Advertisment

ଏହି ବ୍ୟକ୍ତି ଗୋଟିଏ ପୋଷାକକୁ ଥରେ ପିନ୍ଧନ୍ତି

ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ରହିଛି। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ। ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଅଜବ ପ୍ରକାରର ରୁଚି ଥିଲା

author-image
Pramod Behera
Hyderabad Nizam Mehboob Ali Khan wearing new clothes everyday

Hyderabad Nizam Mehboob Ali Khan wearing new clothes everyday

କଥାରେ ଅଛି, ରୁଚି ହେଉଛି ସବୁଠାରୁ ବଡ ଜିନିଷ। ଏ ଦୁନିଆରେ ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାର ରୁଚି ଥାଏ। କିଏ ଟଙ୍କା ରୋଜଗାର କରିବାକୁ ଭଲ ପାଏ ତ କିଏ ନାମ କମେଇବାକୁ ପସନ୍ଦ କରେ। ସେହିଭଳି କିଏ ବୁଲିବାକୁ ପସନ୍ଦ କରେ ତ ପୁଣି କିଏ ଖାଇବାକୁ ଭଲ ପାଏ, କିଏ ଭଲ ଘରେ ରହିବାକୁ ରୁଚି ରଖେ ପୁଣି କିଏ ଭଲ ଗାଡି କିଣିବାକୁ ପସନ୍ଦ କରେ।

Advertisment

ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଡ୍ରେସ୍ ପିନ୍ଧିବାରେ ରୁଚି ରଖନ୍ତି। ଆପଣ ଆଜି ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବେ ଯାହାଙ୍କର ଡ୍ରେସ୍‌ ପିନ୍ଧିବାରେ ଏତେ ରୁଚି ଥିଲା ଯେ ସେ ଯେଉଁ ପୋଷାକ ଥରେ ପିନ୍ଧୁଥିଲେ ତାକୁ ଦ୍ୱିତୀୟ ଥର ଆଉ ବ୍ୟବହାର କରୁ ନ ଥିଲେ।

ଏହି ବ୍ୟକ୍ତିଙ୍କର ନାମ ହେଲା ମହବୁବ ଅଲୀ ଖାନ୍। ସେ ଥିଲେ ହାଇଦ୍ରାବାଦର ନିଜାମ୍। ବର୍ତ୍ତମାନର ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ସେ ଥିଲେ ଛୋଟେ ନିଜାମ୍। ସେ ଯେଉଁ ପୋଷାକକୁ ଥରେ ପିନ୍ଧିଦେଉଥିଲେ ତାକୁ ଆଉ ଦ୍ୱିତୀୟ ଥର ପିନ୍ଧିବାକୁ ପସନ୍ଦ କରୁ ନ ଥିଲେ।

Advertisment

କୁହାଯାଏ ଯେ ସବୁ ପୋଷାକଗୁଡିକୁ ରଖିବା ନେଇ ତାଙ୍କ ପାଖରେ ଦୁନିଆର ସବୁଠାରୁ ବଡ ଆଲ୍‌ମାରୀ ଥିଲା। ଏହି ଆଲମାରୀର ଉଚ୍ଚତା ୨୪୦ ଫୁଟ ହୋଇଥିବା ବେଳେ ଏହା ତାଙ୍କ ମହଲର ଦକ୍ଷିଣ ଦିଗରେ ନିର୍ମାଣ ହୋଇଥିଲା। ଏଥିରେ ଯେ ଖାଲି ପୋଷାକ ରଖାଯାଉଥିଲା ତାହା ନୁହେଁ, ଏଥିରେ ଅନେକ ଜୋତା ଓ ସାଜ ସଜ୍ଜା ଜିନିଷ ମଧ୍ୟ ରଖାଯାଉଥିଲା।

