Advertisment

Union Budget 2025 LIVE Updates: ସଂସଦରେ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ...ରହିଛି ଦେଶବାସୀଙ୍କ ନଜର

ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍‌ । ପ୍ରଧାନମନ୍ତ୍ରୀ

author-image
Sujit kumar Swain
ଅଦ୍ୟତନ ହୋଇଛି
New Update
Union Budget LIVE Updates

Union Budget LIVE Updates

ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ତୃତୀୟ ପାଳିରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ଦିନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ତେବେ ଆଜି ଆଗତ ହୋଇଥିବା ବଜେଟ୍‌ ଉପରେ ପୂରା ଦେଶବାସୀଙ୍କ ନଜର ରହିଛି । କେନ୍ଦ୍ର ବଜେଟ୍‌-୨୦୨୫ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • Feb 01, 2025 16:44 IST

    ‘ଦେଶର ଇତିହାସରେ ସବୁଠାରୁ ମହତ୍ୱପୂର୍ଣ୍ଣ ବଜେଟ ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି’



  • Feb 01, 2025 15:52 IST

    ‘ଆଜିର ବଜେଟ ମଧ୍ୟମିତ ବର୍ଗଙ୍କ ପାଇଁ ଡ୍ରିମ୍‌ ବଜେଟ’



  • Feb 01, 2025 15:48 IST

    ଏଥର ପୂରଣ ହେବ ଇଲେକ୍ଟ୍ରିକ ଗାଡ଼ି କିଣିବା ସ୍ବପ୍ନ

    ସାଧାରଣ ବଜେଟ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଛି । ବିଶେଷକରି ଏଥିରେ କେଉଁ ଜିନିଷ ଶସ୍ତା ହେବ ତାହା ଜାଣିବାକୁ ସମସ୍ତେ ଆଗ୍ରହୀ । କାର୍‌ କିମ୍ବା ବାଇକ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ଗାଡ଼ିର ଦାମ । ବିଶେଷକରି ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬। ଲିଥିୟମ୍ ବ୍ୟାଟେରୀ ଏବଂ ଏହା ସହ ସମ୍ବନ୍ଧିତ ଥିବା କ୍ଷେତ୍ରଗୁଡ଼ିକରେ ଉତ୍ପାଦନକୁ ବୃଦ୍ଧିକରିବା ପାଇଁ କେନ୍ଦ୍ର ବଜେଟ୍ ୨୦୨୫-୨୦୨୬ରେ ଗୁରୁତ୍ୱପୂର୍ଣ୍ଣ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସରକାର ଭାରତରେ ଉତ୍ପାଦନ ବୃଦ୍ଧି କରିବା ସହ ଆମଦାନୀକୁ ହ୍ରାସ କରିବା ପାଇଁ ଏଭଳି ଘୋଷଣା କରିଛନ୍ତି । ସରକାର ବୈଦ୍ୟୁତିକ ଯାନ (EV) କୁ ଶସ୍ତାକରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...



  • Feb 01, 2025 15:47 IST

    ‘ଆଜିର ବଜେଟ ହେଉଛି ବିକଶିତ ଭାରତ ଆଡ୍‌ଭାନ୍ସ ବଜେଟ’



