• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

khira
କ୍ଷୀରରେ ଭାସିଲା ରାସ୍ତା

ସାଲେପୁର: କ୍ଷୀରରେ ଭାସିଲା ରାସ୍ତା। ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡ଼ାରେ। ଓମ୍ଫେଡ୍ ପକ୍ଷରୁ କ୍ଷୀର ନେବାକୁ ମନା କରାଯିବା ଅଭିଯୋଗରେ ଦୁଗ୍ଧ ଚାଷୀମାନେ ରାସ୍ତା ଉପରେ ଶହଶହ ଲିଟର କ୍ଷୀର ଢାଳିଦେଇଛନ୍ତି। ଓମ୍ଫେଡ୍ ହଠାତ କ୍ଷୀର ନେବାକୁ ମନା କରିଦେବା ସହ ଗୋଖାଦ୍ୟ ଦେବାକୁ ମନା କରିଦେଇଥିଲା। ସେମାନେ ଅଭିଯୋଗ କରିଛନ୍ତି। ଫଳରେ ବଜାର ମଧ୍ୟ ଖୋଲା ନଥିବାରୁ ଗୋଖାଦ୍ୟ ଅଭାବ ଦେଖାଦେଇଛି। ଏପଟେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ […]

  • Monday, 26 July 2021
milk
ଲକ୍‌ଡାଉନ୍ ନେଇ କ୍ଷୁବ୍ଧ ଦୁଗ୍ଧ ଚାଷୀ: ରାସ୍ତାରେ ଢାଳିଦେଲେ ୮୦ ଲିଟର୍‌ କ୍ଷୀର

ବାଲେଶ୍ୱର: କରୋନା ଲକ୍ ଡାଉନ୍‌କୁ ନେଇ ଅବ୍ୟବସ୍ଥାରୁ ଦୁଗ୍ଧ ଚାଷୀ କ୍ଷୁବ୍ଧ। ରାସ୍ତାରେ ଢାଳିଦେଲେ ପ୍ରାୟ ୮୦ ଲିଟରରୁ ଅଧିକ କ୍ଷୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ରଣିଆଗଂଜ ଗାଁରେ ଦେଖିବାକୁ ମିଳିଛି। ଏହି ଅଭାବନୀୟ ଦୃଶ୍ୟ ଲକ୍‌ଡାଉନ ଜାରି ହେବା ପରେ ଦୁଗ୍ଧ ଚାଷୀଙ୍କଠାରୁ ଉତ୍ପାଦିତ କ୍ଷୀର ସଂଗ୍ରହ କରୁନି। ସମବାୟ ସମିତି ରଣିଆଗଞ୍ଜ ଗାଁରେ ପ୍ରାୟ ୩୫ରୁ ଅଧିକ ମହିଳା ଦୁଗ୍ଧ ଚାଷୀ ଥିବାବେଳେ ଏଠାରୁ କ୍ଷୀର ସଂଗ୍ରହ କରାଯାଉଥିଲା। ତେବେ ଗତ […]

  • Monday, 26 July 2021
hata
ନିୟମ ନମାନିବାରୁ ପୁଣି ଆଉ ଏକ ସ୍ଥାନକୁ ଘୁଞ୍ଚିଲା ହାଟ

ଭୁବନେଶ୍ୱର: କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ପୁଣି ଥରେ ଘୁଞ୍ଚିଲା  ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟ।  ଏହି ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। […]

  • Monday, 26 July 2021
home-delivery
ହୋମ୍‌ ଡେଲିଭରି ପାଇଁ ବିଏମ୍‌ସି ଜାରିକଲା ମଲ୍‌ର ନାଁ ଓ ହ୍ୱାଟ୍ସଆପ୍‌ ନମ୍ବର

ଭୁବନେଶ୍ୱର : ଲକ୍‌ଡାଉନ୍‌ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ। ଏ ନେଇ ବିଏମ୍‌ସି ପକ୍ଷରୁ ଭୁବନେଶ୍ୱରର ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍‌ ପକ୍ଷରୁ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ। ଏଥିପାଇଁ ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି। ହ୍ୱାଟ୍ସଆପ୍‌ […]

  • Monday, 26 July 2021
corona virus w
ଲକ୍‌ ଡାଉନ୍‌ ଯୋଗୁ ଚାଲିଚାଲି ଉତ୍ତରପ୍ରଦେଶ ଫେରୁଛନ୍ତି କ୍ଷୁଦ୍ର ବ୍ୟବସାୟୀ

