Advertisment

ବର୍ଷାରେ ଭିଜି ଭିଜି ନିଆଁ ଲଗେଇଲେ କାଟ୍ରୀନା

ରିଲିଜ୍ ହୋଇସାରିଛି କାଟ୍ରୀନା-ଅକ୍ଷୟ ଅଭିନୀତ ‘ସୂର୍ଯ୍ୟବଂଶୀ’। ଏହାକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାରି ଭିତରେ ରିଲିଜ୍ ହୋଇଛି ଏହାର ୪ ନମ୍ବର ଗୀତ ‘ଟିପ୍ ଟିପ୍ ବରଷା ପାନି’। ଏଥିରେ କାଟ୍ରୀନାଙ୍କ ଆକର୍ଷଣୀୟ ଅଙ୍ଗଭଙ୍ଗୀ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ପ୍ରଶଂସକମାନେ ଏହା ଦେଖି ମୂଳ ଗୀତ ଠାରୁ ଆହୁରି ଚମତ୍କାର ବୋଲି କହୁଛନ୍ତି।

author-image
Pramod Behera
Akshay Kumar and Katrina Kaif sizzling chemirstry in Tip Tip song

Akshay Kumar and Katrina Kaif sizzling chemirstry in Tip Tip song

ମୁମ୍ବାଇ : କାଟ୍ରୀନା କୈଫ୍ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯବଂଶୀ ନଭେମ୍ବର ୫ରେ ରିଲିଜ୍ ହୋଇଯାଇଛି। ଫିଲ୍ମ ପ୍ରଥମ ଦିନରେ ୨୬ କୋଟିର ବମ୍ଫର ଓପେନିଙ୍ଗ କରିଛି। ନିର୍ମାତା ଆଜି ଏହାର ଚତୁର୍ଥ ଗୀତକୁ ଲଞ୍ଚ କରିଛନ୍ତି। ଏହି ଗୀତର ନାମ ହେଉଛି ‘ଟିପ୍ ଟିପ୍ ବରଷା ପାନି’। ଏହାକୁ ୟୁଟ୍ୟୁବରେ ରିଲିଜ୍ କରାଯାଇଛି। ଏହା ଉପରେ ଲକ୍ଷ ଲକ୍ଷ ଭିୟୁ ଆସୁଛି। ଗୀତରେ କାଟ୍ରୀନା ଓ ଅକ୍ଷୟଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରିଛନ୍ତି।

Advertisment
Akshay Kumar and Katrina Kaif sizzling chemirstry in Tip Tip songଟିପ୍ ଟିପ୍ ବରଷା ପାନି ଗୀତର ଏକ ଦୃଶ୍ୟରେ ଅକ୍ଷୟ-କାଟ୍ରୀନା

ଏହି ଗୀତରେ କାଟ୍ରୀନାଙ୍କ ଷ୍ଟାଇଲ୍ ଲୋକଙ୍କୁ ପାଗଳ କରୁଛି। କାଟ୍ରୀନା ବର୍ଷାରେ ଭିଜୁଥିବା ବେଳେ ତାଙ୍କ ଅଣ୍ଟା ଭଙ୍ଗୀ, ତାଙ୍କ କେଶ ଛଟା ବାସ୍ତବରେ ବର୍ଷା ପାଣିରେ ବି ନିଆଁ ଲଗଉଛି। ଅକ୍ଷୟ କୁମାର ମଧ୍ୟ କାଟ୍ରୀନାଙ୍କ ଚାହାଣୀ ତାଙ୍କ ଅଙ୍ଗ ଭଙ୍ଗୀ ଦେଖି ରୋମାଣ୍ଟିକ୍ ହେଇଯାଥିବା ନଜର ଆସୁଛନ୍ତି। ଏହା ପରେ ସେ ମଧ୍ୟ ତାଙ୍କ ସହ ତାଳ ମିଳେଇ ନାଚିବାକୁ ଲାଗନ୍ତି। ଏହି ଗୀତରେ ଅକ୍ଷୟ କୁମାର ପୂରା କଳା ରଙ୍ଗର ଆଉଟ୍‌ଫିଟ୍ ପିନ୍ଧିଥିବା ବେଳେ କାଟ୍ରୀନା କୈଫ୍‌ ସାଇନିଙ୍ଗ ଶାଢୀ ପିନ୍ଧି ପାଣିରେ ନିଆଁ ଲଗଉଥିବା ଦେଖା ଯାଆନ୍ତି।

