ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ମହାମାରୀ ସମୟରେ ସମସ୍ତ ଇଲେକଟ୍ରୋନିକ ଗଣମାଧ୍ୟମ ସେମାନଙ୍କ ପ୍ରସାରଣ ଜାରି ରଖିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଛି। ଏଥି ସହିତ ସବୁ DTH ଏବଂ କେବୁଲ ସେବା ପ୍ରଦାନକାରୀଙ୍କୁ ମଧ୍ୟ ସେମାନଙ୍କ ନିରନ୍ତର ସେବା ଜାରି ରଖିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ବ୍ୟାପିଥିବାବେଳେ ଲୋକଙ୍କ ବୃହତ୍ତର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛି। ଏନେଇ ସମସ୍ତ ପ୍ରାଇଭେଟ ଟିଭି […]
ବ୍ରହ୍ମପୁର: କଅଁଳ ହୃଦୟ ଭିତରୁ ଏତେ ହିଂସା ଓ କ୍ରୋଧ ଆସିଲା କେଉଁଠୁ ? ସାମାନ୍ୟ କ୍ରିକେଟ ଖେଳରୁ ସାଙ୍ଗକୁ ବ୍ୟାଟ୍ରେ ପିଟି ପିଟି ମାରିଦେଲା ସାଙ୍ଗ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନାବାଳକ ବ୍ୟାଟ୍ରେ ପିଟି ଆଉ ଜଣେ ନାବାଳକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକଙ୍କ ନାଁ ବିଭୂ ସେଠୀ (୧୩)। ସେ ଖରିଡ଼ା ଗାଁର କେଶବ ସେଠୀଙ୍କ ପୁଅ। ସେ […]
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ। ଆଜି ସକାଳୁ ମୋଟ ୪୨ ଖଣ୍ଡ କାଠ ଆସି ରଥଖଳାରେ ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଅସନ କାଠ ୫ଟି, ୧୨ ଫୁଟିଆ ଧଉରା କାଠ ୧୧ଟି ଓ ୨୦ ଫୁଟିଆ ଧଉରା କାଠ ୨୬ ଖଣ୍ଡ ରହିଛି। ଆଜି ଷଷ୍ଠ ଟ୍ରିପ୍ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ କାଠ ଅନୁକୁଳ ହେବ। ସବୁଠୁ ବଡ଼ କଥା ହେଉଛି, […]
କଟକ: କରୋନା ଲକ୍ଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ। ପୋଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଫେରାଇ ଦେବାକୁ କୋର୍ଟ କହିଛନ୍ତି। ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ। ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି। ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ […]
ଭୁବନେଶ୍ୱର: ଖବର ପରିବେଷଣ ଓ ତଥ୍ୟ ଜାଣିବା ସଂପର୍କରେ ଆଜି ଗଣମାଧ୍ୟମକୁ ପାଠ ପଢ଼ାଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, କରୋନା କ୍ରିକେଟ ମ୍ୟାଚ୍ ନୁହେଁ। ଦିନିକିଆ କିମ୍ବା ଆଇପିଏଲ୍ ମ୍ୟାଚ୍ ନୁହେଁ। ଇୟେ କ୍ରିକେଟ୍ ନୁହେଁ, କୋଭିଡ୍ର ଖେଳର ସମୟ। ଆବେଗ ନୁହେଁ ପ୍ରତ୍ୟୟର ସମୟ ବୋଲି ବାଗ୍ଚୀ କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ […]
ଭୁବନେଶ୍ୱର: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅର୍ଥାତ୍ ଘରୁ ବାହାରିବା କ୍ଷଣି ମୁହଁରେ ମାସ୍କ ପିନ୍ଧିବା ଜରୁରୀ। ନିୟମ ଉଲ୍ଲଂଘନକାରୀଙ୍କୁ ୨୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ। କିଛି ଜିଲ୍ଲାରେ ତ ନୋ ମାସ୍କ, ନୋ ରାସନ୍ ପାଇଁ ବି କୁହାଯାଇଛି। ଏସବୁ ଭିତରେ ଆଜି ପ୍ରଥମ ଦିନରେ କିଛି ଅଭ୍ୟାସଗତ ଉଲଂଘନକାରୀ ସାମ୍ନାକୁ ଆସିଥିବାବେଳେ ଆଉ କିଛି ସ୍ଥାନରେ ଲୋକଙ୍କୁ ସଚେତନ କରାଯାଇଛି। ଗାଁ ହେଉ କି […]
