• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

udan
ଫୋନିରେ ପୂର୍ବ ଭାରତର ସବୁଠୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଭାଙ୍ଗିଯାଇଛି

ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଭଳି ପୂର୍ବ ଭାରତର ସବୁଠାରୁ ବଡ଼ ବ୍ୟାଡମିଣ୍ଟନ୍ ଏକାଡେମୀ ଉଡାନ୍ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ଗତ ମାସକ ତଳେ ହିଁ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମାଣ ହୋଇଥିବା ଏହି ବିଶ୍ୱସ୍ତରୀୟ ଏକାଡେମୀର ଛାତ ଉଡ଼ିଯାଇଛି। ଖେଳାଳୀଙ୍କ ପାଇଁ ଥିବା କୋର୍ଟ ମଧ ନଷ୍ଟ ହୋଇଛି ।  

  • Saturday, 17 July 2021
meeting
ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ଫୋନି ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ମୁଖ୍ୟତଃ ମୋବାଇଲ ନେଟ୍ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ କେବେ […]

  • Saturday, 17 July 2021
electricity
ବିଜୁଳି ପାଇଁ ଡହଳ ବିକଳ ଲୋକେ

ଭୁବନେଶ୍ୱର :  ବିଦ୍ୟୁତ୍‌ ବ୍ୟବସ୍ଥା ଉଜାଡ଼ି ଦେଇଛି ବାତ୍ୟା ଫୋନି। ବିଶେଷ କରି ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଏତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ଏବଂ ଏତେ ବିୁଦ୍ୟତ ଖୁଣ୍ଟି ଉପୁଡ଼ିଛି ଯେ, କେବେ ଲୋକେ ଅନ୍ଧାରରୁ ମୁକ୍ତି ପାଇବେ, ତାହା କହିବା ମୁସ୍କିଲ। ଲୋକେ ବିଜୁଳି ପାଇଁ ଡହଳ ବିକଳ ହେଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ଲାଗିଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ। ତେବେ ଆଜି ସୁଦ୍ଧା ଭୁବନେଶ୍ୱରରେ ୧୫ ପ୍ରତିଶତ କାମ ହୋଇଥିବା ସୂଚନା […]

  • Saturday, 17 July 2021
sugar cane
ବାତ୍ୟା ଫୋନିରେ ଉଜୁଡିଗଲା ହେକ୍ଟର ହେକ୍ଟର ଆଖୁ ଚାଷ

ଯାଜପୁର : ବାତ୍ୟା ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ଚାଷୀକୁଳ ଖୁବ୍‌ ପ୍ରଭାବିତ ହୋଇଛନ୍ତି। ଉଜୁଡି ଯାଇଛି ହେକ୍ଟର ହେକ୍ଟର ଆଖୁ ଚାଷ। ଜିଲ୍ଲାର ବଡ଼ଚରା ବ୍ଲକ୍ ଅଧୀନ ସାଉଡିଆ, ବରପଦା, ନିଆଳି, ବାଲିକୁଦା ଆଦି ଅଂଚଳରେ ଆଖୁ ଚାଷ ବ୍ୟାପକ ଭାବେ ନଷ୍ଟ ହୋଇଛି। ଧାର ଉଧାର କରି ଚାଷ କରିଥିବା ଚାଷୀ ଏବେ କିପରି ନିଜ କରଜ ସୁଝିବେ, ସେନେଇ ଚିନ୍ତାରେ। ଏପରିକି ଚାଷରେ କ୍ଷତି ସହିବା ଆଶଙ୍କାରେ ସ୍ଥାନୀୟ ସାଉଡିଆ ଅଂଚଳର ଜଣେ […]

  • Saturday, 17 July 2021
protest
ଜଳ ଯୋଗାଣ ଓ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ

ଭୁବନେଶ୍ୱର : ତୁରନ୍ତ ପାଇପ୍ ଯୋଗେ ଜଳ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍ ସଂଯୋଗ ଦାବିରେ ରାଜଧାନୀରେ ଆନ୍ଦୋଳନ। ଚନ୍ଦ୍ରଶେଖରପୁର ସ୍ଥିତ ବିଡିଏ କଲୋନୀ ଓ ହାଉସିଂବୋର୍ଡ ଅଞ୍ଚଳର ଶତାଧିକ ବାତ୍ୟା ବିପନ୍ନ ଆଜି ରାସ୍ତାକୁ ଓହ୍ଲାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ରେଳ ସଦନ ସମ୍ମୁଖରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଉପରେ ଗଛ ପକାଇ ଅବରୋଧ କରି ରଖିଥିଲେ। ଫଳରେ ଏହି ରାସ୍ତାରେ ଘଣ୍ଟାଏରୁ ଅଧିକ ସମୟ ଧରି ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ସ୍ଥାନୀୟ ଜଳ […]

  • Saturday, 17 July 2021
ଇଗୀଆ
ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍ ଗୋଦାମରେ ଅଗ୍ନିକାଣ୍ଡ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ର ଗୋଦାମରେ ଆଜି ସନ୍ଧ୍ୟା ବେଳେ ଅଗ୍ନିକାଣ୍ଡ ଘଟିଛି। ଔଷଧ ଗୋଦାମ ନିକଟରେ ଥିବା ଅନ୍ୟ ଦୁଇଟି ଗୋଦାମରେ ନିଆଁ ଲାଗିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ୱାର୍ଡ଼ରେ ଭୟର ବାତାବରଣ ଖେଳି ଯାଇଥିଲା। ରୋଗୀମାନେ ବେଡ୍‌ ଛାଡ଼ି ପଳାଇ ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କେଉଁ କାରଣରୁ ନିଆଁ ଲାଗିଥିଲା, ତାହା ଜଣାପଡ଼ି […]

  • Saturday, 17 July 2021
neet
ଓଡ଼ିଶାରେ ଆସନ୍ତା ୨୦ ତାରିଖରେ 'ନିଟ୍' ପରୀକ୍ଷା

ଭୁବନେଶ୍ୱର : ବାତ୍ୟା ପାଇଁ ଓଡ଼ିଶାରେ ଘୁଞ୍ଚିଲା ଡାକ୍ତରୀ ପାଠ୍ୟକ୍ରମ ପାଇଁ ‘ନିଟ୍’ ପ୍ରବେଶିକା ପରୀକ୍ଷା ତାରିଖ। ସାରା ଦେଶରେ ଏହି ପରୀକ୍ଷା ଗତକାଲି ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟରେ ମେ ୫ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ଫୋନିରେ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ତାରିଖକୁ ୨୦ […]

  • Saturday, 17 July 2021
ctc2
ଝଡ଼ ଝାଡ଼ିଦେଲା ସିଲଭରସିଟିର ଚମକ

କଟକ :  ଝଡ଼ ଝାଡ଼ିଦେଲା ସିଲଭରସିଟି କଟକର ଚମକ। ମାତ୍ର କେଇଘଣ୍ଟାର ତାଣ୍ଡବରେ ବଦଳାଇଦେଲା ଐତିହାସିକ ସହରର ଚେହେରା। ପୁରୁଣା ଗଛ, ଲାଇନ୍ ଖୁଣ୍ଟ ସବୁ ମାଟିରେ ଲୋଟିଛି। କାହା ଘରର ଛାତ ଉଡ଼ି ଯାଇଛି ତ କେଉଁଠି ମାଟିରେ ମିଶିଯାଇଛି ଭଙ୍ଗା କାନ୍ଥ। ପୁଣି କିଏ ବାତ୍ୟା କବଳରୁ ବଞ୍ଚି ଯାଇଥିବା ସମ୍ବଳକୁ ସାଉଁଟୁଛି। କଟକର ସବୁ ଗଳି, ସାହି ଏବଂ ବସ୍ତିରେ ଚିତ୍ର ଏକାଭଳି। ପ୍ରକୃତିର କୋପକୁ ଅନୁଭବ କରିଛି, ସହିଛି କଟକ। ଅତି […]

  • Saturday, 17 July 2021
electricity
କେବେ ସ୍ୱାଭାବିକ ହେବ ଫୋନି ମାଡ଼ରେ ବିଧ୍ୱସ୍ତ ବିଦ୍ୟୁତ୍‌ ବ୍ୟବସ୍ଥା ?

