• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ddw
ପରିବହନ ସେବାରେ ‘କରୋନା’ର ସାଂଘାତିକ ପ୍ରଭାବ: କାଉଣ୍ଟର୍‌ରେ ଟିକେଟ୍‌ କ୍ୟାନସଲ୍‌ ପାଇଁ ଲମ୍ବା ଲାଇନ୍‌

ଭୁବନେଶ୍ୱର : ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍‌ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘କରୋନା’କୁ ରୋକିବା ପାଇଁ ଜାରି କରିଛନ୍ତି […]

  • Monday, 26 July 2021
train
କ୍ୟାନସଲ୍‌ ହେଉଛି ଟିକେଟ୍‌, ଆସୁନି ଟ୍ରେନ୍: ପ୍ଲାଟ୍‌ଫର୍ମ ଟିକେଟ୍ ୫୦ ଟଙ୍କା ହେଲା

ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍‌ ବାତିଲ କରୁଥିବାବେଳେ ଟ୍ରେନ୍‌ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପୀ ୮୦ ପ୍ରତିଶତ ଟ୍ରେନ୍ ଟିକେଟ୍ ବାତିଲ ହୋଇଥିବା ରେଲୱେ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ […]

  • Monday, 26 July 2021
subrat bagchi
ପଞ୍ଚାୟତସ୍ତରରେ ଖୋଲିବ ହୋମ୍ କ୍ୱାରେଣ୍ଟାଇନ୍ ସେଣ୍ଟର: ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ

ଭୁବନେଶ୍ୱର: କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏନେଇ ‘କରୋନା’ ସଂକ୍ରାନ୍ତ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି […]

  • Monday, 26 July 2021
corna
ଏମିତି ଅଛନ୍ତି ଓଡ଼ିଶା କରୋନା ସଂକ୍ରମିତ: ଦେଶର ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, କରୋନାରେ ଗତକାଲି ଦେଶରେ ୧୧୫ ଆକ୍ରାନ୍ତ ଥିଲେ, ଆଜି ୧୨୬କୁ ବୃଦ୍ଧି ହୋଇଛି। ଦେଶରେ ଗତକାଲି ସୁଦ୍ଧା […]

  • Monday, 26 July 2021
mobile-corona
ସାବଧାନ ! ମୋବାଇଲରେ କରୋନା ସଂକ୍ରମଣ ହେବାର ଆଶଙ୍କା

ଭୁବନେଶ୍ୱର: ମୋବାଇଲ ପ୍ରତି ସାବଧାନ। ମୋବାଇଲ ବ୍ୟବହାର ସମୟରେ କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସତର୍କ କଲେ ରାଜ୍ୟ ସରକାର।  କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା କମିଟି ପକ୍ଷରୁ ପ୍ରେସ୍‌ମିଟ୍‌ରେ ଏନେଇ ସୂଚନା ଦିଆଯାଇଛି। ଜଣେ ଲୋକ ଦିନରେ ହାରାହାରି ୨୬୦୦ ଥର ନିଜ ମୋବାଇଲ ଛୁଇଁଥାଏ। ଏଥିରେ ସଂକ୍ରମଣ ସମ୍ଭାବନା ଥିବାରୁ ନିଜ ମୋବାଇଲକୁ ଦୈନିକ ୪ରୁ ୬ ଥର ସାନିଟାଇଜରରେ ପୋଛନ୍ତୁ ବୋଲି କୁହାଯାଇଛି। ସେହିପରି ମୋବାଇଲକୁ କାହା ଟେବୁଲ […]