ହାଇଦ୍ରାବାଦର ଏହି ଛୋଟ ନିଜାମଙ୍କର ଜନ୍ମ ୧୮୬୬ ମସିହା ଅଗଷ୍ଟ ୭ ତାରିଖରେ ହୋଇଥିଲା। ନିଜାମ ନିଜ ପୋଷାକ ରଖିବା ନେଇ ୧୨୪ଟି ଆଲମାରୀ ରଖିଥିଲେ। ଏହି ଆଲମାରୀଗୁଡିକ ପାଖରେ କପଡା ବଦଳିବା ନେଇ କୋଠରୀ ମଧ୍ୟ ତିଆରି ହୋଇଥିଲା।

ବର୍ତ୍ତମାନ ହାଇଦ୍ରାବାଦର ପୁରୁଣା ମହଲରେ ଗୋଟିଏ ମାତ୍ର ଆଲମାରୀ ଅଛି ଯେଉଁଥିରେ ଗୋଟିଏ ଟୋପି ଆଉ ଦୁଇ ହଳ ଜୋତା ରହିଛି। ଏବେ ଏହା ଏକ ମ୍ୟୁଜିୟମ୍ ହୋଇଯାଇଛି। ଏହି ଜୋତାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଏହା କେବଳ ମାତ୍ର ଥରେ ହିଁ ପିନ୍ଧା ଯାଇଛି। ଏଥିରେ ଏବେ ମଧ୍ୟ ଲଣ୍ଡନର କମ୍ପାନୀର ଲୋଗ ରହିଛି।

Hyderabad Nizam Mehboob Ali Khan wearing new clothes everydayହାଇଦ୍ରାବାଦର ନିଜାମ୍ ମହବୁବ ଅଲୀ ଖାନ୍

ନିଜାମଙ୍କ ଆଲମାରୀରେ ଲିପ୍ଟ ଲାଗିଥିଲା। ଏହି ଲିପ୍ଟ ମାଧ୍ୟମରେ ପୋଷାକଗୁଡିକୁ ଖୁବ ସହଜରେ ତଳକୁ ଅଣାଯାଇ ପାରୁଥିଲା। ଏହି ଲିପ୍ଟକୁ ହାତ ଦ୍ୱାରା ଚାଳନା କରାଯାଉଥିଲା। ଏହି ଆଲ୍‌ମାରୀକୁ ବର୍ମାର ଶାଗୁଆନ କାଠରେ ତିଆରି କରାଯାଇଥିଲା। ଏହି କାଠରେ ଉଇ ଲାଗନ୍ତି ନାହିଁ। ଆଜି ବି ଏହି ଆଲମାରୀ ସେହିଭଳିଭାବେ ସୁରକ୍ଷିତ ରହିଛି।

ଐତିହାସିକଙ୍କ ମତରେ ହାଇଦ୍ରାବଦରେ ନିଜାମ୍ ମହବୁବ ଅଲୀ ଖାନ୍ ମୋଗଲମାନଙ୍କର ପ୍ରତିନିଧି ଥିଲେ। ୧୭୨୨ରେ ଦୈବାତ ତାଙ୍କୁ ଏକ ସୁଯୋଗ ମିଳିବାରୁ ସେ ହ୍ରାଇଦ୍ରାବାଦର ରାଜଗାଦୀକୁ ନିଜ ଅଧିନକୁ ନେଇଯାଇଥିଲେ ଓ ନିଜକୁ ରାଜା ଘୋଷିତ କରିଦେଇଥିଲେ। ପୂର୍ବରୁ ହାଇଦ୍ରାବାଦ ଉପରେ ସାତ ଜଣ ନିଜାମ ରାଜୁତି କରିଥିଲେ। ଏହି ନିଜାମମାନଙ୍କ ମଧ୍ୟରେ ଜଣେ ଥିଲେ ମହବୁବ ଅଲୀ ଖାନ୍। ସେ ପ୍ରଥମ ଥର ପଶ୍ଚିମୀ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ।

Special Story
Advertisment
Advertisment