ଭଦ୍ରକ: ପ୍ରବାସୀ ଓଡ଼ିଆ ସଂପର୍କୀୟଙ୍କ ମାଡ଼ରେ କ୍ୱାରେଣ୍ଟିନ୍ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ଗୁରୁତର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଙ୍କିରିଆ ପଞ୍ଚାୟତର ତୋଟାପଡ଼ା କ୍ୱାରେଣ୍ଟିନ୍ ସେଣ୍ଟର ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ସେଣ୍ଟରରେ ଥିବା ପ୍ରବାସୀଙ୍କ ଏକ ବାଇକକୁ ତାଙ୍କ ସମ୍ପର୍କୀୟକୁ ନଦେବାରୁ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨ ଦିନ ତଳେ ବାହାର […]
ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା ।
ଭୁବନେଶ୍ୱର: ପୋଲିସ ଗାଡ଼ିରେ ଶିଶୁକୁ ଜନ୍ମ ଦେଲେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକ। ମହିଳା ଜଣକ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଥିଲେ। ତେବେ ମହିଳା ଜଣଙ୍କର ଟ୍ରେନ୍ରେ ପ୍ରସବ ବେଦନା ହେବାରୁ ଟ୍ରେନ୍କୁ ଅଟକାଇ ମହିଳାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲା ପୋଲିସ ଗାଡ଼ିଷ ତେବେ ପୋଲିସ ଗାଡ଼ିରେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ମହିଳା ଆଇଆଇସି ସାବିତ୍ରୀ ବଳଙ୍କ ତତ୍ତ୍ୱାବଧାନରେ ପ୍ରବାସୀ ଓଡ଼ିଆ ଶ୍ରମିକ ଜଣକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ଶିଶୁକୁ […]
ଭୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ବିପିନ ବିହାରୀ ମିଶ୍ରଙ୍କ ୟାହୁ ଆକାଉଣ୍ଟ ହ୍ୟାକ୍ ହୋଇଛି। ହ୍ୟାକ୍ କରିବା ପରେ ଏହାକୁ ଠିକ୍ କରିବା ଲାଗି ହ୍ୟାକର ତାଙ୍କୁ ୨୦୦୦ ଡଲାର ବା ୧ ଲକ୍ଷ ୫୦ ହଜାର ଟଙ୍କା ବିଟ୍ କଏନ ଦାବି କରିଥିବା ନିଜେ ବିପିନ ବିହାରୀ ମିଶ୍ର ଅଭିଯୋଗ କରିଛନ୍ତି। ୪୮ ଘଣ୍ଟା ଭିତରେ ଟଙ୍କା ନ ଦେଲେ ଆକାଉଣ୍ଟରେ ଥିବା ଗୁପ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିଦେବାକୁ ଧମକ ଦେଇଛନ୍ତି ହ୍ୟାକର୍। ଏନେଇ […]
ଭୁବନେଶ୍ୱର: ଓଡ଼ିଶାରେ ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଜୋମାଟୋକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ପାଇଁ ଅନୁମତି ମିଳିଥିବା ବେଳେ ସ୍ୱିଗିକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ପାଇଁ ଅନୁମତି ମିଳିଛି। ଦେଶର ସବୁଠାରୁ ବଡ଼ ଦୁଇ ଅନ୍ଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଅନ୍ଲାଇନ୍ରେ ମଦ ଡେଲିଭରି ପାଇଁ ଲଗାତର ଭାବେ ଦେଶର ସମସ୍ତ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଚଳାଇଥିଲେ। ଆଉ ଆଜି […]
ଭଦ୍ରକ: ଭଦ୍ରକ ଜିଲ୍ଲା ରାମପୁରରେ ସାବିତ୍ରୀ ଭୋଗ ଖାଇ ୩୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲା ଥିବା ଜଣାପଡ଼ିଛି। ଗତକାଲି ଗାଁରେ ଆୟୋଜିତ ସାବିତ୍ରୀ ପୂଜାର ଭୋଗ ଖାଇ କିଛି ଲୋକ ରାତିରେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ବାନ୍ତି ହେବା ସହ ଝାଡ଼ା ମଧ୍ୟ ହୋଇଥିଲା। ସମସ୍ତ ଅସୁସ୍ଥଙ୍କୁ ଆଗରପଡ଼ା ମେଡିକାଲ୍ ଓ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ […]