  • Monday, 26 July 2021
sk
ଅନିଛାକୃତ ତ୍ରୁଟି ପାଇଁ ଦୁଃଖିତ: ମାର୍ଚ୍ଚ ୩୧ ଯାଏ ରହିବ କଟକଣା

ଭୁବନେଶ୍ୱର: ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ ୧୫ ଯାଏ ଚାଲିବ। ଏହି ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହୋଇଛି। ତେବେ ଗତ ୪ ତାରିଖ ପରଠାରୁ ବିଦେଶରୁ ଆସିଥିବା ସମସ୍ତ ଲୋକ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ।   covid19.odisha.gov.in ଏହି ୱେବ୍‌ସାଇଇଟରେ ପଞ୍ଜିକରଣ ହେଉଛି। ଏଥିସହିତ ବିଦେଶ ଫେରନ୍ତା ଚାହିଁଲେ ଟୋଲ୍‌ ଫ୍ରି ନମ୍ବର ୧୦୪ରେ ବି ନିଜର ପଞ୍ଜିକରଣ କରାଇପାରିବେ। ଆବଶ୍ୟକ ହେଲେ ଏପ୍ରିଲ ୧୫ ତାରିଖ […]

  • Monday, 26 July 2021
paribahana
ଆର୍‌ଟିଓ ଅଫିସ୍‌ରେ ଭିଡ଼ ନ କରିବାକୁ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି। ସେହିଭଳି ଟ୍ରାଫିକ୍‌ ସମସ୍ୟାକୁ ନେଇ ମଧ୍ୟ ସେତେଟା ଧରପଗଡ଼ର ଖବର ଶୁଣିବାକୁ ମିଳୁ ନାହିଁ। ତଥାପି ଲାଇସେନ୍ସ ପାଇଁ ଆର୍‌ଟିଓ ଅଫିସ୍‌ରେ ଭିଡ଼ ଜମୁଛି। ଏଭଳି ସ୍ଥିତିରେ RTO ଅଫିସ୍‌ରେ ଭିଡ଼ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏକାସଙ୍ଗେ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି ପରିବହନ ମନ୍ତ୍ରୀ। ନିକଟରେ କଡ଼ା […]

  • Monday, 26 July 2021
sk
ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା। ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୁଲିସ କମିଶନର ଏହାକୁ ଜାରି କରିପାରିବେନି। ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅପରେସନାଲ୍ ଗାଇଡ ଲାଇନ୍ସରେ ଆଜି ଏନେଇ ଉଲ୍ଲେଖ କରାଯାଇଛି। ଏନେଇ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। କରୋନା ଭାଇରସ୍ ବ୍ୟାପିବା ପରେ ବିଭିନ୍ନ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି। […]

  • Monday, 26 July 2021
R-VINIL-KRSHAN
ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍‌.ଭିନିଲକ୍ରିଷ୍ଣା

ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍‌.ଭିନିଲକ୍ରିଷ୍ଣା ।  ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍‌ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍‌ରେ ପଞ୍ଜିକରଣ କରିଛନ୍ତି । Sports Director Vineel Krishna registers himself online in #Odisha govt’s #COVID19 portal after returning from […]

  • Monday, 26 July 2021
gajapati
କରୋନା ସତର୍କତା: କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା

ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍‌ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍‌ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍‌ କ୍ୱାରେଣ୍ଟାଇନରେ ରଖାଗଲା। ହୋମ୍ କ୍ୱାରେଣ୍ଟାଇନ ନେଇ ଗଜପତିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। […]

  • Monday, 26 July 2021
ahar
ଆହାର କେନ୍ଦ୍ର ଖୋଲା ରହିବା ସମୟ ବଢ଼ିଲା: କରୋନା ପାଇଁ ବି ହୋଇଛି ବ୍ୟବସ୍ଥା

ଭୁବନେଶ୍ୱର: ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧି ବଢ଼ିଲା। ଏବେ ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଆହାର କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଛନ୍ତି ସରକାର। ଏବେ ଆହାର କେନ୍ଦ୍ରକୁ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରଖାଯିବ।  ଲୋକମାନେ ଧାଡ଼ିରେ ପରସ୍ପର ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରିବେ।  ଆହାର କେନ୍ଦ୍ର ବାହାରେ ସାବୁନ କିମ୍ବା ହ୍ୟାଣ୍ଡ୍ଓ୍ୱାଶ୍‌ରେ ହାତ ଧୋଇବା ବ୍ୟବସ୍ଥା […]

