କଟକ : ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା। ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। […]
ବାଲେଶ୍ୱର (ରଞ୍ଜିତ ପାକଳ) : ଚିଙ୍ଗୁଡ଼ି ଘେରିକୁ ମେସିନ୍ ସଜାଡ଼ିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ। ଚାଲିଗଲା ୨ ଜଣ ଯୁବକଙ୍କ ଜୀବନ। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ସିଙ୍ଗଲା ଥାନା ରାଣେଶ୍ୱରପୁର ଡିହଚକସର୍ଥା ଗାଁର ବାବୁରାମ ସିଂ ଓ ବାସୁଦେବ ଜେନା ଚିଙ୍ଗୁଡ଼ି ଘେରିକୁ ମେସିନ୍ ସଜାଡିବାକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା। ସେମାନେ ସେଠାରୁ ପଳାଇ ଆସି […]
ଆନନ୍ଦପୁର(ମୁନ୍ନା ସିଂ): ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ଆୟୋଜନ। ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ହେଲା ବଜ୍ରପାତ। ବରଙ୍କ ମୃତ୍ୟୁ ଘଟିଥିବା ବେଳେ ବଧୂଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି। ମିଳିଥିବା ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହିରେ ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର ଆଜି ଥିଲା ଚତୁର୍ଥୀଭୋଜି। ଭୋଜିକୁ ବନ୍ଧୁବାନ୍ଧବ […]
ଭୁବନେଶ୍ୱର : ବିଜେଡି ଓ ଦଳ ମୁଖିଆ ନବୀନଙ୍କ ବିରୋଧରେ ତଥାଗତଙ୍କ ବିଷୋଦ୍ଗାର। ବିଜେଡି କୌଣସି ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ ରାଜନୈତିକ ଦଳ ଭାବେ ତିଆରି ହୋଇନି, ଏହା ଓ୍ୱାନ୍ ମ୍ୟାନ୍ ଶୋ। ଏକ ଇଂରାଜୀ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ନେତା ତଥାଗତ ଶତପଥୀ। ସେ ଆହୁରି କହିଛନ୍ତି ସାଂପ୍ରତିକ ରାଜନୀତିରେ ନବୀନ ପଟ୍ଟନାୟକ ଅପରିହାର୍ଯ୍ୟ କହିବା ଠିକ୍ ହେବନି। ଜାତୀୟ ଦଳ ଠାରୁ ରାଜ୍ୟବାସୀଙ୍କ ଅସନ୍ତୋଷ ହିଁ ତାଙ୍କୁ ଫାଇଦା […]
ଭୁବନେଶ୍ୱର : ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗିର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି […]
ଖୋର୍ଦ୍ଧା( ବଳରାମ ଲେଙ୍କା) : ଦିନ ଦ୍ୱିପ୍ରହରରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କୁ ହାଣି ଲୁଟିଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ଶ୍ରୀରାମପୁର-ଠଣାପଲ୍ଲୀ ରାସ୍ତାରେ ଏହି ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଦିବ୍ୟ ପ୍ରସାଦ ସାହୁ। ସେ ମାସିକ ଋଣର କିସ୍ତି ଆଦାୟ କରି ରାଜସୁନାଖଳା ଫେରୁଥିବା ବେଳେ ବାଇକ୍ରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପ୍ରଥମେ ମାରଣାସ୍ତ୍ରରେ ହାଣି ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏ […]