ସମ୍ବଲପୁର: ଦେବ ଦେବ ମହାଦେବଙ୍କ ବିବାହରେ ମଧ୍ୟ କରୋନା ଲକ୍ଡାଉନ୍ର ପ୍ରଭାବ ପଡ଼ିଛି। ଏଥର ଶିବ-ପାର୍ବତୀଙ୍କ ବିବାହ ଧୁମ୍ଧାମରେ ହେବ ନାହିଁ, ବରଂ ନିରାଡ଼ମ୍ବର ଭାବେ ହେବ। ଆଜି ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ଉତ୍ସବ। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ନିର୍ବନ୍ଧ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ସଂଧ୍ୟାରେ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରି ପାର୍ବତୀଙ୍କ ଘରେ ପହଞ୍ଚିଥିଲା। ଆଗ ବର୍ଷ ପରି ଏହି ଶୋଭାଯାତ୍ରା ଏକ […]
କଟକ: ଦୁଷ୍କର୍ମ ସଂପର୍କରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ହେଲେ, ତାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି। ଏକ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ। ଏଥିସହିତ ସଂପୃକ୍ତ ମାମଲାର ଅଭିଯୁକ୍ତକୁ ଜାମିନ ଦେବାକୁ ତଳକୋର୍ଟଙ୍କୁ କହିଛନ୍ତି। ୨୦୧୯ ନଭେମ୍ବର ୨୭ରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନାରେ ଜଣେ ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ଯିବା ପରଠୁ ଗତ ଦୁଇ ଦିନ ହେଲା ରାଜ୍ୟରେ ରେକର୍ଡ କରୁଛି ପାରଦ। ଗତକାଲି ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ଆଜି ଏଥିରେ ରେକର୍ଡ କରି ପାରଦ ୪୫.୫ ଡିଗ୍ରୀରେ ପହଞ୍ଚିଛି। ଗତକାଲି ଭଳି ଆଜି ବି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତା’ସହ ୨ ଦିନରେ […]
କନ୍ଧମାଳ: ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଚୋରା ଗଞ୍ଜେଇ ଚାଲାଣ କରୁଥିବା ତେଲ ଟ୍ୟାଙ୍କରକୁ ଜବତ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ। ଟ୍ୟାଙ୍କରରୁ ୫୦ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ନୟାଗଡ଼ ଜିଲ୍ଲାର ଗଞ୍ଜେଇ ମାଫିଆ ଗୋଲକ ବିହାରୀ ଦାସକୁ ପୋଲିସ ଗିରଫ କରିଛି। ଟ୍ୟାଙ୍କରଟି ରାୟଗଡ଼ାରେ ପେଟ୍ରୋଲ ଅନଲୋଡ଼ ସାରି ଫେରୁଥିବା ସମୟରେ ବାଲିଗୁଡ଼ା ଅଂଚଳରୁ ୩ ବସ୍ତା ଗଞ୍ଜେଇ ନେଇ ଖୋର୍ଦ୍ଧା ଅଭିମୁଖେ […]
ଭୁବନେଶ୍ୱର: ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହାୟତା ହାତ ବଢ଼ାଇଲା ଓଡ଼ିଶା। କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାମ ଲାଗି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହ ୫୦୦ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। #CycloneAmphan is one of the worst disasters to hit #WestBengal. The people of #Odisha stand […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାକୁ ମିଳିଲ ବାତ୍ୟା ଅଗ୍ରମୀ ସହାୟତା ରାଶି। ବାତ୍ୟା ଅମ୍ପନ କ୍ଷୟକ୍ଷତି ବାବଦରେ ଓଡ଼ିଶାକୁ ମିଳିଛି ଅଗ୍ରୀମ ୫୦୦ କୋଟି ଟଙ୍କା। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ୨୪ ଘଣ୍ଟା ନ ପୂରୁଣୁ ରାଜ୍ୟକୁ ଏହି ଟଙ୍କା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। MHA […]
