ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ। ଏ ନେଇ କହିଛନ୍ତି ଏସ୍ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। ତାଙ୍କ କହିବାନୁସାରେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ଆଶଙ୍କା ନାହିଁ। ଶୀତ ଦିନରେ ଯେଉଁ ବଡ଼ ବିପଦ ଆଶଙ୍କା କରୁଥିଲୁ, ଭାବୁଛୁ ତାହା ହେବନି। ରାଜ୍ୟରେ କରୋନା ଗ୍ରାଫ୍ ଢେର୍ ହ୍ରାସ ପାଇଛି ଜୟନ୍ତ ପଣ୍ଡା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ କରୋନାକୁ ଯଥେଷ୍ଟ ନିୟନ୍ତ୍ରଣ […]
କୋଭିଡ ପରିଚାଳନା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ସିଏସ୍ ମୁଖ୍ୟ ଶାସନ ସଚିବ
ରୋଜଗାର ହରାଇ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି କଳାକାରଙ୍କ ପରିବାର । ଦିନେ ଯେଉଁମାନେ ମଞ୍ଚରେ ରଙ୍ଗବୋଳି ଦର୍ଶକ ଓ ଶ୍ରୋତାଙ୍କ ମନୋରଞ୍ଜନ କରୁଥିଲେ, ଏବେ ସେମାନେ ହାତବାନ୍ଧି ଘରେ ବସିଛନ୍ତି ।
ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଅବକାରୀ ଟିମ୍ ରାସ୍ତା ମଝିରେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଏପରିକି ଗାଡ଼ିର କାଚ ମଧ୍ୟ ଭାଙ୍ଗି ଥିବା ଅଭିଯୋଗ ହୋଇଛି।
୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି
ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ
ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟରେ ଏହି ୧୧% DA ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
୩ ପ୍ରତିଶତକୁ ଖସିଲାଣି ଟିପିଆରପି । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିଆରପି । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।
ଭୁବନେଶ୍ୱର: ଦେଢ଼ବର୍ଷ ପରେ ହଠାତ୍ ତତ୍ପରତା କାହିଁକି? କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ୍ ମାମଲାରେ ଗିରଫଦାରିର ଦେଢ଼ବର୍ଷ ପରେ ହଠାତ୍ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଏକ ସ୍ପର୍ଶକାତର ମାମଲାର ତଦନ୍ତରେ ଯଦି ଆଉ କିଛି ରହିଯାଇଥିଲା, ତାହେଲେ ଦେଢ଼ବର୍ଷ ଧରି କଣ କରୁଥିଲା କେନ୍ଦୁଝର ପୋଲିସ୍? ଏହି ମାମଲାରେ ଦେଢ଼ବର୍ଷ ତଳୁ ଓଟିଭର ଜଣେ ପୂର୍ବତନ ସାମ୍ବାଦିକଙ୍କ ସହ ମୋଟ୍ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏହା ଭିତରେ ଅଭିଯୁକ୍ତମାନେ […]
ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦେବେକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
କଲ୍ୟାଣସିଂହପୁର: ୨ ସୁପରଭାଇଜରଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରି ଗିରଫ ହେଲେ ୧୧ଜଣ। ୧୧ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ସୁପରଭାଇଜରଙ୍କୁ ଉଦ୍ଧାର କରିଛି ପୋଲିସ୍। ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅଞ୍ଚଳରେ। ସୂଚନା ଅନୁସାରେ କାଶୀପୁର ବ୍ଲକର ମାଣ୍ଡିବିଶି ଅଞ୍ଚଳରେ ରାସ୍ତାର ଡ୍ରେନେଜ୍ ନିର୍ମାଣ କାର୍ଯ୍ୟରେ ଠିକାଦାର ସାରଦା ନାୟକଙ୍କ ଦୁଇ ସୁପରଭାଇଜର ନିୟୋଜିତ ଥିଲେ। ସେହି ସମୟରେ ୧୧ଜଣ ଦୁର୍ବୃତ୍ତ ୧୦ ଲକ୍ଷ ଟଙ୍କା ଦାଦା […]