ପୁରୀ : ପୁରୀ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ଫୋନିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲା ପାଇଁ ଆଜି ରିଲିଫ୍ ଘୋଷଣା କରିଛନ୍ତି ନବୀନ। ପୁରୀ ଗସ୍ତ ଅବସରରେ ପ୍ୟାକେଜ ଘୋଷଣା କରି ନବୀନ କହିଛନ୍ତି ଯେ, ପ୍ରତି ପରିବାରକୁ ମାଗଣାରେ ଅଢ଼େଇ ଲିଟର କିରାସିନି ମିଳିବ। ପ୍ରତି ୧୦ ଦିନରେ ଥରେ ଅଢ଼େଇ ଲିଟର କିରାସିନି ମାଗଣା ମିଳିବ। ବିଦ୍ୟୁତ ଯୋଗାଣ ସ୍ୱାଭାବିକ୍ ନହେବା ଯାଏ ମିଳିବ […]
ବାଙ୍କୀ( ସଂଜୀବ ନାୟକ) : ଉଡିଯାଇଛି ଚାଳ ଛପର। ଭାଙ୍ଗି ଯାଇଛି ଝାଟି ମାଟି ଘର। ପୁଣି ଥରେ ଅସଜଡା ଘରକୁ ସଜାଡିବା ପାଇଁ ଚେଷ୍ଟା ଚଳାଇଛନ୍ତି ବାତ୍ୟା ବିପନ୍ନ। ଫୋନି ପରେ ବାଙ୍କୀ ରତାଗଡ଼ ଲୋଚନପୁର ଗାଁର ଏଭଳି ଅବସ୍ଥା। ଅର୍ଥାଭାବରୁ ଭଙ୍ଗା ଦଦରା ଘରକୁ ସଜାଡିବାରେ ଅକ୍ଷମ ଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନ ଥିବା ଅଭିଯୋଗ କରିଛନ୍ତି ଲୋଚନପୁର ବାସିନ୍ଦା। ଖାଲି ସେତିକି ନୁହେଁ, ପ୍ରକୃତ କ୍ଷତିଗ୍ରସ୍ତଙ୍କ ବଦଳରେ ବଡ଼ କୋଠା […]
ଉଦଳା(ମାନସ ପାଣି) : ବାତ୍ୟା ପରେ ଏବେ କାଳବୈଶାଖି ଦାଉ। ଫୋନିର ଭୟାବହତା ମନରୁ ଲିଭି ନଥିବା ବେଳେ ଏବେ କାଳବୈଶାଖୀର ତାଣ୍ଡବ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଗତକାଲି ରାତିରେ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ରେ କାଳବୈଶାଖୀ ହୋଇଥିଲା। ପୁରୁଣାବାରିପଦା, ଚତୁରୀ, ରାଇପଦା, ସାଇଁକୁଳା, କୁଶଳଦା ଆଦି ଅଂଚଳରେ ପ୍ରବଳ ଝଡତୋଫାନ ଓ ବର୍ଷା ଫଳରେ ଅନେକ ଳୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଉପରେ ପଡିଛି। କେବଳ […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହେବାରୁ କିଛି ସମୟ ଲାଗି ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ମାଲଗୋଦାମ ପାଖ ଟ୍ରାକ୍ରେ ସିମେଣ୍ଟ ବୋଝେଇ ଟ୍ରେନ୍ର ୨ଟି ବଗି ଲାଇନ୍ ତଳକୁ ଖସିଯାଇଥିଲା। ପରେ ବଗି ଦୁଇଟିକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭିବିକ ହୋଇଛି। ଟ୍ରେନ୍ଟି ଛତିଶଗଡ଼ ରାୟପୁରରୁ ସିମେଣ୍ଟ ନେଇ ପଶ୍ଚିମବଙ୍ଗ ଯାଉଥିଲା।
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସ୍ଥିତି ନେଇ ହଟିଲା ଆଶଙ୍କା। ଅଭୟାରଣ୍ୟରେ ହରିଣ ଜୀବୀତ ଥିବା ନେଇ ସୂଚନା ଦେଇଛନ୍ତି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦଗାତା। ଗତକାଲି ରାତିରେ ରେଞ୍ଜ୍ ଅଫିସ୍ ପାଖରେ ୨୫ଟି ହରିଣ ଦେଖା ଦେଇଛନ୍ତି। ରେଂଜ ଅଫିସ୍ ପାଖ ଅଂଚଳରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି ସବୁ ହରିଣ ଗୁଡିକ ଦେଖାଦେଇଛନ୍ତି। ତେଣୁ ହରିଣଙ୍କ ଜୀବନହାନି ନେଇ ଯେଉଁ ଆଶଙ୍କା ଥିଲା ତାହା ଦୂର […]
ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍ର ଆକଳନ ପରେ ସଚିବାଳୟରେ ବୈଠକ ଶେଷ ହୋଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ବିଭାଗୀୟ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଆଲୋଚନା କରି କ୍ଷୟକ୍ଷତି ସଂପର୍କରେ ସମୀକ୍ଷା କରିଛନ୍ତି। ଆଲୋଚନା ପରେ ଏସଆରସି କହିଛନ୍ତି ଯେ, […]
ଭୁବନେଶ୍ୱର : ଜୁନ ୪ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍। ଏହାପୂର୍ବରୁ ମୌସୁମୀ ମେ ୨୨ ସୁଦ୍ଧା ଆଣ୍ଡାମାନ ଛୁଇଁବା ନେଇ ମଧ୍ୟ ସଂସ୍ଥା ଆକଳନ କରିଛି। ତେବେ କେରଳ ଛୁଇଁବାର ୧ରୁ ୨ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ତାସହ ଏଥର ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ସ୍କାଏମେଟ୍ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଅସହ୍ୟ ଗରମ […]
ଭୁବନେଶ୍ଵର : ଓଡ଼ିଶାର ଜଣାଶୁଣା ଗହଣା ବ୍ରାଣ୍ଡ୍ ଖିମଜୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଆଜି ଖିମଜୀ ଗ୍ରୁପର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ ଖିମଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୨୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ୩ ତାରିଖରେ ଓଡ଼ିଶାରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ଫୋନି ଦ୍ଵାରା ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାକାର ପ୍ରଭାବିତ ଲୋକଙ୍କ […]
ଭୁବନେଶ୍ୱର : ପ୍ରାଣବନ୍ତ ଶ୍ରୀକ୍ଷେତ୍ରକୁ ସତେ ଯେମିତି ପ୍ରାଣଶୂନ୍ୟ କରିଦେଇଛି କାଳରୂପୀ ବାତ୍ୟା ‘ଫୋନି’। ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ବିଦୀର୍ଣ୍ଣ ହୋଇଯାଇଛି ସବୁଜିମାର ଭରା କ୍ଷେତ୍ର ଶ୍ରୀକ୍ଷେତ୍ର। ଯୁଆଡ଼େ ଚାହିଁଲେ ଦେଖାଯାଉଛି ବଡ଼ଦେଉଳ। ଦିନ କେଇଟା ତଳେ ପତିତପାବନ ବାନାକୁ ସାମାନ୍ୟ ଦୂରରୁ ଦେଖିବା ସମ୍ଭବ ହେଉନଥିଲା। ଏବେ କିନ୍ତୁ ସ୍ଥିତି ଏମିତି ହୋଇଛି, ସହରର ଯେଉଁ ସ୍ଥାନରୁ ଓ ଯେତେ ଦୂରରେ ଥିଲେ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ଅବସ୍ଥିତ ନୀଳଚକ୍ର ସହ […]
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବିତ ପୁରୀରେ ସବୁଜିମା ଫେରାଇ ଆଣିବା ପାଇଁ ବନ ବିଭାଗ ସ୍ୱତନ୍ତ୍ର ଯୋଜନା କରିବ। ସାମୁଦ୍ରିକ ଝଡ଼କୁ ପ୍ରତିହତ କରିବା ପାଇଁ ଯେଉଁ ଗଛ ଗୁଡ଼ିକ ସହାୟକ ହେବ, ସେହିଭଳି ବୃକ୍ଷରୋପଣ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ କାଜୁ ପ୍ରଭୃତି ବୃକ୍ଷରୋପଣ କରାଯିବ, ସେହିଭଳି ସମୁଦ୍ରରୁ ଅନତି ଦୂରରେ ଅନ୍ୟ ବୃକ୍ଷ ରୋପଣ ହେବ। ୧୯୭୦ […]
