ଭୁବନେଶ୍ୱର : ବିଜେପି ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଦଳାଇଛି। ଏଠାରୁ ପୂର୍ବରୁ ମାନସ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏବେ ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଭୋଗରାଇ ବିଧାନସଭା ଲାଗି ମାନସଙ୍କ ବଦଳରେ ଅଂଶୁମାନଙ୍କୁ ଦଳ ନୂଆ ପ୍ରାର୍ଥୀ କରିଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।
ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ବୈଜୟନ୍ତ ଇମ୍ଫା କଂପାନୀରୁ ଦରମା ଆକାରରେ ୧୨ କୋଟି ନେଇଛନ୍ତି ଏବଂ ତାହା ସେ ନିଜ ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୋଲି ଧ୍ରୁବ ଅଭିଯୋଗ କରିଛନ୍ତି। ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ […]
କଟକ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କଟକର SCBରେ ରବିବାର ରାତି ୯ଟା ୧୫ ରେ ତାଙ୍କର ପରଲୋକ ହୋଇଛି। ବାସୁଦେବଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ବିଦିଶା। ସୂଚନା ମୁତାବକ, ବାସୁଦେବ ରଥ ଅନେକ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଏକ ମାତ୍ର କନ୍ୟା ଶଯ୍ୟା ନିକଟରେ […]
ଧର୍ମଗଡ଼(ଇଙ୍ଗିତ୍ ପଣ୍ଡା) : କଳାହାଣ୍ଡି ଜୟପାଟଣାରେ ମାତାଲର ଉନ୍ମତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଜୟପାଟଣାର ପଲ୍ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ପଡିଥିବା ଦେଖିବାକୁ ମିଳଥିଲା। ୪ ମୃତକ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର। ଏମାନେ ସମସ୍ତେ […]
ରାଇରଙ୍ଗପୁର ( ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି। ଗତ ଶନିବାର ଶିଶୁପୁତ୍ର ଜନ୍ମ ନେବା ପରେ ବାପା ଓ ମାଆ ଡାକ୍ତରଙ୍କୁ ନ ଜଣାଇ କେଉଁ ଆଡ଼େ ପଳାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ବାଦାମ ପାହାଡ଼ ପୁଲିସକୁ […]
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଚରମସୀମାରେ ପହଞ୍ଚିଛି ବିଜେଡି ଅସନ୍ତୋଷ। ଦଳର ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ଗାଡ଼ି ଭଙ୍ଗାରୁଜା। ଘିକୁଣ୍ଡି ପଂଚାୟତର ରତାଖଣ୍ଡିରେ ସେ ପ୍ରଚାର କରୁଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ମହୀଧରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଏହି ଘଟଣାରେ ମହୀଧରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ପଲସ-ପିପଲଗୁଡା ରାସ୍ତାରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକମାନେ ହେଲେ ସୁନ୍ଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଓ ଉପି ଶବର। ଏମାନଙ୍କ ଘର ପଲସ ଗାଁ। ପୁଲିସ ଘଟଣାସ୍ଥଳରେ ଗୋଟିଏ ବାଇକ ଓ ୨ ସାଇକେଲ ଜବତ କରିଛି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ […]
କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ/ ଦେବାଶିଷ ମହାନ୍ତି) : କମିଶନରେଟ୍ ପୁଲିସ୍ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ। ପୁରଣା ଓ୍ୱାରେଣ୍ଟିକୁ ଗିରଫ କରି ପୁଣି ଅଡୁଆରେ ପୁରୀଘାଟ ପୁଲିସ୍। ପୁଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ କଟକ ଡିସିପି ଓ ଚୌଦ୍ୱାର ଜେଲରଙ୍କ ବୟାନ ଭିତରେ କୌଣସି ତାଳମେଳ ରହୁନଥିବା ଘଟଣାକୁ ଭିନ୍ନ ମୋଡ଼ ଦେଉଛି। କଟକ ତଳ ତେଲେଙ୍ଗା ବଜାର ଅଞ୍ଚଳର ଭରତ ମଣ୍ଡଳର ପୁଲିସ୍ ମାଡରେ ମୃତ୍ୟୁ ଅଭିଯୋଗ ହୋଇଛି। […]
ଯାଜପୁର ( ଅଭୟ ପତି) : ଯାଜପୁର ଜିଲ୍ଲା ଦାନଗଦିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ହସ୍ପିଟାଲ ଆଗରେ ପରିବାର ଲୋକଙ୍କ ଧାରଣା। ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ସମବେଦନା ଜଣାଇବାକୁ ହସ୍ପିଟାଲରେ ପହଞ୍ଚିଥିବା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିରୋଧ କରିଛନ୍ତି ଲୋକେ। ସକାଳେ ମହିଳା ଜଣକ ପ୍ରସବ କରିଥିଲେ। ଏହା ପରେ ପରେ […]
ଅନୁଗୁଳ (ବିରଜା ଦାଶ) : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ହାଟସାହି ନିକଟ ନାଲକୋ ଟ୍ରେନ୍ ଲାଇନରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ହେଲ ଗୋତମରା ହାଟସାହିର ରାଜେଶ ବିଶ୍ୱାଳ। ରାଜେଶ ଗତକାଲି ରାତିରେ କୌଣସି କାମରେ ଘର ନିକଟସ୍ଥ ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ନାଲକୋ ପ୍ଲାଣ୍ଟରୁ ଆସୁଥିବା ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଆଜି ମୃତ ରାଜେଶଙ୍କ […]
କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍ ପଛରେ ବୋଲେରୋ ପିଟି ହୋଇଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ବାଲାଗୁଡ଼ା ଗାଁର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାଦେବୀ। ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର : ଦିନକୁଦିନ ବଢୁଛି ତାତି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ପୁଣି ଥରେ ୪୧ ଡିଗ୍ରୀରେ ପହଞ୍ଚିଛି। ଏହା ସହିତ ୫ଟି ସହରର ତାପମାତ୍ରା ଗତକାଲି ୪୦ ଡ଼ିଗ୍ରୀ ଟପିଥିଲା। ୬ ତାରିଖ ଯାଏ ଏପରି ସ୍ଥିତି ଲାଗି ରହିବ ବୋଲି ସୂଚନା ମିଳିଛି। ଏପ୍ରିଲ ୭ ଓ ୮ ତାରିଖରେ ପାଗରେ କିଛିଟା ପରିବର୍ତ୍ତନ ହୋଇପାରେ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ […]
କଟକ ( ପ୍ରଭାତ ବିଷୋୟୀ) : ଅଭିନବ ଉପାୟରେ ଠକେଇ କରୁଥିବା ଏକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବାଦାମବାଡ଼ି ପୁଲିସ। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସଂଜୀବ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ। ସଂପୃକ୍ତ ଗ୍ୟାଙ୍ଗର ସଦସ୍ୟ ଅଧିକ ଦରରେ ଭଡ଼ାରେ ଚାରି ଚକିଆ ଯାନକୁ ମାସକ ପାଇଁ ଭଡ଼ାକୁ ନେଉଥିଲେ। ଗାଡ଼ି ମାଲିକମାନଙ୍କୁ ପ୍ରଲୋଭିତ କରାଇବା ସହ ସେମାନଙ୍କ ଠାରୁ ଗାଡ଼ିର ଓରିଜିନାଲ କାଗଜ ପତ୍ର ନେଉଥିଲେ। ପରେ ଭ଼ଡ଼ାରେ ନେଇଥିବା ଗାଡ଼ିକୁ ଅନ୍ୟତ୍ର […]
