Advertisment

ଲକ୍ଷେ ଟଙ୍କାର ସାର୍ଟପ୍ୟାଣ୍ଟ ପିନ୍ଧୁଛନ୍ତି କି ୱାଙ୍ଖଡେ, ପୂରା ସଂପତ୍ତି ତାଲିକା ଜାଣନ୍ତୁ...

କେତେ ଧନୀ ଏନସିବି ଅଫିସର ସମୀର ୱାଙ୍ଖେଡ଼୍‌? କାହିଁକି ତାଙ୍କୁ ନେଇ ଚାଲିଛି ଏତେ ଚର୍ଚ୍ଚା?

author-image
Sarbeswar
ଅଦ୍ୟତନ ହୋଇଛି
Sameer Wankhed

Sameer Wankhed

ନୂଆଦିଲ୍ଲୀ: ସମୀର ୱାନଖେଡେ। ଏବେ ସାରା ଦେଶରେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ତାଙ୍କ ଲାଇଫ ଷ୍ଟାଇଲଠୁ ଆରମ୍ଭ କରି ବୈବାହିକ ଜୀବନ ପର୍ଯ୍ୟନ୍ତ ସବୁ କିଛି ବିବାଦରେ। ବିଶେଷ କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଆଟାକରେ ଘାଇଲା ହୋଇଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଭିନ୍ନ ଭିନ୍ନ ସମୟରେ ୱାନଖେଡେଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ନେଇ ବିବାଦ ଦେଖା ଦେଇଛି। ଏମିତିକି ନବାବ ମଲିକ ଆରୋପ କରିଛନ୍ତି କି, ସମୀର ୱାନଖେଡେ ଏକ ଲକ୍ଷର ପ୍ୟାଣ୍ଟ, ୭୦ ହଜାରରୁ ଅଧିକ ମୂଲ୍ୟର ସାର୍ଟ ଓ ୨୫ରୁ ୫୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି। ଜଣେ ସଚ୍ଚୋଟ ଅଧିକାରୀ ହୋଇ ୱାନଖେଡେ କେମିତି ମହଙ୍ଗା ଜୀବନଚର୍ଯ୍ୟ ବିତାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ। ଏବେ ଜାଣନ୍ତୁ ଏନସିବି ଅଧିକାରୀ ସମୀର ୱାନଖେଡେଙ୍କ ସଂପତ୍ତି କେତେ ଓ ତାଙ୍କ ପାଖରେ ଆଉ କଣ କଣ ରହିଛି।

Advertisment

ସରକାରୀ ନିୟମ ଅନୁଯାୟୀ, ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ ପ୍ରତି ବର୍ଷ ନିଜ ବିଭାଗକୁ ନିଜ ସମ୍ପତ୍ତିର ସମସ୍ତ ସୂଚନା ଦେଇ ଆସୁଛନ୍ତି। ନିଜ ସମ୍ପତ୍ତି ସହ ଜଡିତ ସମସ୍ତ ସୂଚନା ଅନୁଯାୟୀ, ସମୀର ୱାନଖେଡେଙ୍କ ପାଖରେ ରହିଛି ୪ ଏକର ଜମି। ମହାରାଷ୍ଟ୍ରର ଭାସିମ ଜିଲ୍ଲାରେ ଥିବା ଏହି ସଂପତ୍ତି ପାରିବାରିକ ଭାଗିଦାରୀରେ ରହିଛି।

Advertisment

ଏହା ସହ ୨୦୦୪ ମସିହାରେ ସମୀରଙ୍କୁ ୮ ଶହ ବର୍ଗଫୁଟର ଏକ ଘର ଦେଇଥିଲେ ତାଙ୍କ ମା’ ଜାହିଦା ୱାନଖେଡେ। ଯାହା ତାଙ୍କ ମା’ ଓ ସମୀରଙ୍କ ନାଁରେ ଆଜି ବି ରହିଛି। ଖାଲି ଏତିକି ନୁହେଁ, ସମୀରଙ୍କ ମଆ ଜାହିଦାଙ୍କ ନାଁରେ ଆଉ ଏକ ଫ୍ଲାଟ ମଧ୍ୟ ରହିଛି। ଯାହା ୧୯୯୯ ମସିହାରେ କିଣାଯାଇଥିଲା। ମୁମ୍ବାଇରେ ଥିବା ୭୦୦ ବର୍ଗଫୁଟର ଏହି ଫ୍ଲାଟ ବି ସମୀରଙ୍କ ପାଖରେ ଅଛି।

