• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘରକୁ ଫେରୁଥିବା ବେଳେ ପ୍ରଥମେ ମାଡ଼ିଗଲା ଭ୍ୟାନ୍, ତା’ପରେ ଚଢ଼ିଗଲା ଟ୍ରାକ୍ଟର

  • ପଙ୍ଗୁ ପାଲଟିଗଲା ଘରର ଏକମାତ୍ର ରୋଜଗାରିଆ ମଣିଷ

  • ଏବେ ଦୁର୍ଦ୍ଦିନରେ ପରିବାର

ପାଟଣାଗଡ (କରୁଣାକର ବୁଡେକ) : ଦୁର୍ଘଟଣା ପରେ ବଦଳିଗଲା ଜୀବନ । ପ୍ରଥମେ ପିକ୍ ଅପ୍ ଭ୍ୟାନ୍ ମାଡ଼ିଗଲା, ରକ୍ତାକ୍ତ ହୋଇ ରାସ୍ତାରେ ଛଟପଟ ହେଉଥିବା ସମୟରେ ପୁଣି ଚଢ଼ିଗଲା ଟ୍ରାକ୍ଟର । ପେଟ ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ, ଫେରିବା ସମୟରେ ଦାଉ ସାଜିଲା ଦଇବ । ଘଡ଼ିକରେ ସବୁ କିଛି ଓଲଟପାଲଟ ହୋଇଗଲା । ଘରର ରୋଜଗାରିଆ ମଣିଷ ପଙ୍ଗୁ ପାଲଟିଗଲା । ଏବେ ଦୁର୍ଦ୍ଦିନରେ ପୂରା ପରିବାର ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ । ଫେରୁଥିବା ବେଳେ ବେଲପଡା ନିକଟସ୍ଥ ତଅଁଳାରେ ଏକ ପିକଅପ ଭ୍ୟାନ୍ ସହିତ ତାଙ୍କର ଧକ୍କା ହୋଇଥିଲା । ଏହା ପରେ ତାଙ୍କୁ ପଛରୁ ଏକ ଟ୍ରାକ୍ଟର ମାଡିଯାଇଥିଲା ।

ଦୁର୍ଘଟଣା ପରେ ପରେ ତାଙ୍କୁ ତୁରନ୍ତର ଆମ୍ବୁଲାନ୍ସରେ ବେଲପଡା ଡାକ୍ତରଖାନା ନିଆଯାଇଥିଲା । ଆଉ ତା’ପରେ ପାଟଣାଗଡକୁ ରେଫର କରାଯାଇଥିଲା । ଆଉ ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ ଘୋଷଣା କରିବାର କିଛି ସମୟ ପରେ ଆଶ୍ଚର୍ଯ୍ୟ କଲାପରି ତାଙ୍କର ହୋସ୍ ଆସିଥିଲା । ପରେ ତାଙ୍କୁ ବଲାଙ୍ଗିର ଏବଂ ବଡ ଡାକ୍ତରଖାନା ବୁର୍ଲାକୁ ସ୍ଥାନାନ୍ତର କରାଗଲା । ଅନେକ ଚିକିତ୍ସା ପରେ ସେ ଭଲ ହେଲେ । କିନ୍ତୁ ଗୋଡ ହାତ ଅକାମୀ ହୋଇଗଲା । ତିନି ବର୍ଷ ହେବ ଖଟିଆରେ ପଡ଼ି ପଡ଼ି ଦିନ କାଟୁଛନ୍ତି ପ୍ରଦୀପ ।

ସ୍ୱାମୀ ରୋଗଶଯ୍ୟାରେ ପଡ଼ିଥିବା ବେଳେ ରୋଗାର କରିବାକୁ କେହି ନାହିଁ । ୧୦ ବର୍ଷର କୁନି ପୁଅ ଓ ରୋଗୀଣା ସ୍ୱାମୀ ପାଇଁ ଚିନ୍ତାରେ ସ୍ତ୍ରୀ ହରିପ୍ରିୟା ପୁରୋହିତ । ଅନେକ ଗୁହାରୀ କଲା ପରେ ଖପ୍ରାଖୋଲ ବିଡିଓ ରେଡକ୍ରସ ପକ୍ଷରୁ ୫୦୦୦ ଟଙ୍କା ଦେବା ସହ ପଞ୍ଚାୟତରୁ ୫ କେଜି ଚାଉଳ ଏବଂ ଏକ ଭତ୍ତା କରେଇ ଦେଇଛନ୍ତି । ହେଲେ ଏସବୁ ସମୁଦ୍ରକୁ ଶଂଖେ ସଦୃଶ୍ୟ । ପ୍ରଦୀପଙ୍କ ପାଁଇ ନିତି ବହୁ ଦାମୀ ଔଷଧ ଦରକାର ପଡ଼ୁଛି । ଚିକିତ୍ସା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ପ୍ରଦୀପଙ୍କ ପାଁଇ ଏକ କମୋଡ ଟୟଲେଟ ତଥା ଚିକିତ୍ସା ଏବଂ ପୁଅକୁ ପାଠ ପଢାଇବାକୁ ଗୁହାରୀ କରିଛନ୍ତି ।