ଭୁବନେଶ୍ୱର : ଫୋନିରେ ସବୁଠୁ ଅଧିକ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ। ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା କହିଛନ୍ତି। ବିଜୁଳି ସଂଯୋଗରେ ବାଧକ ସାଜିଛି ମ୍ୟାନ୍ ପାଓ୍ୱାର ଓ ବିଛିନ୍ନ ଯୋଗାଯୋଗ। ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ପୁରୀରେ କେବେ […]

  • Saturday, 17 July 2021
deadbody
କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନଳାଙ୍ଗ ନିକଟ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ପ୍ରଶାନ୍ତ ସ୍ୱାଇଁ। ତାଙ୍କ ଘର ବେତଡା ପଞ୍ଚାୟତ ବିରିପଡା ଗାଁରେ। ପ୍ରଶାନ୍ତ ସ୍କୁଟିରେ ବିରିପଡ଼ ଗାଁକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଘଟଣାର ତଦନ୍ତ କରୁଛି।

  • Saturday, 17 July 2021
water
ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀବାସୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପରେ ଏବେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେଉଁଠି ପାଣି ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଲେଣି  ତ ଆଉ କେଉଁଠି ବିଦ୍ୟୁତ୍‌ ନଥିବାରୁ ଦୁର୍ଦ୍ଦଶା ଭିତରେ ଲୋକେ ଜୀବନ କାଟୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଣି ଓ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହୋଇଛି। ପାଣି ପାଇଁ ରାଜଧାନୀବାସୀ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ୩ ଦିନ ହେବ ପାଣି ନଥିବାରୁ ଭୁବନେଶ୍ୱର ପଟିଆ ଅଞ୍ଚଳର ବାସିନ୍ଦା ଆଜି ପଟିଆ-ନନ୍ଦନକାନନ ରାସ୍ତା […]

  • Saturday, 17 July 2021
12
ଭୁବନେଶ୍ୱରରେ ଘୂର୍ଣ୍ଣିଝଡ଼ ,ପୁଣି ଘଡ଼ଘଡି ସହ ବର୍ଷା

ଭୁବନେଶ୍ବର :  ରାଜଧାନୀରେ ବାତ୍ୟା ବିପନ୍ନଙ୍କୁ ପୁଣି ଡରାଇଲା ପ୍ରବଳ ବର୍ଷା ଓ ପବନ।  କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା। ବାତ୍ୟାର ୩ ଦିନ ପରେ ପ୍ରବଳ ବେଗରେ ପନବ ଓ ବର୍ଷା ଯୋଗୁଁ ବିପନ୍ନଙ୍କ ଦୁର୍ଦ୍ଦଶା ବଢି ଯାଇଛି।  ଅଣ୍ଟା ସିଧା କରିବାକୁ ପ୍ରୟାସ ଜାରି ରଖିଥିବାବେଳେ ବର୍ଷାରେ ପୁଣି କ୍ଷତିଗ୍ରସ୍ତ ଘର ଗୁଡିକରେ […]

  • Saturday, 17 July 2021
cm-naveen-patnaik
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ପାଇଁ ଜାରି ହେଲା ଦୁଇଟି ଆକାଉଣ୍ଟ

ଭୁବନେଶ୍ୱର: ବାତ୍ୟାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ରାଜ୍ୟର ଅନେକ ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ପ୍ରଭାବିତଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିବାକୁ ଦୁଇଟି ଆକାଉଣ୍ଟ ନମ୍ବର  ଜାରି ହୋଇଛି। ପ୍ରଥମ ଆକାଉଣ୍ଟ ନମ୍ବର ହେଲା-11109339165 ,ଏହାର IFSC କୋଡ୍ ହେଉଛି SBIN 0010236,   ଅନ୍ୟ ଏକ ଆକାଉଣ୍ଟ ନମ୍ବର ହେଲା 10566116417, ଏହାର […]

  • Saturday, 17 July 2021
baijayanta
ସଲିମ୍ ଖାନ୍‌ଙ୍କ ସୁରକ୍ଷା ପାଇଁ ଅପିଲ କଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ସଲିମ୍ ଖାନ୍‌ଙ୍କ ଅଡିଓ ଟେପ୍ ଖୁଲାସା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି ,ମୋ ବିରୋଧରେ ଗତ ୨-୩ ବର୍ଷ ହେଲା ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଥିବା କହି ଆସୁଥିଲି। ଆଉ ଏବେ ସେ ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ଯେ, P ନାମରେ ଜଣେ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ […]

arrest
ଲଜ୍‌ରେ ଚଢ଼ାଉ, ୩ ଯୁବତୀ ଗିରଫ

ପାରଳାଖେମୁଣ୍ଡି: ଲଜ୍‌ରେ ଚଢ଼ାଉ କରି ଯୁବତୀଙ୍କ ସମେତ ଗ୍ରାହକଙ୍କୁ ଗିରଫ କଲା ପୁଲିସ୍‌। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଇନ୍ଦ୍ର ଲଜ୍‌ରେ ଚଢ଼ାଉ କରି ପୁଲିସ୍‌ ୩ ଜଣ ଯୁବତୀ, ୩ ଜଣ ଗ୍ରାହକ ଓ ଲଜ୍ ମାଲିକଙ୍କୁ ଗିରଫ କରିଛି। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଲଜ୍‌ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ୪ଟି ମୋବାଇଲ୍, ୩ହଜାର ୮୪୦ ଟଙ୍କା ସମେତ ଅନ୍ୟାନ୍ୟ […]

  • Saturday, 17 July 2021
train
ଫୋନି ଯୋଗୁଁ ପ୍ରଭାବିତ ଟ୍ରେନ୍ ସେବାରେ ସୁଧାର

ଭୁବନେଶ୍ୱର : ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍‌ରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍‌ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା […]

  • Saturday, 17 July 2021
jk
ନାହିଁ ନାହିଁ ଭିତରେ ଛଟପଟ ସ୍ମାର୍ଟସିଟିର ଜନଜୀବନ

ଭୁବନେଶ୍ୱର : ପାଣି ପାଇଁ ହାହାକାର। ପିଇବାକୁ ପାଣି ନାହିଁ। ଗାଧୋଇବା ଓ ଅନ୍ୟାନ୍ୟ କଥା ପଚାରେ କିଏ? ପାଣି ବାଲ୍‌ଟିଏ ପାଇଁ ଟ୍ୟୁବୱେଲ ଆଗରେ ଲାଗିଛି ଲମ୍ୱା ଲାଇନ୍‌। ଏହି ଲମ୍ବା ଲାଇନ ହିଁ ବର୍ଣ୍ଣନା କରୁଛି ରାଜଧାନୀ ଭୁବନେଶ୍ୱର ବାସୀଙ୍କୁ କିଭଳି ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦେଇଛି ସାମୁଦ୍ରିକ ଝଡ଼ ‘ଫୋନି’। ବାତ୍ୟା ମାଡ଼ରେ ବିଦ୍ୟୁତ୍ ସେବା ଭୁଶୁଡି ପଡିବା ପରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ବାତ୍ୟା ଆଶଙ୍କାରେ କିଛି ଲୋକ […]

  • Saturday, 17 July 2021
hh
ଓଡ଼ିଶା ଫୋନି ପ୍ରଭାବିତଙ୍କ ପାଇଁ ୟୁପି ଓ ତାମିଲନାଡୁର ସହାୟତା

