ଭୁବନେଶ୍ୱର : ବିରୋଧ ଜୋର୍ଦାର। ଶାସକ ଦଳ ଭିତରୁ, ଦଳ ବାହାରୁ ବି। କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ଏ ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍ର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଆଜି ପ୍ରେସ୍ମିଟ୍ କରି ଦଳରେ ଥିବା ସିନେ କଳାକାରଙ୍କୁ ସାମ୍ନାକୁ ଆଣି କ୍ରୀଡ଼ା ବିଭାଗର ନିଷ୍ପତ୍ତି ଉପରେ ବର୍ଷିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ […]
ବାଲେଶ୍ୱର : ମାଟ୍ରିକ୍ ରେଜଲ୍ଟ ଖରାପ ହୋଇପାରେ ବୋଲି ଆଶଙ୍କା କରି ବାପାଙ୍କୁ ସତ କଥା କହିବାରୁ ଜଣେ ନାବାଳିକାକୁ ବାପାର ଆକ୍ରୋଶର ଶିକାର ହେବାକୁ ପଡିଛି। ବାପା ବର୍ବରତାର ସୀମା ଟପି ନିଜ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମ୍ବୁଡିହା ଗାଁର। ସୂଚନା ଅନୁଯାୟୀ ଏହି ଗାଁର ଶତ୍ରୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ନିଜ ଝିଅ ମାନସୀଙ୍କୁ ପରୀକ୍ଷା ସମ୍ପର୍କରେ […]
ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ WWW.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ […]
ପୁରୀ : ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ପ୍ରଶାସନ ପକ୍ଷରୁ ନୂଆ ଅଖ ପାଇଁ କାଠ ଯୋଗାଇଦିଆଯାଇଛି ଏବଂ ଆଜି ଏହାକୁ ପ୍ରସ୍ତୁତ କରିଦିଆଯିବ ବୋଲି ବିଶ୍ୱକର୍ମା ମହାରଣାଙ୍କ ପକ୍ଷରୁ ସୂଚନା ମିଳିଛି। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ […]
କଟକ : ନକଲି ଘିଅ, ତେଲ ଓ ଜର୍ଦ୍ଦା ପରେ ଏବେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିଛି ଜଗତପୁର ପୋଲିସ। ସେହି କାରଖାନାରୁ ୭ହଜାର ୫ଶହ ବସ୍ତା ନକଲି ସିମେଣ୍ଟ ସହ ବିଭିନ୍ନ ବ୍ରାଣ୍ଡର ୩ ଶହ ଖାଲି ବ୍ୟାଗ୍, ନମୁନା ଓ ଯନ୍ତ୍ରାଂଶକୁ ପୋଲିସ ଚଢ଼ାଉ କରି ଜବତ କରିଛି। ଘଟଣାରେ କାରଖାନା ମାଲିକ ଲଳିତ କୁମାର ଜୈନଙ୍କୁ ଗିରଫ […]
ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କୁ ଧରି ରାୟପୁରରେ ଛାନ୍ଭନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଗତ ଦୁଇ ଦିନ ହେଲା ପୁଞ୍ଜିଲାଲକୁ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଉଛି। ତେବେ ଯେଉଁ ଅଟୋ ଚାଳକଙ୍କ ସହାୟତାରେ ପୁଞ୍ଜିଲାଲ୍ କୋରିୟର କରିଥିଲା, ତାଙ୍କ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପାଇପାରିନାହିଁ କ୍ରାଇମବ୍ରାଞ୍ଚ। ତେଣୁ ଅଟୋ ଚାଳକଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ପାଇଁ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଏନ୍କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ମହମ୍ମଦ ରଫି ଭଟ୍ଟ ଓ ଟପ୍ ହିଜ୍ବୁଲ୍ କମାଣ୍ଡର ଥିବା ଜଣାପଡିଛି। ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତଙ୍କୀ ନେତା ବୁରହାନ ୱାନି ସହ ସଂପୃକ୍ତି ଥିବା ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲା। ଏପରିକି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପିତାମାତାଙ୍କ ସହାୟତାରେ ତାଙ୍କୁ ବୁଝାଇବାକୁ […]
କଟକ: ଆମ ଗହଣରେ ଆଉ ନାହାନ୍ତି ଏ ବନର ଛାଇ ଓ ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ ଭଳି ଲୋକପ୍ରିୟ ଏଭର୍ଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲ୍ଟର ଛକସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ […]
ନୂଆଦିଲ୍ଲୀ : ଏନଡିଏ-ଟୁ ସରକାରର ଗୁରୁତ୍ୱପୂର୍ଣ୍ଣ ୪ଟି ବିଭାଗ ଦାୟିତ୍ୱରେ ୪ ହେଭିୱେଟ୍। ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଦାୟିତ୍ୱ ସମ୍ଭାଳିଥିବା ବେଳେ ଆଜି କାର୍ଯ୍ୟଭାର ନେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଟ୍ୟାଗ୍ ହାସଲ କରିବା ପରେ ଏବେ ପ୍ରଥମ ଫୁଲ ଟାଇମ୍ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ। ନିର୍ମଳାଙ୍କ ପାଇଁ […]
ମାଲକାନଗିରି: ଗୁରୁପ୍ରିୟା ସେତୁର ସୁରକ୍ଷା ଚିନ୍ତା। ସେତୁରେ ଲଗାଗଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଏଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ। ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି […]
ଖୋର୍ଦ୍ଧା: ୧୦୦୦ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରେ ୨ଟି ଦକ୍ଷତା ବିକାଶ ପ୍ରତିଷ୍ଠାନ (ସ୍କିଲ୍ ଡେଭଲପ୍ମେଣ୍ଟ ସେଣ୍ଟର) ପ୍ରତିଷ୍ଠା କରାଯିବାନେଇ କେନ୍ଦ୍ର ଯୋଜନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ତରଫରୁ ବରୁଣେଇ ପାହାଡ ତଳେ ରାଜ୍ୟ ସରକାର ଯୋଗାଇ ଦେଇଥିବା ୬୦ ଏକର ଜାଗା ଉପରେ ୫୦୦ କୋଟି ଟଙ୍କା ବ୍ୟୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ଖୋଲାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସେହିପରି ଜଟଣୀ ଠାରେ ରାଜ୍ୟ […]
ଭୁବନେଶ୍ୱର: ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ଜାମିନ ଆବେଦନ ଖାରଜ। ଗତକାଲି ଭୁବନେଶ୍ୱର SDJM କୋର୍ଟରେ ତାଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ବମିଖାଲ ଓଭର ବ୍ରିଜ୍ ଦୁର୍ଘଟଣାରେ ତାଙ୍କର ସିଧାସଳଖ ସଂପୃକ୍ତି ନଥିବା ଏବଂ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ତାଙ୍କୁ ଜାମିନ ଦେବା ଲାଗି ତାଙ୍କ ଓକିଲ ନିବେଦନ କରିଥିଲେ। ତେବେ ପ୍ରତାପ କିଶୋରଙ୍କ ବିରୋଧରେ ୩୦୪ ଦଫା ଲାଗିଥିବାରୁ ଉପର କୋର୍ଟ […]