• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ।

  • କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା ।

  • DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଛନ୍ତି କେନ୍ଦ୍ର ସରକାର । 

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟରେ ଏହି ୧୧% DA ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମାସ ପହିଲାରୁ ଲାଗୁ ହେବ । ଏହାଦ୍ୱାରା ୪୫ ଲକ୍ଷରୁ ଅଧିକ କେନ୍ଦ୍ର ସରକାର କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଧାରୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ମର୍ଚେଣ୍ଡ ସିପ୍ ସବସିଡାରି ବ୍ୟବସ୍ଥାକୁ ବି ଅନୁମୋଦନ କରାଯାଇଛି ।

ଏହାଛଡ଼ା ଦେଶରେ ଆୟୁଷ ହସ୍ପିଟାଲ୍‌କୁ ଉନ୍ନତ କରିବା ସହ ରୋଗୀ ସେବାକୁ ଯେପରି ଗ୍ରାମାଞ୍ଚଳରେ ପହଞ୍ଚାଯିବ ତାକୁ ନେଇ ବି ଆଲୋଚନା ହୋଇଛି । ଆସନ୍ତା ୧୯ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଏନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମୋଦିଙ୍କ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ ।

ତେବେ କେନ୍ଦ୍ର ସରକାର ସେପ୍ଟେମ୍ବର ମାସରୁ ନିଜର କର୍ମଚାରୀଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଦେବା ଆରମ୍ଭ କରିବେ । ସୁବଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୯ ଜୁଲାଇ ପରେ କେନ୍ଦ୍ରୀୟ କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବାକୁ ଯାଉଛନ୍ତି । ଅର୍ଥ ମନ୍ତ୍ରଣାଳୟ କହିଥିଲା ଯେ ୨୦୨୦ ଜାନୁଆରୀ ୧ରୁ ୨୦୨୧ ଜୁନ୍‌ ୩୦ ଯାଏ କୌଣସି କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ମିଳିବ ନାହିଁ ।

ଏହାର ଅର୍ଥ କର୍ମଚାରୀଙ୍କ ୩ କିସ୍ତି ମହଙ୍ଗା ଭତ୍ତା ବାକି ରହିଥିଲା । ଏହି ଅର୍ଥକୁ କରୋନା ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାର କହିଥିଲେ । ଏବେ ବାକି ରହିଥିବା କିସ୍ତି ସହ ନୂଆ ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ସେପ୍ଟେମ୍ବରରୁ ମିଳିବା ଆରମ୍ଭ ହେବ ।