ଭୁବନେଶ୍ୱର: ସାହୁକାର ଭଳି ଋଣ ଦିଅନି, ଗରିବଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଦିଅ। ୪ରୁ ୫ ମାସ ପାଇଁ ଟଙ୍କା ପଠାଯାଉ। କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କୁ ଏହା କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଦେଶର ପ୍ରମୁଖ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏପରି କହିଛନ୍ତି ରାହୁଲ। ଓଟିଭି ନ୍ୟୁଜ୍ ଏଡିଟର୍ ରାଧାମାଧବ ମିଶ୍ରଙ୍କ ପ୍ରଶ୍ନର ବି ଉତ୍ତର ଦେଇଥିଲେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାର ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି। ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଯାହାର କଚ୍ଚା ଘର ରହିଛି ତାଙ୍କୁ ସ୍ଥାନାନ୍ତରିତ କରାଯିବ। ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମେ ମାସ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମ ହୋଇଥିଲେ। ସେ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏଥିସହିତ ସେ ତିନିଥର […]
ମଲକାନଗିରି: ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନରେ କାମ କରୁଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କୋରାପୁଟରୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ଗତ ୭ ତାରିଖରେ ପୀଡ଼ିତା ଗୁରୁତର ଅବସ୍ଥାରେ ମିଳିଥିଲେ। ଗୁରୁତର ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ପତ୍ନୀଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଥିଲେ ସ୍ୱାମୀ। ତେବେ ଗତକାଲି ତାଙ୍କ ମୃତ୍ୟୁ ହେବା ପରେ ଘଟଣାକୁ ନେଇ […]
ବାରିପଦା: ବାରିପଦା PRM ମେଡିକାଲ କଲେଜରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଖାନାରେ ଶିଶୁ ଅଦଳ ବଦଳ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ବର୍ଗ ଏବଂ ସମ୍ପର୍କୀୟ। ଏପରିକି ମୃତ ଶିଶୁକୁ ଗ୍ରହଣ କରୁନାହାନ୍ତି ପରିବାର ଲୋକେ। ଗତ ମାସ ୨୬ ତାରିଖରେ ବାରିପଦା ସଦର ଥାନା ଜାମବଣି ଗାଁର ଜଣେ ପ୍ରସୂତିଙ୍କ ସନ୍ତାନ ଜନ୍ମ ହୋଇଥିଲା। ଗତକାଲି ଶିଶୁଟିକୁ ଟିକା ଦିଆଯିବ କହି ମେଡିକାଲକୁ ଡକାଯାଇଥିଲା। ଟିକା ଦିଆଯିବା ପରେ ଶିଶୁକୁ […]
ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡ଼ା ଯାଇଛି। ଟିକେଟ୍ ପ୍ରତି ଅତ୍ୟଧିକ ଆଗ୍ରହ ଦେଖି ଏହି ୫ଟି ବଗି ସଂଯୋଗ କରାଯାଇଛି। 3AC ୪ଟି ବଗି ଓ 2AC ଗୋଟିଏ ବଗି ସଂଯୋଗ କରାଯାଇଛି। ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୁକ୍ତ ହେବ। ପୂର୍ବରୁ ଟ୍ରେନରେ ୧୭ଟି ବଗି ଥିଲା। ଏବେ ବଗି ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ […]
ଗଞ୍ଜାମ: ଦଶାହ କାର୍ଯ୍ୟରେ ବ୍ୟସ୍ତ ଥିଲେ ସମସ୍ତେ। ବାପାମା, ପରିବାର ଓ ବନ୍ଧୁ ବର୍ଗ ସମସ୍ତେ କାହା ପାଖରେ ତର ନଥିଲା । ଏପଟେ କାର୍ ଭିତରେ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଢଳୁଥିଲା ପୁଅ । ସେଥିପ୍ରତି କାହାର ନିଘା ନଥିଲା । ଶେଷରେ ସବୁ କାମ ସାରି ଖୋଜିବାରୁ କାର୍ ଭିତରେ ଅଚେତ୍ ଅବସ୍ଥାରେ ମିଳିଥିଲା ପୁଅ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । […]
ଭୁବନେଶ୍ୱର: ରାଜଧାନୀରୁ ବିରଳ ଇଜିପ୍ଟିଆନ୍ ଶାଗୁଣା ଉଦ୍ଧାର ହୋଇଛି। ଗତ ୩୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଏହି ବିରଳ ଇଜିପ୍ଟିଆନ୍ ଶାଗୁଣା ଦେଖିବାକୁ ମିଳିଥିଲା। ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ପରେ ସ୍ଥାନୀୟ ବାସିନ୍ଦା ଓ ଗ୍ରୋ ଓ୍ୱିଥ୍ ନେଚର୍ ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା ଶାଗୁଣାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶାଗୁଣାକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ପାତ୍ରପଡ଼ା ରେଞ୍ଜ ଅଫିସରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ୪ ଦିନ […]
ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ପ୍ରବାସୀ ଓଡ଼ିଆଙ୍କୁ ଛାଡ଼ି ପଳାଇଲା ବସ୍। ତେଲାଙ୍ଗାନାରୁ ୪୦ ଜଣ ଯାତ୍ରୀ ନେଇ ଏହି ବସ୍ଟି ବାଲେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ଆଜି ସକାଳ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କୁ ବରମୁଣ୍ଡାରେ ଛାଡ଼ି ପଳାଇ ଥିଲା। ପରେ ସେମାନଙ୍କ ପାଖରେ ପୋଲିସ ପହଞ୍ଚିବା ସହ ଏନେଇ ବିଏମସିକୁ ଅବଗତ କରାଇଛି।
ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି […]
ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି। ହ୍ୱାଟସଆପ୍ ଓ ଏସ୍ଏମଏସ୍ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍ର ଲିଙ୍କ୍ ନୁହେଁ ବୋଲି କହିଛି କମିଶନରେଟ୍ ପୁଲିସ। ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍ର ଲିଙ୍କ୍। […]
ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ […]
ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁୟ ମହାପାତ୍ର। କୌଣସି ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆଯାଇନପାରେ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମେ ୩ରେ ଫୋନି ବାତ୍ୟା […]
ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇନି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିବାରୁ ଏହାର ତର୍ଜମା କରାଯାଉଛି। ତର୍ଜମା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ସୂଚନା ଦେଇଛି। ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି, ମଦ ଚୋରା ବ୍ୟବସାୟ ଉପରେ ନଜର ରଖାଯାଉଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ କରାଯାଉଛି। ଆଗକୁ ଚଢ଼ାଉ […]
ପୁରୀ: ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ଗତ ବର୍ଷ ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିଲା ବାତ୍ୟା ‘ଫନି’। ଏହି ଫନି ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲ୍ୟାଣ୍ଡଫଲ କରିଥିଲା। ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା। […]
ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ପୂରିଛି ଗୋଟିଏ ବର୍ଷ। ବାତ୍ୟାରେ ଶହେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସର୍ବାଧିକ ପୁରୀ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲା ଫୋନି ବାତ୍ୟା। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଗଂଜାମ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ସବୁଠାରେ ପଡ଼ିଥିଲା ହାହାକାର। କିଏ ଜୀବନ ବଂଚାଇବାକୁ ଦୋକାନ ତଳେ ଆଶ୍ରୟ ନେଇ ଜୀବନ ହାରିଥିଲା ତ ଆଉ କିଏ ଡଙ୍ଗା ଉଦ୍ଧାର କରିବାକୁ ଯାଇ ଚିଲିକାକୁ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା। ବାତ୍ୟା […]
ଭୁବନେଶ୍ୱର: ଓଡ଼ିଶା ପ୍ରମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ସମୟରେ ରାଜ୍ୟର ପରିସ୍ଥିତି ଏହାର ତ୍ୱରିତ୍ୱ ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର। କିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିୟୁକ୍ତି କରି ଓଡ଼ିଶାର ଅର୍ଥନୀତି ସୁଦୃଢ କରିବା ତାସହ ପ୍ରବାସୀ ଓଡ଼ିଆଙ୍କ ଫେରିବା, ଜୀବିକା, ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ସାଦର […]
ଭୁବନେଶ୍ୱର: ତାମିଲନାଡୁର ତିରୁଭାଲୁରରେ ଲକଡାଉନ ପାଇଁ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ରାସନ ସାମଗ୍ରୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପୂର୍ବରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଓଡ଼ିଆ ଶ୍ରମିକଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚିବା ପରେ ଟ୍ୱିଟ୍ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର।
ଭୁବନେଶ୍ୱର: ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍ ବସ୍ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏଥିସହିତ ଘାଟିରେ ୪୦ରୁ ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଲା। ଘାଟି ରାସ୍ତାରେ ଗାଡ଼ି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ […]
ଗଞ୍ଜାମ: ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ନାଗପୁର ଅମରାବତୀ ଏନ୍ଏଚ୍ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିବା ଖବର ମିଳୁଛି। ଏହି ବସ୍ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳୁଛି। ଆହତମାନଙ୍କୁ ନିକଟସ୍ଥ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ NH ଉପରକୁ କୌଣସି ଜନ୍ତୁ ଆସିଯିବା ଫଳରେ ଏହି […]
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍ ବସ୍ ଆଜି ଭାରାସାମ୍ୟ ହରାଇ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀ। ଚିତ୍ତରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ୱୁଲାନ୍ସରେ […]
ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍ଟି ଗଞ୍ଜାମ ଯାଉଥିବା ସୂଚନା। ମିଳିଥିବା ସୂଚନାନୁସାରେ ବସ୍ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସର୍ବାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ […]
କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଉଭୟଙ୍କ ମୃତଦେହ ଦୁବାଇରୁ ଆଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ଲୋକ ନିବେଦନ କରିଛନ୍ତି। ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା […]
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବାରୁ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଲକ୍ଡାଉନ୍ ଯୋଗୁ ରାଜ୍ୟ ବାହାରେ ଶ୍ରମିକମାନେ ଫସି ରହିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଶ୍ରମିକଙ୍କୁ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଶ୍ରମିକ ଦିବସରେ ସରକାରଙ୍କ ଏଭଳି ନିଷ୍ପତ୍ତି […]