ଭୁବନେଶ୍ୱର: ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ପୂର୍ବରୁ ୨୮ ଜଣ ୧୦୪ ଜରିଆରେ ରେଜିଷ୍ଟ୍ରେସନ କରିଥିଲେ. ହେଲେ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଉ ୪୨ ଜଣ ରେଜିଷ୍ଟ୍ରେସନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ତାସହ ବାଗ୍ଚୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି-ରାଜ୍ୟରେ ଅଦ୍ୟାବଧି ୨୨୧୫ଟି ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୪୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ […]
ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଚେତାବନୀ ଦେଇଛନ୍ତି ପୋଲିସ ଡିଜି ଅଭୟ। ସୋସିଆଲ ମିଡିଆରେ କିଛି ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜିଜିପି କହିଛନ୍ତି। ଯଦି କେହି ଅପପ୍ରଚାର କରନ୍ତି ବିଦ୍ୱେଷ ସୃଷ୍ଟି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ପୋଲିସ ଡିଜି। ପୂର୍ବରୁ ମଧ୍ୟ ଅପପ୍ରଚାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍ରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ତିନି ଜଣ ଭାଇ ବୋଲି ଖବର ଶୁଣିବାକୁ ମିଳୁଛି। ଏହି ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି ହୋଇଛି। ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପୂର୍ବରୁ କଟକର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କଟକରେ […]
ଭୁବନେଶ୍ୱର: ସୂର୍ଯ୍ୟନଗର ଅଞ୍ଚଳରୁ କୋରନା ସଂକ୍ରମିତ ଚିହ୍ନଟ ପରେ ପୂରା ସୂର୍ଯ୍ୟନଗର ଅଞ୍ଚଳବାସୀ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି। ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ, ସୂର୍ଯ୍ୟନଗର କୌଣସି ବାସିନ୍ଦାକୁ ବାହାରକୁ ଛଡ଼ା ଯିବନି। ସେହିଭଳି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି। ସଂପୃକ୍ତ ଅଞ୍ଚଳର ସମସ୍ତ ବାସିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଘରେ ଥାଇ ପରିମଳ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ। ଘରକୁ ଘର ବୁଲି ମୋବାଇଲ ଭ୍ୟାନ୍ […]
ଭୁବନେଶ୍ୱର: ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇପାରିବେ ଅନ୍ୟାନ୍ୟ ବ୍ୟାଙ୍କରେ ଖାତା ଥିବା ଜମାକାରୀ। ଆଜି ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର୍ ଜେନେରାଲ୍ ସୁବାସ ଚନ୍ଦ୍ର ବର୍ମା। କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କିଛି ଦିନ ତଳେ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ, ଅନ୍ୟ ବ୍ୟାଙ୍କରେ ଆଧାର ଲିଙ୍କ ଥିବା ଆକାଉଣ୍ଟ୍ ହୋଲ୍ଡରମାନେ ପୋଷ୍ଟ ଅଫିସ୍ ଜରିଆରେ ଟଙ୍କା ଉଠାଇବା ସହ ଅନ୍ୟ ସମସ୍ତ ସୁବିଧା […]
ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧର୍ମୀୟ ସଭାକୁ ଖୋର୍ଦ୍ଧାରୁ ୧୩ ଜଣ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଓଟିଭିକୁ କହିଛନ୍ତି। ସେଠାରେ ୧୦ ଜଣ ରହିଥିବା ବେଳେ ଏଠାକୁ ଫେରି ଆସିଥିବା ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ଗତକାଲି ଏମ୍ସକୁ ପଠାଯାଇଛି। ୧୦ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଏବଂ ଟାଙ୍ଗୀର ୩ ଜଣ ସେଠାରେ ଅଛନ୍ତି। ୯ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ଏବଂ ଜଣେ […]
ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ଭେଣ୍ଡିଂ ଜୋନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୫ରୁ ଅଧିକ ଦୋକାନ ଜଳି ଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସିଗାରେଟ୍ ଝୁଲରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଜି ରାତି ପ୍ରାୟ ୯ଟା ସମୟରେ ରାଜମହଲରୁ ଏଜି ଛକ ଅଭିମୁଖେ ଗଲା ବେଳେ ବାମ ପାର୍ଶ୍ୱରେ ଥିବା ଭେଣ୍ଡିଂ ଜୋନ୍ରେ ନିଆଁ ଲାଗି ଯାଇଥିଲା। […]
ପୁରୀ: ଦେଶରେ କରୋନା ସ୍ଥିତି ଜଟଳି ଥିବା ବେଳେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥ କାଠ। ନୟାଗଡ଼ ବନଖଣ୍ଡରରୁ ୮ ଖଣ୍ଡ ଫାସୀ କାଠ ପହଞ୍ଚିଛି। ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ–ମିଲ୍ରେ କାଠ ଚିରଟ କରାଯିବା ପରମ୍ପରା ରହିଛି। ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟ ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥଖଳାରେ ରଥନିର୍ମାଣ ହେବ। ରାଜ୍ୟରେ କରୋନା ଭୟ ଓ ଲକଡାଉନ ଲାଗିଥିଲେ ବି ସମସ୍ତ […]
ଭୁବନେଶ୍ୱର: କରୋନା ସମ୍ପର୍କିତ ଗୁଜବ ସୃଷ୍ଟିକାରୀଙ୍କୁ ଦେଶଦ୍ରୋହୀ କହିଲେ କୋଭିଡ୍-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏଥିସହିତ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ବି ଦେଲେ। ଏଭଳି ସଂକଟ ସ୍ଥିତିରେ ଗୁଜବ ସୃଷ୍ଟି କରୁଥିବା ଲୋକ ସମାଜ ଓ ରାଷ୍ଟ୍ରଦ୍ରୋହୀ ସହ ସମାନ ବୋଲି କହିଛନ୍ତି ବାଗ୍ଚୀ। ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନର ବିଷୟରେ କିଛି ବ୍ୟକ୍ତି ଗୁଜବ କରିଛନ୍ତି, ଯାହାକି ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଅତ୍ୟନ୍ତ […]
ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ରାଜ୍ୟର ଚତୁର୍ଥ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ। ଦୁବାଇରୁ ଭଦ୍ରକ ଭାୟା କୋଲକାତା ହୋଇ ଆସିଥିଲେ ସେହି ବ୍ୟକ୍ତି। ସେଠାରୁ ଆସିଥିବା ସମୟରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିବେ ତାହା ଏବି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ଯୁବକ ଜଣକ ଗତ ୧୮ ତାରିଖରେ ଏମିରେଟ୍ସ ଫ୍ଲାଇଟ ନଂ- EKS 70 ବିମାନରେ ଦୁବାଇରୁ ଆସି କୋଲକାତାରେ ପହଞ୍ଚିଥିଲେ। କୋଲକାତା ଏୟାରପୋର୍ଟରୁ ଟ୍ୟାକ୍ସିରେ ହାଓଡ଼ା ଷ୍ଟେସନ ଆସିଥିଲେ। ହାଓଡ଼ା ଷ୍ଟେସନରୁ […]
କୋରାପୁଟ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗା ଦେଇଥିବା ଦୁଇ ଓଡ଼ିଆ ଏଯାଏ ରାଜ୍ୟାକୁ ଫେରି ନାହାନ୍ତି। ଉଭୟ କୋରାପୁଟ ଜିଲ୍ଲାର। ଦୁହିଁଙ୍କ ମଧ୍ୟରୁ ଜଣେ କୋଟପାଡରୁ ଓ ଅନ୍ୟ ଜଣେ ଜୟପୁରରୁ। କୋଟପାଡରୁ ଯାଇଥିବା ବ୍ୟକ୍ତି ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର। ନିଜାମୁଦ୍ଦିନ […]