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗେଉଛି ସେତିକି ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି। ଆଦିତ୍ୟ ମୃତ୍ୟୁ ମାମଲାରେ ଜିଆରପି ପୋଲିସ ତନାଘନା ଚଳାଇଛି। ଜିଆରପି ପୋଲିସ୍ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟର ଏକ ବଡ଼ ଖୁଲାସା କରିଛି। ମୃତ୍ୟୁ ପୂର୍ବରୁ ଆଦିତ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ଫୁଟେଜ୍ରେ ସେ ଷ୍ଟେସନ୍ ଆଡ଼କୁ ଯାଉଥିବା ଜଣାଯାଇଛି। ଏହି CCTV ଫୁଟେଜକୁ GRP ଜବତ କରିଛି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା […]
ଭୁବନେଶ୍ୱର: ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଛି। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସନ୍ଦେହ ଲାଗିରହିଥିବା ବେଳେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଜିଆରପି ତନାଘନା କରିଛି। ଆଜି ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ ଥାନାକୁ ଆଣି ଜେରା କରିଛି ପୋଲିସ। ପପୁଙ୍କୁ ଦୀର୍ଘ ସମୟ ଜେରା କଲା […]
ରାୟଗଡା: ଥାନାରୁ ଖସି ପଳାଇବା ବେଳେ ଥାନା ସାମ୍ନାରେ ଅଭିଯୁକ୍ତଙ୍କ ଉପରେ ଚଢିଗଲା ଟ୍ରକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଥାନା ସାମ୍ନାରେ। ପ୍ରେମ ପ୍ରତାରଣା ଓ ଦୁଷ୍କର୍ମ ଅଭିଯୋଗରେ ଟିକିରି ପୋଲିସ ଅଭିଯୁକ୍ତ ସନ୍ତୋଷ କୁମାର ପଣ୍ଡୁକୁ ଗତକାଲି ଗିରଫ କରିଥିଲା। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ରାୟଗଡ଼ା ଅଣାଯାଇଥିଲା। ତେବେ କୋର୍ଟକୁ ନେବା ପୂର୍ବରୁ ମେଡିକାଲ ଟେଷ୍ଟ ପରେ ରାୟଗଡ଼ା ଥାନାରେ ରଖାଯାଇଥିଲା। ତେବେ ଅପରାହ୍ନରେ କୋର୍ଟଚାଲାଣ ପାଇଁଥାନାରୁ ସନ୍ତୋଷକୁ […]
କନ୍ଧମାଳ: କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ ମହିଳା। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ମାଣିକେଶ୍ୱର ପଞ୍ଚାୟତ ବରେପାଙ୍ଗାର ରିପୁଚନ୍ଦ୍ର ଦିଗାଲଙ୍କ ପତ୍ନୀ ଦେବୀ ଦିଗାଲଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଗମାଣ୍ଡିଠାରେ କଣ୍ଟେନମେଣ୍ଟ ଜୋନ୍ ଯୋଗୁଁ ରାସ୍ତା ବନ୍ଦ ଥିବାରୁ ଆମ୍ବୁଲାନ୍ସଟି ଆସିପାରିଲା ନାହିଁ। ଶେଷରେ ଏକ ଅଟୋରେ ଗର୍ଭବତୀ ମହିଳାଙ୍କୁ […]
ମୋହନା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବିରୋଧରେ ମାମଲା ରୁଜୁ। ଭୋଜି ପାଇଁ ହଜାରେ ଲୋକେ ଏକାଠି ହୋଇଥିବା ବେଳେ ଭୋଜିକୁ ବନ୍ଦ କଲା ପ୍ରଶାସନ। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଗୋଠକେଳି ଗାଁରେ। ଏହି ଗାଁର ସୁଶାନ୍ତ ମାଳି ତାଙ୍କ ବିବାହ ପାଇଁ ୫୦ ଜଣଙ୍କୁ ନେଇ ବିବାହ ଭୋଜି ଆୟୋଜନ କରିବେ ବୋଲି ଗତ ଜୁଲାଇ ୩ ତାରିଖରେ ପୋଲିସ ଠାରୁ ଅନୁମତି ନେଇଥିଲେ। କିନ୍ତୁ ବାହାଘର ସମୟରେ […]
ଭୁବନେଶ୍ୱର: ବଦଳିବେ କି ରାଜ୍ୟ କଗ୍ରେସର ମଙ୍ଗୁଆଳ? ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ୧୩ ଜଣ ନେତା ପିପିସି ସଭାପତି ରେସରେ ଥିବା କହିଛନ୍ତି ବିଧାୟକ ସୁରେଶ ରାଉତରାୟ। ନରସିଂହ ମିଶ୍ର, ଶରତ ରାଉତ, ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀଙ୍କ ନାଁ ସଭାପତି ରେସ ଆଗରେ ରହିଛି। ଜଣେ ଯୁବ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ସ୍ଥିତି ସୁଧୁରିବ ବୋଲି ସୁର ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ପିସିସି ପରିବର୍ତ୍ତନ ଚର୍ଚ୍ଚା […]
