Advertisment

ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ପ୍ୟାକେଜ୍‌

ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା।

author-image
Minati Mishra
ଅଦ୍ୟତନ ହୋଇଛି
ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ପ୍ୟାକେଜ୍‌

Covid package for woman

ଭୁବନେଶ୍ୱର: ମହିଳା ବିକାଶ ପାଇଁ ପୁଣି ଆଗେଇ ଆସିଲେ ନବୀନ ପଟ୍ଟନାୟକ। ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ ।

Advertisment

ତା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମହିଳାଙ୍କୁ ତାଲିମ ଦିଆଯିବ ଏବଂ ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲି ପାରିବେ। ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ପ୍ୟାକେଜ ଘୋଷଣା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ଓଡ଼ିଶାର ୭୦ ଲକ୍ଷ ମହିଳାଙ୍କର ଏକ ବିରାଟ ଅନୁଷ୍ଠାନ। ମହିଳାଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣଙ୍କ ସହ ଅଛି।’

Advertisment

କୋଭିଡ ସମୟରେ ମହିଳାଙ୍କ ଭୂମିକାକୁ ପ୍ରଶଂସା କରି କହିଥିଲେ, କୋଭିଡ ସମୟରେ ମିଶନ୍ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି।ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନାଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କୁ ସଚେତନତା ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଁ ସବୁବେଳେ କହି ଆସିଛି, ମାଆ ସଶକ୍ତ ହେଲେ ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ। ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ନିର୍ମିତ ହେବ, ସେଥିରେ ସେମାନଙ୍କୁ ତାଲିମ ଦିଆଯିବା ସହ ସେମାନଙ୍କ ଦ୍ୱାରା ସାମଗ୍ରୀ ବିକ୍ରି ପାଇଁ କେନ୍ଦ୍ର ଖୋଲାଯିବା ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସଂପର୍କରେ ସେଠାରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ। ’

Odisha News Covid Package For Woman
Advertisment
Advertisment