ବାରିପଦା: ଲକ୍ଡାଉନକୁ ଫାଙ୍କି ଡାକ ବିଭାଗ ଗାଡ଼ିରେ ଶ୍ରମିକଙ୍କୁ ବୋହୁଥିଲେ ଡ୍ରାଇଭର୍। ଏଭଳି ଘଟଣା ଘଟିଛି ବାରିପଦାରେ। ମୟୂରଭଞ୍ଜ ଜିଲ୍ଲାକୁ ଲାଗିଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମା ରାସ୍ତାରେ ଲୁଚିଛପି ସୀମା ପାର୍ ଲାଗି ଉଦ୍ୟମ ହେଉଥିବା ଘଟଣା ଦେଖିବାକୁ ମିଳିଛି। ବାରିପଦାରେ ଗୋଟିଏ ଡାକ ବିଭାଗ କଣ୍ଟେନରରେ ୩୦ରୁ ଅଧିକ ଲୋକ ସୀମା ପାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି ବାରିପଦା ଟାଉନ ଥାନା […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ କ୍ୟାବିନେଟ୍ ସଚିବଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ଆଶିତ ତ୍ରିପାଠୀ। ଭିଡିଓ କନଫରେନସିଂରେ ଏହି ଆଲୋଚନା ହୋଇଛି। ରାଜ୍ୟକୁ ଆସୁଥିବା ଗାଡ଼ିକୁ ଯାଞ୍ଚ କରିବା ସହ ଖାଲି ଗାଡ଼ିରେ କିଛି ଲୋକେ ଯାତାୟତ କରୁଥିବା ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଆଲୋଚନା ହୋଇଛି। କିପରି ଏଭଳି ଘଟଣା ପୁଣି ଥରେ ହେବନି ସେ ନେଇ ଗୁରୁତ୍ୱ ଦିଆଯାଇଛି। ସେହିପରି ଲକ୍ ଡାଉନ୍କୁ କଡ଼ାକଡ଼ି ପାଳନ କରିବାକୁ ଏହି […]
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ କରୁଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଲୋକଙ୍କୁ ସଚେତନ କରିବାର ଦିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଲୋକଙ୍କୁ ସଚେଚନ କରିବା ସହିତ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଲୋକେ କେତେ ସଚେତନ ଅଛନ୍ତି, ତାର ତଦାରଖ ମଧ୍ୟ କରିଛନ୍ତି। ରାସ୍ତାରେ ଯେଉଁ ଲୋକଙ୍କୁ ବାହାରେ […]
ଭୁବନେଶ୍ୱର: ସାରା ଦେଶରେ ଏବେ ଜାରି ରହିଛି ୨୧ ଦିନିଆ ଲକ୍ଡାଉନ୍। ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି। ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟର ଲୋକଙ୍କ ଭିଡ଼ ଦେଖିଲେ ଲୋକେ କିଭଳି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି। ଆଜି ରବିବାର ଆମିଷ ବାରି ଥିବାରୁ ମାଛ, ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ […]
ଭୁବନେଶ୍ୱର: କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ଡାଉନ୍ ହୋଇଛି। ଫଳରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୁଲିସ୍ କର୍ମଚାରୀମାନଙ୍କୁ ମାଗଣାରେ ଚା ଦେଉଛନ୍ତି ଧୀରେନ୍ ବାରିକ। ସେ ଜଣେ ଚା’ ଦୋକାନୀ। ତେବେ ଲକ୍ଡାଉନ୍ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରୁଛନ୍ତି ଓ ବାଇକ୍ରେ ବୁଲି ବିଭିନ୍ନ ଛକରେ ମୁତୟନ ହୋଇଥିବା […]
ଓଡ଼ିଶା: ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଓଡ଼ିଆ। କାମ ଓ ପେଟ ପାଟଣା ସନ୍ଧାନରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଏବେ ଘରକୁ ଫେରିବାକୁ ନିବେଦନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ବହୁ ଲୋକେ ଏବେ କେରଳରେ ଅଟକି ରହିଛନ୍ତି। ଫିରିଙ୍ଗିଆ, ତୁମୁଡ଼ିବନ୍ଧ, ବାଲିଗୁଡ଼ା ସମେତ ଅନ୍ୟ ଅଞ୍ଚଳରେ ଏମାନେ ଫସି ରହିଛନ୍ତି। ଲକ୍ଡାଉନ୍ ପରେ କାମ ହରାଇବା ସହ ଅସୁବିଧା ଭୋଗୁଥିବା ଏମାନେ କହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି, ଧାମରା ଅଞ୍ଚଳର […]
ଭୁବନେଶ୍ୱର: ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ବନ୍ଦ ପଡ଼ିଥିବା ସ୍କୁଲ ଓ କଲେଜରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ଅଞ୍ଚଳକୁ ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମୁନସିପାଲ କମିଶନରମାନେ […]