ବ୍ରହ୍ମପୁର: ୨୦ ଘଣ୍ଟା ଧରି ଛଟପଟ ହେଲେ ରୋଗୀ। ଲୋକେ ଦେଖିଲେ, ମୋବାଇଲରେ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲାନାହିଁ। ଶେଷରେ ରୋଗୀ ଜଣକର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଞ୍ଚଳରେ। ହସ୍ପିଟାଲ ଯାଇନପାରିବାରୁ ୫୫ ବର୍ଷୀୟ ଶିବପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗଛ ମୂଳେ ଛଟପଟ ହୋଇ ତାଙ୍କର ମୃତ୍ୟୁ […]
ବଲାଙ୍ଗିର: ଟ୍ରାକ୍ଟର ଭଡ଼ାକୁ କେନ୍ଦ୍ର କରି ଡବଲ ମର୍ଡର। ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରୁ। ଗାଁର ରାଉତ ଏବଂ ବନଛୋରଙ୍କର ପରିବାର ଭିତରେ ଟ୍ରାକ୍ଟର ଭଡାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ପରିବାରର ୫ ଜଣ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏଥିରେ ବନଛୋର ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ହେଲେ ଛନ୍ଦାମଣି ବନଛୋର୍ ଏବଂ ଅନ୍ୟ ଜଣେ […]
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ASIକୁ ରିପୋର୍ଟ ମାଗିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏନେଇ କ୍ରିଷନ କୁମାର ସେ କହିଛନ୍ତି ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ASIକୁ ଏହାର ଫଟୋ ମଗାଯାଇଥିଲା। ASI ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛିି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ […]
ନୂଆ: ପୁଣି ଛତିଶଗଡ଼ର ଦାଦାଗିରି। ଓଡ଼ିଶା ଜମିରେ ବ୍ରିଜ୍ ତିଆରି କରି ପୁଣି ନିଜର ଦବଦବା ଜାହିର୍ କରିଛି ପଡ଼ୋଶୀ ଛତିଶଗଡ ସରକାର। ନୂଆପଡା ଜିଲ୍ଲା ସୀମାନ୍ତ ଡଙ୍ଗରିପାଲି ଗାଁ ଧାଙ୍ଗରୀନାଳ ଉପରେ ଛତିଶଗଡ ସରକାର ଏକ ବ୍ରିଜ୍ ତିଆରି କରିଥିବା ଜଣାପଡିଛି। ଏହି ବ୍ରିଜ୍ ନିର୍ମାଣ କରି ଓଡ଼ିଶାର ପାଖାପାଖି ୫୦ ମିଟର ଜମି ମାଡି ଆସିଥିବା ଅଭିଯୋଗ ହୋଇଛି। ଏ ରାସ୍ତା କେନ୍ଦୁମୁଣ୍ଡା ପଂଚାୟତ ସହ ଡଙ୍ଗରିପାଲିକୁ ସଂଯୋଗ କରିଥାଏ। ଓଡିଶା ସରକାର, ପଂଚାୟତ, […]
ନୂଆପଡ଼ା: ପୁଣି ଥରେ ସକ୍ରିୟ ବାଘ ଛାଲ ରାକେଟ୍। ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ଇନ୍ଦାଗାଁରୁ ଜବତ ହୋଇଛି କଲରାପତରିଆ ବାଘର ଛାଲ। ଛତିଶଗଡ଼ ପୋଲିସ୍ ଓ ବନ ବିଭାଗର ମିଳିତ ଚଢ଼ାଉ ପରେ ଏହି ବାଘ ଛାଲ ଜବତ ହୋଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ନୂଆପଡା ଜିଲ୍ଲା ସିନାପାଲି ଥାନା ନଙ୍ଗଲବୋଡ ଗାଁର ସଞୟ ବାଗ ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବନ ବିଭାଗ ଓ […]
ଭୁବନେଶ୍ୱର: ପୁଣି ଥରେ ଦୁଇ ଆଥଲେଟ୍ ଭଉଣୀଙ୍କ କଳିକୁ ନେଇ ଚର୍ଚ୍ଚା। ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କାରଣ ଦୂତୀ ଏବେ ବଡ଼ ଭଉଣୀ ସରସ୍ୱତୀଙ୍କୁ ଆକ୍ଷେପ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯେଉଁ ଘଟଣା ପାଇଁ ଦୂତୀଙ୍କୁ ସରସ୍ୱତୀ କଡ଼ା ସମାଲୋଚନା କରିବା ସହ ମାଡ଼ ମାରିଥିଲେ, ଏବେ ତାହା ହିଁ ସେ କରୁଛନ୍ତି। ଏପରିକି ଚାଲୁଣି କହୁଛି ଛୁଞ୍ଚିକି ବୋଲି କହି […]
ଛତ୍ରପୁର: କରୋନା କଟକଣା ଭାଙ୍ଗି ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ। ପୋଲସରା ବ୍ଲକ ଜା.ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଦରାଜପୁର ଗାଁରେ ୫ ଶହ ଲୋକଙ୍କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଇଥିଲେ ଏହି ଜନପ୍ରତିନିଧି। ଏହାସହ ଗିରଫ ନାଏବ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ […]