Advertisment

ଟିମ୍‌ ଇଣ୍ଡିଆର ରାସ୍ତା କ୍ଲିୟର କରିବ ଆଫଗାନିସ୍ତାନ ନା ଭାରତର ଅଭିଯାନ ଶେଷ ହେବ?

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
T20 World Cup

T20 World Cup

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ (ICC T20 World Cup)ରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ଅପରାହ୍ନ ୩ଟା ୩୦ରେ ଆବୁଧାବିରେ ନ୍ୟୁଜିଲ୍ୟାଣ୍ଡ୍‌-ଆଫଗାନିସ୍ତାନ ସାମ୍ନାସାମ୍ନି ହେବେ। ତେବେ ଏହି ମ୍ୟାଚ୍‌ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ।

Advertisment

ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍‌ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ। ଯଦି ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍‌ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍‌କୁ ଯିବାର ରାସ୍ତା ସଫା ହୋଇ ଯିବ। ତେଣୁ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟ ହାସଲ କରୁ ବୋଲି ଭାରତୀୟ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। 

Advertisment

ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଇଲେ ମଧ୍ୟ ଭାରତକୁ ଭଲ ନେଟ୍ ରନ୍‌ରେଟ୍‌ ବଜାୟ ରଖିବାକୁ ପଡ଼ିବ। ସେପଟେ ସେମିଫାଇନାଲରେ ପହଞ୍ଚିବା ପାଇଁ ନ୍ୟୁଜିଲ୍ୟାଣ୍ଡ୍‌କୁ କେବଳ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ। ଆଉ ଏହି ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ୍‌ର ୮ ପଏଣ୍ଟ ହୋଇଯିବ। ଯଦି ନ୍ୟୁଜିଲ୍ୟାଣ୍ଡ୍, ଆଫଗାନିସ୍ତାନଠୁ ହାରେ ତା’ହେଲେ ନେଟ୍ ରନ୍‌ରେଟ୍‌ରେ ଆଫଗାନିସ୍ତାନର ତଳେ ରହିବ। ଆଉ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଏଣ୍ଟ୍ରି କରିବ।

Team India T20 World Cup ICC T20 World Cup 2021 NZ Vs AFG
Advertisment
Advertisment