Advertisment

Mahakumbh Monalisa: ଖୋଲିଗଲା ଭାଗ୍ୟ; ଭାଇରାଲ୍ ଗାର୍ଲରୁ ହେଲେ ବଲିଉଡ୍‌ ଗାର୍ଲ; ଡେବ୍ୟୁ ଫିଲ୍ମ ପାଇଁ ନେଲେ ଏତେ ଟଙ୍କା

ମୋନାଲିସାଙ୍କ ଆକର୍ଷଣୀୟ ଆଖି ବର୍ତ୍ତମାନ ତାଙ୍କ ଭାଗ୍ୟ ବଦଳାଇ ଦେଇଛି, କାରଣ ସେ ବର୍ତ୍ତମାନ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ମୋନାଲିସାଙ୍କୁ ଖୁବ ଶୀଘ୍ର ଏକ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନଜର ଆସିବେ।

author-image
Pramod Behera
ଅଦ୍ୟତନ ହୋଇଛି
Mahakumbh viral girl monalisa fees for her debut movie

Mahakumbh viral girl monalisa fees for her debut movie

ମହାକୁମ୍ଭ ୨୦୨୫କୁ ନେଇ ଆଜିକାଲି ବେଶ ଚର୍ଚ୍ଚା। ମହାକୁମ୍ଭର ଅନେକ ଭିଡିଓ ଏବଂ ରିଲ୍ ମଧ୍ୟ ଭାଇରାଲ୍ ହେଉଛି। ମହାକୁମ୍ଭ ୨୦୨୫ରେ ବିଭିନ୍ନ ବାବାମାନଙ୍କ ବ୍ୟତୀତ ସବୁଠାରୁ ଯିଏ ଅଧିକ ଚର୍ଚ୍ଚାରେ ରହିଛନ୍ତି ସେ ଇନ୍ଦୋରର ମହେଶ୍ୱର ଗାଁରେ ରହୁଥିବା ଜଣେ ମାଳି ବିକାଳି ଝିଅ।

Advertisment

ଆଖି ଯୋଗୁଁ ସେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଝିଅଟିର ନାଁ ହେଉଛି ମୋନାଲିସା। ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାର ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଛି ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍।

ମୋନାଲିସାଙ୍କ ଏହି ଆକର୍ଷଣୀୟ ଆଖି ବର୍ତ୍ତମାନ ତାଙ୍କ ଭାଗ୍ୟ ବଦଳାଇ ଦେଇଛି, କାରଣ ସେ ବର୍ତ୍ତମାନ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି। ସେ ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ସାଇନ କଲେ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

ମୋନାଲିସାଙ୍କୁ ଖୁବ ଶୀଘ୍ର ଏକ ବଲିଉଡ୍‌ ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କ ଫିଲ୍ମର ନାଁ ହେଉଛି ‘ଡାଏରୀ ଅଫ୍ ମଣିପୁରର’। ଏହି ଫିଲ୍ମ ପାଇଁ ମୋନାଲିସାଙ୍କୁ ମଧ୍ୟ ଭଲ ଫି ମିଳିଛି।

ଏକ ସୂଚନା ଅନୁଯାୟୀ, ‘ଡାଏରୀ ଅଫ୍ ମଣିପୁରର’ ଫିଲ୍ମର ବଜେଟ୍‌ ୨୦ କୋଟି ଟଙ୍କା ରହିଥିବା ବେଳେ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ମିଳିଛି। ଏଥିମଧ୍ୟରୁ ତାଙ୍କୁ ୧ ଲକ୍ଷ ଟଙ୍କା ସାଇନିଂ ଆମାଉଣ୍ଟ ଭାବରେ ପ୍ରଦାନ କରାଯାଇଛି।

ଖବର ଅନୁଯାୟୀ ମୋନାଲିସା ନିଜର ନୀଳ ନୀଳ ଆଖି ଏବଂ ସୁନ୍ଦର ହସ ଯୋଗୁଁ ମହାକୁମ୍ଭରେ ଭାଇରାଲ୍‌ ହୋଇଥିଲେ। ଏବେ ସେ ନିଜ ଘର ଅର୍ଥାତ୍ ମଧ୍ୟପ୍ରଦେଶର ମହେଶ୍ୱର ଗାଁକୁ ଫେରିଯାଇଛନ୍ତି।