କ୍ୟାନସରରେ ମୃତ୍ୟୁ ବରଣ କରିଥିବା ନିଜ ମାଉସୀଙ୍କ ସଂପତ୍ତି ମଧ୍ୟ ହାତେଇଛନ୍ତି ସମୀର। କୌଣସି ପିଲାପିଲି ନଥିବାରୁ ମାଉସୀଙ୍କର ସବୁ ସମ୍ପତ୍ତି ସମୀରଙ୍କ ପାଖରେ ଅଛି। ପ୍ରାୟ ଏକ ହଜାର ବର୍ଗଫୁଟର ମାଉସୀଙ୍କ ଜାଗାକୁ ଏକ ଅଫିସ ପାଇଁ ଭଡ଼ାରେ ଦେଇଛନ୍ତି ୱାନଖେଡେ। ଏହା ସହିତ ୧୯୯୫ରେ ନଭି ମୁମ୍ବାଇରେ କିଣା ଯାଇଥିବା ୧୧୦୦ ବର୍ଗଫୁଟର ଏକ ପ୍ଲଟକୁ ଭଡା ସୂତ୍ରରେ ଦିଆଯାଇଛି।

୨୦୦୦ ମସିହା ପରେ ସମୀର ୱାନଖେଡେ ପ୍ଲାଟ କିଣିଥିବା ବାର୍ଷିକ ରିପୋର୍ଟରେ ଦର୍ଶାଇଛନ୍ତି। ଯେମିତିକି ୨୦୧୬ରେ ୧୧ ଶହ ବର୍ଗଫୁଟର ଫ୍ଲାଟକୁ ସେ କିଣିଥିଲେ। ଏଥିରେ ପତ୍ନୀ କ୍ରାନ୍ତିଙ୍କ ଫ୍ଲାଟ ବିକ୍ରି ଟଙ୍କା, ପିତାଙ୍କ ପେନସନ ଟଙ୍କା ଓ ମା’ଙ୍କ ଦେହାନ୍ତ ପରେ ଏଲଆଇସି ଟଙ୍କା ସବୁ ଲାଗିଥିବା କୁହାଯାଉଛି।

ଏସବୁ ଛଡା ସମୀରଙ୍କ ପାଖରେ ଏକ ଦାମୀ ଘଣ୍ଟା ମଧ୍ୟ ରହିଛି। ଯାହାର ଦାମ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ୨୦୦୫ ମସିହାରେ ପ୍ରାୟ ୫୫ ହଜାର ଟଙ୍କାରେ ଏହି ଘଣ୍ଟାକୁ କିଣି ପୁଅକୁ ଉପହାର ଦେଇଥିଲେ ମା’ ଜାହିଦା ୱାନଖେଡେ। ସେତେବେଳେ ସମୀର ସେଣ୍ଟ୍ରାଲ ପୋଲିସ ଅର୍ଗାନାଇଜେସନରେ ଚାକିରି କରିଥିଲେ।

ଗତ ୬ ବର୍ଷ ତଳେ ସମୀରଙ୍କ ମା’ ଜାହିଦାଙ୍କ ଦେହାନ୍ତ ହୋଇଛି। ସେ ସ୍କ୍ରାପ ଟ୍ରେଡ଼ର ବ୍ୟବସାୟ କରୁଥିଲେ। ଏହା ସହ ଦୁର୍ଗା ନାଁରେ ଏକ NGO ଓ ଏକ ଅନାଥାଶ୍ରମ ଚଲାଉଥିଲେ। ମା’ଙ୍କ ଦେହାନ୍ତ ପରେ ଏସବୁ ସମୀର ୱାନଖେଡେଙ୍କ ମାଲିକାନାରେ ରହିଛି। ଏହା ଛଡା ସମୀରଙ୍କ ଅଜା ଅର୍ଥାତ ମାଆ ଜାହିଦା ୱାନଖେଡେଙ୍କ ପିତାଙ୍କ ଘର ହରିୟାଣାର ମୁରଥଲରେ। ସେ ରାଜ ପରିବାରର ହୋଇଥିବା ବେଳେ ସମୀରଙ୍କ ଆଈ ମଧ୍ୟ ସମ୍ଭ୍ରାନ୍ତ ପରିବାରର ଥିଲେ ବୋଲି କୁହାଯାଉଛି।

ତେବେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କହିଛନ୍ତି କି, କାମ କରିବାକୁ ପାଖରେ ଏକ ବ୍ୟକ୍ତିଗତ ସେନା ରଖିଛନ୍ତି ସମୀର ୱାନଖେଡେ। ଏସବୁ ଭିତରେ ନବାବ ମଲିକଙ୍କୁ କାଉଣ୍ଟର ଆଟାକ କରିଛନ୍ତି ସମୀର। ମଲିକ ଯେଉଁ ଦାମୀ ପ୍ୟାଣ୍ଟ ସାର୍ଟ ଓ ଜୋତା କଥା କହୁଛନ୍ତି, ସେ ସବୁ ଅନ୍ଧେରୀ ଲୋଖଣ୍ଡଓ୍ୱାଲାର ଏକ ସାମାନ୍ୟ ଦୋକାନରୁ କିଣାଯାଇଛି ବୋଲି ସଫେଇ ଦେଇଛନ୍ତି ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ।

NCB Sameer Wankhede
Advertisment
Advertisment