ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ୭୫ ମିଟର ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହେବ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବା SIA ସର୍ବେକ୍ଷଣ। ୫ଟି ମୌଜାରେ ଜମି ଅଧିଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ୫ଟି ଟିମ୍ ଗଠନ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମାସେ ମଧ୍ୟରେ ଏହି ସର୍ବେକ୍ଷଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ। ଗତକାଲି ରାଜସ୍ୱ […]
ଭୁବନେଶ୍ୱର : ଦେଶରେ କେହି ଭୋକିଲା ରହିବେ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍। ଏଥିରେ ବାହାରିଛି ଦୁର୍ନୀତିର ଗନ୍ଧ। ଗରିବ କଲ୍ୟାଣ ନାଁରେ ରାଜ୍ୟରେ ୧୮ ଲକ୍ଷ ୬୭ ହଜାର ୮୦୩ ଭୂତ ହିତାଧିକାରୀ ୧୩୯୦ କୋଟି ଟଙ୍କାର ଚାଉଳ ଖାଇଯାଇଛନ୍ତି। ରାସନ୍କାର୍ଡ଼ରେ ଆଧାର ସଂଯୋଗ ପରେ ଏପରି ତଥ୍ୟ ପଦାକୁ ଆସିଛି। ଯାହାକୁ ନେଇ ଏବେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ୨୦୧୫ ମସିହା ସେପ୍ଟେମ୍ୱର ମାସରେ […]
ଭୁବନେଶ୍ୱର: ଦୁଇ ଦିନରେ ରାଜ୍ୟର ବିଭିନ୍ନ ମେଡିକାଲ୍ରୁ ଧରାଗଲେଣି ୩୦ ଦଲାଲ। ଏଥିରେ ଭୁବନେଶ୍ୱରରୁ ୪, ସମ୍ବଲପୁର ଭିମ୍ସାରରୁ ୫, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ରାଉରକେଲାରୁ ୪, ବାଲେଶ୍ୱରରୁ ୩ ଓ ନବରଙ୍ଗପୁରରୁ ୨ ଦଲାଲ ଅଛନ୍ତି। ଦଲାଲମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଓ ଏସ୍ପିମାନେ ଏପରି ଏହି ଚଢ଼ଉ କରିଛନ୍ତି। ସମ୍ୱଲପୁର ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲରୁ ୫ ଜଣ ଦଲାଲ ଗିରଫ […]
ଭୁବନେଶ୍ୱର: ବିଶ୍ୱଶାନ୍ତି, ସଂହତି ତଥା ସବୁଜ ବିଶ୍ୱ ପାଇଁ ଜାତିସଂଘର ଏକ ସମ୍ମିଳନୀରେ ଯୋଗ ଦେବେ ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡର-ଇନ୍-ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ। ଆଗାମୀ ଦିନରେ ଜେନେଭାଠାରେ ଏହି ସମ୍ମିଳନୀ ଆୟୋଜିତ ହେବ। ଏଥିରେ ୫୦ଟି ଦେଶର ପ୍ରତିନିଧିଙ୍କ ସହିତ ଶ୍ରୀଚନ୍ଦନ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବେ। ଏ ନେଇ ଆସନ୍ତା ୩ତାରିଖ ସକାଳ ୯ରେ ରବୀନ୍ଦ୍ର ମଣ୍ଡପରେ ଏକ ଆନ୍ତର୍ଜାତିକ ୱାକାଥନ୍ ଓ ଆନ୍ତର୍ଜାତିକ […]
ଅନୁଗୋଳ: ବହୁଚର୍ଚ୍ଚିତ କୁଶକୀଳା ଡବଲ ମର୍ଡର ଘଟଣାରେ ଅନୁଗୋଳ ଜିଲ୍ଲା ଦୌରାଜଜ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଝସକେତନ ରାଉତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ୩୯ ଜଣଙ୍କ ସାକ୍ଷ୍ୟ ଆଧାରରେ ଏହି ରାୟ ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତ ଉପରେ ୩୦୨,୨୦୧ ଓ ୩୬୪ ଦଫା ଲାଗିଥିଲା। ଆର୍ଥିକ କାରବାରକୁ ନେଇ ୨୦୧୬ ଫେବୃଆରୀ ମାସରେ କୁଶକୀଳା ଗାଁର ୨ ସମ୍ପର୍କୀୟ ଭାଇ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ ସାହୁଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରି […]
