟରେ ଦିଆଯାଇଥିବା ୨୪ଟି ମୋଟା ଅଙ୍କ ଋଣର ତର୍ଜମା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କୋଚରଙ୍କ ସମୟରେ ଦିଆଯାଇଥିବା ୭ ହଜାର ୮୬୨ କୋଟି ଟଙ୍କା ଋଣର ସମସ୍ତ ପ୍ରକାର ଯାଞ୍ଚ କରିବ ଇଡି। ଏହିସବୁ ଋଣ ପ୍ରଦାନରେ ଅନିୟମିତତା ହୋଇଥିବା ଅନୁମାନ କରାଯାଉଛି। କୋଚର ନିଜ ସ୍ୱାମୀ ଦୀପକ କୋଚରଙ୍କ କଂପାନୀ ଓ ଭିଡିଓକନ କଂପାନୀକୁ ଅନୁଗ୍ରହ ଦେଖାଇ ୧୮୭୫ […]
ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ ଏସ୍ଆଇଟି। ପୁଞ୍ଜିଲାଲଙ୍କୁ ଜେରା କରି ପୂରା ଘଟଣା ସଂପର୍କରେ ଆହୁରି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ କ୍ରାଇମ ବ୍ରାଞ୍ଚ। ଗତକାଲି ଗିରଫ ପରେ ପୁଞ୍ଜିଲାଲଙ୍କୁ […]
ନୂଆଦିଲ୍ଲୀ : ପ୍ରାୟ ଗୋଟିଏ ମାସ ପରେ ନିର୍ବାଚନ ପ୍ରଚାରରେ ପଡିଛି ଯବନିକା। ଆଜି ସଂଧ୍ୟା ୫ଟାରେ ଶେଷ ହୋଇଛି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପ୍ରଚାର। ୧୯ ତାରିଖରେ ଶେଷ ତଥା ସପ୍ତମ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ। ସେହିପରି ବିହାର ଓ ମଧ୍ୟପ୍ରଦେଶର ୮ଟି […]
ତେଲକୋଇ: ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତର ସମିତିସଭ୍ୟାଙ୍କୁ ଅସଦାଚରଣ ଅଭିଯୋଗରେ ଭିଏଲଡବ୍ଲୁ (Village Level Worker) ଗିରଫ। ଏହି ମାମଲାରେ ଜଗମୋହନପୁରର ଭିଏଲ୍ଡବ୍ଲୁ ତାରକାନ୍ତ ବେହେରାଙ୍କୁ ଗିରଫ କରିଛି ତେଲକୋଇ ପୋଲିସ। ଏହି ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଯୋଗେଶ୍ୱର ପ୍ରଧାନ ଫେରାର ଥିବା ଜଣାପଡିଛି। ପଞ୍ଚାୟତରେ ଗ୍ରାମସଭା ଏବଂ କାର୍ଯ୍ୟ ବଣ୍ଟନରେ ଅନିୟମିତତାକୁ ବିରୋଧ କରିଥିଲେ ସମିତି ସଭ୍ୟା ପୁଷ୍ପାଞ୍ଜଳି ଆପଟ୍। ଏଥିପାଇଁ ପୁଷ୍ପାଞ୍ଜଳିଙ୍କୁ ଗ୍ରାମସଭାରୁ ଧକ୍କା ମାରି ବାହାର କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ […]
ଭୁବନେଶ୍ୱର: ତତଲା କଡ଼େଇରେ ସାରା ଓଡ଼ିଶା। ଖରା, ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାକୁ ନେଇ ଗୁରୁବାର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ପାଣିପାଗ ବିଭାଗ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୫୦ […]
ଭୁବନେଶ୍ୱର: ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଜଷ୍ଟିସ୍ ଏମ୍.ଏମ୍ ଦାସ କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ଅନ୍ତରୀଣ ରିପୋର୍ଟ ୧ ଓ ୨ ଅନୁସାରେ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ ପ୍ରଥମେ ଟଙ୍କା ମିଳିବ, ଯେଉଁମାନେ ୧୦ ହଜାରରୁ କମ୍ ଟଙ୍କା ଜମା କରିଥିଲେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୧୨ଟି ବ୍ଲକରେ ୨୩୦୬ ଜଣ ଜମାକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ ନେଇ ଚିହ୍ନଟ ହୋଇଛି। ଜିଲ୍ଲାସ୍ତରରେ ଭେରିଫିକେସନ୍ ଟିମ୍ […]
ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍କୁ ଟ୍ରେନ୍ ଧକ୍କା ଦେବା ଫଳରେ ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]
ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି। ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ […]