• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏଭଳି ଏକ ଦେଶ, ଯାହାକି ତାଲିକାରେ ଗଣନା କରାଯାଏ ନାହିଁ 

ଅବଖାଜିଆ: ଯେତେବେଳେ ସମୟର ଚକ ଘୁରେ, ସେତେବେଳେ ସେ ନିଜ ସହ ଆମ ଦୁନିଆକୁ ମଧ୍ୟ ବଦଳାଇଦିଏ । ତଥାପି କିଛି ଲୋକ, କିଛି ସ୍ଥାନ ଏଭଳି ବି ରହିଛି ଯାହା ପୁରୁଣା ସମୟରୁ ବନ୍ଧନରୁ ମୁକୁଳିପାରେ ନାହିଁ । ସେହିଭଳି ଏକ ସ୍ଥାନ ଅବଖାଜିଆ । ଏ ସ୍ଥାନ ସମ୍ପର୍କରେ ନାଁ ଆମେ ବିଶେଷ ଜାଣିଛୁ ନା ଶୁଣିଛୁ ଆଉ ନା ଏହି ସ୍ଥାନକୁ କେହି କେବେ ଯାଇଥିବେ । ଏହା କୌଣସି ଛୋଟ ମୋଟ ସ୍ଥାନ ନୁହେଁ ବରଂ ଏକ ହଜିଯାଇଥିବା ଦେଶ । ଯାହା ସମୟ ଗର୍ଭରେ ବିଲୀନ ହୋଇଯାଇଛି । ଏହି ଦେଶଟି ପୂର୍ବ ଇଉରୋପର କଳାସାଗର ଓ କାକେଶସ ପର୍ବତ ମଝିରେ ରହିଛି । ଅବଖାଜିଆ ୧୯୯୦ ମସିହା ବେଳକୁ ନିଜକୁ ଏକ ସ୍ୱାଧୀନ ଦେଶ ଘୋଷିତ କରିଥିଲା । କିନ୍ତୁ ଏହାକୁ ବଛା ବଛା କିଛି ଦେଶ ଏହି ସ୍ୱୀକୃତି ଦେଇଥିଲେ । ତେଣୁ ଏହା ଏଭଳି ଏକ ଦେଶ ଯାହାକୁ ଦେଶଗୁଡିକ ତାଲିକାରେ ଗଣନା କରାଯାଏ ନାହିଁ ।

Abhakhzia CountryAbhakhzia Country

୧୯୮୦ ଦଶକର ଶେଷ ଭାଗରେ ଯେତେବେଳେ ସୋଭିଏତ ସଂଘ ଭିନ୍ନ ହେବା ଆରମ୍ଭ କରିଥିଲା , ସେ ସମୟରେ ଅବଖାଜିୟା ମଧ୍ୟ ଜର୍ଜିଆଠାରୁ ସ୍ୱତନ୍ତ୍ର ହେବା ପାଇଁ ଅଡି ବସିଥିଲା । ୧୯୩୦ ମସିହାରେ ଏହା ସୋଭିଏତ ସଂଘର ଗଣରାଜ୍ୟ ଜର୍ଜିଆର ଅଂଶଥିଲା । କିନ୍ତୁ ଏହା ଅନେକ ଅଟୋନୋମୀ ହାସଲ କରିଥିଲା । କିନ୍ତୁ ୧୯୩୧ ମସିହା ପୂର୍ବରୁ ମଧ୍ୟ ଅବଖାଜିୟା ଏକ ସ୍ୱତନ୍ତ୍ର ଅଂଚଳ ଥିଲା । ତେବେ ଏହି ମାନ୍ୟତା ବିହୀନ ଦେଶ ଅବଖାଜିୟାର ମୂଳ ଢାଞ୍ଚା ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଧ୍ୱଂସାଭିମୂଖୀ । ଏହାକୁ କେବଳ ୫ଟି ଦେଶ ରୁଷ, ନିକାରାଗୁଆ, ସିରି‌ଆ, ନାଉରୁ ଓ ବେନେଜୁଏଲା ଠାରୁ ମାନ୍ୟତା ମିଳିଛି । ଯେତେବେଳେ ଏହି ଦେଶ ନିଜର ସ୍ୱତନ୍ତ୍ରତା ଘୋଷଣା କରିଥିଲା, ସେତେବେଳେ ଏଠାକାର ବାସିନ୍ଦାମାନଙ୍କୁ ଲାଗିଥିଲା ଯେ, ସେମାନଙ୍କର ସ୍ୱୟତ୍ତତା ସରିଯିବ । ଚାପ ବଢିବାରେ ଲାଗିଥିଲା ଓ ୧୯୯୨ରେ ଗୃହଯୁଦ୍ଧ ମଧ୍ୟ ହୋଇଥିଲା । ଏହି ଯୁଦ୍ଧରେ ହଜାର ହଜାର ଲୋକମାନଙ୍କପ ମୃତ୍ୟୁ ହୋଇଥିଲା । ପରେ ଅନେକ ଲୋକ ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହେଲେ ।

ପୂର୍ବରୁ ଏହି ସ୍ଥାନଟି କିନ୍ତୁ ପର୍ଯ୍ୟଟକଙ୍କ ଗହଣରେ ବେଶ୍‌ ପ୍ରସିଦ୍ଧ ଥିଲା । ଅଳ୍ପ ଗରମ ଓ ଅଳ୍ପ ଥଣ୍ଡା ପାଣିପାଗ ସହ ଭ୍ରମଣ ପାଇଁ ଏହା ବେଶ୍‌ ଉପଯୋଗୀ ଥିଲା । କିନ୍ତୁ ଧୀରେ ଧୀରେ ଏହା ଜନଶୂନ୍ୟ ହୋଇଗଲା । ଏଠାକାର ଘର ଠାରୁ ଆରମ୍ଭ କରି ହୋଟେଲ, ରେସେ୍ତାରାଁ ସବୁ କିଛି ବର୍ତ୍ତମାନ ଶୂନଶାନ ହୋଇପଡିରହିଛି । ଏବେ ବି ଏଠାକାର ସୀମାରେ ଋଷ୍ ସୈନ୍ୟମାନଙ୍କର ଦଖଲ ରହିଛି । ତେଣୁ ଏହା କେବଳ ନାମକୁ ମାତ୍ର ସ୍ୱତନ୍ତ୍ର ଦେଶ । ଏହା ଆଜି ବି ଅନ୍ୟ ଦେଶ ଉପରେ ନିର୍ଭରଶୀଳ । ଏହା ନିକଟରେ ନିଜର କୌଣସି ସଂସଦ ମଧ୍ୟ ନାହିଁ । ଏହାର ରାଜଧାନୀ ମଧ୍ୟ ଜନଶୂନ୍ୟ । ଆଉ ଏ ଦେଶର ନାଁ ମଧ୍ୟ ଅନେକଙ୍କୁ ଅଛପା ।