• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗରିବ ଅଟୋ ଚାଳକ ବାପାର ମେଧାବୀ ଝିଅ

  • ଆମେରିକାର ଆ‌ଡୋବ କମ୍ପାନୀରେ ମିଳିଲା ଚାକିରି

  • ବାର୍ଷିକ ୪୧ ଲକ୍ଷ ପ୍ୟାକେଜ

ମୁମ୍ବାଇ : ଗରିବ ଅଟୋ ଚାଳକଙ୍କ ମେଧାବୀ ଝିଅ । ପେଟ ଚାଖଣ୍ଡକୁ ପାଇଁ ସକାଳୁ ସଞ୍ଜ ଯାଏ ଅଟୋ ଚଳାଉଥିଲେ ବାପା, ହେଲେ ଝିଅର ପାଠ ପଢ଼ାରେ କେବେ ବି ଅବହେଳା କରିନଥିଲେ । ଛୋଟ ବେଳୁ ଝିଅକୁ ପାଠ ପଢ଼ିବା ପାଇଁ ପ୍ରେରଣା ଦେବା ସହ କଠିନ ପରିଶ୍ରମ କରୁଥିଲେ । ତେବେ ଆଜି ଗରିବ ବାପର ଟେକ ରଖିଛି ମହାରାଷ୍ଟ୍ରର ମେଧାବୀ ଝିଅ ଅମୃତା ।

କରୋନା କାଳରେ ଅନକ ଲୋକଙ୍କ ଚାକିରି ଚାରିଯାଇଥିବା ବେଳେ ଅନେକଙ୍କ ଦରମା କଟିଛି । କିନ୍ତୁ ଏହାରି ମଧ୍ୟରେ ଏପରି କିଛି ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋଙ୍କ ମନୋବଳ ଦୃଢ଼ କରିବ ନିଶ୍ଚୟ । ଏପରି ଏକ କାହାଣୀ ହେଉଛି କୋଲହାପୁରର ବାସିନ୍ଦା ଅମୃତା କରାନ୍ଦେଙ୍କର । ତାଙ୍କ ବାପା ଜଣେ ଅଟୋ ଡ୍ରାଇଭର । ଅମୃତା କରୋନା କାଳରେ ଚାକିରି ପାଇଥିବା ବେଳେ ତାଙ୍କର ବାର୍ଷିକ ପ୍ୟାକେଜ୍ ହେଉଛି ୪୧ ଲକ୍ଷ ଟଙ୍କା ।

ଅମୃତା ବୟସ ମାତ୍ର ୨୧ ବର୍ଷ । ସେ ବର୍ତ୍ତମାନ କୋଲହାପୁର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସଫ୍ଟୱେୟାର ଇଞ୍ଜିନିୟରିଂ ପାଠ୍ୟକ୍ରମର ଚତୁର୍ଥ ବର୍ଷରେ ଅଧ୍ୟୟନ କରୁଛନ୍ତି । ପାଠ ପଢ଼ିବା ସମୟରେ ହିଁ ସେ ପ୍ରି ପ୍ଲେସମେଣ୍ଟ ପାଇଛନ୍ତି । ଆମେରିକାର ସଫ୍ଟୱେର୍ କମ୍ପାନୀ ଆଡୋବ୍ ଅମୃତାଙ୍କୁ ଏକ ସଫ୍ଟୱେର୍ ଇଞ୍ଜିନିୟର ଭାବରେ ନିଯୁକ୍ତି ପ୍ରଦାନ କରିଛି ।

ଅମୃତା ଏକ ଗରିବ ପରିବାରରେ ବଡ଼ ହୋଇଛନ୍ତି । ବାପା ଅଟୋ ଚଳାନ୍ତି, ମା ଗୁହିଣୀ । ତାଙ୍କ ପାଠ ପଢ଼ାପାଇଁ ବାପା ମା’ ଅନେକ ସଂଘର୍ଷ କରିଥିବା ସେ କହନ୍ତି । ତେବେ ଆଜି ସେ କଠିନ ପରିଶ୍ରମ କରି ବାପାମା’ଙ୍କୁ ଖୁସି କରିପାରିଛନ୍ତି ତଥା ସଂଘର୍ଷର ଫଳ ଦେଇଛନ୍ତି । ଏହାସହ ଆଗାମୀ ସମୟରେ ଭାରତରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରିସର୍ଚ୍ଚ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

ପ୍ରଥମ କୋଡିଂ ପ୍ରତିଯୋଗିତାରେ ହିଁ ଅମୃତାଙ୍କର ଭଲ ରାଙ୍କ୍ ଆସିଥିଲା ବୋଲି କହିଛନ୍ତି କୋଲହାପୁର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଚେୟାରମ୍ୟାନ୍ ସୁନୀଲ କୁଲକର୍ଣ୍ଣି । ଏହା ପରେ ତାଙ୍କୁ ଅଢ଼େଇ ମାସର ଇଣ୍ଟର୍ନସିପ୍ ମିଳିଥିଲା । ଏହାରି ଭିତରେ ତାଙ୍କର ଟେଷ୍ଟ ନିଆଯାଇଥିଲା, ଯେଉଁଥିରେ ସେ ପାସ୍ କରିଥିଲେ । ସବୁ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ତାଙ୍କୁ ଆଡ଼ୋବରେ ପ୍ଲେସମେଣ୍ଟ ମିଳିଛି । ପ୍ରଥମ ଥର ପାଇଁ ପଶ୍ଚିମ ମହାରାଷ୍ଟ୍ରର ଜଣେ ଝିଅକୁ ଏତେ ବଡ଼ ପ୍ୟାକେଜ୍ ମିଳିଛି ।

ଅମୃତାଙ୍କ ବାପା କୁହନ୍ତି ଝିଅ ପାଠପଢ଼ାରେ ବେଶ୍ ଭଲ । ସବୁବେଳେ ଶ୍ରେଣୀରେ ପ୍ରଥମ ହେବା ସହ ଏସଏସସିରେ ୯୭ ପ୍ରତିଶତ ମାର୍କ ରଖିଥିଲେ । ପ୍ରଥମେ ଡାକ୍ତର ହେବାକୁ ଚାହୁଁଥିବା ଅମୃତା ପରେ ସଫ୍ଟୱେୟାର ଇଞ୍ଜିନିୟରିଂ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ବର୍ତ୍ତମାନ ଝିଅର ସଫଳତାକୁ ନେଇ ବାପା ବହୁତ ଖୁସି ।