ଗତକାଲି ସନ୍ଧ୍ୟାରେ ରାହୁଲ ଗାନ୍ଧି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ଶେଆର କରିଥିଲେ। ଭିଡିଓ ପୋଷ୍ଟ୍ କରି ସେ ଲେଖିଥିଲେ, ‘ସେଣ୍ଟ୍ ଯୋସେଫ୍ ସ୍କୁଲ୍ରେ ବନ୍ଧୁଙ୍କ ସହ ଆଲୋଚନା କରିବା ସହ ଡିନର୍ କରିଥିଲି। ତେବେ ଦିଲ୍ଲୀ ଗସ୍ତ ଦୀପାବଳିକୁ ଆହୁରି ଖାସ୍ କରିଥିଲା।’
ଅମାନିଆ ଲୋକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ ।
ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳକୁ ସୁଦୃଢ କରିବା ଉପରେ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁମନ୍ତ୍ର ଦେବେ। ଆସନ୍ତା ବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପିର ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନେକ ଗୁରୁତ୍ୱ ରଖୁଛି।
କେଉଁ ମହିଳା ବା ନ ଚାହେଁ ତା’ର ଲମ୍ବା, କଳା ଓ ଘଞ୍ଚ କେଶ ନ ହେଉ। କିନ୍ତୁ ପାରିପାର୍ଶିକ ପରିବେଶ, ଖାଦ୍ୟ ଓ ଜୀବନଶୈଳୀ କେଶ ସମସ୍ୟାର କାରଣ ହେଉଛି। କାହାର ଚୁଟି ଝଡି ପତଳା ହୋଇଯାଉଛି ତ କିଏ ପୁଣି ଚନ୍ଦା। ଅନେକ ମହିଳାଙ୍କ ଚୁଟି ବଢୁ ନ ଥିବା ମଧ୍ୟ ଦେଖାଯାଏ। କିନ୍ତୁ ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତ୍ୟେକ ମହିଳାଙ୍କ କେଶର ଲମ୍ବ ୫ ରୁ ୬ ଫୁଟ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଗାଁ…
ଦେଶରେ କୃଷିକୁ ନେଇ ସଂକଟ ଦେଖାଦେଇଥିଲେ ବି ଏମିତି ଗାଁ ଅଛି ଯେଉଁଠି ଚାଷୀ ହେଉଛି ଧନୀ। ଗାଁର ପ୍ରତ୍ୟେକ୍ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି ପନିପରିବା ଠାରୁ ଆରମ୍ଭ କରି ହୁଏ ମାଛ, ବତକ ଓ ଅନ୍ୟାନ୍ୟ ପଶୁପକ୍ଷୀ ଚାଷ। ଗାଁ ବର୍ଷସାରା ସବୁଜୀମାରେ ଭରପୂର। ଏହା ସମ୍ଭବ କେବଳ ଜଳ ସଂରକ୍ଷଣ ଯୋଗୁଁ।
ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |
ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୭୦୦ ଟଙ୍କା ଥିବା ଜଣାଯାଇଛି। ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୦୦୦ ଟଙ୍କା ଓ ୪୯,୧୮୦ ଟଙ୍କା ଛୁଇଁଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ୪୬,୮୬୦ ଟଙ୍କା ଓ ୫୧,୧୧୦ ଟଙ୍କା ରହିଛି ।
ସାଧାରଣତଃ ଘରେ ବେଳେ ବେଳେ ବିଭିନ୍ନ ସମସ୍ୟା ଉପୁଜିଥାଏ,ଯେପରିକି ଆର୍ଥିକ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ପାରିବାରିକ କଳହ ସମସ୍ୟା । ବାସ୍ତୁ ଶାସ୍ତ୍ର ବା ଜୈତିଷ ଶାସ୍ତ୍ର ଅନୁସାରେ ଏହାକୁ ବିଭିନ୍ନ ଉପାୟରେ ସମାଧାନ ହୋଇପାରିବ । ମନିପ୍ଲାଣ୍ଟ ଗୋଟିଏ ଏପରି ଗଛ ଯାହା ଆପଣଙ୍କର ଅନେକ ଅସୁବିଧାକୁ ମଧ୍ୟ ଦୂର କରିପାରିବ ।
ଆଜିକାଲି ପଲକ ତିୱାରୀ ହୋଇଯାଇଛନ୍ତି ଇଣ୍ଟରନେଟ୍ ସେନ୍ସୁଆଲ୍ ଗାର୍ଲ। ନିଜ ବୋଲ୍ଡ ଅବତାରରେ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ନିଆଁ ଲଗେଇବା ନେଇ ପୂରା ପ୍ରସ୍ତୁତ। ଏବେ ସେ ତାଙ୍କର ଏମିତି ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯାହାକୁ ନେଇ ସମସ୍ତେ ଫିଦା ହୋଇଯାଇଛନ୍ତି।
ସେମିଫାଇନାଲ୍ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।
କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?
