ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍ଜିଦ୍, ଗୀର୍ଜାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି। ବଡ଼ଦାଣ୍ଡଠୁ ଶ୍ରୀମନ୍ଦିର ବେଢ଼ା ଯାଏଁ ଶୂନଶାନ ହୋଇପଡ଼ିଛି। ଗବେଷକଙ୍କ ମତ ଅନୁସାରେ, ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଏଭଳି ଦୂରତା ଦେଖାଯାଇଛି ୩୨୮ ବର୍ଷର ବ୍ୟବଧାନ ପରେ। ମାଦଳା […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ କିଛି ଦାବି ରଖିଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ଟିମ୍ ସହିତ ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କଲା ବେଳେ ଏହି ଦାବି ରଖିଥିଲେ ନବୀନ। ଉଭୟ ଘରୋଇ ଓ ସରକାରୀ ଭାବେ ମାଗଣା ନମୂନା ପରୀକ୍ଷଣ ପାଇଁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ର ସ୍ଥାପନ […]
ଭୁବନେଶ୍ୱର: ୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପ୍ରିଲ ପହିଲାରୁ ସେପଟମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବ ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ବର୍ତ୍ତମାନ ପରିସ୍ଥିତିରେ ଜନସଂଖ୍ୟା କାର୍ଯ୍ୟ ନକରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। କରୋନା ସହ ଲଢ଼ିବାକୁ ରାଜ୍ୟ ସରକାର ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ […]
ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ପଞ୍ଜିକରଣ ବାଧ୍ୟ କରିଥିବାବେଳେ ଆଜିସୁଦ୍ଧା ୨୯୩୫ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ଏହି ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ମାତ୍ର ୨ଜଣଙ୍କ ଦେହରେ କରୋନା ପଜେଟିଭ୍ ନମୂନା ମିଳିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, […]
ପୁରୀ: ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ଟଙ୍କା ଫେରିବା ଘଟଣାରେ, ସୁଧହାରକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ୟେସ୍ ବ୍ୟାଙ୍କ ପକ୍ଷରୁ ୮ ଦଶମିକ ୬୧ ପ୍ରତିଶତ ହାରରେ ସୁଧ ଦିଆଯିବ ବୋଲି ଆକଳନ ଥିଲା। ତେବେ ୨ ଦଶମିକ ୧୧ ପ୍ରତିଶତ ହାରରେ ସୁଧ ଦିଆଯାଇଛି ବୋଲି ଅଭିଯୋଗ କରିଛି ବିଜେପି। ଫଳରେ ରାଜ୍ୟ କ୍ଷତି ସହିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ର […]
ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ଆସନ୍ତା ସୋମବାରଠୁ ସ୍ଥଗିିତ ରଖାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏକ […]
ଭୁବନେଶ୍ୱର: କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ। ସେହିପରି ପୋଖରୀ ଅବା ଜଳାଶୟରେ ଗାଧେଇବାକୁ ମଧ୍ୟ ବାରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ, କରୋନା ପାଇଁ ସାମାଜିକ ଦୂରତ୍ୱ(ସୋସିଆଲ ଡିଷ୍ଟାନ୍ସ) ଉପରେ ଗୁରୁତ୍ୱ ଦିଆଯାଉଛି। ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା’ରେ ଗ୍ରାହକ ଓ ସେବାପ୍ରଦାନକାରୀ […]
ବାଲେଶ୍ୱର: ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ। ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ ତାରିଖରେ […]
ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ସନ୍ଦେହରେ ଯାଞ୍ଚ ହୋଇଥିବା ୪୭ଟି ନମୁନାରୁ ୪୬ଟି ରିପୋର୍ଟ ନେଗେଟିଭ ଆସିଛି। ଜଣଙ୍କ ରକ୍ତ ନମୁନା ହିଁ ପଜିଟିଭ ଆସିଛି। ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି। ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍ଚୀ। ଏହା ସହ ସେ କହିଛନ୍ତି ଯେ, ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଆସିଛି। ଆଜି […]
ଭୁବନେଶ୍ୱର: ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ କିଛି ଗ୍ରାହକ। ସିସିଟିଭିରେ କଏଦ୍ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ। ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ଏହାକୁ ପ୍ରତିବାଦ କଲାରୁ ଯୁବକମାନେ ସେମାନଙ୍କୁ ଗାଳିଗୁଲଜ […]
ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି ବଢ଼ିଲା ରେଲୱେ ପ୍ଲାଟଫର୍ମ ଟିକଟର ଦାମ। ରେଲୱେ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ ଦେଇହେବ ବୋଲି ଆଶା ରଖିଛି ପୂର୍ବତଟ ରେଲୱେ। ତେବେ ସାମୟିକ ଭାବେ ଏହି ଦର ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର […]
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା। ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର। ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଉଦାହରଣ ଦେଇ ଏହାକୁ ବେଶ୍ ସୁନ୍ଦର ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, […]
