ଭୁବନେଶ୍ୱର: ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍ରେ ଲୁହାପଥର ଟନ୍ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ ମନ୍ଦାବସ୍ଥା ଇସ୍ପାତ ଶିଳ୍ପକୁ ବିଶେଷ ପ୍ରଭାବିତ କରିଛି। ଫଳରେ ଖଣି ବ୍ୟବସାୟ ହ୍ରାସ ପାଇଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନହେଲେ ରାଜ୍ୟରେ ଖଣି ବ୍ୟବସାୟ ଆଗାମୀ ଦିନରେ […]
କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍ଏସି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ମଧ୍ୟ ଧାରଣାରେ ବସିଥିବା ଜଣାପଡ଼ିଛି। […]
ଗଞ୍ଜାମ: ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ। ଥାଳିରେ ଭାତ ଡାଲି କମ୍, କିନ୍ତୁ ପୋକ ସଂଖ୍ୟା ଅଧିକ। ଏହି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ପିଲାମାନେ ଅଭିଯୋଗ କରିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ସ୍କୁଲରେ ତାଲା ପକାଇ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଘେରାଉ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏହା କେବଳ […]
ରାୟଗଡ଼ା: ଲଭ୍ ସେକ୍ସ ଆଉ ତା ପରେ ଧୋକା। ଏଭଳି ଅଭିଯୋଗ ଆଣି ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ ଓ ତାଙ୍କ ପରିବାର। ଏହି ଘଟଣା ଏବେ ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ, ରାୟଗଡ଼ାର ଏକ ଘରୋଇ କଲେଜ୍ରେ ପଢ଼ୁଥିଲେ ଝାଡ଼ଖଣ୍ଡ ଦୁମକା ଅଞ୍ଚଳର ଜଣେ ଛାତ୍ରୀ। ଏହି ସମୟରେ ସେହି କଲେଜର ଜଣେ ଶିକ୍ଷକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଇଞ୍ଜନିୟରିଂ ସରିବା ପରେ […]
ବାଲେଶ୍ୱର: ରାସ୍ତାରେ ଧାନ ରୋଇଲେ ଲୋକେ। ଗାଁରେ ନିତିଦିନିଆ ଯିବା ଆସିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ମଲ୍ଲିକାପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଯେଉଁ ମାଟି ରାସ୍ତା ଟି ଅଛି ତାହା ବର୍ଷାଦିନେ କାଦୁଅ ହୋଇଯାଉଛି। ଫଳରେ ଗାଡ଼ି ମଟର ଯିବା ଦୂରେ ଥାଉ, ଚାଲି କରି ଯିବା ମଧ୍ୟ […]
ଭୁବନେଶ୍ୱର: ନିର୍ବାଚନରେ ହାରିଲା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ବିଜେପି ନେତା ଦାମୋଦର ରାଉତ। ବିଜେପି ନେତାମାନେ ଆଉ ଦାମୋଦର ରାଉତଙ୍କୁ ପଚାରୁ ନାହାନ୍ତି। କୌଣସି କାମରେ ତାଙ୍କୁ ଡକା ଯାଉନି କିମ୍ବା ତାଙ୍କର ଆବଶ୍ୟକତା ଆଉ ଲୋଡ଼ୁନି ବିଜେପି। ଆଜି ଏଭଳି କିଛି ଢଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ବିଜେପିରେ ଥାଇ ବି ଏବେ ସେ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି ସେ ଦଳ ଉପରେ ଏକପ୍ରକାର ଅସନ୍ତୋଷ ଜାହିର […]
କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଥିଲା। ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀପଲକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିବା ପ୍ରଥମେ କୁହାଯାଉଥିଲା। […]
