ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ […]
ଭୁବନେଶ୍ୱର: ଓଡ଼ିଶା କେମିତି ହେବ ବିଜେପିର ଅଭେଦ୍ୟ ଗଡ଼? ଅମିତ ଶାହାଙ୍କ ଅଧୁରା କାମକୁ କେମିତି ପୂରଣ କରିବେ ଜେ.ପି ନଡ୍ଡା ? ସଂଗଠନ ସୁଦୃଢ ସହ ବିଜେଡି ବିରୋଧରେ ଆଭିମୁଖ୍ୟକୁ ଶାଣିତ କରିବ କି ଦଳ ? ଗତକାଲି ଓଡ଼ିଶା ଜନସମ୍ବାଦ ଭର୍ଚୁଆଲ ରାଲିରେ ଶାହାଙ୍କ ଅଭେଦ୍ୟ ଗଡ଼। ଆହ୍ବାନ ପରେ ଏମିତି କିଛି ପ୍ରଶ୍ନ ଠିଆ ହୋଇଛି। ତେବେ ପଞ୍ଚାୟତ ନିର୍ବାଚନକୁ ଦୁଇ ବର୍ଷ ଓ ସାଧାରଣ ନିର୍ବାଚନକୁ ୪ ବର୍ଷ ଥିବା ବେଳେ […]
ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ହାଇକୋର୍ଟ କରୋନା ମୁକାବିଲା ନେଇ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀକୁ ଦେଖି ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ରଥଯାତ୍ରା ବନ୍ଦ କରିବା ଲାଗି ହାଇକୋର୍ଟରେ […]
ଭୁବନେଶ୍ୱର: ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ଧାରଣାକୁ ଓହ୍ଲାଇଲେ ବିଜେବି ମହାବିଦ୍ୟାଳୟ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ କରାଯାଉ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ ସ୍ଥିତିରେ ସରକାର ନିଜେ ଏହି ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ କହୁଥିବାବେଳେ ଜୁଲାଇ ଦ୍ୱିତୀୟ ସପ୍ତାହରେ କିଭଳି ପରୀକ୍ଷା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ ୭ ତାରିଖରୁ ପରୀକ୍ଷା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା […]
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲି ଅବସରରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି। ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି। ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ […]
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଓଡ଼ିଶା ରାଜନୀତିରେ ଅର୍ଜୁନ ଜଣେ ଖୁବ୍ ଟାଣୁଆ ଓ ସଫଳ ନେତା ଭାବେ ପରିଚିତ। ଭଦ୍ରକରୁ ସେ ଲୋକସଭାକୁ ୮ ଥର ନିର୍ବାଚିତ ହୋଇଥିଲେ। ୯ ଥର ନିର୍ବାଚନ ଲଢ଼ି ୮ ଥର ଜିତିଥିଲେ। ଏଥିସହିତ ବିଜେଡି ସଂସଦୀୟ […]
ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ଗୋଷ୍ଠୀ ସଚେତନତାକୁ ଅସ୍ତ୍ର କର ଓଡ଼ିଶାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୂଚନା ଓ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସଚେତନତା କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ , ମହିଳା […]
ଭୁବନେଶ୍ୱର: ଓଡ଼ିଶା ହେବ ବିଜେପିର ଅଭେଦ୍ୟ ଗଡ଼। ପୂରା ହେବ ଅଧୁରା କାମ। ରାଜ୍ୟରେ ପ୍ରତି ଘରେ ଘରେ ପହଞ୍ଚିବ ମୋଦି ସରକରାଙ୍କ ୬ ବର୍ଷର ସ୍ୱର୍ଣ୍ଣିମ ଶାସନର ସଫଳତାର ଗାଥା। ଆଜି ନୂଆଦିଲ୍ଲୀରେ ଭର୍ଚୁଆଲ୍ ଓଡ଼ିଶା ସମ୍ବାଦ ରାଲିକୁ ଉଦବୋଧନ କରି ବିଜେପି କର୍ମୀଙ୍କୁ ଏଭଳି ଆହ୍ୱାନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ନରେନ୍ଦ୍ର ମୋଦିଙ୍କ ନେୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ଶାସନରେ ବିଗତ ୬ ବର୍ଷର ଐତିହାସିକ ସଫଳତାର ଲମ୍ବା […]