କୋରାପୁଟ(ସୂର୍ଯ୍ୟ ପଣ୍ଡା): ‘କରୋନା’ ଭୟରେ ବିଦେଶୀ ନାଗରିକଙ୍କୁ ନେବା ପାଇଁ ଡରିଲେ ଗାଡ଼ି ଚାଳକ। ମେଡିକାଲ୍ ନେବା ପାଇଁ କୌଣସି ଗାଡ଼ି ମଙ୍ଗିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଷ୍ଟେସନ୍ରୁ ନିଜ ବାଇକ୍ରେ ବସାଇ ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲ୍ ନେଲେ ରେଳ ସୁପରିଟେଣ୍ଡେଣ୍ଟ୍। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ୍ରେ ଘଟିଛି। ତେବେ ମେଡିକାଲ୍ରେ ଟେଷ୍ଟ ପରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କୁ ‘କରୋନା’ ହୋଇନଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ଫ୍ରାନ୍ସ ନାଗରିକ ଜଣକ ଦିଲ୍ଲୀରେ […]
ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ମାଆ ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର, ଧାର୍ମିକସ୍ଥଳ, ମାର୍କେଟ୍, ସପିଂ ମଲ୍ ଏବଂ ସମୁଦ୍ର ବେଳାଭୂମି ଆଦି ଭିଡ଼ ଜମୁଥିବା ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ମାଆ ଶାରଳାଙ୍କ ପୀଠରେ ନୀତିକାନ୍ତି ଠିକ ସମୟରେ ଚାଲୁଥିବାବେଳେ ହାତଗଣତି ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ସମସ୍ତ ପ୍ରକାର ମାନସିକ ପୂଜା […]
ରାଉରକେଲା: ଏବେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସବୁ କ୍ଷେତ୍ରରେ ଉଦ୍ୟମ କରାଯାଉଥିବା ବେଳେ ରାଜ୍ୟ ଡେଣ୍ଟିଷ୍ଟ ସଂଘ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ଦନ୍ତ ଚିକିତ୍ସକମାନେ ସେମାନଙ୍କ କ୍ଲିନିକ୍ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ରାଉରକେଲାସ୍ଥିତ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଅଫିସ୍ରେ ସଂଘର ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜରୁରୀକାଳୀନ ସ୍ଥିତିରେ ଡେଣ୍ଟିଷ୍ଟମାନେ ଉପଯୁକ୍ତ ପ୍ରତିଷେଧକ […]
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ନାଁ ପଞ୍ଜୀକରଣ କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ୱେବ୍ସାଇଟ୍-covid19.odisha.gov.in ଏବଂ ଫୋନ୍ ମଧ୍ୟ ଜାରି କରାଯାଇଛି। କୌଣସି କାରଣରୁ ବ୍ୟକ୍ତି ଏହି ୱେବ୍ସାଇଟ୍ର ନାମ ପଞ୍ଜିକରଣ ନ କରିପାରିଲେ […]
ଭୁବନେଶ୍ୱର: ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅନ୍ୟ ୪ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆବଶ୍ୟକ ସଂଖ୍ୟକ ସମର୍ଥକ ଓ […]
ମାଲକାନଗିରି: ମାସ୍ ପିନ୍ଧି ଆତ୍ମ ସମର୍ପଣ କଲେ ମାଓବାଦୀ। ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍ର ସଦସ୍ୟ ଭାବେ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସମ୍ୱା ୨୦୧୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ […]
ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ୍। କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିପରି କର୍ମଚାରୀ ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି। ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଘରେ ରହିବାକୁ କୁହାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରକୁ ଫୋନ୍ କରି ଜଣାଇବାକୁ […]
ଭୁବନେଶ୍ୱର: ପ୍ରତିଦିନ ATM ଗୁଡ଼ିକୁ ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆୟିବ। କରୋନା ଭାଇସ୍ ପାଇଁ ବ୍ୟାଙ୍କଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇ ଗାଇଡ୍ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ଏ ନେଇ SLBC ଆବାହକଙ୍କୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ। ଏଟିଏମ୍ଗୁଡ଼ିକୁ ଦୈନିକ ସାନିଟାଇଜ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମ୍ରେ ଥିବା ସୁରକ୍ଷା କର୍ମଚାରୀ ସାନିଟାଇଜ୍ କରିବେ। ଠିକ୍ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ତାକୁ ତଦାରଖ କରିବେ […]
ଭୁବନେଶ୍ୱର: ଫେରିବ ୟେସ୍ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟି ଟଙ୍କାକୁ ଫେରାଇ ଅଣାଯିବା ଲାଗି ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟିରୁ ୩୮୯ କୋଟି ଟଙ୍କାର ମାଚ୍ୟୁରିଟି କାଲି ପୂରିବ। ତେବେ ବଳକା ୧୫୬ କୋଟି ଟଙ୍କା ଆସନ୍ତା ୩୦ରେ ଉଠାଣ ନେଇ ବ୍ୟବସ୍ଥା ଥିଲା। ହେଲେ ଆସନ୍ତାକାଲି ହିଁ ସମସ୍ତ ୫୪୫ […]
ଭୁବନେଶ୍ୱର: କରୋନା ସତର୍କତା ପାଇଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖିଲେ ସରକାର। ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ (RTO) ଲୋକ ଗହଳିକୁ ବାରଣ କରିବା ଲାଗି DL ଟେଷ୍ଟ ସ୍ଥଗିତ ରଖିଛନ୍ତି ସରକାର। ଏନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କରୋନା ପାଇଁ […]
ଭୁବନେଶ୍ୱର: କରୋନା ପ୍ରଭାବରେ ରେଷ୍ଟୁରାଣ୍ଟ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।। ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍ଇନରେ ଅର୍ଡର ବି କରୁନାହାନ୍ତି। ଫଳରେ ସହର ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ବି ଖାଁ ଖାଁ ଲାଗୁଛି। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି। ପରିଚ୍ଛନ୍ନତା ପ୍ରତି ଧ୍ୟାନ […]