ଭଦ୍ରକ : ମଦମୃତ୍ୟୁ ବିଭୀଷିକାରୁ ମୁକୁଳିପାରୁନି ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳ। ଭୋଟ୍ ପୂର୍ବରାତିର ମଜ୍ଲିସ୍, ଆତଙ୍କ ଖେଳାଇଦେଇଛି ପୀରହାଟ ନୂଆସାହିରେ। ଗତରାତିରେ ଆଉ ୨ ଜଣ ଆଖିବୁଜିବା ପରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଏପଟେ ଶତାଧିକ ଅସୁସ୍ଥଙ୍କ ଭିତରୁ ୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୫ ଜଣ ଭଦ୍ରକ ମେଡିକାଲ୍ରେ ଓ ୭ରୁ ଅଧିକ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ଏବେବି ଚିକିତ୍ସାଧୀନ ଅଛନ୍ତି। ତେବେ କେଉଁଠୁ ଆସିଲା […]
ପୁରୀ : କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା […]
ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି। ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ୍। ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ […]
ଭୁବନେଶ୍ୱର : ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ସମୟ ଯେତିକି ଅତିବାହିତ ହେଉଛି, ମନରେ ଦକ ସେତିକି ବଢୁଛି। ବିଶାଖାପାଟଣା ଠାରୁ ୩୯୦ ଓ ପୁରୀଠାରୁ ୬୫୦କିଲୋମିଟର ଦୂରରେ ଥିବା ଫୋନି ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢୁଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ରହିଛି। ପୁରୀର ନିକଟରେ ଓ ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଫୋନି ଓଡ଼ିଶା ଉପକୂଳ ଅତିକ୍ରମ […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନି ଲାଗି ଟ୍ରେନ୍ ସେବା ପ୍ରଭାବିତ ହେବ। ଏଥିଲାଗି ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଟ୍ରେନ୍ ସେବା ବାତିଲ୍ କରାଯାଇଛି। ସୂଚନା ମୁତାବକ, ଆସନ୍ତା କାଲି ଠାରୁ ଭଦ୍ରକ-ବିଜୟନଗର ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ ଏବଂ ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍, ହାୱଡ଼ାରୁ ଇଷ୍ଟକୋଷ୍ଟ ଓ କରମଣ୍ଡଳ ଏକ୍ସପ୍ରେସ୍ ,ହାୱଡ଼ାରୁ ପୁରୀ ଅଭିମୁଖେ […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ଅଧିକ ଫୋର୍ସ ସଜାଗ ରହିବା ସହ IPSଙ୍କ ଛୁଟି ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGP। ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୧୧ଜଣ ଆଇପିଏସ ଅଧିକାରୀଙ୍କୁ ୧୧ଟି ଜିଲ୍ଳାର ଦାୟିତ୍ୱ ଦିଆଯାଇଛି। ଏଡିଜି (ସିଆଇଡି କ୍ରାଇମବ୍ରାଞ୍ଚ) ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଯାଜପୁର, ରେଳବାଇ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ପୋଲିସ ଆଧୁନିକୀକରଣ ଏଡିଜି ବିନୟ ତୋଷ […]
ଭୁବନେଶ୍ୱର : ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ବିପିୟୁଟି ଅଧୀନରେ ଥିବା ୧୬୪ କଲେଜର ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ମାସ ୨, ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ଉକ୍ତ ପରୀକ୍ଷାଗୁଡ଼ିକ ଯଥାକ୍ରମେ ମେ’ ୨୫, ୨୭ ଓ ୨୮ରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ‘ଫୋନି’ ପାଇଁ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ଭୁବନେଶ୍ୱର : ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ଭୀଷଣ ରୂପ ଧାରଣ କରି ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଫୋନି’। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା କୌଣସି କର୍ମଚାରୀ ଛୁଟିରେ ଯାଇପାରିବେନି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଛୁଟିରେ ଯାଇଥିବା ଅଧିକାରୀ ଜିଲ୍ଲା ମୁଖ୍ୟରେ ଆସି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପୁରୀ : ପୁରୀ ନିକଟରେ ବାତ୍ୟା ଫୋନି ଲ୍ୟାଣ୍ଡ ଫଲ୍ କରିବା ସଂଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଆସନ୍ତା କାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବାନ୍ଧିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଅଧିକ ଜରୁରୀ ପରିସ୍ଥିତିରେ ଶ୍ରୀଜିଉଙ୍କ ନୀତି ସଂପାଦନ ବ୍ୟାହତ ନହେବା ପାଇଁ ଅନ୍ୟ ଏକ […]
କଟକ : ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ କମିଶନରେଟ୍ ପୁଲିସର ରେଡ୍। ତିନି କୋଣିଆ ବଗିଚା ସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମା ମାଡ଼ ଘଟଣାରେ ଦର୍ଘା ବଜାର ପୁଲିସ ମୋକିମଙ୍କ ଘରେ ରେଡ୍ କରିଥିଲା। ଏହି ଚଢାଉ ବେଳେ ପୁଲିସ ମୋକିମଙ୍କ ଘର ଓ ତାଙ୍କ କାର୍ଯ୍ୟାଳୟର ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଚଢାଉ ସମୟରେ ମୋକିମ୍ ନଥିବା ସୂଚନା ମିଳିଛି।
ଭୁବନେଶ୍ୱର : ଭୁବନେଶ୍ୱର ଓୟୁଏଟିରେ ୨ ଜଣ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। +୩ ପ୍ରଥମ ବର୍ଷ ଏଗ୍ରିକଲଚର ବିଭାଗର ୨ ଛାତ୍ରଙ୍କୁ ସିନିୟର ଛାତ୍ର କଲେଜ ପରିସରରେ ମାଡ ମାରିଥିଲେ। ଏନେଇ ପୀଡିତ ଛାତ୍ର ଶିରିପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଓୟୁଏଟି କର୍ତ୍ତୃପକ୍ଷ କହିଛନ୍ତି, ଶୃଙ୍ଖଳା କମିଟି ବସି ଘଟଣାର ତଦନ୍ତ କରାଯିବା ସହ ରାଗିଂ କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ବର୍ଷେ ତଳେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ […]
ଗଜପତି ( ଆଦର୍ଶ ଦାସ୍) : ଟିକେଟ୍ ନପାଇ ଯାତ୍ରୀ ହନ୍ତସନ୍ତ। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲ୍ୱେ ଷ୍ଟେସନରେ। ଗତ ୨ଦିନ ଧରି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କୁ ଟିକେଟ୍ ମିଳିପାରୁନାହିଁ। ପାରଳାଖେମୁଣ୍ଡିରୁ ରେଳରେ ଯାତ୍ରା କରିବା ପାଇଁ ଷ୍ଟେସନ ପକ୍ଷରୁ ଗୋଟିଏ ରସିଦ ନୌପଡ଼ା ପର୍ଯ୍ୟନ୍ତ ଦେଉଛନ୍ତି। ସେଠାରେ ପୁଣି ଥରେ ଟ୍ରେନ୍ରୁ ଓହ୍ଲାଇ ଟିକେଟ୍ ନେବାକୁ ପଡୁଛି। ଫଳରେ କେତେବେଳେ ଟିକେଟ୍ ମିଳୁନି ତ କେତେବେଳେ ସମୟ ଅଭାବରୁ […]
ପୁରୀ(ମଧୁସୂଦନ ମିଶ୍ର) : ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହା ବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି […]
ଯାଜପୁର : ଯାଜପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା। ଅଭିଯୁକ୍ତକୁ ଗିରଫ ଦାବିରେ ବଡ଼ଚଣା ଥାନା ସମ୍ମୁଖରେ ବିଜେପି କର୍ମୀ ଓ ସମର୍ଥକ ଧାରଣା ଦେବା ବେଳେ ବିଜେପି ନେତା ଅମର ନାୟକଙ୍କ ସମେତ ୧୫ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକଙ୍କୁ କୁଆଖିଆ ଥାନାରେଅଟକ ରଖିଲା ପୁଲିସ୍। ଖବର ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀ ଥାନା ଆଗରେ ରୁଣ୍ଡ ହେବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲାା ଯାଜପୁର ଅତିରିକ୍ତ ଏସ୍ପି ଅକ୍ଷୟ ଦାସ ଓ […]