ଭଦ୍ରକ (ତପନ ସ୍ୱାଇଁ) : ଭଦ୍ରକ ବିଧାନସଭା କ୍ଷେତ୍ରରେ ସରଗରମ ହୋଇଛି ରାଜନୀତି। ବିଜେପି ଓ ବିଜେଡି ନିଜ ନିଜର ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଥମଥର ପାଇଁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛି ବିଜେଡି। ବିଜେଡି ପକ୍ଷରୁ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। କର୍ମୀ ଓ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରିଛନ୍ତି ସଂଜୀବ ମଲ୍ଲିକ। ଭଦ୍ରକ ମହିଳା ମହାବିଦ୍ୟାଳୟ ପାଖରୁ ରାଲିରେ ବାହାରି ସନ୍ଥିଆ, ପୁରୁଣା ବଜାର, ମଲିକ […]
ବାରିପଦା ( ମାଣିକଲାଲ୍ ପାଣି) : ଶିମିଳିପାଳ କୋର ଏରିଆରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜେବାବିଲ ରେଞ୍ଜର ସାରୁଆ ବିଟ୍ ହାଉସ ପାଖ ଏକ ନାଳ କଡ଼ରୁ ମୃତଦେହ ଉଦ୍ଧାର ହୋଇଛି। ବାଘର ବୟସ ପାଖାପାଖି ୭ରୁ ୮ ମାସ ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଖବର ପାଇ ମୃତଦେହ ଜବତ କରିବା ସହ NTCA ଗାଇଡ୍ଲାଇନ ଅନୁସାରେ ବାଘର ଶବ ବ୍ୟବଚ୍ଛେଦ […]
ସୋରୋ( ଶଶୀକାନ୍ତ ବେହେରା) : ବାଲେଶ୍ୱର ସୋରରେ ଟ୍ରକ୍କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତୀୟ ରାଜପଥ ବାରିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ୍ର ଚକା ଫାଟିଯିବାରୁ, ଗାଡ଼ିର ଡ୍ରାଇଭର ଚକ ଖୋଲୁଥିବାବେଳେ ବସ୍ଟି ପଛରୁ ଧକ୍କା ଦେଇଥିଲା। ଏଥିରେ ବସ୍ର ହେଲପର ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି […]
ବଲାଙ୍ଗିର ( ଘଟେଶ୍ୱର ମିଶ୍ର ) : ଗତ ୧ ତାରିଖରେ ବଲାଙ୍ଗିର ରାଜୀବନଗର ହାତପାପୁଲି କଟା ଘଟଣାରେ ଜଣେ ଯୁବତୀଙ୍କ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ। ପୁଲିସ ସେମାନଙ୍କ ଠାରୁ ଦୁଇଟି ଟାଙ୍ଗିଆ ,ଗୋଟିଏ ଦେଶୀ ବନ୍ଧୁକ ଏବଂ ଚାରୋଟି ମୋବାଇଲ ଫୋନ ଜବତ କରିଛି। ଆଗରୁ ଏକ ବାହାଘର ପ୍ରୋସେସନକୁ ନେଇ ଆଲୋକ ରଂଜନ ଦାସ ଓ ଟୁନା ପାଢ଼ୀଙ୍କ ଭିତରେ ଶତ୍ରୁତା ଥିଲା। ସେହି ଘଟଣାରେ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ସହର କୋରିଆଁ ନିକଟରେ ଏକ ମାରୁତି ଗାଡ଼ିରୁ ୯ ଲକ୍ଷ ୫୭ ହଜାର ଟଙ୍କା ଜବତ ହୋଇଛି। ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ ବେଳେ ଏହି ଟଙ୍କା ଜବତ କରିଥିଲା। ତେବେ ଏହି ଟଙ୍କା କୁଆଡେ ଓ କାହିଁକି ଯାଉଥିଲା, ସେ ସମ୍ପର୍କରେ ସଠିକ୍ ସୂଚନା ଜଣାପଡିନାହିଁ। ଏହି ଘଟଣାରେ ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୁଲିସ୍। ସେହିପରି ବାଲେଶ୍ୱର […]
ଭୁବନେଶ୍ୱର : ଚିଟ୍ଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଚିଟ୍ଫଣ୍ଡ ଲିଙ୍କ୍ରେ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ଲିଙ୍କ୍ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏ ପ୍ରସଙ୍ଗରେ ଶ୍ୱେତପତ୍ର ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ। ବିଜେଡି ମାନେ ଚିଟ୍ଫଣ୍ଡ ଓ ଚିଟ୍ଫଣ୍ଡ ମାନେ ବିଜେଡି ବୋଲି ସେ କହିଛନ୍ତି। ବିଜେଡି ସବୁଠାରୁ ଜାଲିଆତି ଦଳ, ଜଣେ ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଧରିପାରୁନାହାନ୍ତି। ୨୦ ଲକ୍ଷ ଲୋକ ଚିଟ୍ଫଣ୍ଡ […]