ରାୟଗଡ଼ା: ମହାମାରୀ କରୋନା ପାଇଁ ଦେଶବ୍ୟାପି ଲକ୍‌ଉନ ଫଳରେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକେ ଜୀବନ ଜୀବିକା ପାଇଁ ହନ୍ତସନ୍ତ ହେଉଛନ୍ତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସବୁଠି ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ ଫେରିପାରୁନାହାନ୍ତି। ରୁଦ୍ରାକ୍ଷ ଓ ମାଳି ବିକ୍ରି କରିବାକୁ ଉତ୍ତରପ୍ରଦେଶରୁ ରାୟଗଡା ଆସିଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଲକ୍ ଡାଉନ ପରେ ବ୍ୟବସାୟ ପ୍ରଭାବିତ ହେବାରୁ ଘରମୁହାଁ ଏବେ ଏହି […]

  • Monday, 26 July 2021
odisha
କୋହଳ ହେଲା କଟକଣା: ପୂର୍ବପରି ଏହିସବୁ ପୁଣି ଚାଲିବ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଲାଗୁ ହୋଇଥିବା ଲକଡାଉନ କଟକଣାରୁ କେତେକ ସଂସ୍ଥାକୁ ବାଦ୍ ଦିଆଯାଇଛି। ଘରେ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଉଥିବା ଆମାଜନ୍, ଫ୍ଲିପକାର୍ଟ, ସ୍ୱିଗି, ଜୋମାଟୋ, ମିନ୍ତ୍ରା, କେଏଫ୍‌ସି, ପିଜା ହଟ୍, ଡୋମିନସ୍, ଉବେର ଇଟ୍ସ, ବ୍ଲୁ ଡାର୍ଟ, ଡିଟିଡିସି କୋରିଅର, ବିଗ୍ ବାସ୍କେଟ୍, ଗ୍ରୁଫର୍ସ ଓ ଅର୍ବାନ କ୍ଲାପ ଉପରୁ ରାଜ୍ୟସରକାର କଟକଣା ଉଠାଇଛନ୍ତି। ସେହିପରି ଖାଦ୍ୟ ଓ ପାଇକାରୀ ସାମଗ୍ରୀ ଯୋଗାଉଥିବା ବିଗ ବଜାର, ରିଲାଏନ୍ସ ଫ୍ରେଶ୍, ଓମ୍ପେଡ୍, ଓପଲଫେଡ୍, […]

  • Monday, 26 July 2021
china
କରୋନା ମୁକାବିଲା: ସାନିଟାଇଜର ଉତ୍ପାଦନ ବଢ଼ାଇବାକୁ ଗୁରୁତ୍ୱ

ଭୁବନେଶ୍ୱର: ଯେତିକି ଯେତିକି କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି, ସେତିକି ବଢ଼ିଚାଲିଛି ସାନିଟାଇଜରର ଚାହିଦା। ଏହି ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାନିଟାଇଜର୍ ଉତ୍ପାଦନ ବଢ଼ାଇବାକୁ ଏବଂ ଇଥାନଲ୍ ଉପରେ କଟକଣା ଉଠାଇଦେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ରାଜ୍ୟର ସମସ୍ତ ସିଡିଏମ୍ଓ, ଜିଲ୍ଲାପାଳ, ଅବକାରୀ ଓ କେନ୍ ଆୟୁକ୍ତ, ଔଷଧ ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ୪୫ଟି ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀଙ୍କୁ ସାନିଟାଇଜର ପ୍ରସ୍ତୁତ […]

  • Monday, 26 July 2021
passs
କରୋନା ମୁକାବିଲା: ହସ୍‌ପିଟାଲ୍‌ରେ ୨ ହଜାର ଶଯ୍ୟା ପାଇଁ ପ୍ରସ୍ତୁତି

