ଚିତ୍ରକୋଣ୍ଡା: ଯୁଗ ଓ ସମୟର ବଡ଼ ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତି ହୋଇଥିଲେ ବି ଆଜିବି ଅନେକ ଲୋକ ଅନ୍ଧବିଶ୍ୱାସ ଦ୍ୱାରା କବଳିତ। ଆଉ ଏହାର ପରିଣାମ ଏତେ ଭୟଙ୍କର ହୋଇଛି ଯେ ଦୁଇଟି ପରିବାରକୁ ଆଜି ବାସହରା ହେବାକୁ ପଡିଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗାଜଲମାମୁଡ଼ି ପଞ୍ଚାୟତର ତୋଟାଗୁଡା ଗ୍ରାମରେ। ସୂଚନା ଅନୁଯାୟୀ, ତୋଟାଗୁଡା ଗ୍ରାମରେ ମୋଟ ୩୩ ପରିବାର ରହୁଛନ୍ତି। କିନ୍ତୁ ଉକ୍ତ ଗ୍ରାମରେ […]
ଭୁବନେଶ୍ୱର: ରାଜ୍ୟରେ ଟ୍ରପ୍ ଲାଇନ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବୌଦ୍ଧ, ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିପାଇଁ ଏହି ୮ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ପୂର୍ବ ମଧ୍ୟପ୍ରଦେଶଠାରୁ ରାଜସ୍ଥାନ ପର୍ଯ୍ୟନ୍ତ ଏହି ଟ୍ରପଲାଇନ ଲମ୍ବିଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା […]
ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଗଜପତିଙ୍କ ସାକ୍ଷାତକାର ପରେ ସରକାର ଜଗନ୍ନାଥ ପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କହିବା ସହ ଆଇନମନ୍ତ୍ରୀ ଓ ଆଡଭୋକେଟ ଜେନେରାଲଙ୍କୁ ତୁରନ୍ତ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ […]
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଓଡ଼ିଶା କ୍ୟାଡ଼ରର ୨୦୧୭ ବ୍ୟାଚର ୫ଜଣ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ମିଳିଲା ନିଯୁକ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଟିଟିଲାଗଡ଼ ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସେ ଏବେ ଓମଫେଡ୍ ସିଜିଏମ୍ ସହ ହକି ପ୍ରୋମୋସନ୍ କାଉନସିଲ ସିଇଓ […]
ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗ ନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧି। ସରକାରଙ୍କ ମୁଖା ଖୋଲିଯାଇଛି ବୋଲି କହିଛନ୍ତି କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର। ସେ କହିଛନ୍ତି ଯେ ମହାରାଜା ସତକୁ ଭକ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି। ଗଜପତିଙ୍କ ଶେଷ ଚିଠି ଗୁରୁତ୍ୱପୂର୍ଣ୍ଣ। ହୃଦୟର ଭାବ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ। ସାଲଭେଙ୍କୁ କାହିଁକି ନିଆଯାଇଥିଲା। ତାଙ୍କୁ ଦିଆଯାଇଥିବା ପଇସା କାହା ପଇସା, ଯେଉଁମାନେ ଜଗନ୍ନାଥଙ୍କ ବଡ଼ ଭକ୍ତ କହୁଥିଲେ, […]
ବରଗଡ଼: ପାରିବାରିକ କଳହ କେତେ ଭୟଙ୍କର ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ। ସ୍ୱାମୀଙ୍କ ସହିତ ପାଟିତୁଣ୍ଡ ହେବା ପରେ ସ୍ତ୍ରୀ ଓ ତାଙ୍କର ଯାଆଁଳା ପୁଅ ବିଷ ପିଇଦେବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଛି। କେମିତି ଥିଲା ଘଟଣା:- ବରଗଡ଼ ଜିଲ୍ଲା ସଦର ଥାନା ଚାରପାଲି ଗାଁ ଗୋପୀନାଥ ବନ୍ଛୋରଙ୍କ ସହିତ ପତ୍ନୀ ଉତ୍ତରା ଓ ଦୁଇ ଯାଆଁଳା ପୁଅ(ଜଗା ଏବଂ ବଳିଆ)ଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ […]
ଭଦ୍ରକ: ଭଦ୍ରକରେ ପୁଣି ସାପ ଆତଙ୍କ। ଆଜି ଜଣଙ୍କ ଘରୁ ଉଦ୍ଧାର ହୋଇଛି ମାଳମାଳ ସାପ। ଭଦ୍ରକ ଵ୍ଲକ କଲେଇ ପଞ୍ଚାୟତର ରଙ୍ଗରାଜପୁର ଗ୍ରାମର ବିଜୟ ଵିଶ୍ଵାଳଙ୍କ ଘରୁ ୪୩ ଟି ଛୋଟ ସାପ, ୫୮ ଟି ଅଣ୍ଡା ଓ ମାଆ ନାଗକୁ ଭଦ୍ରକ ସାପ ଧରାଳି ମିର୍ଜା ଆରିଫ ଉଦ୍ଧାର କରିଛି। ଗତ ୮ ଦିନ ହେଲା ବିଜୟ ଵିଶ୍ଵାଳ ନିଜ ଘରେ ସାପ ଏଣେ ତେଣେ ଵୁଲୁଥିବାର ଦେଖିଥିଲେ। ମାଟି ଘରେ ବିଭିନ୍ନ ସ୍ଥାନରେ […]