  • Feb 01, 2025 15:30 IST

    ବଜେଟ୍‌ରେ ପ୍ରତିରକ୍ଷା ପାଇଁ ୬.୮୧ ଲକ୍ଷ କୋଟି ବ୍ୟୟ ବରାଦ



  • Feb 01, 2025 15:28 IST

    ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା



  • Feb 01, 2025 15:25 IST

    ପୁଣି ଚର୍ଚ୍ଚାରେ ନିର୍ମଳାଙ୍କ ଶାଢି

    କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି। । ଏଥର ବଜେଟ୍ ଉପସ୍ଥାପନ ବେଳେ ସେ କେଉଁ ପ୍ରକାର ଶାଢି ପିନ୍ଧିବେ ? ଶାଢିର ରଙ୍ଗ କେମିତି ହେବ? ଶାଢିର ଧଡିରେ କେଉଁ ରାଜ୍ୟର କଳା କାରିଗରି ସ୍ଥାନ ପାଇବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। ତେବେ ଏହାର ଅନ୍ତ ଘଟିଛି। ଚଳିତ ବଜେଟରେ ନିର୍ମଳା ବିହାରର ମଧୁବନୀ ଶାଢି ପିନ୍ଧିଛନ୍ତି। ଏହି ଶାଢ଼ି ମାଧ୍ୟମରେ ସେ ମଧୁବନୀ କଳା ପ୍ରତି ତାଙ୍କର ସମ୍ମାନ ପ୍ରକାଶ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହି ଶାଢ଼ି କିଏ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି। ଅଧିକ ପଢନ୍ତୁ...



  • Feb 01, 2025 15:23 IST

    ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ୱାଗତ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା



  • Feb 01, 2025 15:21 IST

    ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା ହୋଇଛି....



  • Feb 01, 2025 15:19 IST

    ବିକାଶ ସୁନିଶ୍ଚିତ କରିବ ବଜେଟ- ମୋଦି



  • Feb 01, 2025 14:25 IST

    ଏଥର ଫୋକସରେ ସ୍ବାସ୍ଥ୍ୟସେବା



  • Feb 01, 2025 14:25 IST

    ପର୍ଯ୍ୟଟନର ବିକାଶ ପାଇଁ ଏଥର ବଜେଟରେ ରହିଛି ୨୦ ହଜାର କୋଟି



  • Feb 01, 2025 14:21 IST

    ଏଥର ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ହୋଇଥିବା ବେଳେ. ଇନ୍ସ୍ୟୁରାନ୍ସ ମାର୍କେଟରେ ଏହାର ପ୍ରଭାବ ପଡ଼ିବ କି?



  • Feb 01, 2025 14:01 IST

    କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ୱାଗତ କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା



  • Feb 01, 2025 14:00 IST

    ଚଳିତ ବଜେଟ୍ ଏକ ବାଲାନ୍ସଡ୍ ବଜେଟ୍, MSMEକୁ ବେଶି ଗୁରୁତ୍ୱ ଦିଆଯାଇଛି



  • Feb 01, 2025 14:00 IST

    କେନ୍ଦ୍ର ବଜେଟରେ ମଧ୍ୟବିତ୍ତଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ



  • Feb 01, 2025 13:59 IST

    ପ୍ରଧାନମନ୍ତ୍ରୀ ମୋଦିଙ୍କ ବକଶିତ ଭାରତର ସ୍ୱପ୍ନ କୁ ମଜବୁତ୍ କରିବ ଏ ବଜେଟ୍



  • Feb 01, 2025 13:23 IST

    ସବୁ ଜିଲ୍ଲାରେ କ୍ୟାନସର ଚିକିତ୍ସା କେନ୍ଦ୍ର କରାଯିବ



  • Feb 01, 2025 13:22 IST

    ସମଗ୍ର ଦେଶର ୫୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ



  • Feb 01, 2025 13:21 IST

    କଳାଧନ ଲୁଚାଇ ରଖିବାକୁ ଚେଷ୍ଠା କରୁଛନ୍ତି କି? ଏହା ମହଙ୍ଗା ପଡ଼ିପାରେ। ଜାଣି ରଖନ୍ତୁ ନୂଆ ନିୟମ



  • Feb 01, 2025 13:18 IST

    ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା



  • Feb 01, 2025 12:57 IST

    ଫୋକସ୍‌ରେ MSME



  • Feb 01, 2025 12:46 IST

    ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ



  • Feb 01, 2025 12:45 IST

    ନୂଆ ଟିକସ ବ୍ୟବସ୍ଥା । ଜାଣନ୍ତୁ କେତେ ଆୟ ପର୍ଯ୍ୟନ୍ତ କେତେ ଦେବେ ଟ୍ୟାକ୍ସ...