ଅନୁଗୁଳ( ବିରଜା ଦାସ୍) : ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ଗତ ୨-୩ ଦିନ ହେଲା ରାଜ୍ୟରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଅଧିକ ରହୁଥିବାବେଳେ ଅନୁଗୁଳ ଏବଂ ତାଳଚେରରେ ବି ଗଲା କିଛିଦିନ ହେଲା ତାପମାତ୍ରା ବୃଦ୍ଧି ପାଇଛି। ସର୍ବୋଚ୍ଚ ତାପମାତ୍ରା ୨ଟି ସହରରେ ୪୦ଡ଼ିଗ୍ରୀ ଏବଂ ତଦୁର୍ଦ୍ଧ ରହୁଥିବାବେଳେ ,ନାହିଁ ନଥିବା ଗୁଳୁଗୁଳି ଏବଂ ଅସହ୍ୟ ଗରମ ଲୋକଙ୍କ ଜୀବନକୁ ଅସହ୍ୟ କରିପକାଉଛି। ଜରୁରୀ କାମ ନଥିଲେ ଦିନବେଳା ଲୋକେ […]
ବାରିପଦା( ମାଣିକ ପାଣି) : ମୟୁରଭଞ୍ଜ ଜିଲ୍ଲା ବାରିପଦାର ଏମ୍ପିସି ଅଟୋନମସ୍ କଲେଜରେ ବିଦ୍ୟୁତ୍ ସରବରାହ ବ୍ୟାହାତ ଯୋଗୁଁ ମୋବାଇଲ ଟର୍ଚ୍ଚରେ ହେଲା ଯୁକ୍ତଦୁଇ ଖାତା ଦେଖା। ଝଡ଼ ପବନ ସହ ବର୍ଷା ଯୋଗୁଁ ବିଦ୍ୟୁତ୍ ଚାଲିଯିବା ପରେ ମୂଲ୍ୟାୟନ କେନ୍ଦ୍ରରେ ଅନ୍ଧାର ହୋଇଥିଲା। ବହୁ ସମୟ ଧରି ବିଦ୍ୟୁତ୍ ନ ଆସିବାରୁ ଅଧ୍ୟାପକ ଅଧ୍ୟାପିକା ନିଜ ନିଜ ମୋବାଇଲ ଲାଇଟ୍ରେ ଖାତା ଦେଖୁଥିବାର ଦେଖିବାକୁ ମିଳିଛି।
ଜୟପୁର( ଟି.ଗୌରୀ ଶଙ୍କର) : ପୁଣି ଶବକୁ ଅସମ୍ମାନ। ମୋଟର ସାଇକଲରେ ବୁହା ହେଲା ମୃତଦେହ। ମେଡିକାଲରୁ କୌଣସି ସହାୟତା କିମ୍ବା ଆମ୍ବୁଲାନ୍ସ ନମିଳିବାରୁ ବାଧ୍ୟ ହୋଇ ମୃତକଙ୍କ ପରିବାର ମୋଟର ସାଇକେଲରେ ମୃତଦେହ ନେଇ ବ୍ୟବଚ୍ଛେଦ କରାଇଛନ୍ତି। ଏହି ଘଟଣା ଘଟିଛି ଜୟପୁର କୁନ୍ଦୁରା ବ୍ଲକ୍ରେ। ଗତ ରବିବାର ବଜ୍ରାଘାତରେ କୁନ୍ଦୁରା ବ୍ଳକ୍ କାଉଡିଆଗୁଡ଼ା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ମୃତଦେହ ନେବା ପାଇଁ ଆମ୍ବୁଲାନ୍ସ କି ଅନ୍ୟ ଗାଡ଼ି ମିଳିନଥିଲା। ତେଣୁ […]
ଭୁବନେଶ୍ୱର : ଫୋନି ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଫୋନି ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନିରଞ୍ଜନ। ନିରଞ୍ଜନ କହିଛନ୍ତି, ଗଣମାଧ୍ୟମର ପ୍ରଚାର ପ୍ରସାର ଯୋଗୁଁ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ ସରକାର ଏଯାଏଁ ବହୁ ବାତ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିପାରିନାହାନ୍ତି। ଅନେକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚିନି। ପୁରୀ ସହର ଭିତରେ ଅନେକଙ୍କୁ ରିଲିଫ୍ ସାମଗ୍ରୀ ମିଳିନାହିଁ। ପୁରୀ ଜିଲ୍ଲାର ସାତପଡ଼ା […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାରେ ବ୍ୟାଙ୍କ ସେବା ଅଧିକ ୨ ଘଣ୍ଟା ଚାଲିବ। ଆଜି ଭୁବନେଶ୍ୱର ସ୍ଥିତ ଆର୍ବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଆର୍ବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ମହେଶ ମଲ କହିଛନ୍ତି, ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ଅପରାହ୍ନ ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ଯାଏ ବ୍ୟାଙ୍କ ସେବା ମିଳିବ। ସେ ଆହୁରି କହିଛନ୍ତି, ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳରେ […]
ଭୁବନେଶ୍ୱର : ଧ୍ୱସ୍ତ ବିଧ୍ୱସ୍ତ ଘର, ମାଟିରେ ମିଶିଛି ଆସବାବପତ୍ର ବାତ୍ୟା ବିତିବାର ପାଞ୍ଚ ଦିନ ପରେ ବି ଘର କୋଣରେ ଅଛୁଆଁ ଭଳି ପଡ଼ି ରହିଛି, ଭଙ୍ଗା କାନ୍ଥ ଓ ଛପର ତଳୁ ସାଉଁଟା ହୋଇଥିବା ହାଣ୍ଡିକୁଣ୍ଡି ଝଡ଼ରେ ସର୍ବସ୍ୱ ହରାଇବା ପରେ ଏମାନେ ଖାଇବେ ତ ଖାଇବେ କଣ ? ରାନ୍ଧିବେ ତ ରାନ୍ଧିବେ କେଉଁଠି? ଚାଳ, ଚୁଲି ସବୁ ଏକାକାର କେବଳ ଗାଁ ନୁହେଁ, ପାଣି ଓ ବିଜୁଳି ଅଭାବରୁ ସହରରେ ବି […]
ଭୁବନେଶ୍ୱର : ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ। ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ ବଡ଼ ହୋଟେଲରେ ଏବେ ଅସମ୍ଭବ ଭିଡ଼। ତାରକା ହେଉ କି ସାଧାରଣ ଗେଷ୍ଟ୍ ହାଉସ ଅବା ଲଜ୍, ସବୁଠି ଗ୍ରାହକଙ୍କ ଖଚାଖଚ୍ ଉପସ୍ଥିତି। ଲାଇନ୍ ନଥିବାରୁ ଗରମ […]
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ସାମୁଦ୍ରିକ ଝଡ଼ ଫୋନି ପ୍ରଭାବରେ ହୋଇଥିବା ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ବ୍ୟାପକ କ୍ଷତି ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଡାଳୁଅ ଧାନ ସମେତ ମୁଗ ବିରି ଫସଲରେ ପାଣି ଜମି ଫସଲ ନଷ୍ଟ ହୋଇଛି। କେବଳ ଏତିକି ନୁହେଁ କାଜୁ ପନିପରିବା ଚାଷରେ ଫୋନି ଜନିତ ବର୍ଷାର ପ୍ରଭାବ ଦେଖାଦେଇଛି। ସେପଟେ ଫୋନି କ୍ଷୟକ୍ଷତିର ଆକଳନ ଚାଲିଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଏହାସହ ଆଗକୁ […]
ଭୁବନେଶ୍ୱର : ବାତ୍ୟାରେ ଭାଙ୍ଗିଯାଇଥିବା ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (PGCIL) ଟାୱାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟୁତ୍ ବିଭାଗର ଇଞ୍ଜିନିୟରମାନେ ଜୋରସୋରରେ ଏହି କାମରେ ଲାଗିଛନ୍ତି। PGCIL ଡାଇରେକ୍ଟର ସୀମା ଗୁପ୍ତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସେହି ସ୍ଥାନକୁ ଯାଇ କାମର ତଦାରଖ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ଏହି ଟାୱାର କାର୍ଯ୍ୟକ୍ଷମ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।