Advertisment

ଭାଇରାଲ୍‌ ହେଉଛି ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷ ଇନ୍‌ଷ୍ଟାଗ୍ରାମ ପୋଷ୍ଟ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ହଠାତ୍‌ କେହିବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି। କାରଣ ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Sidharth Shukla Dies

Actor Sidharth Shukla Dies

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ହଠାତ୍‌ କେହିବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି। କାରଣ ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି। ହାର୍ଟ ଆଟାକ୍‌ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। 

Advertisment

ଏସବୁ ଭିତରେ ଏବେ ସିଦ୍ଧାର୍ଥଙ୍କ ଇନ୍‌ଷ୍ଟାଗ୍ରାମର ଶେଷ ପୋଷ୍ଟ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଶେଷଥର ପାଇଁ ସେ ଅଗଷ୍ଟ ୨୪ରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ନିଜର ଏକ ଫଟୋ ଶେଆର କରିବା ସହ ଫ୍ରଣ୍ଟ୍‌ଲାଇନ୍‌ ୱର୍କର୍ସଙ୍କୁ ଧନ୍ୟବାଦ ଜଣାଇଥିଲେ। ନିଜର ଏକ ଫଟୋ ଶେଆର କରି ସେ ଲେଖିଥିଲେ, ‘ସମସ୍ତ ଫ୍ରଣ୍ଟ୍‌ଲାଇନ୍‌ ୱର୍କର୍ସଙ୍କୁ ହୃଦୟରୁ ଧନ୍ୟବାଦ ! ଆପଣମାନେ ଆପଣଙ୍କ ଜୀବନକୁ ବିପଦରେ ପକାଇ ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି ଓ ରୋଗୀଙ୍କୁ ଆରାମ ଦେଉଛନ୍ତି। ଯେଉଁମାନେ କି ସେମାନଙ୍କର ପରିବାର ସହ ରହୁ ନାହନ୍ତି। ବାସ୍ତବରେ ଆପଣମାନେ ସାହସୀ ! ଆଗ ଧାଡ଼ିରେ ରହି କାର୍ଯ୍ୟ କରିବା ସହଜ ନୁହେଁ, କିନ୍ତୁ ବାସ୍ତବରେ ଆମ୍ଭେମାନେ ଆପଣମାନଙ୍କର ଉଦ୍ୟମକୁ ପ୍ରଶଂସା କରୁଛୁ।’

Advertisment

Also Read

ମିଳିଥିବା ସୂଚନା ଅନୁସାରେ, ସିଦ୍ଧାର୍ଥ ଗତକାଲି ରାତିରେ ଶୋଇବା ପୂର୍ବରୁ କିଛି ମେଡିସିନ୍‌ ଖାଇଥିଲେ। ଏହାପରେ ସେ ଆଉ ଉଠି ପାରିନଥିଲେ। ଏହାପରେ ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ହଠାତ୍‌ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡ୍‌ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। 

Sidharth Shukla Bigg Boss 13 Winner Sidharth Shukla Death
Advertisment
Advertisment