ଭୁବନେଶ୍ୱର : ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ଦାବିକୁ ନେଇ ନବୀନ ନିବାସ ଆଗରେ ବିଜେପିର ଧାରଣା। ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଧାରଣା ଦେଇଛନ୍ତି। ନିଜେ ଭୂଦାନ ମଧ୍ୟ ଧାରଣାରେ ବସିଛନ୍ତି। ଆଜି ସକାଳେ ସେମାନେ ନବୀନ ନିବାସ ଯାଇଥିଲେ। ଭୂଦାନ ମୁର୍ମୁ ଅଭିଯୋଗ କରିଛନ୍ତି, ୨୦୧୮ ଅକ୍ଟୋବର ୪ ତାରିଖରୁ ସରକାରୀ ଚାକିରିରୁ ଇସ୍ତଫା ଦେଲେଣି। କିନ୍ତୁ ରାଜ୍ୟ ସରକାର ଏଯାଏ ତାଙ୍କର ଇସ୍ତଫା ଗ୍ରହଣ କରି […]
ଭୁବନେଶ୍ୱର : ପୁଲିସ୍ କବଜାରେ ବେଆଇନ ପଥର ଖଣି ସହ ବ୍ରାଉନସୁଗାର କାରବାର ଗ୍ୟାଙ୍ଗ। ପଥର ଖଣିରୁ ବେଆଇନ ଇନକମ୍, ଇନଭେଷ୍ଟମେଣ୍ଟ ବ୍ରାଉନସୁଗାରରେ। ଦାମୀ କାରରେ ହେଉଥିଲା ସପ୍ଲାଏ। ସୋମବାର ରାତିରେ ପାକୁ ଗ୍ୟାଙ୍ଗକୁ ଧରିବା ପରେ ସାମନାକୁ ଆସିଛି ଏଭଳି ତଥ୍ୟ। ଗିରଫଙ୍କ ମଧ୍ୟରେ ଅଛନ୍ତି ମାଷ୍ଟର ମାଇଣ୍ଡ ସୋମନାଥ ଭୁଜବଳ ଓରଫ୍ ପାକୁ। ଏହାସହ ପାକୁଙ୍କ ୪ ସହଯୋଗୀଙ୍କୁ ମଧ୍ୟ କମିଶନରେଟ ପୁଲିସ ଗିରଫ କରିଛି। ଚକମା ଦେଇ ଖସି ପଳାଉଥିବାବେଳେ ସହିଦନଗର ଅଞ୍ଚଳରୁ […]
ବାରିପଦା/କରଞ୍ଜିଆ(ମାଣିକଲାଲ୍ ପାଣି/ସତ୍ୟବ୍ରତ ବେହେରା) : ସଂସାର କଣ ଜାଣି ନାହାନ୍ତି। ତାହା ପରେ ବି ମୁଣ୍ଡ ଉପରେ ସଂସାରର ବୋଝ। ଦୁଷ୍କର୍ମରେ ଶିକାର ହୋଇ ନାବାଳିକା ମାଆ ହେଲେ। ନାବାଳିକାଙ୍କ ଏପରି ଦୁଃଖ ସମୟରେ ହାତ ଟେକିଦେଲେ ପ୍ରଶାସନିକ ଅଧିକାରୀ। ଏପରିକି ଆଶା ଓ ଅଙ୍ଗନବାଡ଼ି କର୍ମୀ ନାବାଳିକାଙ୍କୁ କୌଣସି ସହାୟତା ଦେଲେ ନାହିଁ। ଓଲଟା ସେମାନେ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୂରା ଘଟଣା ଏମିତି। ଝିଅଟିର ନାଁ ଝୁମୁରୀ(ଛଦ୍ମନାମ)। ସପ୍ତମ ଶ୍ରେଣୀରେ […]
ଯାଜପୁର (ଅଭୟ ପତି) : ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଅନେକେ ସ୍ଥାନରେ ବଡ଼ ବଡ଼ କୁଆପଥର ପଡିଥିବାର ଦେଖିବାକୁ ମିଳିଛି। ଯାଜପୁର ରୋଡ଼, କୋରେଇ, କଳିଙ୍ଗ ନଗର, କୁଆଖିଆ ଆଦି ସ୍ଥାନରେ କୁଆପଥର ମାଡ଼ରେ ଅନେକ ଘରର ଆଜବେଷ୍ଟସ କଣା ହୋଇଯାଇଥିବା ବେଳେ ଅନେକ ଗାଡ଼ିର କାଚ ଫାଟି ଯାଇଥିବା ଦେଖିବାକୁ ମିଳିଛି। ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି।
ବରଗଡ଼ (ଦୀପକ ଶର୍ମା) : ବରଗଡ଼ ଜିଲ୍ଲାର ଜଣେ ବିଜେଡି ନେତାଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରେମ ପଟେଲ ନାମକ ଜଣେ ବିଜେଡି ନେତାଙ୍କ ଗାଡିରୁ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ୱାର୍ଡ। ଭଟଲି ବଉଲସିଂହାରୁ ଜବତ କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ। ଗାଡ଼ିଟି ବିଜେଡି ନେତା ପ୍ରେମ ପଟେଲ୍ଙ୍କର ବୋଲି ଜଣାପଡ଼ିଛି। ତେବେ ଏତେ ପରିମାଣର ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ବିଜେଡି ନେତାଙ୍କ ଗାଡ଼ିରେ ନିଆଯାଉଥିଲା, ସେନେଇ […]
ଭୁବନେଶ୍ୱର : ଓଡ଼ିଶା ରାଜନୀତିର ଟପ୍ ଫୋକସ୍ରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଦମଦାର ଫାଇଟ୍ ପାଇଁ ଏଠି ମଇଦାନକୁ ଓହ୍ଲାଇ ସାରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଯୋଦ୍ଧା। ହେଲେ ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ତୃତୀୟ ଥର ଲାଗି ପ୍ରାର୍ଥୀ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା। କ୍ରମାଗତ ବିଜେଡି ଆକ୍ରୋଶର ଶିକାର ହୋଇ ଗତ ମାସରେ ବିଜେପିରେ ସାମିଲ ହେବା […]