• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chhatisanijog
ଛତିଶା ନିଯୋଗ ବୈଠକ ବର୍ଜନ କଲେ ଶ୍ରୀମନ୍ଦିର ସେବାୟତ

ପୁରୀ(ମଧୁସୂଦନ ମିଶ୍ର) :  ଛତିଶା ନିଯୋଗ ବୈଠକ ବର୍ଜନ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିରରେ ସେବାୟତ ସଂଖ୍ୟା ହ୍ରାସ ପାଇଁ ଉଲ୍ଲେଖ ଥିବା ଅଭିଯୋଗ କରି ବୈଠକ ବର୍ଜନ କରିଛନ୍ତି ସେବାୟତ। ତେବେ ଏନେଇ ସ୍ପଷ୍ଟୀକରଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, କୌଣସି ବଂଶାନୁକ୍ରମିକ ସେବା ଉଚ୍ଛେଦ କରାଯାଇନାହିଁ। କିନ୍ତୁ ସଂଖ୍ୟା ସୀମିତ କରାଯାଇଛି। ଏହା ବ୍ୟତୀତ ବି.ଡି. ଶର୍ମାଙ୍କ ରିପୋର୍ଟକୁ କେବଳ ଉଦାହରଣ ଭାବେ ସତ୍ୟପାଠରେ ସଂଲଗ୍ନ କରାଯାଇଛି […]

  • Saturday, 17 July 2021
protest
ବଡ଼ଚଣା ଥାନା ସମ୍ମୁଖରେ ବିଜେପି କର୍ମୀ ଓ ସମର୍ଥକଙ୍କ ଧାରଣା

ଯାଜପୁର : ଯାଜପୁରରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣା।  ଅଭିଯୁକ୍ତକୁ ଗିରଫ ଦାବିରେ ବଡ଼ଚଣା ଥାନା ସମ୍ମୁଖରେ ବିଜେପି କର୍ମୀ ଓ ସମର୍ଥକ ଧାରଣା ଦେବା ବେଳେ ବିଜେପି ନେତା ଅମର ନାୟକଙ୍କ ସମେତ ୧୫ରୁ ଅଧିକ ବିଜେପି କର୍ମୀ ଓ ସମର୍ଥକଙ୍କୁ କୁଆଖିଆ ଥାନାରେଅଟକ ରଖିଲା ପୁଲିସ୍। ଖବର ପାଇଁ ବହୁ ସଂଖ୍ୟାରେ ବିଜେପି କର୍ମୀ ଥାନା ଆଗରେ ରୁଣ୍ଡ ହେବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲାା ଯାଜପୁର ଅତିରିକ୍ତ ଏସ୍‌ପି ଅକ୍ଷୟ ଦାସ ଓ […]

  • Saturday, 17 July 2021
chilika
ବାତ୍ୟା ପାଇଁ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଚାଲିବନି ବୋଟ୍

ଖୋର୍ଦ୍ଧା (ବଳରାମ ଲେଙ୍କା) : ୫ ଯାଏଁ ଚିଲିକାକୁ ଡଙ୍ଗା ବନ୍ଦ। ବାତ୍ୟା ପାଇଁ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚାଲିବନି। ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଚିଲିକା ମଧ୍ୟକୁ କୌଣସି ମାଛମରା ଡଙ୍ଗା ନେବାକୁ ମଧ୍ୟ ବାରଣ କରାଯାଇଛି। ଏଥିସହ, ପର୍ଯ୍ୟଟକ ଯେଭଳି ଭିତରକୁ ନଯିବେ ସେନେଇ ସଂଘ ନୋଟିସ୍‌ ଜାରି କରିଛି। ୧ ତାରିଖ ସକାଳ ସୁଦ୍ଧା ସମସ୍ତ ଡଙ୍ଗା […]

  • Saturday, 17 July 2021
liquree death
ମଦମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ତିହିଡିରେ ହୋଇଥିବା ମଦ ମୃତ୍ୟୁ ବିଭୀଷିକାର ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଅବକାରୀ କମିଶନରଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ  ମଦର ନମୂନା ସଂଗ୍ରହ କରିଛନ୍ତି। ପରୀକ୍ଷା ପରେ ସେଗୁଡିକ ବିଷାକ୍ତ ମଦ କି ନାହିଁ ସେ ସମ୍ପର୍କରେ ଜଣାପଡିବ ବୋଲି ଅବକାରୀ ସଚିବ କହିଛନ୍ତି। ବର୍ତ୍ତମାନ […]