ଭୁବନେଶ୍ୱର: କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି। ଅସୁବିଧା ବେଳେ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ ସାହୁ କରୋନା […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏଣେ CBSE ଓ ICSEର ନିଷ୍ପତ୍ତି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି, ଏବେ ତା ଉପରେ ନଜର। CBSE ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର […]
ଭଞ୍ଜନଗର: ଜଏନ୍ କରୁ କରୁ ଆରମ୍ଭ ହୋଇଗଲା ଲାଞ୍ଚ ନେଲେ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। କିଛି ଦିନ ତଳେ ଥିବା ଚାକିରିରେ ଜଏନ୍ କରିଥିବା ପୁଲିସ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଗତ ୨ ମାସ ତଳେ ଜଏନ୍ କରିଥିଲେ। କିଛି […]
ଭୁବନେଶ୍ୱର: ଭୂମିକମ୍ପରେ ଥରିଲା ଓଡ଼ିଶା। ରାୟଗଡ଼ାର କାଶୀପୁର ଅଞ୍ଚଳରେ ମୃଦୃ ଭୂମିକମ୍ପ ହୋଇଥିଲା, ଯାହା ହାଲକା ଭାବେ ହୋଇଥିଲା। ଏହି ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude 3.6 on the Richter scale, occurred in Kasipur area of Rayagada district in Odisha at 16:40 hours today: National Centre for Seismology pic.twitter.com/UtzGOmFpsJ — ANI (@ANI) June 22, 2020 […]
ସୋର: ଘରୁ ତଡ଼ା ଖାଇବା ପରେ ୨ ଦିନ ଧରି ରାସ୍ତାକଡ଼ ନାଳ ପାଖରେ ପଡ଼ିରହିଲା ବାପା। ଆଉ ଯିଏ ଉଦ୍ଧାର କଲା, ନିର୍ଧୁମ ଛେଚା ଖାଇଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ। ପିତୃ ଦିବସରେ ବାପାକୁ ପୁଅର ଏଭଳି ନିର୍ମମ ପ୍ରତିଦାନକୁ ନେଇ ସାରା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ୮୩ ବର୍ଷୀୟ ବୃଦ୍ଧ ବାଞ୍ଛାନିଧି ନାୟକଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ତାଙ୍କ […]
ନବରଙ୍ଗପୁର, ନୟାଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ। ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ପରିବାର […]
ବାଲିଗୁଡା: କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ ନେଇ ଉପଜିଲ୍ଲାପାଳ କହିଛନ୍ତି। ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା ପୋଲିସ ଜବତ କରିଛି। ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା […]
ଭୁବନେଶ୍ୱର: ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ ? ରଥ ବନ୍ଦ ଷଡ଼ଯନ୍ତ୍ରକୁ ନେଇ OTV ହାତରେ ଲାଗିଛି ବଡ଼ ଦସ୍ତାବିଜ୍। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା। ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା, ସ୍ୱତ୍ତ୍ୱ ଲିପି, ପରମ୍ପରାକୁ ଦେଖି ଅନୁମତି ଦେବା ବିଧେୟ। ୧୦ଟି ବିନ୍ଦୁ ଦର୍ଶାଇ ରଥଯାତ୍ରା ପାଇଁ ସୁପାରିଶ କରିଥିଲା କମିଟି। ଯେପରି ବିନା ଭକ୍ତରେ ରଥଯାତ୍ରା, ପୁରୀ […]
ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି। ଆଜି ସକାଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇ ବନବିଭାଗ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ଅନୁଗୋଳ DFO ଏବଂ ଅନ୍ୟ କର୍ମଚାରୀ ପହଁଚି ହାତୀର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଆରମ୍ଭ କରିଥିଲେ। ମୃତହାତୀର ପାଟିରୁ ରକ୍ତ […]
