ଭୁବନେଶ୍ୱର : ସ୍ପୋର୍ଟସ ବନାମ ସିନେମା। କ୍ଷତିରେ ଚାଲିଥିବା ସିନେ ଶିଳ୍ପକୁ ଦୁର୍ବଳ କରି ଖେଳ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ ଆରମ୍ଭ ହୋଇଛି ଏକ ନୂଆ ବିବାଦ। ଓଡିଆ ସିନେ ଦୁନିଆର ମୁକସାକ୍ଷୀ କଳିଙ୍ଗ ଷ୍ଟୁଡିଓ। ପ୍ରାୟତଃ ଅଚଳ ଅବସ୍ଥାରେ ପଡ଼ି ରହିଥିବା ଏହି ଷ୍ଟୁଡିଓ ଉପରେ ଏବେ ଆଖି ପକାଇଛି କ୍ରୀଡା ବିଭାଗ। ଷ୍ଟୁଡିଓର ଖାଲି ଜାଗାରେ ସ୍ପୋର୍ଟସ୍ କଂପ୍ଳେକ୍ସ ନିର୍ମାଣ ପାଇଁ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ୍, ସାଧାରଣ ପ୍ରଶାସନ […]
ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍କାଉଣ୍ଟର ଶେଷ ହୋଇଛି। ଏନ୍କାଉଣ୍ଟରରେ ୩ ଜଣ ସିଆର୍ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର୍ରୁ ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା […]
ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ। ଚଳିତ ମାସ ୨ ତାରିଖରେ ଔପଦା ଥାନା ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ସୋର ଅଞ୍ଚଳକୁ ତାଙ୍କ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ହେଲେ ଏଠାରେ ମହିଳା ଜଣଙ୍କୁ […]
କଳାହାଣ୍ଡି : ମାଓ ଭୟରେ ପୁଣି ଗାଁ ଛାଡ଼ିଲେ ୧୦ଟି ପରିବାର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରରରେ ୧୦ଟି ପରିବାର ଗାଁ ଛାଡ଼ିଛନ୍ତି। ପୂର୍ବରୁ ଗତ ମାସ ୨୦ ତାରିଖରେ ତ୍ରିଲୋଚପୁର ଅଞ୍ଚଳର ଗ୍ରାମରକ୍ଷୀ ସମେତ ୪ ଜଣ ଗ୍ରାମାସୀଙ୍କୁ ମାଓବାଦୀ ଅପହରଣ କରି ନେଇ ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ଏହି ଘଟଣା ପୂର୍ବରୁ ପୋଲିସ ଇନଫର୍ମର ସନ୍ଦେହରେ ପୋଲିସ ସେହି ଗାଁର ଦୁଇଭାଇଙ୍କୁ ହତ୍ୟା କରିଥିଲେ। ମାଓବାଦୀ ଗତ ଫେବ୍ରୁଆରୀ ମାସରେ ଜଣେ […]
କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍ରେ ଦିଲ୍ଲୀ ଏମ୍ସ ଅଭିମୁଖେ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ଜୟନାରାୟଣ ମିଶ୍ର ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାକୁ ତାଙ୍କୁ ଦିଲ୍ଲୀ ଏମ୍ସକୁ […]
ପୁରୀ : ପୁରୀରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ବିଭ୍ରାଟ। ଯାଞ୍ଚ ବେଳେ ବିଭ୍ରାଟ ଥିବା ଧରିଛି ରଥ ନିର୍ମାଣ ଇଂଜିନିୟରିଂ କମିଟି। ଦେବଦଳନ ରଥ ପହିରେ ଫାଟ ସାଙ୍ଗକୁ ତାଳଧ୍ୱଜ ରଥ ଅଖ କାଠ ମଧ୍ୟ ଦୁର୍ବଳ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ପହି ଏବଂ ଅଖ କାଠ ବଦଳା ଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ ନେଇ ରଥ ନିର୍ମାଣ ଯାଞ୍ଚ କମିଟି ନିର୍ବାହୀ ଯନ୍ତ୍ରୀ ସୂଚନା […]
ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି। ଯୁବତୀ ଜଣକ ଗହଣା ସହ ଲଗେଜ୍ ଧରି ଟ୍ରେନ୍ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ମେଧାବୃଦ୍ଧି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଣିକି ଛାତ୍ରମାନଙ୍କୁ ୨ହଜାର ଟଙ୍କା ବଦଳରେ ୨୫ଶହ ଟଙ୍କା ଏବଂ ଛାତ୍ରୀମାନଙ୍କୁ ୨୨୫୦ଟଙ୍କା ବଦଳରେ ତିନି ହଜାର ଟଙ୍କା ମେଧାବୃତ୍ତି ମିଳିବ। ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ଆତଙ୍କବାଦୀ କିମ୍ବା ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ରାଜ୍ୟ ପୁଲିସର ଯବାନଙ୍କ ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ମୋଦିଙ୍କ […]
ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। 2nd airport of Odisha gets license today. Happy to inform […]
ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଘୂର୍ଣ୍ଣିଝଡ଼ର ଆଶଙ୍କା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଥିଲା। ଗତ ଦୁଇ ଦିନ ଧରି ଉତ୍ତର […]
ବାଲେଶ୍ୱର: ବାଲେଶ୍ୱରରେ ଚାଞ୍ଚଲ୍ୟ। ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ୍ରେ କଳାକନା ବୁଲାଇଲେ ଲୁଟେରା। ସହର ମଝିରେ ଥିବା ଦୁଇଟି SBI ଏଟିଏମ୍ରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ସୁନହଟ ଛକରେ ଥିବା ଏଟିଏମ୍ରୁ ୨୬ ଲକ୍ଷ ଏବଂ ଆଇଟିଆଇ ଛକ ନିକଟ ଏଟିଏମ୍ରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି। ଦୁଇଟି ଏଟିଏମ୍କୁ ଗ୍ୟାସ୍ କଟରରେ କାଟି ଲୁଟେରା ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ ପରେ ସଂପୃକ୍ତ ଏଟିଏମ୍ରେ ନିଆଁ ଲାଗି ଯାଇଥିଲା। […]
ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ। ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି […]
ଭୁବନେଶ୍ୱର: ଜେଲ୍ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲ୍କୁ ପଠାଇଛି କମିଶନରେଟ୍ ପୋଲିସ୍। ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଗତକାଲି କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]
ଭୁବନେଶ୍ୱର: ଦାବି ହାସଲ ପାଇଁ ରାଜଧାନୀରେ ଗର୍ଜିଲେ ରାଜସ୍ୱ ଅମଲା ସଙ୍ଘ କର୍ମଚାରୀ। ୪ ଦଫା ଦାବିରେ ଆଜି ଲୋୟର ପିଏମ୍ଜିରେ ବିଶାଳ ରାଲିରେ ଏକାଠି ହୋଇଥିଲେ ହଜାର ହଜାର କର୍ମଚାରୀ। ଦାବୀ ପୂରଣ ନହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସଙ୍ଘ। ରାଜସ୍ୱ ଅମଲା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ତହସିଲ୍ ଓ ଆରଆଇ ଅଫିସ୍ରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେବେ ସେମାନଙ୍କ […]
ପାଟନା: ବିହାର ମୋତିହାର ସଡ଼କ ଦୁର୍ଘଟଣାରେ କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ଗତକାଲି ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କହିଛନ୍ତି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଦିନେଶ ଯାଦବ। ଯାତ୍ରୀଙ୍କ ମୃତ୍ୟୁ ଖବର କେବଳ ଅପପ୍ରଚାର ଥିଲା ବୋଲି ସେ କହିଛନ୍ତି। ଗତକାଲି ମୁଜଫରପୁରରୁ ଦିଲ୍ଳୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ମୋତିହାର ନିକଟରେ ଓଲଟି ପଡ଼ିଥିଲା। ଏହାପରେ ବସ୍ରେ ନିଆଁ ଲାଗି ଯାଇଥିଲା। ଏହି ଘଟଣା ପରେ […]