ଭୁବନେଶ୍ୱର: ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀର ଗାୟନ ଅବଧି କମାଇଲେ ରାଜ୍ୟ ସରକାର। ଏହାର ସମୟ ଅବଧି ୨ ମିନିଟ ୧୧ ସେକେଣ୍ଡ ହେବ ବୋଲି OTV କୁ କହିଛନ୍ତି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ। ଗାନ ବେଳେ ସମସ୍ତେ ଦଣ୍ଡାୟମାନ ହେବାକୁ ଥିବାରୁ ଅବଧି ହ୍ରାସ କରାଯାଇଛି। ତେବେ ଗୀତର ସମସ୍ତ ୬ଟି ପଦ ପୂର୍ବବତ ରଖାଯାଇଛି। ସମସ୍ତ ୬ଟି ପଦ ଗାନ କରାଯିବ। ଧାଡ଼ି ପୁନରାବୃତ୍ତି ହେବନି ବୋଲି ସୂଚନା ଦେଇଛନ୍ତି ସଂସ୍କୃତି […]
ଭୁବନେଶ୍ୱର: କୋଭିଡ୍ କିଟ୍ ମହାଘୋଟାଲା ଅଭିଯୋଗକୁ ନେଇ ଅକଳରେ ପଡ଼ିଛନ୍ତି ସରକାର। ସରଞ୍ଜାମ କିଣାରେ କେନ୍ଦ୍ର ଗାଇଡ୍ ଲାଇନ୍ର ଉଲ୍ଲଂଘନ ସହ ବ୍ୟାପକ ଦୁର୍ନୀତିର ଅଭିଯୋଗରେ ସିବିଆଇ କିମ୍ବା ଜୁଡିସିଆଲ୍ ଇନ୍କ୍ୱାରୀ ଦାବି ହୋଇଛି। ଏଥିପାଇଁ ହାଇକୋର୍ଟରେ ପୃଥକ ପୃଥକ ଦୁଇଟି ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଛି। ଏଥିସହ ରାଜନୀତି ବି ଘମାସାନ ହେବାରେ ଲାଗିଛି। କଂଗ୍ରେସ ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଶାନା କରିଛି। ବିଜେପି ମଧ୍ୟ ନିର୍ଦ୍ଦିଷ୍ଟ ରାଜ୍ୟରୁ ସାମଗ୍ରୀ କିଣାଯିବାକୁ ପ୍ରଶ୍ନ […]
ଭୁବନେଶ୍ୱର: ପୁଣି ଘାତକ ହେଲା ବଜ୍ରାଘାତ। ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୮ ଜଣଙ୍କ ଜୀବନ ଯାଇଛି। ଗଜପତି ମୋହନାରେ ଜଣେ, ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକରେ ଜଣେ ନାବାଳକ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଜଣେ ଯୁବକ, କେନ୍ଦ୍ରାପଡ଼ା ମହାକାଳପଡ଼ା, ଜଗତସିଂହପୁର ବାଲିକୁଦା ବ୍ଲକରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିଭଳି ଢେଙ୍କାନାଳରେ ୨ ଜଣ ମହିଳା ଓ କଟକ ଟାଙ୍ଗୀ ବ୍ଲକରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ ଆସନ୍ତା ୧୦ ବା […]
ଭୁବନେଶ୍ୱର: ଆଜି ଓଡ଼ିଶା ଜନସମ୍ବାଦ ରାଲିରେ ରାଜ୍ୟର ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଭର୍ଚୁଆଲ ରାଲିରେ ସମ୍ବୋଧନ କରି ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି, ଏହା ନିଶ୍ଚିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି ଶାହ କହିଛନ୍ତି। ମୋଦି ଆସିବା ବେଳକୁ ୬୦ କୋଟି ଲୋକଙ୍କ ବ୍ୟାଙ୍କ ଖାତା ନଥିଲା, ହେଲେ ଏବେ ୩୧ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇପାରିଛି […]
ରାଜ୍ୟରେ କୋଭିଡ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଘଟଣାର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନେସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବାବେଳେ ଏଥିରେ କେନ୍ଦ୍ର, ରାଜ୍ୟ ସରକାର ଏବଂ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି। କରୋନା ମୁକାବିଲା ଲାଗି ବିଭିନ୍ନ ସଂସ୍ଥାଠାରୁ ପିପିଇ କିଟ୍, ମାସ୍କ କିଣିବା ଲାଗି ଟେଣ୍ଡର ହୋଇଥିଲା। ଅଧିକ ଦାମ୍ ଦେଇ ଏସବୁ […]