କଟକ: ଅନେକ ଫିଲ୍ମରେ ଆପଣ ଦେଖିବାକୁ ପାଇଥିବେ ଯେ ପ୍ରେମିକା ମୋହରେ ଫିଲ୍ମର ଭିଲେନ୍ ପୁଲିସ୍ ହାତରେ ଧରାପଡ଼ିଯାଏ କିମ୍ବା ପୁଲିସ୍ରେ ସରେଣ୍ଡର୍ କରିଯାଏ। ଆଜି ଯେଉଁ ଖବର ଆମେ ଆପଣଙ୍କୁ କହିବୁ, ଏହି ଖବର ବି କେଉଁ ସିନେମାଠାରୁ କମ୍ ନୁହେଁ। ପ୍ରେମିକାକୁ ଦେଖା କରିବାକୁ ଆସି ପୁଲିସ୍ ଜାଲରେ ଫସିଗଲା ଦୁର୍ଦ୍ଦାନ୍ତ ଅପରାଧୀ। ହିନ୍ଦୀ ଫିଲ୍ମ ‘ଧୂମ୍’ ଷ୍ଟାଇଲ୍ରେ ପୁଲିସ୍କୁ ଚକମା ଦେଇ କାର୍ ଚୋରି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଶେଷରେ […]
ଭୁବନେଶ୍ୱର: ହାଇକୋର୍ଟଙ୍କ ଆଦେଶ ଅବମାନନା କରି ସରକାରୀ ଚାକିରିରୁ ନିଲମ୍ବିତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ରାଜ୍ୟ ସରକାର ଆଜି ବରଗଡ଼ର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ହାଇକୋର୍ଟରେ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ୟ ସରକାର ଶ୍ରୀ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ଅନ୍ୟ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି। ଏହାସହିତ ବରିଷ୍ଠ ଓଏଏସ୍ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । […]
ଭୁବନେଶ୍ୱର: ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣନ କରିବା କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟର ମାତ୍ର ୫ଟି ଜିଲ୍ଲା ଏବେ ନକ୍ସଲ ପ୍ରଭାବିତ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ଏବେ କେବଳ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ଯେ ରାଜ୍ୟର ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯାଇଛି। କ୍ରମାଗତ ପ୍ରତିକାରାତ୍ମକ […]
ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଥରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି। ଆଜି ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ କଲେଜ ପ୍ରିନ୍ସିପାଲ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଅବଗତ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଛାତ୍ର ସମୁଦାୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ […]
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଲ ପ୍ରସାଦ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଦୀର୍ଘ ପ୍ରାୟ ୭ବର୍ଷ ଧରି ମାନବାଧିକାର କମିଶନରେ କାହାରିକୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳି ନଥିଲା। ନୂଆ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ପଠାଇଥିବା ସୁପାରିସ୍ ଆଧାରରେ ଜଷ୍ଟିସ ବିପି ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ […]
ସମ୍ୱଲପୁର (ସଞ୍ଜୟ ଜେନା): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(VSSUT) ହଷ୍ଟେଲ୍ରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିବା ପରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଟି ଭିଡିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର। ସେହିପରି […]
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ସୁଦ୍ଧା ବ୍ଳକ୍ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଚିହ୍ନଟ ରିପୋର୍ଟ ଆସିବା ପରେ ପରବର୍ତ୍ତୀ […]
ବାଲେଶ୍ୱର: ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ବିକ୍ଷୋଭ କରୁଛନ୍ତି କୁନି କୁନି ପିଲା। ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିନଥିବା ଯୋଗୁ ଏପରି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି ସ୍ଥିତ ୟୁପି ସ୍କୁଲରେ। ସ୍କୁଲ୍ର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ଦେବାକୁ ସ୍ଲୋଗାନ ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତ ମାସକ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଦିଆଯାଇଛି। ଯାହାକୁ […]
ଭୁବନେଶ୍ୱର: ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି। ୨୦୧୫-୧୬ ମସିହାରେ ଓଡ଼ିଶା ୯ ନମ୍ବରରେ ଥିବା ବେଳେ ୨୦୧୬-୧୭ ମସିହାରେ ୧୩ ସ୍ଥାନରେ ରହିଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ କମ୍ପୋଜିଟ୍ ଓ୍ୱାଟର୍ ମ୍ୟାନେଜମେଣ୍ଟ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜଳସେଚନ, ପାନୀୟ ଜଳ ଯୋଗାଣର ସ୍ଥିତି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପାଣିର ବ୍ୟବହାର ସଂପର୍କିତ ୨୮ଟି ସୂଚକାଙ୍କ ଆଧାରରେ ଏହି ରାଙ୍କ ପ୍ରସ୍ତୁତ ହୋଇଛି। ଜଳାଶୟ, ବଡ଼ ଓ ମଧ୍ୟମ […]
ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି। ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବାବେଳେ ତେଣେ ବେକାବୁ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ପ୍ରଥମେ ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଖାଉଟି ବ୍ୟାପାର […]
ଭୁବନେଶ୍ୱର: ଶିଳ୍ପାୟନ ଓ ପୁଞ୍ଜିନିବେଶର ପ୍ରତିଶ୍ରୁତିକୁ ନେଇ ପୁଣି ବିଜେପି- ବିଜେଡି ମଧ୍ୟରେ କଳି ଲାଗିଛି। ଗୋଟିଏ ଦିନ ତଳେ ସରକାର ୨ ଲକ୍ଷ କୋଟି ପୁଞ୍ଜିନିବେଶକୁ ଅନୁମତି ଦେବା ପରେ ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରେୟ କଥା ଉଠାଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ୭୮ ହଜାର କୋଟିର ହଳଦିଆ ପେଟ୍ରୋକେମିକାଲ୍ସ ଓ ପାରଦ୍ୱୀପରେ ରିଫାଇନାରୀର ପରିବର୍ଦ୍ଧିତ ପ୍ରକଳ୍ପ ପାଇଁ କେନ୍ଦ୍ରର ଅନୁମତି ପରେ ବି ରାଜ୍ୟ ସରକାର ବିଳମ୍ବ କରିଥିଲେ ବୋଲି […]
ରାୟଗଡ଼ା: କୁହାଯାଏ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ରାୟଗଡ଼ା ଜିଲ୍ଲା ଗୁଣପୁରର କିଛି ଛାତ୍ର ଓ ଯୁବକ। ନିଜ ପକେଟ ମନିକୁ ସଂଚୟ କରି ତିଆରି କରିଛନ୍ତି କ୍ଷୁଦ୍ର ସିନେମା ‘ବଳିଦାନ’। ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ଷୁଦ୍ର ସିନେମା ତିଆରି କରାଯାଇଥିବାବେଳେ, ସିନେମାର ସମସ୍ତ ସଂପାଦାନ ଭାର ବି ନିଜେ ଯୁବକମାନେ ତୁଲାଇଛନ୍ତି। ଯୁବ ବୟସରେ ଏଭଳି ପ୍ରୟାସ ପାଇଁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା […]
ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ହେଉଛି ଛୋଟ ବଡ଼ ସହର। ବଢ଼ି ଚାଲିଛି ଆପାର୍ଟମେଣ୍ଟ କଲଚର। ହେଲେ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣି ରହୁଥିବା ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନି। ଯାହାଫଳରେ ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜଧାନୀର ଟଙ୍କପାଣି ରୋଡ୍ ଗଡ଼ଶ୍ରୀରାମପୁରରେ ରହିଛି ଏକ ଆପାର୍ଟମେଣ୍ଟ। ଏଥିରୁ ଫ୍ଲାଟ୍ କିଣିଛନ୍ତି ମନୋଜ ଦାଶ। ହେଲେ ସେଠି ତାଙ୍କୁ ମିଳୁନି ଆବଶ୍ୟକ ସୁବିଧା ସୁଯୋଗ କି ହକ୍। ନା ଫ୍ଲାଟ୍ ମାଲିକମାନେ ମିଶି ସୋସାଇଟି ତିଆରି କରିପାରୁଛନ୍ତି ନା […]
ପୁରୀ: ଆଜି ତୃତୀୟ ଦିନରେ ପୁରୀ ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ତେବେ ଯୋଜନା ମୁତାବକ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବାରୁ ଦକ୍ଷିଣଦ୍ୱାର ନିକଟରେ ବାସ କରୁଥିବା ଶ୍ରୀମନ୍ଦିରର ଦରଜୀ ସେବାୟତଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। କିଭଳି ୭ଟି ପରିବାର ଗୁଜୁରାଣ ମେଣ୍ଟାଇବେ ଓ ବାସହରା ହେଲେ କିଭଳି ମହାପ୍ରଭୁଙ୍କୁ ସେବା ଯୋଗାଇବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ରଥଯାତ୍ରାରେ ତିନିରଥର କନା ମୁଣ୍ଡଣି କାର୍ଯ୍ୟ ଦରଜୀ ପରିବାର ଉପରେ ନ୍ୟସ୍ତ […]
ଭୁବନେଶ୍ୱର:୧୯୯୦ ବ୍ୟାଚ୍ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ୍ସିଟି କମିଶନେରେଟର ନୂଆ ପୁଲିସ କମିଶନର। ସେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାଧ ନିୟନ୍ତ୍ରଣ, ଥାନାର ପରିସୀମା ବୃଦ୍ଧି, କମିଶନରେଟ୍ ପୋଲିସ୍କୁ ଅତ୍ୟାଧୁନିକ କରିବା, 5Tକୁ ଗୁରୁତ୍ୱ ଦେବା ଭଳି ଅନେକ ଟାସ୍କ ନୂଆ ସିପିଙ୍କ ଉପରେ ରହିଛି। ସେପଟେ ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ପୁଲିସ କମିଶନର କହିଛନ୍ତି, ଟ୍ୱିନ୍ସିଟିର ପୁଲିସ କମିଶନର ଭାବେ କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ […]
ସୁନ୍ଦରଗଡ଼(ବିଜୟ ବରୁଆ): ଧରାପଡ଼ିଲେ ନକଲି ଡାକ୍ତରାଣୀ। ଦିନେ ନୁହେଁ କି ଦୁଇଦିନ ନୁହେଁ, ଜଣେ ନକଲି ଡାକ୍ତରାଣୀ ଦୀର୍ଘ ବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିକିତ୍ସା କରୁଥିଲେ। ଅଲଟ୍ରାସାଉଣ୍ଡ ଭଳି ବିଭିନ୍ନ ସରଞ୍ଜାମ ରଖି ପରୀକ୍ଷା ମଧ୍ୟ କରୁଥିଲେ। ମଙ୍ଗଳବାର ଏଭଳି ଜଣେ ନକଲି ଡାକ୍ତରାଣୀଙ୍କ କ୍ଲିନିକକୁ ସିଜ୍ କରିଛନ୍ତି ସୁନ୍ଦରଗଡ଼ ସିଡିଏମ୍ଓ। ଏପରିକି ନକଲି ଡାକ୍ତର ଶ୍ରୀମତୀ ସିମ୍ରନଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଡାକ୍ତରୀ ସାର୍ଟିଫିକେଟ ନଥାଇ ଡାକ୍ତରାଣୀ ଜଣଙ୍କ ପ୍ରଥମେ […]
ରାୟଗଡ଼ା: ପଞ୍ଚାୟତ ସମିତି ବୈଠକରେ ହାତାହାତି। ପଞ୍ଚାୟତ ସମିତି ସଭ୍ୟଙ୍କୁ ପିଟିଲେ ଜିଲ୍ଲା ପରିଷଦ ସଭ୍ୟ। ଗୁଣପୁର ପଞ୍ଚାୟତ ସମିତି ବୈଠକରେ ଘନାତ୍ରୀ ପଞ୍ଚାୟତ ସମିତି ସଭ୍ୟ ଶ୍ରୀଧର ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱିନୀ ଗମାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛିା ଆଜି ଗୁଣୁପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ତେବେ କୋରମ୍ ଅଭାବରୁ ବୈଠକକୁ ବାତିଲ କରିବାକୁ ଦାବି ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ ହୋଇଛି ଅଶ୍ୱିନୀ ତାଙ୍କୁ ମାଡ଼ ମାରିଥିଲେ। ଚେୟାର୍ରେ ବସିଥିବା ସମୟରେ […]