ଭୁବନେଶ୍ୱର: ଏଏସ୍ଆଇଙ୍କୁ ଦେବୋତ୍ତର କମିଶନ୍ଙ୍କ ଚିଠି ପରେ ଲିଙ୍ଗରାଜ ମନ୍ଦିର ବିପଦସଙ୍କୁଳ ହୋଇପଡ଼ିଥିବା ସନ୍ଦେହ ସୃଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ୍ ଥିବା ନେଇ ଏଏସ୍ଆଇକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର୍। ଏଏସ୍ଆଇ ବାରମ୍ବାର ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରିଛି। ଫଳରେ ଏବେ ଦଧିନଉତିରେ ଫାଟ୍ ସୃଷ୍ଟି ହୋଇଛି। ଯାହାକୁ ନେଇ କମିଶନର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ମରାମତି ପାଇଁ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ପ୍ରତିଦିନ ମନ୍ଦିରକୁ ୮ ହଜାରରୁ […]
ଭୁବନେଶ୍ୱର: ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର। ଏଣିକି ଅଡିଟ୍ ହେବ ମନ୍ଦିରର ସମସ୍ତ ଆୟଓ ବ୍ୟୟ। ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ ମନ୍ଦିର, ଶନି ମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, ବାଙ୍କୀ ଚର୍ଚ୍ଚିକା, ଜଗତସିଂହପୁରର ମା’ ଶାରଳା, ଗୋରଖନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, […]
ଭୁବନେଶ୍ୱର: ନୂତନ ସଂଶୋଧିତ ମୋଟର୍ ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ସମସ୍ତ କାଗଜପତ୍ର କରିବାକୁ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବ୍ଡିଭିଜନ୍ ସ୍ତରରେ କ୍ୟାମ୍ପ କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଫଳରେ ଲୋକେ ସେଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ। ପ୍ରଥମେ ଗାଡ଼ି ଚାଳକଙ୍କୁ ଲର୍ଣ୍ଣିଂ […]
ଭୁବନେଶ୍ୱର: ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ। VAHANରେ ପଲ୍ୟୁସନ ସାର୍ଟିଫିକେଟ ଅପଲୋଡ ହୋଇଥିବା ଆବଶ୍ୟକ। ପୁରୁଣା ଅଫଲାଇନ ପଲ୍ୟୁସନ ସାର୍ଟିଫିକେଟ ଚଳିତମାସ ଶେଷରେ ଅକାମି ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ସଂଖ୍ୟା କମ ଥିବାରୁ ଚଳିତମାସ ଶେଷ ଯାଏ ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମୟ ଦିଆଯାଇଛି। ଅକ୍ଟୋବର ୧ ତାରିଖରୁ VAHANରେ ଅପ୍ଲୋଡ ହୋଇଥିବା ସାର୍ଟିଫିକେଟ ହିଁ ଗ୍ରହଣୀୟ ହେବ। ପଲ୍ୟୁସନ […]
ବରଗଡ଼: ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ ଗତବର୍ଷ […]
ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ଖବରକୁ ସଫା ସଫା ପ୍ରତ୍ୟାଖ୍ୟାନ କଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି ବୋଲି ଦାମ କହିଛନ୍ତି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ ପ୍ରସଙ୍ଗ କରାଯାଇଛି ବୋଲି କହିଛନ୍ତି ଦାମ। ଦାମ କହିଛନ୍ତି, କ୍ଷମତା ରାଜନୀତିରେ ଲୋଭ ନାହିଁ ବୋଲି କହିଥିଲି। ମୋ କଥାକୁ ଭୁଲ ତର୍ଜମା ଓ ଭୁଲ ଉପସ୍ଥାପନ […]
ଯାଜପୁର: ଯାଜପୁର ସୁକିନ୍ଦା ପୁଲିସର ଦାଦାଗିରି। ଗିରଫ କରିବାକୁ ଯାଇ ଅନ୍ୟ ଜଣଙ୍କ ଘରେ ପଶି ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ନାବାଳିକା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯାଜପୁର ଏସ୍ପି ଚରଣ ସିଂହ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଅଭିଯୋଗକାରିଣୀଙ୍କ କହିବାନୁଯାୟୀ ପୁଲିସ୍ ହଠାତ୍ ତାଙ୍କ ଘରକୁ ବୁଟ୍ ପିନ୍ଧି ପଶି ଆସିଥିଲେ। ପରେ ତାଙ୍କ କୁନି ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ଝିଅଟିର କାନ୍ଧରେ ଆଘାତ […]