ଭୁବନେଶ୍ୱର: ଆସନ୍ତାକାଲି ରବିବାର ସୂର୍ଯ୍ୟୋପରାଗ। ଓଡ଼ିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ପର୍ଯ୍ୟନ୍ତ ପରାଗ ଚାଲିବ। ଏହା ବିରଳ ବଳୟ ସୂର୍ଯ୍ୟୋପରାଗ ବୋଲି କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଉତ୍ତର ଭାରତରେ ସଂପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ରାଜସ୍ଥାନ, ହରିଆଣାରେ ବିରଳ ବଳୟ ସୂର୍ଯ୍ୟ ପରାଗ ଦେଖିହେବ। ତେବେ ଦେଶର ଯେତେ ଦକ୍ଷିଣକୁ ଆସିବେ ସୂର୍ଯ୍ୟୋପରାଗର ପ୍ରତିଶତ କମି କମି ଆସିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜରେ […]
ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ସାଢ଼େ ୪ କିଲୋ ବ୍ରାଉନସୁଗାର। ରସୁଲଗଡ଼ ଛକରୁ ଆଜି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ଯାହାକି ଏସଟିଏଫ୍ ପାଇଁ ବଡ଼ ସଫଳତା ବୋଲି ପୋଲିସ ଡିଜି କହିଛନ୍ତି। ସେପଟେ ଗତ ୬ ମାସ ଭିତରେ ରାଜ୍ୟରୁ ମୋଟ ୧୨ କିଲୋ ବ୍ରାଉନସୁଗାର ଜବତ ହୋଇଛି, ଯାହା ଓଡ଼ିଶା ପୋଲିସ ୨୦୧୬ରୁ ୨୦୧୯ ୩ ବର୍ଷ ମଧ୍ୟରେ ଜବତ କରିଥିବା ବ୍ରାଉନସୁଗାର ପରିମାଣ ସହ ଏହା ସମାନ ବୋଲି କହିଛନ୍ତି […]
ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ। ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ା ୯, ସୁନ୍ଦରଗଡ଼ ୭ ଓ କନ୍ଧମାଳରୁ ୬ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged on 16.6.2020. 19 from Jajpur 15 from Cuttack 11 from Mayurbhanj & Khordha […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢିଥିବାବେଳେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି। ସେହିପରି ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଥିବା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଡ଼କାପଦରରେ ଟ୍ରାକ୍ଟର ଓଲଟି ୪୦ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଶ୍ରମିକମାନେ ଗୋଟିଏ ଟ୍ରାକ୍ଟରରେ ୨୦ କିଲୋମିଟର ଦୂର ଗୋବିନ୍ଦପାଲି ଯାଉଥିଲେ। ଗୋବିନ୍ଦପାଲି ସାପ୍ତାହିକ ହାଟକୁ ମଡାକାପଦର ଏବଂ ଏହାର ଆଖପାଖ ଅଂଚଳରୁ ଉକ୍ତ ଟ୍ରାକ୍ଟର ରେ ଆସୁଥିଲେ। ମୁଦୁଲିପଡ଼ା ଥାନାର ମାଡ଼କାପଦର ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। […]
୧. ହୁ ହୁ ବଢୁଛି ତେଲ ଦର: ଗଲା ୯ ଦିନରେ ପେଟ୍ରୋଲ୍ ବଢ଼ିଲାଣି ୫ଟଙ୍କା ୧୦ ପଇସା, ଡିଜେଲ୍ ବଢ଼ିଲାଣି ୫ଟଙ୍କା ୧୭ , କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ, ପରସ୍ପରକୁ ଦୋଷ ଦେଲେ ବିଜେପି-ବିଜେଡି, ଖାଉଟି ହତାଶ। ୨. କାଲିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ, ୩୧ ଜୁଲାଇ ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଚାଲିବ ଅଭିଯାନ, ସେପଟେ ରାଜ୍ୟରେ ଆଜି ଆଉ ୧୪୬ ନୂଆ ପଜିଟିଭ୍, ଚିନ୍ତା […]
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ତେବେ ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼। ଏହି ସବୁ […]
ଭୁବନେଶ୍ୱର: ତେଲ ଦରରେ ନିଆଁ। ଆଜିକୁ ମିଶାଇ ୯ ଦିନ ହେଲା ଦୈନିକ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୭ ତାରିଖରେ ପେଟ୍ରୋଲ ଲିଟର ପିଛା ୬୩ ପଇସା ବଢିଥିବା ବେଳେ ଆଜି ବଢିଛି ୪୮ ପଇସା। ୯ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୧୦ ପଇସା ବଢିଛି। ସେହିପରି ଏହି ୯ ଦିନରେ ଡିଜେଲ ଲିଟର ପିଛା ବଢିଛି ୫ଟଙ୍କା ୧୭ ପଇସା। କରୋନା ସଂକ୍ରମଣକୁ ନେଇ […]
ଉଦଳା: ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ। ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ ନ […]