Advertisment

ପ୍ରକୃତରେ ଏହି ଗୀତ୍ ୯୦ ଦଶକରେ ଆସିଥିବା ‘ମୋହରା’ ଫିଲ୍ମର ‘ଟିପ୍ ଟିପ୍ ବରଷା ପାନି’ ର ରିମେକ୍ ଗୀତ। ଏହି ଗୀତକୁ ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ଉପରେ ଚିତ୍ରିତ କରାଯାଇଥିଲା। ଏହି ଗୀତରେ ରନୀନା ଟଣ୍ଡନ୍ ମଧ୍ୟ ନିଜର ଆକର୍ଷଣ ଅଙ୍ଗ ଭଙ୍ଗୀ ଦେଖେଇଥିଲେ। ସେତେବେଳେ ବି ଅକ୍ଷୟଙ୍କ ସହିତ ତାଙ୍କ ଯୋଡି ଜମିଥିଲା।

Akshay Kumar and Katrina Kaif sizzling chemirstry in Tip Tip songଟିପ୍ ଟିପ୍ ବରଷା ପାନିର ମୂଳ ଗୀତରେ ଅକ୍ଷୟ ଓ ରବୀନା

ଅକ୍ଷୟ କୁମାର ଏହି ଗୀତକୁ ଶେୟାର କରି ଲେଖିଛନ୍ତି ଯେ “ସୂର୍ଯ୍ୟବଂଶୀ ର ଟିପ୍ ଟିପ୍ ବର୍ଷା ପାନି ଗୀତ ଲଞ୍ଜ ହୋଇଯାଇଛି”। ଏହି ଗୀତର ମ୍ୟୁଜିକ୍ ବିଜୁ ଶାହ କମ୍ପୋଜ୍ କରିଥିବା ବେଳେ ତନିଷ୍କ ବାଗ୍‌ଚୀ ଏହାକୁ ରିକ୍ରିଏଟ୍ କରିଛନ୍ତି। ଗୀତକୁ ଆନନ୍ଦ ବକ୍ସୀ ଓ ତନିଷ୍କ ବାଗଚୀ ଲେଖିଛନ୍ତି। ଗୀତକୁ ଉଦିତ୍ ନାରାୟଣ ଓ ଅଲକା ୟାଗନିକ୍ ବୋଲିଛନ୍ତି।

‘ଟିପ୍ ଟିପ୍ ବରଷା ପାନି’ର ମୂଳ ଗୀତକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ ଯାହା ଅଲ୍ ଟାଇମ୍ ସୁପର୍‌ହୀଟ୍ ତାଲିକା ଅଛି। ତେବେ ଏହି ଗୀତର ମୌଳିକତାକୁ ନଷ୍ଟ ନ କରିବା ବାସ୍ତବରେ ଏକ ଚ୍ୟାଲେଞ୍ଜ୍ ଥିଲା ଏବଂ କାଟ୍ରୀନା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସଫଳ କରି ଦେଖେଇଛନ୍ତି। ଏହି ଗୀତକୁ ନେଇ ଲୋକେ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ଏହାକୁ ଦେଖି କୁହାଯିବ ଯେ କାଟ୍ରୀନା ନିଜ ଭଙ୍ଗୀରେ ରବୀନା ଟଣ୍ଡନଙ୍କୁ କଡା ଟକ୍କର ଦେଉଛନ୍ତି। ପାଣିରେ ଭିଜୁଥିବା ବେଳେ କାଟ୍ରୀନା ମଧ୍ୟ ଖୁବ ଆକର୍ଷଣୀୟ ଲାଗୁଛନ୍ତି।

ଜଣେ ପ୍ରଶଂସକ ଏହି ରିମିକ୍ସ ଭର୍ସନ ଉପରେ କମେଣ୍ଟ ଦେଇ ଲେଖିଛନ୍ତି ଯେ “ରବୀନା ତ ବେଷ୍ଟ୍‌, କିନ୍ତୁ କାଟ୍ରୀନା ଏହି ଗୀତକୁ ପୂରା ନ୍ୟାୟ ଦେଇଛନ୍ତି।” ସେହିପରି ଆଉ କିଛି ଉପଭୋକ୍ତା ଏହାକୁ ମୂଳ ଗୀତ ଠାରୁ ବି ଖୁବ୍ ଭଲ କହିଛନ୍ତି। ତେବେ ଫିଲ୍ମ ସୂର୍ଯ୍ୟବଂଶୀ ସାରା ଦେଶରେ ୪ ହହାର ସ୍କ୍ରିନ୍‌ରେ ରିଲିଜ୍ ହୋଇଥିବା ବେଳେ ସାରା ବିଶ୍ୱରେ ୫୨୦୦ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି।

Katrina Kaif Bollywood Akshay Kumar
Advertisment
Advertisment