Advertisment

ପଞ୍ଚଭୂତରେ ଲୀନ ହେଲେ ସିଦ୍ଧାର୍ଥ : ବିରହରେ କାନ୍ଦି କାନ୍ଦି ଶୁଖୁନି ମା’ର ଲୁହ

ପଞ୍ଚଭୂତରେ ଲୀନ ହୋଇଛନ୍ତି ଟିଭିର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା। ତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ମା’। କାନ୍ଦି କାନ୍ଦି ଶୁଖୁନି ଆଖି ଲୁହ। ସତେ ଯେପରି ଦେହରୁ ଆତ୍ମା ଚାଲିଯାଇଛି। ୪୦ ବର୍ଷରେ ହୃଦଘାତ ଆରପାରିକୁ ଚାଲିଯାଇଛନ୍ତି ସିଦ୍ଧାର୍ଥ। ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି। ହେଲେ ତାଙ୍କ ମା’ ରୀତା ଶୁକ୍ଳା ଓ ପ୍ରିୟ ସାଙ୍ଗ ଶହନାଜ ଗିଲ କାନ୍ଦି କାନ୍ଦି ଅବସ୍ଥା ଖରାପ ହେଲାଣି।

author-image
Pramod Behera
ଅଦ୍ୟତନ ହୋଇଛି
Siddharth Mother Weeping

Siddharth Mother Weeping

ମୁମ୍ବାଇ : ପଞ୍ଚଭୂତରେ ଲୀନ ହୋଇଛନ୍ତି ଟିଭିର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା। ତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ମା’। କାନ୍ଦି କାନ୍ଦି ଶୁଖୁନି ଆଖି ଲୁହ। ସତେ ଯେପରି ଦେହରୁ ଆତ୍ମା ଚାଲିଯାଇଛି। ୪୦ ବର୍ଷରେ ହୃଦଘାତ ଆରପାରିକୁ ଚାଲିଯାଇଛନ୍ତି ସିଦ୍ଧାର୍ଥ। ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି। ହେଲେ ତାଙ୍କ ମା’ ରୀତା ଶୁକ୍ଳା ଓ ପ୍ରିୟ ସାଙ୍ଗ ଶହନାଜ ଗିଲ କାନ୍ଦି କାନ୍ଦି ଅବସ୍ଥା ଖରାପ ହେଲାଣି।

Advertisment

ସିଦ୍ଧାର୍ଥ ତାଙ୍କ ଘରର ସବୁଠାରୁ ସାନ ଥିଲେ। ମା ତାଙ୍କର ଏକୋଇରବଳା ବିଶିକେସନକୁ ସବୁଦିନ ପାଇଁ ହରେ‍ଇଛନ୍ତି। ଦୁଇ ଭଉଣୀଙ୍କ ପାଖରୁ ସ୍ନେହର ଭାଇ ସବୁଦିନ ପାଇଁ ଚାଲିଯାଇଛି। ସେମାଙ୍କ ଆଖିର ଲୁହ ଅନ୍ୟମାନଙ୍କ କଲିଜାକୁ ଚିରି ପକଉଛି। କୋହ ବୋଲ ମାନୁନି। ବ୍ରହ୍ମ କୁମାରୀ ରୀତି ନୀତି ସହିତ ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ହୋଇଛି। ପୁଅକୁ ଅନ୍ତିମ ବିଦାୟ ଦେବା ନେଇ ମା ତାଙ୍କର ଝିଅମାନଙ୍କ ସହିତ ଓଶିୱାରା ଶ୍ମଶାନ ଘାଟରେ ପହଞ୍ଚିଥିଲେ। ଶହନାଜ ଗିଲ ମଧ୍ୟ ଶ୍ମଶାନ ଘାଟରେ ପହଞ୍ଚିଥିଲେ। ଗାଡିରେ ଗଲା ବେଳେ ସେ କାନ୍ଦି କାନ୍ଦି ଥକିଯାଇଥିଲେ। ଶହନାଜ ଗିଲ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମୁକାବିଲା ବିଗ୍ ବସ୍ ୧୩ରେ ହୋଇଥିଲା। ସେମାନଙ୍କ ବନ୍ଧୁତା ବହୁ ଘନିଷ୍ଠ ଥିଲା। ଦୁହିଁଙ୍କ ଯୋଡି ଜୀବନ ଦିଆ ନିଆ ଭଳି ଥିଲା। କିନ୍ତୁ ଏବେ ସେ ସବୁ ଭାଙ୍ଗି ଯାଇଛି।

Advertisment

ଶ୍ମଶାନରେ ସିଦ୍ଧାର୍ଥଙ୍କ ମା, ଭଉଣୀମାନେ, ଶହନାଜ ଓ ସ୍ୱଜନଙ୍କ ସହିତ ଅନ୍ୟ ବନ୍ଧୁମାନେ ମଧ୍ୟ ଉପସ୍ଥିତ ଥିଲେ। ଯେକୌଣସି ପ୍ରକାର ଭୟଭୀତ ପରିସ୍ଥିତି ସୃଷ୍ଟି ନ ହୁଏ ଏନେଇ ମୁମ୍ବାଇ ପୁଲିସ ଦ୍ୱାରା ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା। ଗୁରମୀତ ଚୌଧୁରୀ, ବିକାଶ ଗୁପ୍ତା, ରାହୁଲ୍ ମହାଜନ, ଦିବ୍ୟାଙ୍କା ତ୍ରିପାଠୀ ଦହିୟାଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ ନେଇ ଆସିଥିଲେ।

ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ସମୟରେ ଜୋରଦାର ବର୍ଷା ହେଉଥିଲେ ମଧ୍ୟ ଏହାକୁ ଖାତିର ନ କରି ନିଜ ପ୍ରିୟ ଅଭିନେତାଙ୍କ ଟିକିଏ ଝଲକ ପାଇବା ନେଇ ଲୋକେ ଶ୍ମଶାନ ଘାଟର ଗେଟ୍ ପାଖରେ ଠିଆ ହୋଇଥିବା ଦେଖାଯାଆନ୍ତି। ଏନେଇ ଟ୍ରାଫିକ ସମସ୍ୟା ଦେଖାଦେବାରୁ ପୋଲିସ୍ ପାଇଁ ସମସ୍ୟା ହୋଇଥିଲା।

Entertainment Siddharth Shukla
Advertisment
Advertisment