ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍କୁ ଟ୍ରେନ୍ ଧକ୍କା ଦେବା ଫଳରେ ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]