Advertisment

ନିୟମ ମାନିଲେ ନାହିଁ ଲୋକେ, ଭୟଙ୍କର ଭାବରେ ପ୍ରଦୂଷଣ ହେଲା ବାୟୁମଣ୍ଡଳ

ସରକାର କହିଲେ ବାଣ ଫୁଟାଇବ ନାହିଁ, ନିୟମ ମାନିଲେ ନାହିଁ ଲୋକେ.....ବାଣ ଫୁଟାଇଲେ ଏବଂ ପରିବେଶକୁ ପ୍ରଦୂଷଣ କଲେ

author-image
Sarbeswar
ଅଦ୍ୟତନ ହୋଇଛି
Delhi Air Pollution

Delhi Air Pollution

ନୂଆଦିଲ୍ଲୀ: ପୁଣି ସ୍ମଗ୍ ସମସ୍ୟା ଘେରରେ ଦିଲ୍ଲୀ। ଦୀପାବଳି ପରେ ପ୍ରଦୂଷଣ ରାକ୍ଷସର ଆଁରେ ଦେଶର ରାଜଧାନୀ। ଚାରିଆଡ଼େ କୁହୁଡ଼ି ଓ ଧୂଆଁର ଘନ ଆସ୍ତରଣ ଦେଖିବାକୁ ମିଳିଛି। ଦୀପାବଳି ଦୁଇ ଦିନ ହେବ ସରିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ବାୟୁରେ ମାତ୍ରାଧିକ ବିଷାକ୍ତ କଣିକା ରହିଛି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ। ଆଉ ଏହାରି ମଧ୍ୟରେ ଅଣନିଶ୍ୱାସୀ ଦିଲ୍ଲୀ ବାସିନ୍ଦା। ପ୍ରଦୂଷଣ ଯୋଗୁଁ ଲୋକେ ଆଖି ପୋଡ଼ୁଥିବା ଓ ଆଖିରୁ ପାଣି ବୋହୁଥିବା ଅଭିଯୋଗ କରିଛନ୍ତି । ଦୂରକୁ ଦେଖାଯାଉନଥିବାରୁ ବିଭିନ୍ନ ସ୍ଥାନରେ ଗାଡ଼ି ସିରିଜ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ଭିଜିବିଲିଟି ୨୦୦ ମିଟରକୁ ଖସିଆସିଥିଲା।

Advertisment

ଦିଲ୍ଲୀର ବାୟୁ ମାନ ସୂଚକାଙ୍କ ବା ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି । ଶୁକ୍ରବାର AQI ହାରାହାରି ୪୬୨ ଥିବା ବେଳେ, ଏହା ସିଭିୟର୍ ବା ଭୀଷଣ ପ୍ରଦୂଷଣ ବର୍ଗରେ ରହିଛି । ଦିଲ୍ଲୀର ସନ୍ନିକଟ ସହର ଫରିଦାବାଦରେ AQI ୪୬୦, ଗ୍ରେଟର୍ ନୋଏଡ଼ାରେ ୪୨୩, ଗାଜିଆବାଦରେ ୪୫୦, ଗୁଡ଼ଗାରେ ୪୭୮, ନୋଇଡ଼ାରେ AQI ୪୬୬ ରେକର୍ଡ ହୋଇଛି । କେବଳ ଏତିକି ନୁହେଁ, ଶ୍ୱାସ ଓ ହୃଦରୋଗ ସୃଷ୍ଟି କରୁଥିବା PM 2.5 କଣିକାର ମାତ୍ରା ମଧ୍ୟ ବାୟୁରେ ଗତ ୩ ବର୍ଷ ଭିତରେ ଏଥର ସର୍ବାଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ PM2.5 ମାତ୍ରା ୨୫କୁ ସୁରକ୍ଷିତ କୁହାଯାଉଥିବା ବେଳେ, ଆଜି ଜବାହରଲାଲ ନେହରୁ ଷ୍ଟାଡିୟମ୍ ଠାରେ ଏହି ମାତ୍ରା ୯୯୯ ପ୍ରତି ଘନମିଟର ରେକର୍ଡ ହୋଇଥିଲା । ଅଧିକାଂଶ ସ୍ଥାନରେ ଏହା ହାରାହାରି ୬ଶହ ଉପରେ ରହିଥିଲା ।

Advertisment

ପ୍ରତିବର୍ଷ ଦୀପାବଳି ପରେ ବିଗୁଡ଼ୁଛି ଦିଲ୍ଲୀର ସ୍ଥିତି । ରାତାରାତି ବଢ଼ିଯାଉଛି ବାୟୁ ପ୍ରଦୂଷଣର ମାତ୍ରା । ତୀବ୍ର ହେଉଛି ସ୍ମଗ୍ ସମସ୍ୟା। ଏହା ପଛର ୨ଟି ମୁଖ୍ୟ କାରଣ ବାଣ ଓ ବିଲ ନିଆଁ । ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଜାନୁଆରୀ ପହିଲା ଯାଏଁ ସରକାରୀ ନିଷେଧାଦେଶ ଥିଲା । ହେଲେ ଲୋକେ ଏହାକୁ ମାନିନଥିଲେ । ସେପଟେ ପଞ୍ଜାବ ଓ ହରିୟାଣାରେ ଶଶ୍ୟ ଅମଳ ପରେ ଚାଷୀମାନେ ବିଲରେ ନିଆଁ ଲଗାଇବା ମଧ୍ୟ ଆରମ୍ଭ କରିସାରିଛନ୍ତି । ବାୟୁ ପ୍ରଦୂଷଣରେ ଏହାର ଭାଗିଦାରୀ ୩୬ ପ୍ରତିଶତ ବୋଲି ସରକାରୀ ବାୟୁ ମାନ ଆକଳନ ସଂସ୍ଥା ସଫର୍ ପକ୍ଷରୁ କୁହାଯାଇଛି । ସେପଟେ କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ବାଣ ଫୁଟାଇବା ପାଇଁ ଉସୁକାଉଥିବା କହି ବିଜେପିକୁ ନିଶାନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ।

ଦିଲ୍ଲୀର ବିଭିନ୍ନ ସ୍ଥାନରେ ସ୍ମଗ୍ ମାତ୍ରା କମ୍ କରିବାକୁ ଆଣ୍ଟି ସ୍ମୋକ୍ ଗନ୍ ଲାଗିଛି । ସେସବୁ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ । ପାଣିପାଗ ବିଭାଗ ଆକଳନ ଅନୁସାରେ, ନଭେମ୍ବର ୭ରୁ ରାଜଧାନୀର ସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ ।

Delhi-NCR Delhi Air Pollution
Advertisment
Advertisment