ଗଜପତି: ନୂଆ ୪ ପଜିଟିଭ ଚିହ୍ନଟ ପରେ ଗ୍ରୀନରୁ ଅରେଂଜ ଜୋନ୍ ହେଲା ଗଜପତି ଜିଲ୍ଲା। ସମସ୍ତ ନୂଆ ଆକ୍ରାନ୍ତ ପୁରୁଷ ଓ ସେମାନଙ୍କ ମଧ୍ୟରୁ ୩ ଜଣ ବାହାରୁ ଫେରିଥିବାବେଳେ ଜଣେ ସ୍ଥାନୀୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେମାନଙ୍କୁ ଆର.ସୀତାପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଗୁମ୍ମା ବ୍ଲକର ହୋଇଥିବା ବେଳେ ଜଣେ ଗୋଷାଣି ଓ ଆଉ ଜଣେ କାଶୀନଗର ବ୍ଲକର ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପ୍ରାଥମିକ ଆକଳନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ କ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେହିଭଳି ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ୱାର୍ଡ ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରେ ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି। ୫ଶହ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ଅନ୍ଲାଇନରେ ମଦ ବିକ୍ରି ଆରମ୍ଭ ହେବ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି। ଅନ୍ଲାଇନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ୍ ଡେଲିଭରି ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଦର ହୋମ୍ ଡେଲିଭରି ହୋଇପାରିବ ବୋଲି କୁହାଯାଇଛି। ତେବେ ପୂର୍ବଥର ଅପେକ୍ଷା ଏଥର ମଦର ଦାମ୍ ଆକାଶ ଛୁଆଁ ହୋଇପାରେ। କାରଣ ମଦର ଦାମ୍ ସହିତ ଲାଗିଛି […]
ଭୁବନେଶ୍ୱର: ବାତ୍ୟା ଅମ୍ପନରେ ରାଜ୍ୟରେ ୧୫୧ କିଲୋମିଟର ରାସ୍ତା ନଷ୍ଟ ହୋଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଲାଗି ୩ କୋଟି ୮୮ ଲକ୍ଷ ଟଙ୍କା ଆବଶ୍ୟକ। ସେହିଭଳି ରାସ୍ତାରୁ ଗଛ ତଥା ଅନ୍ୟ ଭଙ୍ଗାରୁଜା ଅଂଶ ହଟାଇବା ଲାଗି ୫୦ ଲକ୍ଷ ୯୨ ହଜାର ଟଙ୍କାର ଆବଶ୍ୟକତା ରହିଛି। ବାତ୍ୟା ଅମ୍ପନରେ ଗ୍ରାମ୍ୟ ନିର୍ମାଣ ବିଭାଗର ଏଭଳି କ୍ଷୟକ୍ଷତି ହୋଇଛି। ଏହାର ପୁନରୁଦ୍ଧାର ଲାଗି ଏହି […]
ଭୁବନେଶ୍ୱର: ରାଜ୍ୟରେ କେବେ ଆରମ୍ଭ ହେବ ଘରୋଇ ବସ୍ ସେବା। ଲକ୍ଡାଉନ୍ ଯୋଗୁ ଠପ୍ ହୋଇଯାଇଥିବା ଜନଜୀବନ ପୁଣି କେବେ ଗତୀ ଧରିବ। ତାକୁ ହିଁ ସମସ୍ତେ ଅପେକ୍ଷା କରି ବସିଥିବା ବେଳେ ଖୁବ୍ଶୀଘ୍ର ଏନେଇ ସରକାରଙ୍କ ତରଫରୁ ସବୁଜ ସଂକେତ ମିଳିପାରେ। ଏ ନେଇ ସରକାରୀ ସ୍ତରରେ ଖୁବଶୀଘ୍ର ଏକ ବୈଠକ ବସିବ। ପରେ ବୈଠକର ନିଷ୍ପତ୍ତି ଅନୁସାରେ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ହେବ ବୋଲି ଆଜି ପରିବହନ ମନ୍ତ୍ରୀ ସୂଚନା […]
ପୁରୀ: ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନ ନୀତିରେ ସାମିଲ ଗରାବଡୁ ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗରାବଡୁ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୋଟ ୧୭୨ ଗରାବଡୁ ସେବକଙ୍କ କରୋନା ଟେଷ୍ଟ କରାଯିବ। ୨୯ ଏବଂ ୩୦ ତାରିଖରେ ସମସ୍ତଙ୍କ ଟେଷ୍ଟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୩ ତାରିଖ ମଧ୍ୟରେ ଟେଷ୍ଟ ରିପୋର୍ଟ ମିଳିଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ। ୫ ତାରିଖ […]
ଭୁବନେଶ୍ୱର: ଝଡ଼ ଯିବା ପରେ ରାଜ୍ୟରେ ହଠାତ୍ ବଢ଼ିଲା ତାତି। ଆଜି ୪୧ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୨ଟି ସହର। ସବୁଠୁ ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ୪୫ ଡିଗ୍ରୀ ଟପିଛି। ଟିଟିଲାଗଡ଼ରେ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଭବାନୀପାଟଣାରେ ୪୪ ଦଶମିକ ୫ ଥିଲା। ବଲାଙ୍ଗିରରେ ମଧ୍ୟ ତାପମାତ୍ରା ୪୪ରେ ପହଞ୍ଚିଛିଲା। ସେହିପରି ତାଳଚେର ୪୩ ଦଶମିକ ୧, ମାଲକାନଗିରି ୪୩, ବୌଦ୍ଧ ୪୨ ଦଶମିକ ୭, ହୀରାକୁଦ […]
