Advertisment

ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ

ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍‌ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍‌ନାକୁ ଆସିଛନ୍ତି ଷ୍ଟାନିକଜାଇ।

author-image
Chandan Shishu
Sher Mohammad Abbas

Sher Mohammad Abbas

ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏକ ଚର୍ଚ୍ଚିତ ନାଁ।  ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ। କାତାର୍ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ, ଭଲ ଇଂରାଜୀ କହିପାରୁଥିବାରୁ ବିଦେଶୀ ସରକାର କିମ୍ବା ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ତାଲିବାନର ମୁଖ୍ୟ ମଧ୍ୟସ୍ଥ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, କୁଖ୍ୟାତ ଆତଙ୍କୀ ସଂଗଠନର ଏହି ୬୦ ବର୍ଷୀୟ ନେତା ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ। ୧୯୭୯ରୁ ୮୨ ଯାଏଁ ମଧ୍ୟପ୍ରଦେଶ ନୱାଗାଁଓ ସ୍ଥିତ ଆର୍ମି କ୍ୟାଡେଟ୍ କଲେଜ୍‌ର ଯବାନ ଭାବେ ଏବଂ ୧୯୮୨ରେ ଡେରାଡୁନ୍ ସ୍ଥିତ ଇଣ୍ଡିଆନ୍ ମିଲିଟାରି ଏକାଡେମିରେ ଅଫିସର୍ ଭାବେ ତାଲିମ୍ ନେଇଥିଲେ ଶେର୍ ମହମ୍ମଦ।

Advertisment

ଷ୍ଟାନିକଜାଇ ଓରଫ୍ ଶେରୁ। IMAର ୧୯୮୨ ବ୍ୟାଚ୍‌ରେ ତାଙ୍କୁ ସମସ୍ତେ ଶେରୁ ଡାକୁଥିଲେ। ୧୯୭୨ ଭାରତ-ପାକ୍ ଯୁଦ୍ଧ ପରଠୁ IMAରେ ଆଫଗାନ୍ କ୍ୟାଡେଡ୍‌ରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ବେଳେ, ଭଗତ୍ ବାଟାଲିୟନ୍ କେରେନ୍ କଂପୀନର ୪୫ କ୍ୟାଡେଟ୍‌ଙ୍କ ମଧ୍ୟରୁ ଜଣେ ଥିଲେ ଶେରୁ। ସେ ଖୁବ୍ ମେଳାପି ଥିଲେ ଏବଂ ସେତେବେଳେ ତାଙ୍କ ମନରେ ଆଦୌ ଧର୍ମୀୟ ଚରମପନ୍ଥୀ ଭାବନା ନଥିଲା ବୋଲି କୁହନ୍ତି ତାଙ୍କର ବ୍ୟାଚମେଟ୍ ତଥା ଅବସରପ୍ରାପ୍ତ ଭାରତୀୟ ସେନାଧିକାରୀ।

ତେବେ ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍‌ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍‌ନାକୁ ଆସିଛନ୍ତି ଷ୍ଟାନିକଜାଇ। ସେହିପରି ଭାରତ ସହ ସଂପର୍କ ସୁଧାରିବା ଲାଗି ତାଲିବାନର ଆଗ୍ରହ ପଛରେ ଷ୍ଟାନିକ୍‌ଜାଇଙ୍କ ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ହେଉଛି। ଏବେ ଅପେକ୍ଷା ଶେରୁଙ୍କ IMA ଲିଙ୍କ୍ ଭାରତକୁ କେତେ ଫାଇଦା ଦେଉଛି।

Advertisment
India News Taliban
Advertisment
Advertisment