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ୩ ମିନିଟ ଭିତରେ ଗାନ କରାଯିବ। ସ୍ୱର, ଲୟ ତାଳ କଣ ହେବ ଏନେଇ ଖୁବ ଶୀଘ୍ର ଜଣାଇ ଦିଆଯିବ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ। ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି। ଏପଟେ ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି […]
ହିମାଚଳ ପ୍ରଦେଶ କିନୌରରେ ଗତକାଲି ଘଟିଥିବା ଭୂସ୍ଖଳନ ସହ ଯୋଡ଼ି ହୋଇଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଖୁସି ମନାଇବାକୁ ଆସିଥିବା ଲୋକଙ୍କ ଅକାଳ ବିୟୋଗ ହୋଇଥିଲା।
ଭୁବନେଶ୍ୱର: ପଦ୍ମଶ୍ରୀ କମଳା ପୁଜାରୀ ଅସୁସ୍ଥ। ରକ୍ତଚାପ ବୃଦ୍ଧି ଯୋଗୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଭର୍ତ୍ତି ହୋଇଛନ୍ତି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଦୀର୍ଘ ଦିନ ହେଲା ତାଙ୍କର ବାର୍ଦ୍ଧକ୍ୟଜନିତ ରୋଗ ସହ ରକ୍ତଚାପ ସମସ୍ୟା ରହିଥିଲା। ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ବିଭିନ୍ନ କିସମର ଧାନ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଥିଲେ। କୃଷି କ୍ଷେତ୍ରରେ ଏହି ସଫଳତା ପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତିଙ୍କ […]
ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଅଧତ୍କାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଦେଖା ଦେଇଛି। ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ବର୍ଷା ନୁହେଁ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆସନ୍ତା କାଲି ସକାଳ ୮ଟା ୩୦ ସୁଦ୍ଧା ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, […]
ବାରିପଦା: ମଣିଷ ଦିନକୁ ଦିନ ଏତେ ନୃଶଂସ ହୋଇଯାଉଛି ଯେ ମାନବିକତା, ଦୟାର ଅର୍ଥ ବୁଝୁ ନାହିଁ। ସାମାନ୍ୟା କଥାକୁ ନେଇ ଜଣେ ଅନ୍ୟ ଜଣକୁ ଜୀବନରୁ ମାରିଦେଉଛି। ବାରିପଦାରୁ ଏଭଳି ଏକ ଘଟଣା ସାମ୍ନା ଆସିଛି। ଛେଳି ଚୋର ସନ୍ଦେହରେ ଜଣକୁ ପିଟି ପିଟି ମାରିଦେଇଛନ୍ତି ଲୋକେ। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ। ଅଭିଯୋଗ ଅନୁସାରେ, ପାଲବଣୀ ଗାଁରୁ ଗତ ୨୫ […]
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଅମ୍ପନ୍ କ୍ଷୟକ୍ଷତିର ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଆଜି ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିବା କେନ୍ଦ୍ରୀୟ ଟିମର ୩ ଜଣିଆ ସଦସ୍ୟ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ରାଜନଗର ବ୍ଲକର ପେଣ୍ଠକଟା ସହ ଅନ୍ୟ କିଛି ଅଞ୍ଚଳ ପରିଦର୍ଶନ କରିଥିଲେ। ସେପଟେ ବାଲେଶ୍ୱର ଗସ୍ତରେ […]