  • Feb 01, 2025 12:29 IST

    ୨୦ହଜାର କୋଟି ଟଙ୍କା ବ୍ୟୟରେ ଛୋଟ ମଡ୍ୟୁଲାର ରିଆକ୍ଟରର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ



  • Feb 01, 2025 12:29 IST

    ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ କହିଲେ ଅର୍ଥମନ୍ତ୍ରୀ



  • Feb 01, 2025 12:29 IST

    ୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ଘୋଷଣା



  • Feb 01, 2025 12:28 IST

    ଆୟକର ଦାତାଙ୍କ ପାଇଁ ଖୁସି ଖବର



  • Feb 01, 2025 12:28 IST

    ଜିଲ୍ଲା ହସ୍ପିଟାଲରେ କ୍ୟାନସର ଚିକିତ୍ସା



  • Feb 01, 2025 12:27 IST

    ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

    ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ଇନ୍‌କମ୍‌ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢ଼ନ୍ତୁ...



  • Feb 01, 2025 12:11 IST

    ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ୱରେ ଦ୍ୱିତୀୟ



  • Feb 01, 2025 12:10 IST

    ଆଗାମୀ ୧୦ ବର୍ଷ ମଧ୍ୟରେ ପରିବର୍ତ୍ତିତ UDAN ଯୋଜନା ଆରମ୍ଭ କରାଯିବ



  • Feb 01, 2025 12:04 IST

    ନୂଆ ଆୟକର ବିଲ୍‌ ଆସିବ କହିଲେ ଅର୍ଥମନ୍ତ୍ରୀ



  • Feb 01, 2025 12:04 IST

    ପ୍ଲାଟଫର୍ମର ଗିଗ୍ କର୍ମୀଙ୍କ ପାଇଁ ଇ-ଶ୍ରମ ପୋର୍ଟାଲରେ ପରିଚୟପତ୍ର ଏବଂ ପଞ୍ଜିକରଣ ବ୍ୟବସ୍ଥା କରାଯିବ



  • Feb 01, 2025 12:01 IST

    ୫ ଲକ୍ଷ SC/ST ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯିବ



  • Feb 01, 2025 12:01 IST

    ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ



  • Feb 01, 2025 12:01 IST

    'ପୂର୍ବୋଦୟ' ଯୋଜନାରେ ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଏବଂ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା ହେବ



  • Feb 01, 2025 12:00 IST

    ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌



  • Feb 01, 2025 11:59 IST

    ବିହାରରେ ଗଠନ କରାଯିବ ମଖାନା ବୋର୍ଡ



  • Feb 01, 2025 11:58 IST

    ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ



  • Feb 01, 2025 11:53 IST

    ୫ ଲକ୍ଷ SC/ST ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଏକ ଯୋଜନା ଆରମ୍ଭ କରାଯିବ



  • Feb 01, 2025 11:52 IST

    ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ

    ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୫-୨୬। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅଧିକ ପଢ଼ନ୍ତୁ...



  • Feb 01, 2025 11:51 IST

    କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯିବ



  • Feb 01, 2025 11:51 IST

    ବିହାରରେ ହେବ ମାକାନା ବୋର୍ଡ



  • Feb 01, 2025 11:50 IST

    ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି



  • Feb 01, 2025 11:50 IST

    ଆଗାମୀ ୫ ବର୍ଷ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ ସ୍ଥାପନ କରାଯିବ



  • Feb 01, 2025 11:49 IST

    ବଜେଟରେ ପର୍ଯ୍ୟଟନ ଶିଳ୍ପକୁ ଫୋକସ କଲେ ଅର୍ଥମନ୍ତ୍ରୀ



  • Feb 01, 2025 11:49 IST

    ଜିଓ ସ୍ପେଶାଲ ମିଶନ ପ୍ରତିଷ୍ଠା କରାଯିବ



  • Feb 01, 2025 11:41 IST

    ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ



  • Feb 01, 2025 11:40 IST

    ପାରମାଣବିକ ଶକ୍ତି ଉତ୍ପାଦନକୁ ବଜେଟରେ ଗୁରୁତ୍ବାରୋପ



Nirmala Sitharaman Union Budget Lok Sabha Budget Session
Advertisment
Advertisment