ପୁରୀ: ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଟେଷ୍ଟ ପ୍ରକ୍ରିୟା ସାରିବାକୁ […]
ଭୁବନେଶ୍ୱର: ଏଣିକି ପ୍ରଶାସନ ପହଁଞ୍ଚିବ ଆପଣଙ୍କ ପାଖରେ। ଯେକୌଣସି ସମସ୍ୟା ହେଉ ସଙ୍ଗେ ସଙ୍ଗେ ସହଯୋଗର ହାତ ବଢ଼ାଇବ ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବେସରକାରୀ କାମ, ସମସ୍ୟା ନେଇ ପ୍ରଶାସନ ସହ ଯୋଗଯୋଗ କଲେ ଆପଣଙ୍କୁ ସଙ୍ଗେ ସଙ୍ଗେ ସାହାଯ୍ୟ ମିଳିବ। ଏମିତି କିଛି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି କଟକ ଜିଲ୍ଲା ପ୍ରଶାସନ। ଯାହାର ନାଁ ରଖାଯାଇଛି ‘ତୁ ମୋ ସାହାରା।’ କେବଳ ସିନିଅର ସିଟିଜେନ ନୁହଁନ୍ତି, ଯେ କୌଣସି ବ୍ୟକ୍ତି […]
ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା। ବର୍ତ୍ତମାନ ଲୋକେ ଘରୁ […]
ପୁରୀ: ଚଳିତ ବର୍ଷ ରଥଯାତ୍ରା ନକରିବା ଉଚିତ୍। ରଥାଯାତ୍ରା ହେଲେ କରୋନା ସଂକ୍ରମଣ ବଢ଼ିପାରେ। ତେଣୁ ରାଜ୍ୟ ଓ କେନ୍ଦ୍ରସରକାର ରଥଯାତ୍ରା କରିବାକୁ ଚାହୁଁ ନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ। ରଥଯାତ୍ରା ହେଲେ ସାରା ବିଶ୍ୱକୁ ଭୁଲ ସନ୍ଦେଶ ଯିବ। ଅନ୍ୟ ଧର୍ମର ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ତେଣୁ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଠିକ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିବା ଜରୁରୀ ବୋଲି ଖାରବେଳ କହିଛନ୍ତି। ଗୋଟିଏ […]
ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଶାର ନୂଆପଡ଼ାର ଜଣେ ବୃଦ୍ଧା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ। ବ୍ୟାଙ୍କ ପକ୍ଷରୁ ତାଙ୍କର ଏକ ନୂଆ ଖାତା ଖୋଲାଯାଇଛି। ଏହାଫଳରେ ବୃଦ୍ଧାଜଣକ ମହିଳାଜଣଙ୍କ ଘରେ ରହି ଆଧାର କାର୍ଡ ସହାୟତାରେ ଟଙ୍କା ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କିଛିଦିନ ତଳେ ଟଙ୍କା ଉଠାଣ ପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବରଗାଁର ଜଣେ ୧୨୦ […]
ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର […]
ଭୁବେନେଶ୍ୱର: ଗଲୱାନ ଅଂଚଳରେ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେମାନଙ୍କ ମର ଶରୀର ବିମାନ ବନ୍ଦରରେ ପହଞ୍ଚିଛି। ଚୀନ ସହ ରକ୍ତାକ୍ତ ସଂଘର୍ଷରେ କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରୋନ ସହିଦ ହୋଇଥିଲେ। ଚନ୍ଦ୍ରକାନ୍ତ ୨୦୧୪ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିବା ବେଳେ ନନ୍ଦୁରାମ ୧୯୯୭ରେ ବିହାର-16 ରେଜିମେଣ୍ଟରେ ଯୋଗ ଦେଇଥିଲେ। ଯବାନଙ୍କ ସହିଦ ଖବର ମିଳିବା ପରେ […]
ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]
ଭୁବନେଶ୍ୱର: ଚଳିତ ବର୍ଷ ବାତିଲ ହେଲା ରଥଯାତ୍ରା। ଏ ନେଇ ସୁପ୍ରିମ୍କୋର୍ଟ ବଡ଼ ରାୟ ଦେଇଛନ୍ତି। ସେପେଟ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ରଥଯାତ୍ରା ବନ୍ଦକୁ ନେଇ ଦେଖାଦେଇଛି ଅସନ୍ତୋଷ। ଇତିହାସ କହେ, ଚଳିତ ବର୍ଷ ବାରିପଦା ରେ ୪୪୫ ତମ ରଥଯାତ୍ରା ବନ୍ଦ ହେବାକୁ ଯାଉଛି। ୧୫୭୫ ମସିହାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରାର ପରମ୍ପରା ଚାଲି ଆସୁଅଛି। ପ୍ରଶାସନର ନୋଟିସ ପରେ ଆଜି ସେବାୟତମାନେ ଏକତ୍ର ହୋଇ ସରକାର ଆଉଥରେ ବିଚାର କରନ୍ତୁ ବୋଲି […]