ଭୁବନେଶ୍ୱର: ଓସିଏର ପୂର୍ବତନ ,ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ଆଶୀର୍ବାଦଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଆଶୀର୍ବାଦ। ସୂଚନା ଅନୁଯାୟୀ, ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅର୍ଥତତ୍ତ୍ୱ (ଏଟି) ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। […]
ଭୁବନେଶ୍ୱର:ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ। ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି। ସାମ୍ସଙ୍ଗ, ଏଲଜି, ହୁଣ୍ଡାଇ, କିଆ ପରି ଜଣାଶୁଣା କମ୍ପାନୀର […]
ଭୁବନେଶ୍ୱର: ସଞ୍ଜ ନଇଁବା କ୍ଷଣି ରାଜଧାନୀର ରାତି ହେବ ରଙ୍ଗୀନ୍। ସୁରା ସହିତ ଯୁବତୀଙ୍କ ନୃତ୍ୟରେ ମତୁଆଲା ହେବେ ଗ୍ରାହକ। ପୁଣି ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି […]
ଜଗତସିଂହପୁର: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍ଡିଜେଏମ୍ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଗତ ୮ […]
ଭୁବନେଶ୍ୱର: ରାଜନୀତିରେ ଯୋଗ ଦେବେ ଆଥ୍ଲେଟ ଦୂତି ଚାନ୍ଦ୍। ଦୂତି ଆଜି କରିଥିବା ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଟୁଇଟ୍ରେ ଦୂତି ଲେଖିଛନ୍ତି ଯେ ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା। ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ବୋଲି ଦୂତି ଲେଖିଛନ୍ତି। ଏପରିକି ତାଙ୍କ ମାଆ ଗାଁରେ ସରପଞ୍ଚ ରହିଥିବା କଥା ସେ ଟୁଇଟରେ ଉଲ୍କେଖ କରିଛନ୍ତି। ଏନେଇ ଓଟିଭିକୁ ପ୍ରତିକ୍ରିୟା ଦେଇ […]
ରାଉର୍କେଲା/ବଲାଙ୍ଗିର୍: ରାଜ୍ୟରେ ଦିନକୁ ଦିନ ଲୁଟ୍ତରାଜ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟ୍ପାଟ୍ର ଖବର ଶୁଣିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ଦୁଇଟି ଜାଗାରୁ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ରାଉରକେଲା ମହାନଗର ଅଫିସ ସମ୍ମୁଖରୁ ରଂଜନ କୁମାର ଧଳ ନାମକ ବ୍ୟକ୍ତିଙ୍କଠାରୁ ୨ଜଣ ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି। ଲୁଟ୍ର ଶିକାର ରଂଜନ କୁମାର […]
ଭୁବନେଶ୍ୱର: ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍ଙ୍କ ବେକରେ ଓ […]
ପୁରୀ: ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ ଓ […]
ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]
ଭୁବନେଶ୍ୱର: ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍ ଭାଇରସ୍ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ ଗତକାଲି […]
ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ସେହିଭଳି ବ୍ରଡ୍ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍ କାରଣରୁ ବିଭିନ୍ନ ସରକାରୀ ଅଫିସରେ ବି ଅଟକିଛି କାମ। ଏପଟେ କିଛି ଅଞ୍ଚଳରେ ମୋବାଇଲ ସେବା ସ୍ବାଭାବିକ ହୋଇଥିବା ବେଳେ ଆଉ ଦିନେ ଦୁଇ ଭିତରେ ସମସ୍ୟାର […]
ଭୁବନେଶ୍ୱର: ପୁଣି କନ୍ଦାଇଲା ପିଆଜ ଦର। ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ବଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]
ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍ ପେ’ ଆପ୍ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଖବର ଅନୁସାରେ, ରେମୁଣା ବ୍ଲକ୍ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍ଟୋ କାର୍ ବିକ୍ରି ପାଇଁ ଗତ […]