  • Monday, 26 July 2021
pds
ଭତ୍ତା ପରେ ଏବେ ଆଗୁଆ ମିଳିପାରେ ପିଡିଏସ୍ ସାମଗ୍ରୀ

ଭୁବନେଶ୍ୱର: ଆଗୁଆ ଭତ୍ତା ପରେ ଏବେ ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାରବିମର୍ଶ କରୁଛି। ଖୁବ୍‌ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣର ମହଜୁଦ୍ ରହିଛି। ଏଣୁ ଲୋକେ ଆତଙ୍କିତ ହୋଇ ଅଯଥା କିଣାକିଣି କରି […]

  • Monday, 26 July 2021
old-pension2
୪ ମାସର ଭତ୍ତା ଆଗୁଆ ଦେବେ ସରକାର

ଭୁବନେଶ୍ୱର: ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦେବେ ସରକାର। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଗୁଆ ଦେବାକୁ ଘୋଷଣା ହୋଇଛି।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ରାଜ୍ୟରେ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସ ପାଇଁ ଆଗୁଆ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପରେ ସାମାଜିକ ସଶକ୍ତିକରଣ […]

  • Monday, 26 July 2021
mask
କରୋନା ଭାଇରସ୍‌ ପାଇଁ ମାସ୍କର କଳାବଜାରୀ

ଭୁବନେଶ୍ୱର: ଭାରତରେ କରୋନାର ରୂପରେଖ ଯାହା ଥାଉନା କାହିଁକି, ବଜାରରେ କିନ୍ତୁ ମାସ୍କର ଚାହିଦା କାହିଁରେ କେତେ । ଆଉ ଏହି ଚାହିଦାର ଫାଇଦା ନେଇ ଅସାଧୁ ବ୍ୟବସାୟୀ କଳାବଜାରୀ କରିବାକୁ ବି ପଛାଉ ନାହାଁନ୍ତି। ଫଳରେ ସାନିଟାଇଜର୍ ଭଳି ମାସ୍କ ପାଇଁ ଯେଉଁ ମେଡ଼ିସିନ୍ ଷ୍ଟୋରକୁ ବି ଯାଆନ୍ତୁ, ସିଧାସଳଖ ମନା କରିଦେଉଛନ୍ତି। ଆଉ ଯେଉଁଠି ମିଳୁଛି, ସେଠି ତ ଆକାଶଛୁଆଁ ଦାମ୍ । ଏଭଳି ସ୍ଥିତିରେ ଗୁଜରାଟରୁ ଗଂଜାମ ଯାଏଁ ହଜାର ହଜାର ମାସ୍କ […]

  • Monday, 26 July 2021
corona hariba
କରୋନା ପାଇଁ ପ୍ରତିଷେଧମୂଳକ ଲଢ଼େଇରେ ଦୋକାନ ବଜାରରେ ଖାଁ ଖାଁ ସ୍ଥିତି

ଭୁବନେଶ୍ୱର: କରୋନା ହାରିବ, ଜିତିବ ମଣିଷ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାମାରୀ କୋଭିଡ୍-୧୯ ଭାଇରସ୍ ବିରୋଧରେ ପ୍ରତିଷେଧମୂଳକ ଲଢ଼େଇରେ ରାଜଧାନୀର ସମସ୍ତ ମଲ୍, ବଡ଼ ବଡ଼ ସୋ ରୁମ୍, ସିନେମାହଲ୍ ସବୁ ବନ୍ଦ। ବଜାରରେ ଖାଁ ଖାଁ ସ୍ଥିତି। ସତର୍କ ଓ ସଜାଗ ରହି କରୋନାକୁ ମାତ୍ ଦେବାର ପ୍ରୟାସ। ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ, ସମ୍ବଲପୁରରୁ ନେଇ କଟକ, ପାରଳେଖେମୁଣ୍ଡିରୁ ନେଇ ଢେଙ୍କାନାଳ ସହର ସହରରେ କରୋନା ମୁକାବିଲା ପାଇଁ […]

