ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ଯାଏଁ ବଢ଼ିଲା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଓ କାଶ୍ମୀରରେ ବିଜେପି ଓ ପିଡିପି ସରକାର ଭାଙ୍ଗିବା ପରେ ଗତବର୍ଷ ଜୁନ୍ ୧୯ରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା। ଏହା ପରେ ଡିସେମ୍ବର ୧୯ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ୬ ମାସ ପାଇଁ ଲାଗୁ ହୋଇଥିବା ବେଳେ […]
ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍। ପେଟ୍ରୋଲ ଦାମ୍ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଏହା ସହିତ ଡିଜେଲ ଦାମ୍ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]
ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି। ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।
ଭୁବନେଶ୍ୱର: ଆଜି କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଜିଲ୍ଲାକୁ ସତର୍କତା ଜାରି କରିଛି। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି। ଦିନ ୧ଟା ଯାଏଁ ସତର୍କତା ଜାରି କରିଛି ପାଣିପାଗ […]
ପୁରୀ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଗାଁ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ସେତେବେଳେ ଆମ୍ବୁଲାନ୍ସ ଆସିନଥିଲା। ୪ ଘଣ୍ଟା ବିଳମ୍ବ କରି ଭୋର୍ […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଝଡ଼ତୋଫାନ ଯୋଗୁଁ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ। କେବଳ ଉତ୍ତର ପ୍ରଦେଶରେ ୧୭ଜଣ ପ୍ରାଣ ହରାଇଥିବାବେଳେ, ଏଥିରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨ଜଣ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ଜଣ ଓ ଦିଲ୍ଲୀରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଝଡ଼ତୋଫାନ ଯୋଗୁଁ ଶତାଧିକ ଆହତ ହୋଇଥିବା କୁହାଯାଉଛି। ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ କାନପୁର ହାଇୱେରେ […]
ନୂଆଦିଲ୍ଲୀ : ଗଠନ ହୋଇଛି ବିଜେପି ସଂସଦୀୟ ଦଳର କାର୍ଯ୍ୟ ନିର୍ବାହୀ କମିଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। କାର୍ଯ୍ୟ ନିର୍ବାହୀ କମିଟିରେ ଲୋକସଭାରେ ରାଜନାଥ ସିଂ ଦଳର ଉପନେତା ନିଯୁକ୍ତ। ସେହିପରି ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ୍ ଦଳର ନେତା ନିଯୁକ୍ତ। ପୀୟୂଷ ଗୋଏଲ ରାଜ୍ୟସଭାରେ ଦଳର ଉପନେତା ନିଯୁକ୍ତ ଏହାଛଡ଼ା ତିନି ଜଣ ଓଡ଼ିଆଙ୍କୁ ଏହି କମିଟିରେ ସ୍ଥାନ ମିଳିଛି। ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା, […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାର ଫଳାଫଳ। ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ। ଅଫିସିଆଲ ୱେବସାଇଟ୍ http://www.cisce.org/ କିମ୍ବା http://www.results.nic.in/ ରେ ଦେଖିହେବ ଏହି ରେଜଲ୍ଟ। ଚଳିତବର୍ଷ ସାରା ଦେଶରେ ୧,୮୪,୨୫୩ ଜଣ ଛାତ୍ରଛାତ୍ରୀ ICSE ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବାବେଳେ ISC ଦ୍ୱାଦଶ ପରୀକ୍ଷାରେ ୮୧,୭୫୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷା ଦେଇଛନ୍ତି।
କନ୍ଧମାଳ :୨୪ ଘଣ୍ଟା ଭିତରେ ରାଜ୍ୟରେ ନିହତ ହୋଇଛନ୍ତି ୬ ମାଓବାଦୀ। ବଲାଙ୍ଗିର ପରେ କନ୍ଧମାଳରେ ପୁଣି ହୋଇଛି ପୋଲିସ ଏନକାଉଣ୍ଟର। ମିଳିଥିବା ସୂଚନା ଅନୁସାରେ, କନ୍ଧମାଳରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଓ କନ୍ଧମାଳ ମିଶାଇ ମୋଟ ୬ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଗୋଲାଙ୍କି ଗାଁରେ ମାଓ ମେଳି ବେଳେ ଏନକାଉଣ୍ଟରରେ ୨ ଏବଂ ସୁଡ଼୍ରୁକୁମ୍ପାରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ମୃତକଙ୍କ ମଧ୍ୟରେ […]
ବେଙ୍ଗାଲୁରୁ : ଜୁଲାଇ ୧୫ତାରିଖରେ ଛଡ଼ାଯିବ ଚନ୍ଦ୍ରଯାନ-୨। ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ଉତ୍କ୍ଷେପଣ କରାଯିବ। ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ। ଏହା ଆଗରୁ ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ଜାରି ହୋଇଛି ଚନ୍ଦ୍ରଯାନ-ଟୁ ର ଭିଡିଓ। ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ୍ ମିଶନରେ ଜଡ଼ିତ ଥିବା ବୈଜ୍ଞାନିକ ମାନେ ଅହରହ ଭାବେ ଏଥିରେ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଯାନ-ଟୁ ରେ ତିନିଟି ମଡ୍ୟୁଲ୍ ରହିଛି। ଯାହା ଚନ୍ଦ୍ରରେ ପରିକ୍ରମା ଏବଂ ପ୍ରବେଶ […]
ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ମାଓବାଦୀ ନିହତ। ବଲାଙ୍ଗୀର ପରେ କନ୍ଧମାଳରେ ହୋଇଛି ପୋଲିସ ଏନକାଉଣ୍ଟର। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ ହୋଇଛି। ଏବେ ବି ସେଠାରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ଜାରି ରହିଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। […]