ପୁରୀ: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ନେଇ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟାସିଂହ ଦେବ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହୋଇଥିବା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ ବୋଲି ଗଜପତି ମହାରାଜା କହିଛନ୍ତି। ଧାର୍ମିକ ଦୃଷ୍ଟିକୋଣରୁ କେମିତି ଯାତ୍ରାବିଧି ପାଳନ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଓ ପ୍ରଶାସନ ସହ ଏନେଇ […]
ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ। ଆଜି ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ରଥଯାତ୍ରା ନ କରିବାକୁ ସରକାରଙ୍କର ଆଗରୁ ଯୋଜନା ଥିଲା। ମୁକ୍ତିମଣ୍ଡପ, ଶଙ୍କରାଚାର୍ଯ୍ୟଙ୍କ ସହ କଥା […]
ପୁରୀ: ବଡ଼ଦାଣ୍ଡରେ ଗଡ଼ିବ ତ ତିନି ରଥ ? ଭଙ୍ଗ ହେବନି ତ ଶହ ଶହ ବର୍ଷର ଭକ୍ତି ଓ ଭାବର ସମ୍ମେଳନର ପତିତପାବନ ଯାତ୍ରା ପରଂପରା ? ମହାମାରୀ କରୋନା କଟକଣା ଭିତରେ ଏବର୍ଷ କେମିତି ହେବ ଘୋଷଯାତ୍ରା ? ଏସବୁ ପ୍ରଶ୍ନର ଭାଗ୍ୟ ଝୁଲୁଛି ସୁପ୍ରିମକୋର୍ଟଙ୍କ ହାତରେ। କାରଣ ରଥଯାତ୍ରା ବନ୍ଦ ଲାଗି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ପିଟିସନ୍ ଉପରେ ଆସନ୍ତାକାଲି ହେବ ଶୁଣାଣି। ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ […]
ଭୁବନେଶ୍ୱର: ଲଦାଖ ଗାଲୱାନ ଭ୍ୟାଲିରେ ୨ ଓଡ଼ିଆ ଯବାନ ସହିଦ ଘଟଣାରେ ଶୋକ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟରେ ମହାନଦୀ ଗର୍ଭରେ ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, […]
ଟପ୍ ହେଡ୍ ଲାଇନ୍ସ ତିଥି ପାଖଉଛି, ଅଡୁଆ ବଢୁଛି: ରାଜ୍ୟ ସରକାରଙ୍କ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ଶଙ୍କାରେ ଭକ୍ତ। ଶ୍ୱର ଶାଣିତ କଲେ ବିରୋଧୀ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେ, ରଥଯାତ୍ରା ବନ୍ଦ ହେଲେ ସୃଷ୍ଟି ହେବ କଳଙ୍କମୟ ଇତିହାସ। ସଂଘର୍ଷର ରୂପନେଲା ଚୀନ୍ ସୀମାରେ ଉତ୍ତେଜନା: ଜଣେ କର୍ଣ୍ଣେଲଙ୍କୁ ମିଶାଇ ୩ ଭାରତୀୟ ସୈନିକ ସହିଦ। ଚୀନ୍ ପକ୍ଷର ୫ ମୃତ। CDS ଓ ତିନି ବାହିନୀ ମୁଖ୍ୟଙ୍କ ସହ ରାଜନାଥଙ୍କ ଆଲୋଚନା, ଭାରତକୁ […]
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ
ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା। ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ। ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା […]
ଭବନେଶ୍ୱର: ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲା ବେଳେ କାହିଁକି କମୁଛି କୋଭିଡ୍ ଟେଷ୍ଟିଂ ଏହି ମର୍ମରେ ଆଜି ଦିଲ୍ଲୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଭର୍ସନା ପରେ ଓଡ଼ିଶାରେ ମଧ୍ୟ ଟେଷ୍ଟିଂ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠିଛି। ଦୈନିକ ୧୫ ହଜାର ଟେଷ୍ଟ ପାଇଁ ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚଳିତ ମାସ କୌଣସି ଗୋଟିଏ ଦିନ ସଂଖ୍ୟା ୪ ହଜାର ବି ଛୁଇଁନି। ଯାହାକୁ ନେଇ ଉଦ୍ବେଗ ସୃଷ୍ଟି ହୋଇଛି। ଟେଷ୍ଟିଂ କମୁଥିବାରୁ ଦିଲ୍ଲାକୁ ସୁପ୍ରିମୋକର୍ଟ […]
