Advertisment

ଆଧାର କାର୍ଡ଼ର ଅପବ୍ୟବହାର କରୁଛନ୍ତି କି?

UIDAI ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ। ଯିଏ କି ଜୋରିମାନ ଟଙ୍କା କାହାକୁ କେତେ କରାଯିବ ସେନେଇ ନିଷ୍ପତ୍ତି ନେବେ

author-image
Sarbeswar
ଅଦ୍ୟତନ ହୋଇଛି
Aadhar Card

Aadhar Card

ନୂଆଦିଲ୍ଲୀ: ଆପଣ ଆଧାର କାର୍ଡ଼ର ଦୁରପଯୋଗ କରୁଛନ୍ତି କି? କିମ୍ବା ଆଧାର କାର୍ଡ଼ର ନିୟମକୁ ଉଲଘଂନ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ। ନଚେତ୍‌ ଆପଣଙ୍କୁ ଦେବାକୁ ପଡ଼ିବ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା। ତେବେ କେନ୍ଦ୍ର ସରକାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ସାଧାରଣ ଲୋକେ ଚ୍ୟାଲେଞ୍ଜ କରାପାରିବେ ବୋଲି କୁହାଯାଉଛି। ନିୟମ ଅନୁସାରେ ଆଧାର ଆଇନର ଉଲ୍ଲଂଘନ କ୍ଷେତ୍ରରେ ଭାରତୀୟ ଏକକ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)କୁ ଜରିମାନା ଲଗାଇବାର ଅଧିକାର ଦିଆଯାଇଛି ।

Advertisment

UIDAI ଏନେଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରିବ। ଯିଏ କି ଜୋରିମାନ ଟଙ୍କା କାହାକୁ କେତେ କରାଯିବ ସେନେଇ ନିଷ୍ପତ୍ତି ନେବେ। ପୂର୍ବରୁ ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ କୌଣସି କାରଣରୁ ତାହାର ବିଜ୍ଞପ୍ତି ପ୍ରକାଶ ପାଇନଥିଲା। କିନ୍ତୁ ଏବେ ୨୦୨୧ ଜୋରିମାନା ଅଧିନିୟମକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର। ଗତ ୨ ତାରିଖରୁ ଏହି ନିୟମ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଆଧାର ସମ୍ପର୍କରେ କିଛି ଭୁଲ କାମ କରନ୍ତି କିମ୍ବା ତାହାର ଦୁରପୋଯୋଗ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଆପଣଙ୍କୁ ସେହି ସଂସ୍ଥା କିମ୍ବା ବ୍ୟକ୍ତିଙ୍କ ସମ୍ପର୍କରେ ଥିବା ସମସ୍ତ ଅଭିଯୋଗ ଉପଯୁକ୍ତ ପ୍ରମାଣ ଦେବାକୁ ପଡ଼ିବ। ଆଉ ଯେଉଁମାନେ ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁହେବ ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଆଧାରକୁ ପରିଚୟ ଭାବରେ ଗ୍ରହଣ କରାଯାଇଛି। ଆଉ ଆଧାରକୁ ନେଇ ଅନେକ ଅଭିଯୋଗ ଆସିଛି। ବିଭିନ୍ନ ଲୋକଙ୍କ ବିନା ଅନୁମତିରେ ସେମାନଙ୍କ ନାମରେ ଥିବା ଆଧାର କାର୍ଡକୁ ନେଇ ଅନ୍ୟ କେହି ବ୍ୟବହାର କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେଣୁ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ଆଧାର ଅଧିନିୟମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଧାର ଇକୋସିଷ୍ଟମରେ ଆଇନ ଉଲ୍ଲଂଘନକାରୀ ସଂସ୍ଥାଗୁଡ଼ିକ ବିରୋଧରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୟୁଆଇଡିଏଆଇ ନିକଟରେ କ୍ଷମତା ନ ଥିଲା । ୨୦୧୯ରେ ପାରିତ ଆଇନରେ ଯୁକ୍ତି ଦର୍ଶାଯାଇଥିଲା ଯେ, ‘ଗୋପନୀୟତା ରକ୍ଷା ପାଇଁ ଏବଂ ୟୁଆଇଡିଏଆଇର ସ୍ୱାୟତ୍ତତା ସୁନିଶ୍ଚିତ ଲାଗି ଏହାକୁ ସଂଶୋଧନ କରିବାର ଆବଶ୍ୟକତା ଥିଲା । ଆଉ ଏବେ ପୁଣି ଆଧାରକୁ ନେଇ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର। ତେବେ ଏଠାରେ କହିରଖୁଛୁ, ବର୍ତ୍ତମାନ ସମୟରେ ମୋବାଇଲ ନମ୍ବରଠାରୁ ଆରମ୍ଭ କରି ଗ୍ୟାସ ସଂଯୋଗ, ପାନ୍‌ଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ସବୁଥିରେ ଆଧାରକୁ ଲିଙ୍କ୍‌ କରାଯାଇଛି। ତେଣୁ ଆଧାର କେମିତି ସୁରକ୍ଷିତ ରହିବ ସେନେଇ ଅଧିକ ସଚେତନ ହେଉଛନ୍ତି ସରକାର।

Aadhaar UIDAI
Advertisment
Advertisment