  • Monday, 26 July 2021
odisha-corona
ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏହିସବୁ ଜିଲ୍ଲାରେ ୧୪୪ ଧାରା ଜାରି

ଭୁବନେଶ୍ୱର: କରୋନା ଭୂତାଣୁର ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟର ଅନେକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଚୈତ୍ର୍ୟ ପର୍ବ ସହ ଅନେକ ପର୍ବପର୍ବାଣୀ ଥିବାରୁ ଜନସମାଗମକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜାରି କରାଯାଇଛି ୧୪୪ ଧାରା। ସେହିପରି ଗଜପତିରେ ମଧ୍ୟ ୧୪୪ ଜାରି କରାଯାଇଛି। ଏହାସହ ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୌଣସି ଜନସମାଗମକୁ ଏଡ଼ାଇବା ପାଇଁ ୧୪୪  ଧାରା ଜାରି ହୋଇଛି। ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ଛୁଟିକୁ […]

  • Monday, 26 July 2021
ood
ଏବେ କେମିତି ଅଛି ଓଡ଼ିଶାର ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ?

ଭୁବନେଶ୍ୱର: ଏପଟେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି. ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସଂପୃକ୍ତ ଯୁବକ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ୧୨ ତାରିଖରେ ଟ୍ରେନ୍‌ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରୁ ତାଙ୍କୁ ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ସେ ରାଜଧାନୀର ଏକ ଘରୋଇ କ୍ଲିନିକ୍‌ରେ ପ୍ରଥମେ ଚିକିତ୍ସା କରାଇଥିଲେ। ଗତକାଲି ତାଙ୍କ ରକ୍ତ ନମୂନା ପଜିଟିଭ୍ ଆସିବା ପରେ […]

  • Monday, 26 July 2021
corona meeting
କରୋନା ସତର୍କତା: ବିଦେଶ ଫେରନ୍ତାଙ୍କୁ ୪୮ ଘଣ୍ଟାର ମହଲତ

ଭୁବନେଶ୍ୱର: ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ ଦେଲେ ସରକାର। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର ବ୍ୟବସ୍ଥା ହୋଇଛି। ବିଦେଶରୁ ଆସିଥିବା ବା ଆସିବାକୁ ଥିବା ବ୍ୟକ୍ତି ଏହି ପୋର୍ଟାଲରେ କିମ୍ବା ନିଃଶୁଳ୍କ ନମ୍ବର ୧୦୪କୁ ଫୋନ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିପାରିବେ। ବିଦେଶରୁ […]

  • Monday, 26 July 2021
corona-bhdrak
ଜ୍ୱର ଓ ଥଣ୍ଡା ଲାଗିରହିଥିବା ରୋଗୀଙ୍କୁ ତୁରନ୍ତ ସେଲ୍‌ଟର ସେଣ୍ଟରକୁ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲ ଅଫିସ, ୩୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଛନ୍ତି। ଗାଁ ଗାଁ ବୁଲି କିପରି ଲୋକଙ୍କୁ ସଚେତନ କରାଯିବ, ଏବଂ ମାକ୍ସ ଓ ସାନିଟାଇଜର ବ୍ୟବହାର କରିବା ଦିଗରେ […]

  • Monday, 26 July 2021
corona in odisha
କରୋନା ମୁକାବିଲା: ଅସ୍ଥାୟୀ କ୍ୱାରେଣ୍ଟାଇନ୍‌ ସେଣ୍ଟର୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି  ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର। ଏଥିପାଇଁ  ନଗର ପରିଷଦମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। କୋରନା ସନ୍ଦିଗ୍ଧଙ୍କ ପାଇଁ ଅସ୍ଥାୟୀ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହେବ। ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍ ସେଣ୍ଟର ହେବ। ସେହିଭଳି ସହରାଞ୍ଚଳ ଆଶ୍ରୟସ୍ଥଳ, ସରକାରୀ କୋଠାକୁ ମଧ୍ୟ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାପେ ପ୍ରସ୍ତୁତ କରାଯିବ। ଏହି ସେଣ୍ଟରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏଥିସହିତ […]