କଟକ: କରୋନା ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ଜୋରଦାର ପ୍ରସ୍ତୁତି। ଏସ୍‌ସିବି ମେଡ଼ିକାଲ୍, ସିଏମ୍ସିର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମାଞ୍ଚଳ ଏବଂ ଘରୋଇ ହସ୍ପିଟାଲ୍‌ରେ ମୋଟ ୨ ହଜାର ଶଯ୍ୟାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଏସ୍‌ସିବିରେ ୫ ଶହରୁ ୭ଶହ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବାବେଳେ ଏହାକୁ ହଜାରେକୁ ବୃଦ୍ଧି ପାଇଁ ଯୋଜନା ଥିବା କହିଛନ୍ତି କଟକ ଜିଲ୍ଲାପାଳ। ଆବଶ୍ୟକ ହେଲେ ଏସ୍‌ସିବି ପରିସରର ନର୍ସିଂ ହଷ୍ଟେଲ୍‌କୁ ମଧ୍ୟ କରୋନା ୱାର୍ଡ ଏବଂ ଏସ୍‌ସିବିକୁ ନୋଡାଲ୍ […]

  • Monday, 26 July 2021
coronavirusotv
ତୃତୀୟ କରୋନା ପଜିଟିଭ୍‌ ଚିହ୍ନଟ: ଭୁବନେଶ୍ୱର କର କ୍ଲିନିକ୍‌ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗର ସୂଚନା ଅନୁସାରେ ଗତ ୨୧ ତାରିଖରେ ସଂପୃକ୍ତ ରୋଗୀ  କର କ୍ଲିନିକକୁ ଆସିଥିଲେ। ପରେ ମାର୍ଚ୍ଚ ୨୪ରେ କର କ୍ଳିନିକ୍‌ରେ ଆଡମିଟ୍ ହୋଇ ଗୋଟିଏ ଦିନ ଆଇସିୟୁରେ ରହିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା […]

  • Monday, 26 July 2021
temple
ଏବେ ଏଇଠି ରହିବ ଜଗା ଟଙ୍କା

ଭୁବନେଶ୍ୱର: ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା। ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଏ ନେଇ ସୂଚନାଇ ଦେଇଛନ୍ତି ଉନ୍ନୟନ ପ୍ରଶାସକ ଅଜୟ ଜେନା। ତେବେ ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ SBIରେ […]

  • Monday, 26 July 2021
jail
କୋହଳ ହେଲା ନିୟମ: ଲକ୍‌ଡାଉନ୍‌ ବେଳେ ଖୋଲା ରହିବ ଏସବୁ

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା ଖୋଲା ରହିବ। ସେହିପରି ଗ୍ୟାରେଜ ଓ ପାର୍ଟ୍ସ ଦୋକାନ ମଧ୍ୟ ଖୋଲା ରହିବ। ମାଲବାହୀ ଯାନର ଚଳାଚଳକୁ ସୁଗମ କରିବାକୁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ଜଳସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର। କରୋନା ରୋକିବା ପାଇଁ ଭାରତ ସରକାର ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେଉଁଥିପାଇଁ ଅତ୍ୟାବଶ୍ୟକ […]

  • Monday, 26 July 2021
phoot
ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ

ଭୁବନେଶ୍ୱର: ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ୟୁନିଟ-୧କୁ ରାଜମହଲ ଛକକୁ ସ୍ଥାନାନ୍ତର କରାଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍ସି ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା […]

  • Monday, 26 July 2021
shoping-mall
ଆଉ ଗହଳି ହେବନି; ଫୋନ୍‌ କଲେ ଖାଦ୍ୟ ସାମଗ୍ରୀ ଦେଇଯିବ ସପିଂ ମଲ୍

କଟକ: ‘କରୋନା’ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ କଟକ ପୌର ନିଗମର ପଦକ୍ଷେପ ନେଇଛି। ଖାଉଟି ସାମଗ୍ରୀ ପାଇଁ ଦୋକାନ ଯାଇ ଗହଳି କରିବାକୁ ପଡ଼ିବନି। ଖାଉଟିଙ୍କ ଫୋନ କଲ୍‌ରେ ସପିଂ ମଲ୍‌ ଜିନିଷ ପହଞ୍ଚାଇବେ ଘରେ। ଏଥିଲାଗି ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର ନିଗମ(ସିଏମ୍‌ସି) ନିର୍ଦ୍ଦେଶ। ସେଥିରେ ରିଲାଏନ୍ସ ଫ୍ରେସର ୮, ମେଟ୍ରୋ ସୁପରମାର୍କେଟ୍‌ର ୨ ଓ ବିଗ୍‌ ବଜାର ଗୋଟିଏ ସପିଂ ମଲ୍‌ ରହିଛି। ଦିନକୁ ଦିନ ‘କରୋନା’ ମୃତ […]