ମୋନାଲିନା ପୁରା ମହାକୁମ୍ଭ ସମୟରେ ପ୍ରୟାଗରେ ରହି ମାଳା ବିକ୍ରି କରିବାକୁ ଯାଇଥିଲେ। କିନ୍ତୁ ପରିସ୍ଥିତି ଏମିତି ହୋଇଗଲା ଯେ ମାତ୍ର ୧୫ ଦିନ ମଧ୍ୟରେ ତାଙ୍କୁ ମହାକୁମ୍ଭ ଛାଡିବାକୁ ପଡିଲା।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

ଏହାର କାରଣ ହେଉଛି ଭାଇରାଲ୍‌ ହେବା ହେତୁ ସେ ଯେଉଁ କାମରେ ଯାଇଥିଲେ ହୋଇପାରିଲା ନାହିଁ। ସେ ଠିକ୍‌ରେ ମାଳା ବିକ୍ରି କରିପାରିଲେ ନାହିଁ। ଖାଲି ସେତିକି ନୁହେଁ, ତାଙ୍କ ଆଗ ପଛରେ ଏତେ ଭିଡ ଲାଗିଲା ଯେ ସେ ଠିକ୍‌ରେ ଶ୍ୱାସ ମଧ୍ୟ ନେଇ ପାରିଲେ ନାହିଁ। ସବୁ ସମୟରେ ତାଙ୍କ ଆଗପଛରେ କ୍ୟାମେରା ଘୁରି ବୁଲିଲା। ଫଳରେ ସେ ବାଧ୍ୟ ହୋଇ ନିଜ ଘରକୁ ଫେରିଆସିଲେ।

ଏହି ଘଟଣା ସିନା ତାଙ୍କ ମାଳା ବିକ୍ରିରେ ବାଧକ ହେଲା, କିନ୍ତୁ ତାଙ୍କ ଭାଗ୍ୟକୁ ଚମକେଇ ଦେଲା। ଏବେ ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାଙ୍କ ଗାଁରେ ପହଞ୍ଚି ତାଙ୍କ ପିଲ୍ମ ‘ଡାଏରୀ ଅଫ୍ ମଣିପୁର’ ପାଇଁ ସାଇନ୍ କରାଇଛନ୍ତି। ଏହି ଫିଲ୍ମରେ ମୋନାଲିସା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ଦିଆଯିବ।

ସନୋଜ ପୂର୍ବରୁ ‘ରାମ ଜନ୍ମଭୂମି’, ‘ଦ ଡାଏରୀ ଅଫ୍‌ ୱେଷ୍ଟ ବେଙ୍ଗଲ’ ଓ ‘କାଶୀ ଟୁ କଶ୍ମୀର’ ଭଳି ଫିଲ୍ମ ତିଆରି କରି ସାରିଛନ୍ତି।

ପ୍ରକାଶଥାଉ ଯେ କୁମ୍ଭମେଳାରେ ହଠାତ୍ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ମୋନାଲିସାଙ୍କ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିରୁ ସନୋଜ ମିଶ୍ର ମଧ୍ୟ ବାଦ ପଡି ନ ଥିଲେ। ସେ ନିଷ୍ପତ୍ତି ନେଇଥିଲେ ଯେ ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରିବେ। ନିର୍ଦ୍ଦେଶକ ସନୋଜ ମିଶ୍ର ବର୍ତ୍ତମାନ ଫିଲ୍ମ 'ଡାଏରୀ ଅଫ୍ ମଣିପୁର' ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

ତେବେ ଏଭଳି ଜଣେ ନିର୍ଦ୍ଦେଶକଙ୍କ ହାତରେ ମୋନାଲିସାଙ୍କ ଭାଗ୍ୟ ଖୋଲିବ ନା ଏ ବି ରାନୁ ମଣ୍ଡଳଙ୍କ କରି ଦିନେ ହଜିଯିବେ ତାହା ସମୟ କହିବ।


ଅଧିକ ପଢ଼ନ୍ତୁ: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

Bollywood Kumbh Mela Maha Kumbh Mela
Advertisment
Advertisment