• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାରେ ଖେଳାଯାଇପାରେ୨୦୩୬ ଅଲିମ୍ପିକ୍ସ ହକି । ୨୦୩୬ରେ ଭାରତ ପ୍ରଥମ ଥର ପାଇଁ ବିଶ୍ବର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ଆୟୋଜନ ନେଇ ଆଶା ବଢ଼ିଛି । ଆଜି ୨୦୩୬ ଅଲିମ୍ପିକ୍ସକୁ ନେଇ କିଛି ମିଡିଆ ରିପୋର୍ଟସ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରକାଶ ପାଇଛି କି ଅଲିମ୍ପିକ୍ସ ପାଇଁ ଅହମ୍ମଦାବାଦ ହୋଷ୍ଟ ହେବା ସମ୍ଭାବନା ରହିଛି । ଗୁଜରାଟର ଅହମଦାବାଦରେ ୨୦୩୬ ଅଲିମ୍ପିକ୍ସର ଅଧିକାଂଶ ଇଭେଣ୍ଟ ଖେଳାଯିବାକୁ ଥିବା ବେଳେ ହକି ମ୍ୟାଚଗୁଡ଼ିକ ଓଡ଼ିଶାରେ ଖେଳାଯିବା ନେଇ ବିଭିନ୍ନ ଜାତୀୟ ଗଣାମଧ୍ୟମରେ ଖବର ପ୍ରକାଶ ପାଇଛି। ସେହିଭଳି ପୁଣେରେ କାୟାକିଂ ଇଭେଣ୍ଟ ଖେଳାଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ସେପଟେ କ୍ରିକେଟ୍, କୁସ୍ତି ଏବଂ ବ୍ୟାଡମିଣ୍ଟନ୍ ପାଇଁ ଭେନ୍ୟୁ ସମ୍ପର୍କରେ ସରକାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ଚାଲିଛି । କ୍ରିକେଟ୍ ପାଇଁ ତିନୋଟି ସହର - ଦିଲ୍ଲୀ, ମୁମ୍ବାଇ ଏବଂ ଅହମ୍ମଦାବାଦ ଆଗରେ ରହିଛି । ତେବେ ଏହି ତିନୋଟି ସହରରେ ଥିବା ଷ୍ଟାଡିୟମ୍ ଉପଯୁକ୍ତତା ମୂଲ୍ୟାଙ୍କନ କରାଯାଉଛି । ସେହିପରି ମିଡିଆ ରିପୋର୍ଟରେ କୁହାଯାଇଛି କି ଅଲିମ୍ପିକ୍ସର ଇଣ୍ଡୋର ଇଭେଣ୍ଟ ସବୁ ଅହମ୍ମଦାବାଦ ସ୍ଥିତ କ୍ରୀଡ଼ା କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି, ଯେଉଁଠାରେ ଏପରି ବଡ଼ ଧରଣର ପ୍ରତିଯୋଗିତା ପାଇଁ ଉନ୍ନତ ସୁବିଧା ଉପଲବ୍ଧ ଅଛି ।

ସେପଟେ ଅହମ୍ମଦାବାଦରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ୬ ହଜାର କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଆୟୋଜନ ନେଇ ଆଶାବାଦୀ ଅଛନ୍ତି। ୨୦୨୩ ମୁମ୍ବାଇରେ IOC ବୈଠକରେ ଏନେଇ ପ୍ରସ୍ତାବ ରଖିଥିଲେ । ସୂଚନା ଅନୁସାରେ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ବିଡ୍‌ ଦାଖଲ କରିସାରିଛି ଭାରତ । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଛି । ଭାରତୀୟ ଅଲିମ୍ପିକ୍ ସଂଘ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ନିକଟକୁ ଏନେଇ ଅକ୍ଟୋବର ୧, ୨୦୨୪ରେ ଏକ ଚିଠି ପଠାଇଥିଲା ।

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

OTV is now on Whatsapp

Join and get latest news update delivered to you via whatsapp

Join Now