  • Monday, 26 July 2021
sukanya
ଉଠ୍‌ବସ୍‌ ହେଲେ, କହିଲେ କାଲିଠାରୁ ଘରୁ ବାହାରିବୁନି

ଭୁବନେଶ୍ୱର: ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍‌ ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରି ରାସ୍ତାରେ ବୁଲୁଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ସବୁ ସହରରେ ଦେଖିବାକୁ ମଳିଛି ଏଭଳି ଦୃଶ୍ୟ। ଆଉ ଅମାନିଆ ଅବୋଲକରାଙ୍କୁ ସାବାଡ଼ କରିବା ପାଇଁ […]

  • Monday, 26 July 2021
niranjan
କରୋନା ମୁକାବିଲା: ୧୦ ଲକ୍ଷ ଟଙ୍କା ସହାୟତା ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ସହାୟତା ଲୋଡ଼ୁଥିବା ବେଳେ କିଛି ନେତା ଓ ଶିଳ୍ପପତି ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ବିଭିନ୍ନ ଶ୍ରେଣୀର ଦିନ ମଜୁରିଆ ସାମ୍ନା କରୁଥିବା ସମସ୍ୟାକୁ ନେଇ ଚିନ୍ତା […]

  • Monday, 26 July 2021
bhbani
ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ। ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

  • Monday, 26 July 2021
bagchi-1
କରୋନା ମୁକାବିଲା କରିବା ପାଇଁ ଶିଳ୍ପ ସଂସ୍ଥାଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା କରିବା ପାଇଁ ଶିଳ୍ପ ସଂସ୍ଥାଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଓ ସନ୍ଦିଗ୍ଧ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଆଜି ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକଠୁ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ମେଡିକାଲ ଉପକରଣ ଦେବା ପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି। ଆଜି ଏ ସମ୍ପର୍କରେ ସୂଚନା ଦେଇ […]

  • Monday, 26 July 2021
naveen-patnaik
ଡାକ୍ତରମାନଙ୍କୁ ୪ ମାସର ଦରମା ଆଗୁଆ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:କରୋନା ମୁକାବିଲା ନେଇ ଡାକ୍ତର କର୍ମଚାରୀଙ୍କୁ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ ଦରମା ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଡାକ୍ତରୀକର୍ମୀଙ୍କୁ ୪ ମାସର ଆଗୁଆ ଦରମା ଦିଆ।ଯିବ। ଏପ୍ରିଲ, ମେ’, ଜୁନ ଓ ଜୁଲାଇ ମାସର ଦରମା ଆଗୁଆ ଏପ୍ରିଲରେ ମାସିରେ ମିଳିବ। ତେବେ ଏହି ଘୋଷଣା ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର […]

  • Monday, 26 July 2021
shremayyee-,ishra
କରୋନା ପାଇଁ ୫ ଲକ୍ଷ ଦେଲା ଓଟିଡିସି

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ ମୁକାବିଲା ପାଇଁ ଆର୍ଥିକ ସହାୟତା ଦେବାକୁ ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓ ନିଗମଗୁଡ଼ିକ ଆଗେଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ଦାନ କରିବା ସହ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ସେମାନଙ୍କର ଦରମା ଦେବାକୁ ଆହ୍ୱାନ ଦେବାପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ୍‌-୧୯)କୁ ସହାୟତା ପରିମାଣ ବଢ଼ିବାରେ ଲାଗିଛି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର […]

  • Monday, 26 July 2021
deadbody
ପରିବାର ସହ ଗାଁକୁ ଯାଉଥିଲେ, ଧକ୍କା ଦେଲା ଅଜଣାଗାଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥର ଜରପଡ଼ା ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନୀଳମଣି ବେହେରା। ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଗୁରୁତର ହୋଇଛନ୍ତି। ମୃତ ନୀଳମଣିଙ୍କ ସ୍ତ୍ରୀ ବିଳାସିନୀ  ଓ ତାଙ୍କ ଦୁଇ ଛୁଆଙ୍କୁ ଅନୁଗୁଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଛୁଆଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ନୀଳମଣି ଅନୁଗୁଳରେ ଥିବା ଜିନ୍ଦଲ କମ୍ପାନୀରେ କାମ କରୁଥିଲେ।  […]

