Advertisment

Mahakumbh Mela 2025: ମହାକୁମ୍ଭ ମେଳାକୁ ଓଡ଼ିଶାରୁ ଯିବା ହେଲା ସହଜ, ଏହି ସବୁ ସ୍ଥାନରୁ ଗଡ଼ିବ ବସ୍

ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରି ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା । କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ଓଡ଼ିଶାରୁ ଯିବ ପ୍ରୟାଗରାଜ

ଓଡ଼ିଶାରୁ ଯିବ ପ୍ରୟାଗରାଜ

ମହାକୁମ୍ଭ ମେଳା ପାଇଁ ଏବେ ରାଜ୍ୟର ୪ଟି ସ୍ଥାନରୁ ବସ୍ ଗଡିବ। ପ୍ରାଥମିକ ଭାବେ ଭୁବନେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁରରୁ ବସ ଚାଲିବା ପାଇଁ ବ୍ୟବସ୍ଥା ହୋଇଛି । ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା ।
କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। କେବଳ ମହାକୁମ୍ଭ ନୁହେଁ ବିଭିନ୍ନ ତୀର୍ଥ ସ୍ଥାନକୁ ଓଡିଶାରୁ ଗଡିବ ବସ।

Advertisment

ଆଉ ଦିନ କେଇଟା ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ଭବ୍ୟ, ପବିତ୍ର ତଥା ଆଧ୍ୟାତ୍ମିକ ମହାକୁମ୍ଭ ମେଳା । ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି ମହାକୁମ୍ଭ ମେଳା । ଏହି ମହାକୁମ୍ଭ ପ୍ରତି ୧୨ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ୧୪୪ ବର୍ଷ ପରେ ଏକ ବିଶେଷ ଯୋଗ ପଡୁଥିବା ଜଣାପଡିଛି । ବିଶ୍ବାସ ରହିଛି ଏହି ମହାକୁମ୍ଭରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ।

ଭାରତବର୍ଷର କୋଣ ଅନୁକୋଣରୁ ସାଧୁ ସନ୍ଥ ନାଗାବାବାଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ପାଇଁ ଏଠାରେ ଭବ୍ୟ ଆୟୋଜନ କରାଯାଇଛି । ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ମାସ ୧୩ ତାରିଖରେ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବ ଏହି ମହାକୁମ୍ଭ ମେଳା ।

Advertisment

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ

ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ପ୍ରୟାଗରାଜକୁ ଛୁଟିଛି ସାଧୁସନ୍ଥଙ୍କ ଆଗମନ। ଏଭଳି ଭବ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ପାଇଁ ସାଧୁସନ୍ଥ ବେଶ ଉତ୍ସାହିତ। । ଉତ୍ତର ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ସମସ୍ତେ ତତ୍ପରତାର ସହ ଆୟୋଜନ କରିଛନ୍ତି ।

୨୦୨୫ କୁମ୍ଭ ମେଳାରେ ୪୦ରୁ ୪୫ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି । ଏଥର ମେଳା ଆୟୋଜନରେ ୬୩୮୨ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା। ଏଥିପାଇଁ ପ୍ରୟାଗରାଜରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଜମୁଛି ସାଧୁସନ୍ଥଙ୍କ ଭିଡ। ବୁଡ ପକାଇବା ପାଇଁ ଅପେକ୍ଷାରେ ଶ୍ରଦ୍ଧାଳୁ। ୧୨ ବର୍ଷ ପରେ ହେଉଥିବା କୁମ୍ଭମେଳା ଯୋଗ ଦେବାକୁ ସାରା ବିଶ୍ବରୁ ଲୋକେ ଛୁଟି ଆସୁଛନ୍ତି ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

Mahakumbh 2025 Prayagraj Maha Kumbh Mela Bus Services Odisha
Advertisment
Advertisment