ଭୁବନେଶ୍ୱର : ଓଡ଼ିଶାରେ ବାତ୍ୟା ଫୋନିର ତାଣ୍ଡବ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫୋନି ପ୍ରଭାବିତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ଓ ତାମିଲନାଡୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ସେହିଭଳି କେରଳ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

  • Saturday, 17 July 2021
watr
ପାଣି ମୁନ୍ଦାଏ ପାଇଁ ଡହଳବିକଳ ରାଜଧାନୀ ବାସିନ୍ଦା

ଭୁବନେଶ୍ୱର : ବାତ୍ୟା ଫୋନି ପରେ ଦୁର୍ଦ୍ଦଶା ବଢ଼ାଇଛି ପାଣି ସମସ୍ୟା। ପାଣି ମୁନ୍ଦାଏ ପାଇଁ ରାଜଧାନୀ ଭୁବନେଶ୍ୱରରେ ଡ଼ହଳବିକଳ ହେଉଛନ୍ତି ଲୋକେ। ଦାମ୍‌ ଅଧିକ ହେଲେ ବି ଲୋକେ ବାଧ୍ୟ ହେଉଛନ୍ତି ଜେନେରେଟର ଭଡ଼ାରେ ନେଇ ପାଣି ଟାଙ୍କିକୁ ପାଣି ଉଠାଇବାକୁ। ଅନେକ ଲୋକ କାର୍‌ରେ ମଧ୍ୟ ପାଣି ବୋହୁଥିବା ଦେଖିବାକୁ ମିଳିଛି। ସେପେଟେ ଯେଉଁଠି ଜେନେରେଟର ଚାଲୁଛି ମୋବାଇଲ ଚାର୍ଜ କରିବାକୁ ଲୋକଙ୍କ ଭିଡ଼ ଲାଗୁଛି।

  • Saturday, 17 July 2021
subrat
ଭୁବନେଶ୍ୱରରେ କେବେ ସ୍ୱାଭାବିକ ହେବ ବିଜୁଳି ସଂଯୋଗ ?

ଭୁବନେଶ୍ୱର :  ରାଜଧାନୀ ଭୁବନେଶ୍ୱରରେ ବିଜୁଳି ସଂଯୋଗ କେବେ ସ୍ୱାଭାବିକ ହେବ ସେ ନେଇ ସ୍ପଷ୍ଟ ସୂଚନା ଦେଇପାରନି ସେସୁ। ୧୦ ହଜାରରୁ ଅଧିକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଥିବାରୁ ଏଗୁଡ଼ିକୁ ମରାମତି କରି ବିଜୁଳି ସଂଯୋଗ କରିବା ନେଇ ହାତ ଟେକି ଦେଇଛି ସେସୁ। ପ୍ରାୟ ୧୫ ଶହ କର୍ମଚାରୀ ଏବେ ବିଦ୍ୟୁତ୍‌ ସଂଯୋଗ ପାଇଁ କାମରେ ଲାଗିଛନ୍ତି।  ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେସୁ କଣ୍ଟ୍ରୋଲ ରୁମ୍‌ରେ ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପହଁଞ୍ଚି […]

  • Saturday, 17 July 2021
sesu
‘ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ’

ଭୁବନେଶ୍ୱର : ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍‌ ପୁନରୁଦ୍ଧାର କାମ ନେଇ ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ଆଜି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ୍‌ ଯୋଗାଣ କରାଯିବ। ହସ୍ପିଟାଲ, ରେଲ୍‌ୱେ, ଏୟାରପୋର୍ଟକୁ ଆଜି ହେବ ବିଦ୍ୟୁତ୍‌ ଯୋଗାଣ। ଆସନ୍ତାକାଲି ଘରୋଇ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଦିଆଯିବ। ବାତ୍ୟାରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି ଶକ୍ତି ସଚିବ।

  • Saturday, 17 July 2021
jay 2
କ୍ଷତିଗ୍ରସ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କଲେ ବୈଜୟନ୍ତ ପଣ୍ଡା