କଳାହାଣ୍ଡି: ପୁଅକୁ ରାତି ଅଧରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ବାପା। ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଅଞ୍ଚଳରୁ। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଗତ ରାତିରେ ନିଜର ଦୁଇ ପୁଅଙ୍କୁ ଧରି ଶୋଇଥିଲା। ହେଲେ ରାତିରେ ୨ ବର୍ଷର ସାନ ପୁଅ କାନ୍ଦିବାରୁ ତାକୁ ମାଡ଼ ମାରିଥିଲା। ଏମିତି ମାଡ଼ ମାରିଥିଲା ଯେ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ଅଭିଯୁକ୍ତ ବାପା ମୃତଦେହକୁ ଏକ ବ୍ୟାଗ୍ରେ ଆଣି ରାତିରେ ଭବାନୀପାଟଣା-ଜୁନାଗଡ଼ ରାସ୍ତାର […]
ଭୁବନେଶ୍ୱର: ସ୍ୱାମୀଙ୍କ ମଙ୍ଗଳ ମନାସୀ ବିଧି ଓ ବିଶ୍ୱାସର ସହ ସଧବା ନାରୀ ପାଳିଛି ସାବିତ୍ରୀ ବ୍ରତ। ହେଲେ କରୋନା ଡର ଭିତରେ ଅନ୍ୟ ବର୍ଷ ଭଳି ଏ ବର୍ଷ କିନ୍ତୁ ସାବିତ୍ରୀ ବ୍ରତ ପାଳନରେ ଚମକ ନଥିଲା। ବିଭିନ୍ନ ଦେବଦେବୀଙ୍କ ମନ୍ଦିର ଥିଲା ଖାଁ ଖାଁ। ଏପଟେ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିବା ମହିଳା ବି ସାମାଜିକ ଦୂରତା ପାଳି ଏ ବିଧି ପରମ୍ପରାକୁ ନିଷ୍ଠାର ସହ ପାଳନ କରିଛନ୍ତି। ପବିତ୍ର ସାବିତ୍ରୀ ଅମାବାସ୍ୟାରେ ଖାଁ […]
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଓଡ଼ିଶା ପାଇଁ ଅଗ୍ରମୀ ୫୦୦ କୋଟିର ସହାୟତା ରାଶି ଘୋଷଣା ମଧ୍ୟ କରିଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନ ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ସହାୟତା ରାଶି ଘୋଷଣା କରିଥିଲେ। ଏହି ଅବସରରେ ମୋଦି କହିଥିଲେ, “କରୋନା ସଂକଟ ବେଳେ ମହାବାତ୍ୟା ସଂକଟ […]
ଭୁବନେଶ୍ୱର: ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୋଦି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ। ତାଙ୍କ […]
ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶା ହେବ ପାଣିପାଗ ବିଜ୍ଞାନର ପ୍ରବେଶ ପଥ। ଗୋପାଳପୁର ଓ ପାରାଦୀପରେ ଡପ୍ଲର ରାଡାର ରହିଥିବା ଆଗାମୀ ଦିନରେ ବାଲେଶ୍ୱର ଓ ସମ୍ବଲପୁରରେ ପାଣିପାଗ ସୂଚନା ପାଇଁ ଡଫଲର ରାଡାର ଲାଗିବ। ଏଥିସହିତ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଟିଭିର ଖୋଲକଥା କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ମୃତ୍ୟୁଞ୍ଜୟ। ଅମ୍ପନର ଗତିପଥ ଓ ପ୍ରକୋପ ପୂର୍ବାନୁମାନ କିପରି […]
ଭୁବନେଶ୍ୱର: ବାତ୍ୟା ଅମ୍ପନ ଓଡ଼ିଶା ସ୍ଥଳଭାଗକୁ ଛୁଇଁନଥିଲେ ମଧ୍ୟ ଏହାର ମାଡ଼ରେ କ୍ଷତାକ୍ତ ହୋଇଛି ଉତ୍ତର ଉପକୂଳ। ବାଲେଶ୍ୱରୁରୁ ଜଗତସିଂହପୁର ଯାଏଁ ୪ଟି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୦ ଜିଲ୍ଲାର ୮୯ ବ୍ଲକର ପ୍ରାୟ ୪୪ ଲକ୍ଷରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ନଷ୍ଟ ହୋଇଛି ଲକ୍ଷେ ହେକ୍ଟରରୁ ଅଧିକ ଜମିରେ ଫସଲ। ବିଦ୍ୟୁତ ଭିତ୍ତିଭୂମି ବି ଅନେକ ଜାଗାରେ କ୍ଷତିଗ୍ରସ୍ତ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ବାତ୍ୟା ଅଂପନ ମାଡ଼ରେ ଆକ୍ତାମାକ୍ତା […]