ଭୁବନେଶ୍ୱର: ଓ୍ୱାନ୍ ନେସନ୍ ଓ୍ୱାନ୍ ମାର୍କେଟ। ଏହି ନାରାରେ ଚାଷୀଙ୍କୁ ଫାଇଦା ଦେବାକୁ ଆଳୁ ପିଆଜ, ଡାଲି ଓ ତେଲକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ ଏହା ଦର ଦାମ ଉପରେ ଆଉ ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ। ଚାଷୀ ନିଜ ଉତ୍ପାଦନକୁ ଅଧିକ ଦରରେ ବିକିବାର ସୁଯୋଗ ପାଇବ ବୋଲି ଏଭିଳ ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ବି ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ତେବେ […]
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି। ସକାଳ ପାହିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ରୀତିନୀତି ଓ ପରମ୍ପରା ଅନୁଯାଇ ଆସନ୍ତାକାଲି ସକାଳ ୫ ରୁ ୬ ମଧ୍ୟରେ ଚୋକାଛଡ଼ା ନୀତି ଅନୁଷ୍ଠିତ ହେବ। ଏହା ପରେ ଗୋଟି ପହଣ୍ଡି କରି ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରିବେ। ତେବେ ଆସନ୍ତାକାଲି ବାରିପଦାରେ ମଧ୍ୟ କରୋନା ଲକ୍ଡାଉନ୍ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ କରାଯିବ। ସକାଳୁ ସଂନ୍ଧ୍ୟା […]
ଭୁବନେଶ୍ୱର: କରୋନାର ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବାରୁ ଜୋରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକଥା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଗତକାଲି ଯାଇଥିବା ବେଳେ ସାମାଜିକ ନିୟମ ଭଙ୍ଗ ହୋଇଥିବାରୁ ନିଜ ତରଫରୁ ସେ ଜୋରିମାନା ଦେଇଥିବା କହିଛନ୍ତି ଅପରାଜିତା। Under very special circumstances, I went to the residence of Sri Jagannath Pradhan, BJP leader, yesterday. I […]
ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଆସିଥିବା ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ଗୋଟିଏ ଟିମ୍ କେନ୍ଦ୍ରାପଡ଼ା ଯାଇଥିବା ବେଳେ ଆଉ ଗୋଟିଏ ଟିମ୍ ବାଲେଶ୍ୱର ଯାଇଛି। ଏହି ଟିମ୍ର ଗତକାଲି ୫ ଜଣ ସଦସ୍ୟ ଆସିଥିବା ବେଳେ ଆଗରୁ ୨ ଜଣ ଆସିଥିଲେ। ଟିମ୍ ୩ ଦିନ ଧରି ରାଜ୍ୟରେ ରହିବ। ଆସନ୍ତାକାଲି ଗୋଟିଏ […]
ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ ବୋଲି କହିଲା ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ। କୁକୁଡ଼ା ମାଂସ ଦ୍ୱାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରମାଣ ନାହିଁ। ଉପଲବ୍ଧ ତଥ୍ୟକୁ ଭିତ୍ତିକରି କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।ତେବେ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛଇ। ରାଜ୍ୟ ପଶୁପାଳନ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ଏକ […]
ଭୁବନେଶ୍ୱର: ଓଡ଼ିଶାରେ ଅମ୍ପନ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ୱରେ ଟିମ ଓଡ଼ିଶା ଆସିଛି। ଆଜି ୫ ଜଣିଆ ଟିମ୍ ଆସିଥିବା ବେଳେ ପୂର୍ବରୁ ୨ ଜଣ ଆସିଥିଲେ। ଏହି ୭ ଜଣିଆ ଟିମ୍ ଅମ୍ପନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବ। ୩ ଦିନ ଧରି ଏହି ଟିମ୍ ରାଜ୍ୟରେ ରହିବ। ବାତ୍ୟାରେ ରାଜ୍ୟରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ଏହି ଟିମ କେନ୍ଦ୍ରକୁ ରିପୋର୍ଟ […]