Advertisment

ଆଣ୍ଟିଙ୍କର ଏହି ଡ୍ୟାନ୍ସ ଆପଣ ଆଖିକୁ ବି ଟେରା କରିଦେବ

ସୋସିଆଲ୍ ମିଡିଆରେ ତ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ଏତେ ମଜ୍ଜାଳିଆ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଏବେ ଜଣେ ଆଣ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Aunty did such a dance, seeing which the girls were left laughing

Aunty did such a dance, seeing which the girls were left laughing

ସୋସିଆଲ୍ ମିଡିଆ ଏମିତି ଏକ୍ ପ୍ଲାଟଫର୍ମ ଯେଉଁଠି ସବୁ ପ୍ରକାର ଭିଡିଓ ଦେଖିବାକୁ ମିଳେ। ବିହାହ ବ୍ରତ ଠାରୁ ଆରମ୍ଭ କରି ବିଭିନ୍ନ ଚମତ୍କାର ଜିନିଷ ଏଠାରେ ଉପଲବ୍ଧ। ବିବାହକୁ ନେଇ ତ ଅନେକ ଭିଡିଓ ଏଠାରେ ଦେଖାଯାଏ। ଏହିସବୁ ଭିଡିଓ ମଧ୍ୟରୁ କିଛି ଭିଡିଓ ଏତେ ମଜାଳିଆ ଥାଏ ଯେ ତାହା ପଡୁ ପଡୁ ଛାଇଯାଏ ଆଉ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଖିବାକୁ ମିଳେ। ଲୋକେ ଏସବୁକୁ ବାରମ୍ବାର ଦେଖନ୍ତି, ନିଜ ପରିବାର ଓ ସାଙ୍ଗସାଥିଙ୍କୁ ଦେଖାନ୍ତି ଆଉ ଶେୟାର ମଧ୍ୟ କରନ୍ତି।

Advertisment

ବର୍ତ୍ତମାନ ଏଭଳି ଏକ ଭିଡିଓ ଭିନ୍ନ ଭିନ୍ନ ପ୍ଲାଟ୍‌ଫର୍ମରେ ଦେଖିବାକୁ ମିଳୁଛି। ଏହି ଭିଡିଓ ଏକ ବିବାହ ବେଳର। ଏଥିରେ ଜଣେ ମଧ୍ୟ ବୟଷ୍କ ମହିଳାଙ୍କ ଜବରଦସ୍ତ ନାଚ ଦେଖାଯାଉଛି। ଏହି ମହିଳା ଜଣକ ଏମିତି ଅଜବ ଅଜବ ଷ୍ଟେପ୍ କରୁଛନ୍ତି ଯେ ଯିଏ ଦେଖୁଛି ସିଏ ହସି ହସି ବେଦମ ହେଉଛି। ଏହି ମଜାଦାର ଭିଡିଓ ଖୁବ୍ କମ ସମୟ ମଧ୍ୟରେ ହଜାର ହଜାର ଭିୟୁର ତିଆରି କରି ପାରିଛି। ନେଟିଜେନମାନେ ମଧ୍ୟ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।

Advertisment

ଭାଇରାଲ ହେଉଥିବା ଏହି ଭିଡିଓଟି ମାତ୍ର ୩୭ ସେକେଣ୍ଡର। ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ଡିଜେ ବାଜୁଛି। ଏହି ସମୟରେ ଏହି ମହିଳା ଜଣଙ୍କ ମଇଦାନ ଉପରକୁ ଚାଲିଆସୁଛନ୍ତି। ସେ ପ୍ରଥମେ ‘ନାଗିନ୍’ ଗୀତରେ ଜବରଦସ୍ତ ନାଚିଛନ୍ତି। ଏହାପରେ ବ୍ୟାକଗ୍ରାଉଣ୍ଡରେ ‘ବାଲା ବାଲା’ ଗୀତ ଶୁଣାଯାଏ। ଏହି ଗୀତରେ ମହିଳା ଏତେ ଜୋସ୍‌ରେ ନାଚନ୍ତି ଯେ ଏହା ଦେଖି ପାଖରେ ବସିଥିବା ଝିଅମାନେ ମଧ୍ୟ ପେଟରେ ହାତ ଦେଇ ହସନ୍ତି।

ଏହି ଭିଡିଓରେ ଦେଖାଯାଏ ଯେ ମହିଳା ଜଣକ ଦେଶୀ ଷ୍ଟେପ୍ ପକେଇ ସମସ୍ତଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ନାଚ ଦେଖି ଆଖପାଖରେ ଥିବା ଲୋକେ ମାନେ ଖୁବ୍ ମଜା ନିଅନ୍ତି ଓ ତାଳି ମାରି ମହିଳାଙ୍କ ଜୋସ୍‌କୁ ଆହୁରି ବଢେଇ ଦିଅନ୍ତି। ମହିଳାଙ୍କର ଏହି ମଜାଳିଆ ଭିଡିଓ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ Giedde ନାମକ ଏକ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓରେ ନେଟିଜେନ୍ ଜମେଇକି କମେଣ୍ଟ କରୁଥିବା ନଜର ଆସେ।

Viral Video Aunty Dance
Advertisment
Advertisment