ଖୋର୍ଦ୍ଧା (ବଳରାମ ଲେଙ୍କା) : ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ। ବାତ୍ୟା ପାଇଁ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି। ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍ ଆସୋସିଏସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା ନେବାକୁ ମଧ୍ୟ ବାରଣ କରାଯାଇଛି। ଏଥିସହ, ପର୍ଯ୍ୟଟକ ଯେଭଳି ଭିତରକୁ ନଯିବେ ସେନେଇ ସଂଘ ନୋଟିସ୍ ଜାରି କରିଛି। ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା […]
ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ତିହିଡିରେ ହୋଇଥିବା ମଦ ମୃତ୍ୟୁ ବିଭୀଷିକାର ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଅବକାରୀ କମିଶନରଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ମଦର ନମୂନା ସଂଗ୍ରହ କରିଛନ୍ତି। ପରୀକ୍ଷା ପରେ ସେଗୁଡିକ ବିଷାକ୍ତ ମଦ କି ନାହିଁ ସେ ସମ୍ପର୍କରେ ଜଣାପଡିବ ବୋଲି ଅବକାରୀ ସଚିବ କହିଛନ୍ତି। ବର୍ତ୍ତମାନ […]
ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ଧର୍ମେନ୍ଦ୍ର-ନବୀନ ଭେଟ୍ଘାଟ୍। ଆଜି ମୁଖ୍ୟମନ୍ତ୍ରୀ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ଲାଗି ଦିଲ୍ଲୀ ଯାଇଥିବା ବେଳେ ଏୟାରପୋର୍ଟରେ ଧର୍ମେନ୍ଦ୍ରଙ୍କ ସହ ସାକ୍ଷାତ୍ ହୋଇଥିଲା। ଉଭୟ ନେତା ଏକା ସମୟରେ ଯାଉଥିବା ବେଳେ ଏହି ସାକ୍ଷାତ ହୋଇଯାଇଥିବା କୁହାଯାଉଛି। ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ ସମ୍ଭାଷଣ ଜଣାଇବା ସହ ତାଙ୍କ ସହିତ ବିମାନବନ୍ଦର ବାହାର ପର୍ଯ୍ୟନ୍ତ ଯାଇଥିଲେ। ନିର୍ବାଚନ ପ୍ରଚାର ସମୟରେ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ସତ୍ତ୍ୱେ ଦୁଇ ନେତାଙ୍କ ମଧ୍ୟରେ ଆଜିର […]
ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହେବ ପଇତାଲାଗି ନୀତି। ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ। ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପଇତାଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]
ଗଂଜାମ : ବାତ୍ୟା ‘ଫୋନି’କୁ ନେଇ ଗଂଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି। ମାଟିଘରେ ରହୁଥିବା ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ ଆଜିରାତିରୁ ସଚେତନ କରାଯିବ। ଜିଲ୍ଲାରେ ଥିବା ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ମେଡିକାଲରେ ଆଣି ରଖିବାକୁ ବ୍ୟବସ୍ଥା କରାଯିବ। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଖାଦ୍ୟ ମହଜୁଦ ରଖାଯାଇଛି। ଗୋଟିଏ ବି ଜୀବନ ଯେପରି ହାନୀ ନହୁଏ ସେଥିଲାଗି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି। ସରକାରୀ କର୍ମଚାରୀଙ୍କ ଛୁଟି […]
ଭୁବନେଶ୍ୱର : ଆକାଶରୁ ସତେ ଯେମିତି ଅଗ୍ନିବର୍ଷା ହେଉଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢୁଛି। ତେବେ ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଆଜି ଏଠାରେ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୩.୨, ଅନୁଗୋଳରେ ୪୩.୧, […]
ଭୁବନେଶ୍ୱର/କଟକ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହ ବିଭିନ୍ନ ଦଳର ନେତା ଓ ସଂଗଠନର ସଦସ୍ୟ ଏକାଠି ହୋଇ ରାଜଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। […]
ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା।
ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା ।
କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।