  • Saturday, 17 July 2021
naveen
ଦିଲ୍ଲୀ ବିମାନବନ୍ଦରରେ ଧର୍ମେନ୍ଦ୍ର-ନବୀନ ଭେଟ୍‌ଘାଟ୍

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ଧର୍ମେନ୍ଦ୍ର-ନବୀନ ଭେଟ୍‌ଘାଟ୍। ଆଜି ମୁଖ୍ୟମନ୍ତ୍ରୀ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ଲାଗି ଦିଲ୍ଲୀ ଯାଇଥିବା ବେଳେ ଏୟାରପୋର୍ଟରେ ଧର୍ମେନ୍ଦ୍ରଙ୍କ ସହ ସାକ୍ଷାତ୍‌ ହୋଇଥିଲା। ଉଭୟ ନେତା ଏକା ସମୟରେ ଯାଉଥିବା ବେଳେ ଏହି ସାକ୍ଷାତ ହୋଇଯାଇଥିବା କୁହାଯାଉଛି। ଧର୍ମେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କୁ  ସମ୍ଭାଷଣ ଜଣାଇବା ସହ ତାଙ୍କ ସହିତ ବିମାନବନ୍ଦର ବାହାର ପର୍ଯ୍ୟନ୍ତ ଯାଇଥିଲେ। ନିର୍ବାଚନ ପ୍ରଚାର ସମୟରେ ବିଜେପି-ବିଜେଡି ମଧ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ସତ୍ତ୍ୱେ ଦୁଇ ନେତାଙ୍କ ମଧ୍ୟରେ ଆଜିର […]

  • Saturday, 17 July 2021
Puri-Jagannath
ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି

ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହେବ ପଇତାଲାଗି ନୀତି। ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ। ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ।  ପଇତାଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]

  • Saturday, 17 July 2021
phoni
ବାତ୍ୟା 'ଫୋନି'କୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା

ଗଂଜାମ : ବାତ୍ୟା ‘ଫୋନି’କୁ ନେଇ ଗଂଜାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି। ମାଟିଘରେ ରହୁଥିବା ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଆସିବାକୁ ଆଜିରାତିରୁ ସଚେତନ କରାଯିବ। ଜିଲ୍ଲାରେ ଥିବା ସମସ୍ତ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ମେଡିକାଲରେ ଆଣି ରଖିବାକୁ ବ୍ୟବସ୍ଥା କରାଯିବ। ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଖାଦ୍ୟ ମହଜୁଦ ରଖାଯାଇଛି। ଗୋଟିଏ ବି ଜୀବନ ଯେପରି ହାନୀ ନହୁଏ ସେଥିଲାଗି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି। ସରକାରୀ କର୍ମଚାରୀଙ୍କ ଛୁଟି […]

  • Saturday, 17 July 2021
heat
ଆଜି ତାଳଚେରରେ ରେକର୍ଡ ଭାଙ୍ଗିଲା ତାତି

ଭୁବନେଶ୍ୱର  : ଆକାଶରୁ ସତେ ଯେମିତି ଅଗ୍ନିବର୍ଷା ହେଉଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢୁଛି। ତେବେ ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଆଜି ଏଠାରେ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୩.୨, ଅନୁଗୋଳରେ ୪୩.୧, […]

  • Saturday, 17 July 2021
mm
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ

ଭୁବନେଶ୍ୱର/କଟକ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରାଜଭବନ ସମ୍ମୁଖରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହ ବିଭିନ୍ନ ଦଳର ନେତା ଓ ସଂଗଠନର ସଦସ୍ୟ ଏକାଠି ହୋଇ ରାଜଭବନ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। […]

  • Saturday, 17 July 2021
Covid package for woman
ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ସହାୟତା ପ୍ୟାକେଜ୍‌

ମହିଳାଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ହେବା ସହ ମହିଳାଙ୍କୁ ମିଳିବ ସହାୟତା।

office
ଏଣିକି ପ୍ରତି ଶନିବାର ବନ୍ଦ ରହିବ ଅଫିସ୍

ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବ ରାଜ୍ୟରେ ଥିବା ସମସ୍ତ ସରକାରୀ ଅଫିସ୍‌। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅଫିସ୍‌ ଗୁଡ଼ିକ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚାଲିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। 

Abas
କୁଡ଼ିଆ ଘରେ ବିତୁଛି ଅନେକଙ୍କ ଜୀବନ, କାଗଜପତ୍ର ଥାଇ ବି ମିଳୁନି ଆବାସ

ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା ।

Odisha
ପାହାଡ଼ ସାଜିଛି ସ୍କୁଲ ଆଉ ଚଟାଣ ପାଲଟିଛି କ୍ଲାସ ରୁମ୍

କରୋନା ପାଇଁ ବର୍ଷେ ହେଲା ସ୍କୁଲ ବନ୍ଦ । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢା ବ୍ୟବସ୍ଥା କରିଛନ୍ତି । ହେଲେ ପିଲାଙ୍କ ଶିକ୍ଷାଦାନରେ ସମସ୍ୟା ସାଜିଛି ନେଟୱାର୍କ ।

rd
ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଧାରଣା। ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଏବଂ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ ଏବଂ ଛାତ୍ରୀଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି ସେ […]