ପାଟକୁରା(ମନୋଜ ସ୍ୱାଇଁ) : ଫୋନିର ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ଅଞ୍ଚଳ। ଆଜି ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଜିଲ୍ଲାର ବାରୁଅ ପଂଚାୟତର ଇଟିପୁର, ଗିଗହିଡ଼ିଆ, ନିଲିକନା ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ସହଯୋଗର ହାତ ବଢାଇଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରସରକାରଙ୍କ ପକ୍ଷରୁ ଆଗୁଆ ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତା […]

  • Saturday, 17 July 2021
protest
ଖାଦ୍ୟ, ପଲିଥିନ ମିଳୁନଥିବା ଅଭିଯୋଗରେ ପ୍ରତିବାଦ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’ର ପ୍ରଭାବ ଜଗତସିଂହପୁରରେ ମଧ୍ୟ ପଡିଛି। ସରକାରୀ ସାହାଯ୍ୟରୁ ବଞ୍ଚିତ ହୋଇ କ୍ଷୁବ୍ଧ ହୋଇଛନ୍ତି ଏଠାକାର କ୍ଷତିଗ୍ରସ୍ତ। ବିରିଡି ବ୍ଲକ୍‌ର ଅନେକ ଲୋକ ଆଜି ପ୍ରତିବାଦରେ ବ୍ଲକ୍‌ ଓ ତହସିଲ ଅଫିସ୍‌ ଘେରାଉ କରିଥିଲେ। ଏପରିକି ତହସିଲ ଅଫିସ୍‌ରେ ଧସେଇ ପଶିଥିଲେ ଏବଂ ତାଲା ମଧ୍ୟ ପକାଇ ଦେଇଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌କୁ ଡାକିବାକୁ ପଡିଥିଲା। ତେବେ ଉତ୍ତ୍ୟକ୍ତ ଲୋକ ପୁଲିସ୍‌ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଧସ୍ତାଧସ୍ତି […]

  • Saturday, 17 July 2021
puri
ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିର ବ୍ୟାପକ କ୍ଷତିଗ୍ରସ୍ତ

ପୁରୀ : ବାତ୍ୟା ଫୋନି ପ୍ରକୋପରୁ ବାଦ୍ ପଡିନି ଶ୍ରୀମନ୍ଦିର। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ, ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତିର ମଧ୍ୟ କ୍ଷତି ହୋଇଛି। ମନ୍ଦିରର ମରାମତି କାମ ପାଇଁ ASI ପକ୍ଷରୁ ଲାଗିଥିବା ଲୁହା ଭାରା ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଲୁହାଭାରା ଭୁଶୁଡ଼ି ପଡ଼ିବାରୁ ତଳେ ଥିବା ସାକ୍ଷୀଗୋପାଳ ଓ […]

  • Saturday, 17 July 2021
photo
ସରକାରଙ୍କ ଘନ ଘନ ବୈଠକ ସତ୍ତ୍ୱେ ‘ଫୋନି’ ନେଲା ଜୀବନ

ଭୁବନେଶ୍ୱର  : ବାତ୍ୟା ‘ଫୋନି’ ବିପର୍ଯ୍ୟୟ ଆଣିବ। ଏକଥା ରାଜ୍ୟ ସରକାର ଜାଣିଥିଲେ। ତେଣୁ ଏହାର ମୁକାବିଲା ପାଇଁ ବସୁଥିଲା ଘନ ଘନ ବୈଠକ। ସେହି ସମୟରେ ସରକାର କହିଥିଲେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆଉ ତା’ପରେ ଜିରୋ କାଜୁଆଲିଟିରେ କାମ ଆରମ୍ଭ ହୋଇଥିଲା। ୧୨ ଆଇଏଏସ୍‌ ଓ ୧୧ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦେଲେ ସରକାର। ହେଲେ ସବୁ ପ୍ରସ୍ତୁତି ମଧ୍ୟରେ ‘ଫୋନି’ ନେଇଗଲା ଅନେକ ଜୀବନ। ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ଥିବା […]

  • Saturday, 17 July 2021