  • Monday, 26 July 2021
CORONA
କରୋନା ପାଇଁ ରାଜ୍ୟର ପ୍ରମୁଖ ମନ୍ଦିର ଓ ଧାର୍ମିକ ସ୍ଥଳ ଗୁଡ଼ିକରେ ଲାଗିଲା କଟକଣା

ଭୁବନେଶ୍ୱର: କୋରନା ଭଇରସ୍‌ରେ ପ୍ରଭାବ ମନ୍ଦିର ଏବଂ ଧର୍ମ ପୀଠଗୁଡ଼ିକ ଉପରେ ବି ପଡ଼ିଛି। ବିଭିନ୍ନ ଧର୍ମ ପୀଠରେ କରୋନା ପାଇଁ କଟକଣା ଜାରି ହୋଇଛି। ମାରାତ୍ମକ କରୋନାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା ଲଗାଯାଇଛି। କୌଣସି ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ସେବାୟତଙ୍କୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେବଳ ମଙ୍ଗଳାଙ୍କ ପୀଠ ନୁହେଁ, ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ମନ୍ଦିରରେ ବି କଟକଣା […]

  • Monday, 26 July 2021
car
ହୁତୁହୁତୁ ହୋଇ ଜଳିଗଲା କାର: ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ସୁନ୍ଦରଗଡ଼: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ତାଙ୍କ ନାଁ କିଶୋର ଚନ୍ଦ୍ର ନାୟକ। ଘଟଣାଟି ଘଟିଛି ସୁନ୍ଦରଗଡ଼ କାଳୀମଣ୍ଡପ ଛକରେ। କାରଟି ଯାଉଥିବାବେଳେ ଦୁର୍ଭାଗ୍ୟବଶତଃ ଏଥିରେ ନିଆଁ ଲାଗିଯାଇଥିଲ। କିଶୋର କାରରେ ଯାଉଥିବାବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ଗାଡିରୁ ବାହାରକୁ ଆସି ଇଞ୍ଜିନକୁ ଦେଖିଥିଲେ। ଦେଖୁ ଦେଖୁ ନିଆଁରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କାର […]

  • Monday, 26 July 2021
koraput
କରୋନାକୁ ନେଇ ଏସବୁ ଜିଲ୍ଲାକୁ ସତର୍କ ସୂଚନା...

କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜରୁରୀ କାର୍ଯ୍ୟ ଛାଡି ସମସ୍ତ ବୈଠକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଥଣ୍ଡା,କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ସହ ଗ୍ରାମାଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କେହି ବିଦେଶୀ ଭ୍ରମଣରେ ଆସିଥିଲେ ସେମାନଙ୍କ ବିଷୟରେ ତଥ୍ୟ ପ୍ରଦାନ କରିବାକୁ ଓ୍ୱାର୍ଡମେମ୍ବର, ସରପଞ୍ଚ, ଅଙ୍ଗନଓ୍ୱାଡି କର୍ମୀ ଏବ ସ୍ୱୟଂ […]

  • Monday, 26 July 2021
co
ମାସ୍କ,ସାନିଟାଇଜର ଭଳି ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ତତ୍ପର ହୋଇ ଉଠିଛି ଖାଦ୍ୟ ଯୋଗାଣ ବିଭାଗ। କରୋନା ଯୋଗୁ ମାସ୍କ,ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 2020 ଅନୁସାରେ ବିଜ୍ଞପ୍ତି  ପ୍ରକାଶ ପାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।  ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରୀ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। […]

  • Monday, 26 July 2021