ରିଲିଜ୍ ହୋଇସାରିଛି କାଟ୍ରୀନା-ଅକ୍ଷୟ ଅଭିନୀତ ‘ସୂର୍ଯ୍ୟବଂଶୀ’। ଏହାକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାରି ଭିତରେ ରିଲିଜ୍ ହୋଇଛି ଏହାର ୪ ନମ୍ବର ଗୀତ ‘ଟିପ୍ ଟିପ୍ ବରଷା ପାନି’। ଏଥିରେ କାଟ୍ରୀନାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ପ୍ରଶଂସକମାନେ ଏହା ଦେଖି ମୂଳ ଗୀତ ଠାରୁ ଆହୁରି ଚମତ୍କାର ବୋଲି କହୁଛନ୍ତି।
ସମୟ ସହିତ ଆମ ଆଖପାଖ ଆମ ପରିବେଶ, ଏପରିକି ଏ ବିଶ୍ୱ ବ୍ରହ୍ମାଣ୍ଡ ବି ବଦଳିଯାଏ । କିନ୍ତୁ କିଛି ଲୋକ, କିଛି ସ୍ଥାନ ଏଭଳି ଥାଏ ଯାହା ପୁରୁଣା ସମୟର ବନ୍ଧନରୁ ମୁକ୍ତି ପାଇପାରେନାହିଁ । ସେହିଭଳି ଏକ ଦେଶ ମଧ୍ୟ ରହିଛି । ଯାହାର ନାଁ କି ସେ ଦେଶ ସମ୍ପର୍କରେ ଆପଣ କିଛି ବି ଜାଣିନଥିବେ । ନା କେବେ ସେ ଦେଶ ବିଷୟରେ ଶୁଣିଥିବେ ନା ସେଠାକୁ କେବେ ଯାଇଥିବେ । ସେହି ଦେଶର ନାଁ ହେଉଛି ଅବଖାଜିଆ । ଶୁଣିଛନ୍ତି କେବେ ଏହି ସ୍ଥାନ ସମ୍ପର୍କରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏ ଦେଶର ରହସ୍ୟ ଓ ବିଶେଷତ୍ତ୍ୱ…
ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି।
ଆୟୁର୍ବେଦରେ କେଶରକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ସେଥିପାଇଁ କେଶରକୁ ସର୍ବଗୁଣ ସମ୍ପନ୍ନ କୁହାଯାଏ । ତ୍ୱଚାରେ ଚମକ ଆଣିବା ସହିତ କେଶର ମଧ୍ୟ ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଦୁନିଆର ଦାମିକିଆ ମସଲା ମାନଙ୍କ ମଧ୍ୟରୁ କେଶର ଗୋଟିଏ ଦୁର୍ଲଭ ମସଲା ଅଟେ । କେଶରରେ ଉଚ୍ଚ ମାତ୍ରାରେ ଆଣ୍ଟି ଅକ୍ସିଡ଼ାଣ୍ଟ ମିଳିଥାଏ ଯାହାକି କ୍ୟାନ୍ସର ସେଲକୁ ବୃଦ୍ଧି ହେବାରେ ଅଟକାଇ ଥାଏ ।
ତୁର୍କୀର ଏକ ରେଷ୍ଟୁରାଂଟକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ସେଠାକାର ରୋଷେୟା ସେଫ୍ ନୁସରତ ଗୋକ୍ ଓରଫ୍ ସଲ୍ଟ ବେ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।
UIDAI ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ। ଯିଏ କି ଜୋରିମାନ ଟଙ୍କା କାହାକୁ କେତେ କରାଯିବ ସେନେଇ ନିଷ୍ପତ୍ତି ନେବେ
ଦୀର୍ଘ ବର୍ଷରେ ଚୀନ-ଭାରତ ସୀମାରେ ଫୁଟିଲା ଗୁଳି, ଖୁବଶୀଘ୍ର ନୂଆଦିଲ୍ଲୀ-ବେଜିଂ ମଧ୍ୟରେ ହେବ ବୈଠକ
ସରକାର କହିଲେ ବାଣ ଫୁଟାଇବ ନାହିଁ, ନିୟମ ମାନିଲେ ନାହିଁ ଲୋକେ.....ବାଣ ଫୁଟାଇଲେ ଏବଂ ପରିବେଶକୁ ପ୍ରଦୂଷଣ କଲେ
ସୋସିଆଲ୍ ମିଡିଆରେ ତ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ଏତେ ମଜ୍ଜାଳିଆ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଏବେ ଜଣେ ଆଣ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।
ଆଜି ୨୦୨୧ ମସିହା ନଭେମ୍ବର ମାସ, ୬ ତାରିଖ, ଶନିବାର, ତୁଳା ୨୧ ଦିନ କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଶାଶୂ-ବୋହୂ କଳିକୁ ନେଇ ଅନେକ ଯାତ୍ରା, ନାଟକ, ଫିଲ୍ମ ଆଦି ରହିଛି। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏ ସଂପର୍କିତ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ ଚୋରି କରିନେବ। ଗୋଟିଏ କୁନି ଝିଅ ଉଭୟ ଶାଶୂ ଓ ବୋହୂର ଅଭିନୟ କରି ଲୋକଙ୍କ ହୃଦୟରେ ରାଜ୍ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ତା ପ୍ରେମରେ ପଡିଯିବେ।
ଶଙ୍କରାଚାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଶେଷରେ କେଦାରନାଥରେ ପହଞ୍ଚିଥିଲେ ଓ ଏଠାରେ ଶରୀର ତ୍ୟାଗ କରିଥିଲେ। ଏହି ଯାତ୍ରା ସମୟରେ ସେ ଗୋକର୍ଣ୍ଣ, ମୁକାମ୍ବିକା, ଶୃଙ୍ଗାଗିରି, କଲାଡି, ଦ୍ୱାରକା ସମେତ ଅନେକ ସ୍ଥାନକୁ ଯାତ୍ରା କରିଥିଲେ। ଜନ୍ମରୁ ହିଁ ଆଦି ଶଙ୍କରାଚାର୍ଯ୍ୟ ଭିନ୍ନ ଥିଲେ। ସେ ଖୁବ୍ କମ୍ ବୟସରେ ବେଦ ଉପରେ ଜ୍ଞାନ ଆହରଣ କରିଥିଲେ। ସେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଶହ ଶହ ଧାର୍ମିକ ସଭାକରି ବେଦର ଜ୍ଞାନକୁ ପ୍ରଚାର କରିଥିଲେ।