ପୁରୀ: ଜିତିଗଲା ମହାମାରୀ, ହାରିଲା ପରମ୍ପରା। କୋଟି କୋଟି ଓଡ଼ିଆଙ୍କ ପ୍ରାଣ ତଥା ବିଶ୍ୱଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନେଇ ସବୁ ଆଶା-ଆଶଙ୍କା ଓ ଆଲୋଚନା-ପର୍ଯ୍ୟାଲୋଚନାର ଅନ୍ତ ଘଟିଛି। ବଡ଼ଦାଣ୍ଡରେ ଏବର୍ଷ ଆଉ ଗଡ଼ିବଡି ତିନି ରଥ। କରୋନା ସଂକ୍ରମଣ ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ଭାବେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟରେ ସରକାରଙ୍କ ପକ୍ଷ ରଖିବା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ସଂସ୍କୃତି ଜନଜାଗରଣ ମଞ୍ଚର […]
ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ବନ୍ଦ। ସୁପ୍ରିମ୍ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ବିରୋଧ କରିବା ସହ ୫୦୦ ବର୍ଷର ପରମ୍ପରା ଭାଙ୍ଗିଥିବା କଥା କହିଛନ୍ତି। ସେ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଦ୍ୱାରା ଯାହା ନିଷ୍ପତ୍ତି ନିଆଯାଇଛି, ତାହା ସବୁ ପ୍ରାୟୋଜିତ। ଯେବେଠାରୁ ଅକ୍ଷୟ ତୃତୀୟାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଗଲା, ସେହିଦିନ ଠାରୁ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା। ଓଡ଼ିଆଙ୍କର ପ୍ରାଣ ଦେବତାଙ୍କ ରଥଯାତ୍ରା […]