  • Monday, 26 July 2021
tortal
ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଚଙ୍କ ଅଣ୍ଡାଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ବହୁସଂଖ୍ୟକ ଅଲିଭ୍‌ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ଗତକାଲି ଭୋର ୩ଟା ୧୦ ମିନିଟ୍‌ରେ ପୋଡ଼ମପେଟାରୁ ବଟେଶ୍ୱର ଯାଏ ପ୍ରାୟ ୫ କିମି ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ସୂଚନା ଦେଇଛି। କଇଁଛଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ଡିଭିଜନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡ୍‌ ମଧ୍ୟ କରାଯାଇଛି। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ଏତେ ପରିମାଣରେ […]

  • Monday, 26 July 2021
chatisgada
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର: ୧୪ ଯବାନ ଆହତ, ୧୩ ଜଣଙ୍କ ପତ୍ତା ମିଳୁନି

ଛତିଶଗଡ଼: ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୧୪ ଯବାନ ଆହତ ହୋଇଥିବା ବେଳେ ୧୩ ଜଣଙ୍କର ପତ୍ତା ମିଳୁନି। ତେବେ ଆହତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଫଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି ସୁରକ୍ଷାବାହିନୀ। ଆଜି ସକାଳୁ ସଂପୃକ୍ତ ଜଙ୍ଗଲରେ ଅଧିକ ଫୋର୍ସକୁ ମୁତୟନ କରିବା ସହ କମ୍ବିଂକୁ ଜୋରଦାର କରାଯାଇଛି। ଗତକାଲି ସୁକ୍‌ମା କୋରାଗୁଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଖବର ମିଳିବା ପରେ ପୋଲିସ୍ […]

  • Monday, 26 July 2021
basant panda
କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମୁହାଁମୁହିଁ

ନୂଆପଡ଼ା: କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଗତକାଲି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍ଭାବନା ଗୃହରେ କରୋନା ସଂକ୍ରମଣକୁ ରୋକିବା ଲାଗି ଏକ ସଚେତନତା ସଭା ହୋଇଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏମିତିକି ଉଭୟେ ପରସ୍ପରକୁ ବ୍ୟକ୍ତିଗତ ଆରୋପ ମଧ୍ୟ କରିଥିଲେ। କଥା ଏମିତି ବଢ଼ି ଯାଇଥିଲା ଯେ, ବୈଠକରେ ଉପସ୍ଥିତ ଅଧିକାରୀ ତଥା […]

  • Monday, 26 July 2021
murder-13
କାର ଭିତରେ ଶିଶୁ କନ୍ୟାର ଗଳାକଟା ମୃତଦେହ

ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗାଁରେ ଏକ କାର୍‌ ଭିତରୁ ଏକ ୬ ବର୍ଷର ଝିଅର ଗଳାକଟା ମୃତଦେହ ମିଳିଛି। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଗତକାଲି ରାତିରେ ଶିଶୁଟି ତାଙ୍କ ପରିବାର ଲୋକଙ୍କ ସହ ପଡ଼ୋଶୀ ଘରେ ଟିଭି ଦେଖୁଥିଲା। ହେଲେ କିଛି ସମୟ ପରେ ସେ ସେଠାରୁ ନିଖୋଜ ହୋଇଯାଇଥିଲା। ଏହାପରେ ପରିବାର ଲୋକେ […]

  • Monday, 26 July 2021
aims
କରୋନା ରୋଗୀଙ୍କୁ ଅବହେଳା ନେଇ ସ୍ପଷ୍ଟୀକରଣ ଦେଲା ଏମ୍ସ

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଗୁରୁତର ଉଲ୍ଲଘଂନ ଅଭିଯୋଗ ହୋଇଥିବା ଉପରେ ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତ୍ରୁଟିପୂର୍ଣ୍ଣ କହିବା ସହ କରୋନା ପୀଡ଼ିତ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ପ୍ରକାରର ଅବହେଳା କରାଯାଇ ନାହିଁ ଓ ସମସ୍ତ ପ୍ରକାର ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ। ଭୁବନେଶ୍ୱରସ୍ଥିତ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ପଦ୍ମନାଭନ୍ ଆଜି ଏକ ଭିଡିଓ ସନ୍ଦେଶରେ […]

  • Monday, 26 July 2021