Advertisment

AI Bots: ଶୋଇଶୋଇ ୧୦୦୦ ଚାକିରି ପାଇଁ କଲେ ଆବେଦନ, ସକାଳୁ ଆସିଲା ଇଣ୍ଟରଭ୍ୟୁ କଲ୍‌

ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ ତାଙ୍କୁ ୫୦ ରୁ ଅଧିକ କମ୍ପାନୀରୁ ସାକ୍ଷାତକାର କଲ୍ ଆସିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Man Applies to 1000 Jobs Using AI While Sleeping

AI

ଆଜିକାଲି ଡିଜିଟାଲ୍ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AI ବହୁଳ ଭାବରେ ବ୍ୟବହୃତ ହେଉଛି। AI ମାଧ୍ୟମରେ ଅନେକ ଜିନିଷ ସହଜ ହୋଇଯାଇଛି। କେବଳ ଗୋଟିଏ କ୍ଲିକ୍‌ରେ ଆପଣ ଚାକିରିଆବେଦନ ପାଇଁ ରିଜ୍ୟୁମ୍, ସିଭି, କଭର ଲେଟର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରି ପାଇପାରିବେ। ତେବେ ଜଣେ ବ୍ୟକ୍ତି AIକୁ ଆଉ ଟିକିଏ ଉପର ସ୍ତରକୁ ନେଇଯାଇଛନ୍ତି। ବ୍ୟକ୍ତି ଜଣକ ଏପରି ଭାବରେ AIକୁ ବ୍ୟବହାର କଲେ ଯେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଶୋଇଥିବା ସମୟରେ ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। ଯେତେବେଳେ ସେ ଫଳାଫଳ ଦେଖିଲେ, ସେ ନିଜେ ଚକିତ ହୋଇଗଲେ। ଏନେଇ ବ୍ୟକ୍ତି ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡିଟ୍‌ରେ ଉଲ୍ଲେଖ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚିନ୍ତାରେ ‘AI’ ଗଡ୍‌ଫାଦର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଛଡ଼ାଇ ନେଉଛି ଅନେକ ଚାକିରି

Reddit ରେ ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି ଯେ ସେ ଶୋଇଥିବା ସମୟରେ AI ବ୍ୟବହାର କରି ୧୦୦୦ଟି ଚାକିରି ପାଇଁ ଆବେଦନ କରିଥିଲେ। କିନ୍ତୁ AI ତାଙ୍କ କାମକୁ ସହଜ କରିଦେଲା ଏବଂ AI Bot ସମସ୍ତ କଠିନ କାମକୁ ସୁରୁଖୁରୁରେ ସମାପ୍ତ କଲା । ସେ ଶୋଇଥିବା ସମୟରେ ତାଙ୍କୁ ୫୦ ରୁ ଅଧିକ କମ୍ପାନୀରୁ ସାକ୍ଷାତକାର କଲ୍ ଆସିଲା। ସେ କହିଛନ୍ତି ଯେ AI ବ୍ୟବହାର ଦ୍ୱାରା ତାଙ୍କୁ ଚାକିରି ଖୋଜିବାରେ ଖୁବ୍ ସହଜ ହୋଇଥିଲା।

Advertisment

AI ବଟ୍ କିପରି କାମ କରେ?

Reddit ର 'Get Employed' ଫୋରମରେ ସେ ଲେଖିଛନ୍ତି, "ମୁଁ ଏକ AI ବଟ୍ ତିଆରି କରିଛି ଯାହା ପ୍ରାର୍ଥୀଙ୍କ ସୂଚନା ଏବଂ ଚାକିରି ବର୍ଣ୍ଣନା ବିଶ୍ଳେଷଣ କରେ। ଏହା ପ୍ରତ୍ୟେକ ଚାକିରି ପାଇଁ କଷ୍ଟମାଇଜ୍ଡ୍ CV ଏବଂ କଭର ଲେଟର ତିଆରି କରେ, ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦିଏ। ଚାକିରି ପାଇଁ ଆବେଦନ ମଧ୍ୟ କରେ। ସ୍କ୍ରିନିଂ ସିଷ୍ଟମକୁ ବାଇପାସ୍ କରିବାରେ ଏହି ପଦ୍ଧତି ଅତ୍ୟନ୍ତ ପ୍ରଭାବଶାଳୀ। ଏହା ସ୍କ୍ରିପ୍ଟ ସିଭି ଏବଂ କଭର ଲେଟର ସୃଷ୍ଟି କରେ, ଯାହା କେବଳ ଏଆଇ ନୁହେଁ ବରଂ ନିଯୁକ୍ତିଦାତାଙ୍କ ଦୃଷ୍ଟି ଆକର୍ଷଣ କରିପାରିବ"। ବ୍ୟକ୍ତି ଜଣକ କହିଛନ୍ତି ମୁଁ ଏହି ପ୍ରଯୁକ୍ତିବିଦ୍ୟାକୁ ଏକ ବିପ୍ଳବ ଭାବରେ ଦେଖୁଛି।

I used AI to automatically apply for 1000 jobs - and I got 50 interviews!
by inGetEmployed

ଅଧିକ ପଢ଼ନ୍ତୁ: ଲକ୍ଷଣ ଦେଖି ରୋଗର ଚିକିତ୍ସା କହିଦେବ AI, ହେବ ବାୟୋ AI ହବ୍

Job Search AI
Advertisment
Advertisment