ଭୁବନେଶ୍ୱର: ଭୁବନେଶ୍ୱରରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲେ ବୃଦ୍ଧ। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ଅଞ୍ଚଳରେ ସ୍ଥାନୀୟ ଲୋକେ ବୃଦ୍ଧଙ୍କ ହାତଗୋଡ଼ ବାନ୍ଧି ପକାଇଥିଲେ। ଖବର ପାଇ ପୋଲିସ ଓ କୋଭିଡ୍ ହସ୍ପିଟାଲ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ପିପିଇ ପିନ୍ଧି ଡାକ୍ତରୀ ଟିମ୍ ବୃଦ୍ଧଙ୍କୁ ଉଦ୍ଧାର କରି କୋଭିଡ୍ ହସ୍ପିଟାଲ୍ ନେଇଥିବା ସୂଚନା ମିଳିଛି। ବୃଦ୍ଧ ଜଣଙ୍କୁ ସୁରକ୍ଷିତ ଭାବେ ଡାକ୍ତରୀ ଟିମ୍ ଉଦ୍ଧାର କରି ଗାଡ଼ିରେ ନେଇଛି। ମିଳିଥିବା ସୂଚନା ମୁତାବକ ବୃଦ୍ଧ […]
ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖ ପୂର୍ବରୁ ସ୍ମାରକି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ କବେଳ ପ୍ରତିମୂର୍ତ୍ତି ସ୍ଥାପନ ହେବନି, ତା ସହିତ ନାଟ୍ୟମଣ୍ଡପ, […]
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ୍। କାର୍ଯ୍ୟଭାର ଗ୍ରହଣ କରିବାର ୫ ମାସ ପରେ ନୂଆ ଟିମ୍ ଘୋଷଣା କଲେ ସମୀର। ଏହି ଟିମ୍ରେ ୧୦ ଜଣ ଉପସଭାପତି ଓ ୧୦ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଛି। ସେହିଭଳି ୪ ଜଣ ସାଧାରଣ ସଂପାଦକ ରହିଥିବା ବେଳେ ୯ ଜଣଙ୍କୁ ରାଜ୍ୟ ବିଜେପି ସଂପାଦକ ଦାୟିତ୍ୱ ଦିଆଯାଇଛି। ଉପସଭାପତି ଟିମ୍ ଉପସଭାପତି ହେଲେ- ସଙ୍ଗୀତା ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବଳଭଦ୍ର ମାଝୀ, ଭାସ୍କର […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ମୌସୁମୀ ଆହୁରି ସକ୍ରିୟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କେତେ ଜିଲ୍ଲାକୁ ମୌସୁସୀ ଛୁଇଁ ସାରିଥିବା ବେଳେ ଆଉ ୪୮ ଘଣ୍ଟାରେ ଆଉ କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ କହିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ମୌସୁମୀ ଛୁଇଁଥିବା ବେଳେ ରାୟଗଡ଼ା, ଗଜପତି ଓ ଗଞ୍ଜାମର ବି କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବା […]
ଭୁବନେଶ୍ୱର: ମାସ୍କ କେଳେଙ୍କାରୀ ଅଭିଯୋଗ ପ୍ରସଙ୍ଗରେ ଉତ୍ତର ରଖିଛି ବିଜେଡି। ପ୍ରେସ୍ମିଟ୍ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଲକ୍ଡାଉନ୍ ଯୋଗୁ ପ୍ରଡକ୍ସନ କଷ୍ଟ୍ ବଢ଼ିଥିବାରୁ ମାସ୍କ ରେଟ୍ ବଢ଼ିଲା। ପ୍ରଡକ୍ସନ କଷ୍ଟ୍ ବଢ଼ିବାରୁ ୧୦ ଟଙ୍କା ମାସ୍କ ୧୬ ଟଙ୍କାରେ କଣିବାକୁ ପଡ଼ିଥିଲା। ଅନ୍ୟ ରାଜ୍ୟ ଅଧିକ ଟଙ୍କା ଦେଇ ମାସ୍କ କିଣିଥିବା ମଧ୍ୟ ବିଜେଡି ଉଦାହରଣ ଦେଇଛି। ଗୁଜରାଟ ୨୦, କର୍ଣ୍ଣାଟକ ୧୮, ତାମିଲନାଡ଼ୁ ୧୫ ଟଙ୍କା ୮୬ ପଇସାରେ କିଣିଛନ୍ତି ବୋଲି […]
ଭୁବନେଶ୍ୱର: ପୁଣି ବାତିଲ ହେଲା ଡିଏଲ୍ ଓ ଏଲ୍ଏଲ୍ ସ୍ଲଟ ବୁକିଂ। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। କେବେ DL/LL ସ୍ଲଟ ବୁକିଂ କରାଯିବ, ସେନେଇ ସରକାର ସାନି ବିଜ୍ଞପ୍ତି ଜାରି କରିବେ ବୋଲି ଜାରି କରାଯାଇଥିବା ନୂଆ ବିଜ୍ଞପ୍ତିରେ କୁହାଯାଇଛି। ମାର୍ଚ୍ଚ ୧୮ରୁ ସେମ୍ବେର ୩୦ ତାରିଖ ମଧ୍ୟରେ ଡିଏଲ୍ ଓଏଲ୍ଏଲ୍ ଅବଧି ସରୁଥିଲେ ଏହା କାଏମ୍ ରହିବ। ତେବେ କେବେଠୁ ସାରଥି ପୋର୍ଟାଲ କାର୍ଯ୍ୟ କରିବ, ବିଜ୍ଞାପନ ମାଧ୍ୟମରେ […]