  • Friday, 16 July 2021
arya-kumar
କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ିକୁ ଆକ୍ରମଣ

ଭଦ୍ରକ(ତପନ ସ୍ୱାଇଁ) : କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ିକୁ ଆକ୍ରମଣ। ଭଦ୍ରକ ବନ୍ତ ଛକରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମନ୍ତ୍ରୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଆର୍ଯ୍ୟ କୁମାରଙ୍କ ଗାଡ଼ି କାଚ ଭାଙ୍ଗି ଯାଇଛି। ଗାଡ଼ି କାଚ ଭାଙ୍ଗିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

  • Friday, 16 July 2021
rain
ଆଜି ରାତିରେ ପ୍ରବଳ ବର୍ଷା ; ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ରାତିରେ ପ୍ରବଳ ବର୍ଷା ହେବ। ଏପରିକି ଜୋରରେ ପବନ ବହିବା ସହିତ ଘଡ଼ଘଡ଼ି ମାରିବ। ଏଥିପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆଜି ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ବର୍ଷା ଓ ଘଡ଼ଘଡ଼ି ମାରିବା ସହ ୩୦ରୁ ୪୦ କି.ମି ବେଗରେ […]

  • Friday, 16 July 2021
flying squad
ପେଟ୍ରୋଲ୍ ପମ୍ପରୁ ୭ଲକ୍ଷ ୪୧ ହଜାର ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ୍

କଟକ  : କଟକ ଅଞ୍ଚଳରେ ୭ଲକ୍ଷରୁ ଅଧିକ ଟଙ୍କା ଜବତ। ଏକ ପେଟ୍ରୋଲ୍ ପମ୍ପରୁ ୭ଲକ୍ଷ ୪୧ ହଜାର ଟଙ୍କା ଜବତ କରାଯାଇଛି। ଜଗତପୁର ନିକଟ ଏକ ପେଟ୍ରୋଲ ପମ୍ପରୁ ନିର୍ବାଚନ କମିଶନ୍‌ଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏସବୁ ଟଙ୍କାକୁ ଜବତ କରିଛି।   ପେଟ୍ରୋଲ ପମ୍ପଟି ଜଣେ ବିଧାୟକ ପ୍ରାର୍ଥୀଙ୍କ ବୋଲି ସୂଚନା ମିଳିଛି। ତେବେ ଏତେ ଟଙ୍କା କାହାର ଏବଂ କେଉଁଆଡ଼େ ନିଆଯାଉଥିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

  • Friday, 16 July 2021
wave
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା

ଭୁବନେଶ୍ୱର : ତତଲା କଢାଇରେ ଭାଜି ହେଉଛି ସାରା ରାଜ୍ୟ। ଦୁଇ ଦିନ ହେଲା ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ତେବେ ଆଜି ୪୫ ଡିଗ୍ରୀ ସେଲ୍‌ସିୟସ ସହ ପୁଣି ଥରେ ରେକର୍ଡ କରିଛି ଟିଟିଲାଗଡ଼ର ତାତି। ଯାହାଫଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି। ଆଜି ବଲାଙ୍ଗିରରେ ୪୩.୫, ତାଳଚେରରେ ୪୩.୩, ସୋନପୁରରେ ୪୩.୨, ଝାରସୁଗୁଡ଼ାରେ ୪୩, ଅନୁଗୋଳ ଓ ସମ୍ବଲପୁରରେ ୪୨.୭, ଭବାନୀପାଟଣାରେ ୪୨.୬, ମାଲକାନଗିରିରେ ୪୨.୫, ସୁନ୍ଦରଗଡ଼ ଓ […]

  • Friday, 16 July 2021
weathetr
ବାତ୍ୟା 'ଫନି'ର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଫନି’ର ପ୍ରଭାବ ଓଡ଼ିଶାରେ ପଡ଼ିବା ସମ୍ଭାବନା କମ୍। ଆଗାମୀ ୪ରୁ ୫ ଦିନ ଯାଏଁ ଏପରି କୌଣସି ଆଶଙ୍କା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଭାରତ ମହାସାଗର ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇ ୨୪ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି […]

  • Friday, 16 July 2021
otv
‘ଓଟିଭି’ର ସ୍ପଷ୍ଟୀକରଣ : ବିଜେଡିର ସବୁ ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଅଭିସନ୍ଧିମୂଳକ

