Advertisment

ତାଲିବାନରେ ଗଠନ ହୋଇସାରିଲାଣି ନୂଆ ମନ୍ତ୍ରୀମଣ୍ଡଳ !

ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା

author-image
Sarbeswar
Taliban GovtTaliban Govt

Taliban Govt

କାବୁଲ୍‌: ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ ହାତରେ ଆଫଗାନର ଶାସନ ଡୋରୀ। ଆଫଗାନ ମାଟିରୁ ଆମେରିକା ସେନାର ଉପସ୍ଥିତି ହଟିବା ଓ ରାଷ୍ଟ୍ରପତି ଅସ୍ରଫ ଘନିଙ୍କ ପଳାୟନ ପରେ ଏବେ ଦେଶକୁ ଶାସନ କରିବେ ତାଲିବାନୀ ନେତା। ଅଗଷ୍ଟ ୧୫ରେ ରାଜଧାନୀ କାବୁଲ ସହ ପୁରା ଦେଶକୁ ନିଜ କବଜା ଆଣିବା ପରେ ଆଫଗାନୀ ଜନତାଙ୍କ ଭାଗ୍ୟ ବିଧାତା ହେବାକୁ ଯାଉଛି ଆତଙ୍କୀ ସଂଗଠନ ତାଲିବାନ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଫଗାନିସ୍ତାନରେ ଇରାନ ଢାଞ୍ଚାରେ ସରକାର ଗଢ଼ିପାରେ ତାଲିବାନ। ଯେଉଁଠି ଦେଶର ସର୍ବୋଚ୍ଚ ନେତା ହେବେ ଜଣେ ଧାର୍ମିକ ଓ ରାଜନୈତିକ ବ୍ୟକ୍ତି। ଯେଉଁ ପଦ ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କୁ ମିଳିବା ଅନୁମାନ କରାଯାଉଛି। ଆଫଗାନିସ୍ତାନରେ ଏହି ସର୍ବୋଚ୍ଚ ଧାର୍ମିକ ନେତା ଦେଶର ନୀତି ନିର୍ଦ୍ଧାରକ ହେବା ସହ ତାଙ୍କ ତଳକୁ ଜଣେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଏହି ଦାୟିତ୍ୱର ସଂଗଠନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ତଥା ସହ ପ୍ରତିଷ୍ଠାତା ମୁଲ୍ଲା ବାରାଦାରଙ୍କୁ ମିଳିବା ଚର୍ଚ୍ଚା ହେଉଛି।

Advertisment

ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ତାଲିବାନ ପ୍ରଥମ ପାଳି ଶାସନର ଉପ ବୈଦେଶିକ ମନ୍ତ୍ରୀ ଥିବା ଶେର ମହମ୍ମଦ ଆବାସ ଷ୍ଟାନିକ୍ଜାଇ ବରାଦରଙ୍କୁ ସହଯୋଗ କରିବେ। ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ସରିଥିବା ବେଳେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି। ସେପଟେ ନୂଆ ସରକାର ସମ୍ବିଧାନ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ସରକାର, ଶାସନ ବ୍ୟବସ୍ଥାର ଲୋଗୋ ଏବଂ ସରକାରର ସ୍ଲୋଗାନ୍ ସମ୍ବଳିତ ପୋଷ୍ଟର ଓ ବ୍ୟାନର ସବୁ ରାସ୍ତାଘାଟରେ ଲଗାଯାଇଛି।

Advertisment

ଆଫଗାନବାସୀଙ୍କ ମନରେ ଦୃଢ଼ ଶାସନ, ସ୍ଥିର ସରକାର ଓ ବଳିଷ୍ଠ ନେତୃତ୍ୱ ଦେବାର ଆଶା ଜନ୍ମାଇବାକୁ ତାଲିବାନ ଆଧୁନିକ କୌଶଳରେ ସମସ୍ତ ବିଭାଗ ସହ ନୂଆ ମନ୍ତ୍ରିମଣ୍ଡଳ ଚୂଡ଼ାନ୍ତ କରିସାରିଥିବା ବେଳେ ଏପଟେ ସାମନାକୁ ଆସିଛି ତାଲିବାନଙ୍କ ଆତଙ୍କୀ ନମୁନାର ଝଲକ। କାଲି ତାଲିବାନ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ତାଲିବାନୀ ଆତ୍ମଘାତୀ ବୋମାଧାରୀଙ୍କ ପରେଡ୍ ଓ ରଣକୌଶଳ ଏହି ସୁଇସାଇଡ ବମ୍ବରମାନେ ସମବେତ ଭାବେ ତାଲିବାନ ପତାକା ଉଡ଼ାଇବା ସହ ସାଙ୍ଗରେ ସୁଇସାଇଡ୍ ବୋମା, ବନ୍ଧୁକ, ରକେଟ୍ ଲଞ୍ଚର ଓ ବିସ୍ଫୋରକ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି। ତାଲିବାନ ଚରମପନ୍ଥୀ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବା ବାରମ୍ବାର କହୁଥିଲେ ମଧ୍ୟ ଏଭଳି ପରେଡ୍ ଆୟୋଜନକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ସରକାର ଗଠନ ପୂର୍ବରୁ ଭାରତର ପାରମ୍ପରିକ ଶତ୍ରୁ ଚୀନ ସେମାନଙ୍କର ମୁଖ୍ୟ ସହଯୋଗୀ ଓ ରାଷ୍ଟ୍ର ନିର୍ମାଣ ଓ ବିକାଶରେ ମୁଖ୍ୟ ଭାଗିଦାରୀ ହେବ ବୋଲି ତାଲିବାନର ସରକାରୀ ମୁଖପାତ୍ର ଜବୀହୁଲ୍ଲା ମୁଜାହିଦ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି।

Taliban Taliban Attack Afghanistan
Advertisment
Advertisment