• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁବାଇ: ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି । ଚତୁର୍ଥ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ । ଅପରାହ୍ନରେ ୱେଷ୍ଟଇଣ୍ଡିଜ ସହ ଥିବା ମ୍ୟାଚରେ ବିଜୟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଛିଛି । ୮ ୱିକେଟରେ ୱେଷ୍ଟଇଣ୍ଡିଜ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ହେଉଛି ଦଳର ଚତୁର୍ଥ ବିଜୟ |

ଅଷ୍ଟ୍ରେଲିଆ ସେମିଫାଇନାଲ ଆଡକୁ ଗତି କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ଅପେକ୍ଷା କରିବାକୁ ପଡିବ। ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ପତନରେ ୧୫୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଦୁଇଟି ୱିକେଟ୍ ବିନିମୟରେ ୧୬.୨ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ଏହା ୱେଷ୍ଟଇଣ୍ଡିଜ୍‌ର ଚତୁର୍ଥ ପରାଜୟ। ଓପନର୍ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ୮୯ ରନରେ ଅପରାଜିତ ରହିଥିଲେ। ମିଚେଲ ମାର୍ଶ ମଧ୍ୟ ୫୩ ରନ୍ ସଂଗ୍ରହ କରିଥିଲେ। ଦୁହିଁଙ୍କର ୧୦୦ ରନ୍‌ର ପାର୍ଟନରସିପ୍ ରହିଥିଲା ।

ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆର ଆରମ୍ଭ ବେଶ ଭଲ ନଥିଲା । ଅଧିନାୟକ ଆରନ୍ ଫିଞ୍ଚ ୯ ରନ୍ କରି ଆଉଟ ହୋଇ ଯାଇଥିଲେ । ୩୩ ରନରେ ପ୍ରଥମ ୱେକେଟର ପତନ ପରେ ଓପ୍‌ନର ଡେଭିଡ ୱାର୍ନର ଓ ମିୱେଲ୍ ମାର୍ଶ ଦଳକୁ ବିଜୟ ପାଖାପାଖି ପହଞ୍ଚାଇଥିଲେ । ୱାର୍ନର ୫୬ ଟି ବଲରେ ୯ଟି ଚୌକା ଓ ୪ ଟି ଛକା ବିନିମୟରେ ୮୯ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଅଧିନାୟକ କାୟରନ୍ ପୋଲାର୍ଡ ୪୪ ରନ୍ ଓ ଆନ୍ଦ୍ରେ ରସେଲଙ୍କ ଅପରାଜିତ ୧୮ ରନ ବଳରେ ଦଳ ୧୫୭ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜଲେଉଡ୍ ଚାରିଟି ୱିକେଟ୍ ନେଇଥିବାବେଳେ ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଏବଂ ପ୍ୟାଟ୍ କମିନ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।