ଭୁବନେଶ୍ୱର : ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ (ବିଜୁ ଜନତା ଦଳ) ଲଗାତାର ଭାବେ କିଛି ଦିନ ଧରି ‘ଓଟିଭି’ର ସାମ୍ୱାଦିକତା ଓ ସମ୍ୱାଦ ପରିବେଷଣର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠେଇ ଆସୁଛି ଏବଂ ମାନନୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗମାନ ଆଣୁଛି। ଏଯାବତ୍‌ ଏ ନେଇ ଅନେକ ଅଭିଯୋଗ ଆମ ପାଖକୁ ଆସିଛି। ଆଉ ଏସବୁର ଉତ୍ତର ଆମେ ନିର୍ବାଚନ ଆୟୋଗଙ୍କ ଆଗରେ ରଖି ସାରିଛୁ। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ, ଆଜି […]

  • Friday, 16 July 2021
lightening
ବଜ୍ରାଘାତରେ ୨ ଛାତ୍ରଙ୍କ ମୃତ୍ୟୁ

କଟକ : ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଛାତ୍ର ଦ୍ୱୟ ହେଲେ ଶିଶିର ଦିଗଲ ଓ ବିଭୂତି ନାୟକ। ଶିଶରଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ବିଭୂତି ନୟାଗଡ଼ ବୋଲି ଜଣାପଡ଼ିଛି। ସେମାନେ ଟାଙ୍ଗୀରେ ଏକ ସ୍କିଲ୍‌ ଡେଭଲପ୍‌ମେଣ୍ଟ୍ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ଆଜି ଅପରାହ୍ଣରେ ଦୁହେଁ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ବଜ୍ରାଘାତରେ ପ୍ରାଣ […]

  • Friday, 16 July 2021
heatwave
୧୧ଟି ସହରର ତାପମାତ୍ରା ୪୦ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ି ଚାଲିଥିବା ବେଳେ ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ଆଜି ତାପମାତ୍ରା ସର୍ବାଧିକ ୪୪ ଡ଼ିଗ୍ରୀ ରହିଥିଲା। ବଲାଙ୍ଗିରରେ ତାପମାତ୍ର ୪୩ ଡ଼ିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୨ ଡ଼ିଗ୍ରୀ ରହିଥିଲା। ଭବାନୀପାଟଣା, ମାଲକାନଗିରି ଓ ସମ୍ବଲପୁରରେ ତାପମାତ୍ର ୪୧.୯ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ହୀରାକୁଦ ଓ ଅନୁଗୋଳରେ ତାପମାତ୍ରା ଯଥାକ୍ରମେ ୪୧.୫ […]

  • Friday, 16 July 2021
hansda
ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି ହାଁସଦା

ବାରିପଦା ( ମାଣିକ୍‌ ଲାଲ୍‌ ପାଣି) : ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ତାଙ୍କ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି। ବିଜେଡିରୁ ନିଲମ୍ବିତ ହେବା ପରେ ସେ ଚଳିତ ନିର୍ବାଚନରେ ସାରସକଣା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ଭାବେ ଲଢୁଛନ୍ତି। ମାଠିଆ ଚିହ୍ନରେ ଲଢୁଥିବା ହାଁସଦା ଗାଁକୁ ଗାଁ ଯାଇ ଭୋଟ୍ ଭିକ୍ଷା କରୁଛନ୍ତି। ତାଙ୍କର ଶତାଧିକ କର୍ମୀ ବାଇକ୍‌ରେ ସାରସକଣା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି।

  • Friday, 16 July 2021
ganza
୧୬ ବସ୍ତା ଗଞ୍ଜେଇ ଜବତ

ମୋହନା ( ମିହିର) : ୧୬  ବସ୍ତା ଗଞ୍ଜେଇ ଜବତ, ଜଣେ ଗିରଫ। ଗଜପତି ଜିଲ୍ଲା ଆର.ଉଦୟଗିରି ପୁଲିସ ୩ କୁଇଣ୍ଟାଲ ୭୫ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁଗାଡ ଗାଁର ଲାବନ୍ୟ କରାଡ଼। ଛକ ନିକଟରୁ ଗଞ୍ଜେଇ ଗଞ୍ଜାମ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ହେବେ ବୋଲି […]

  • Friday, 16 July 2021
wh
କୋରାପୁଟରେ ବିଶ୍ୱ ପୃଥିବୀ ଦିବସ ପାଳିତ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : କୋରାପୁଟରେ ବିଶ୍ୱ ପୃଥିବୀ ଦିବସ ପାଳିତ। ଏହି ଅବସରରେ ବିଭିନ୍ନ ଗ୍ରାମରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲକୁ ସୁରକ୍ଷା ସହ, ବୃକ୍ଷରୋପଣ, ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ଚର୍ଚ୍ଚା କରିଥିଲେ କୋରାପୁଟ ଫରେଷ୍ଟ ରେଞ୍ଜର୍ ସୁବାସ ଖୁଣ୍ଟିଆ।

  • Friday, 16 July 2021