Advertisment

T20 World Cup: ଏମିତି ହେଲେ ଭାରତ ଯିବ ସେମିଫାଇନାଲ୍‌କୁ...

ସେମିଫାଇନାଲ୍‌ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Team India

Team India

ନୂଆଦିଲ୍ଲୀ: ଚଳିତ ଥର ଟି-୨୦ ବିଶ୍ୱକପ୍ (ICC T20 World Cup)ର ସେମିଫାଇନାଲ୍‌ରେ ପହଞ୍ଚିବାକୁ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଛି। ୨ଟି ଗ୍ରୁପ୍ (ଗ୍ରୁପ୍-୧ ଓ ଗ୍ରୁପ୍-୨)ର ଗୋଟିଏ ଗୋଟିଏ ଟିମ୍, ଅର୍ଥାତ୍ ପାକିସ୍ତାନ ଓ ଇଂଲଣ୍ଡ ସେମିଫାଇନାଲ୍ ପାଇଁ କ୍ୱାଲିଫାଏ କରି ସାରିଥିବା ବେଳେ, ଅନ୍ୟ କେଉଁ ୨ଟି ଟିମ୍ ସେମିଫାଇନାଲ୍କୁ ଯିବ, ସେନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଶା ଆଶଙ୍କା ଓ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି।

Advertisment

ଗ୍ରୁପ-୧ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଗ୍ରୁପ୍-୨ରେ ଭାରତ, ନ୍ୟୁଜିଲ୍ୟାଣ୍ଡ୍ ଓ ଆଫଗାନିସ୍ତାନ ମଧ୍ୟରେ ଜବରଦସ୍ତ ଲଢ଼େଇ ଜାରି ରହିଛି। ଗ୍ରୁପ୍-୨ରେ ଥିବା ୩ଟି ଦେଶର କ୍ରିକେଟ୍ ଟିମ୍, ସେମିଫାଇନାଲ୍‌ରେ ପହଞ୍ଚିବା ପାଇଁ ସେମାନଙ୍କ ପ୍ରୟାସ ଜାରି ରଖିଛନ୍ତି। ଭାରତ ଲଗାତାର ଭାବେ ୨ଟି ମ୍ୟାଚ୍ ଜିତି ନ୍ୟୁଜିଲ୍ୟାଣ୍ଡ୍‌ର ନିଦ ହଜାଇ ଦେଇଛି। ସେମିଫାଇନାଲ୍‌ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।

ସେମିଫାଇନାଲ୍‌କୁ ରାସ୍ତା..

ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ଭାରତ ଜବରଦସ୍ତ ବିଜୟ ହାସଲ କରିଥିଲା। ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ତାଲିକାରେ ଆଫଗାନିସ୍ତାନକୁ ପଛକୁ ଠେଲି ତୃତୀୟ ସ୍ଥାନ ହାସଲ କରିଛି। ଗ୍ରୁପ୍-୨ରେ ଏବେ ଆଉ ୩ଟି ମ୍ୟାଚ୍ ଖେଳାହେବ। 

Advertisment

ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରାଜୟର ମୁହଁ ଦେଖିଥିବା ଟିମ୍ ଇଣ୍ଡିଆର ନେଟ୍ ରନ୍‌ରେଟ୍‌ -୧.୦୬୯ ଥିଲା। କିନ୍ତୁ ଆଫଗାନିସ୍ତାନ ଓ ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ୍ ଜିତିବା ପରେ ଭାରତର ନେଟ୍ ରନ୍‌ରେଟ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏବେ ଟିମ୍ ଇଣ୍ଡିଆର ନେଟ୍ ରନ୍‌ରେଟ୍ ୧.୬୧୯ରେ ପହଞ୍ଚିଛି। ଯଦି ଆଫଗାନିସ୍ତାନ ଏହାର ଶେଷ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଇବ, ତା’ହେଲେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ପାଇଁ କ୍ୱାଲିଫାଏ କରିପାରେ। ଯଦି ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ଜିତିବ, ତା’ହେଲେ ଟିମ୍ ଇଣ୍ଡିଆ ମ୍ୟାଚ୍‌ରୁ ବାହାରକୁ ଯିବ। ଏହାସହ ଆଉ ଏକ ବିଜୟ ହାସଲ କରି ନ୍ୟୁଜିଲ୍ୟାଣ୍ଡ୍‌ର ୮ ପଏଣ୍ଟ ହୋଇଯିବ ଓ ଟିମ୍ ଇଣ୍ଡିଆ ୬ ପଏଣ୍ଟରେ ହିଁ ରହିଯିବ।

ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଇଲେ ମଧ୍ୟ ଭାରତକୁ ଭଲ ନେଟ୍ ରନ୍‌ରେଟ୍‌ ବଜାୟ ରଖିବାକୁ ପଡ଼ିବ। ଉଦାହରଣ ସ୍ୱରୂପ, ଯଦି ଆଫଗାନିସ୍ତାନ ଟିମ୍ ୧୬୦ ରନ୍ କରି ୩୦ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଏ, ତା’ହେଲେ ଭାରତକୁ ନାମିବିୟା ବିପକ୍ଷ ମ୍ୟାଚ୍‌ଟି ୨୧ ରନ୍‌ରେ ଜିତିବାକୁ ପଡ଼ିବ। ସୋମବାର ଦିନ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଖେଳିବ ଓ ଏହା ଗ୍ରୁପ୍‌ର ଶେଷ ମ୍ୟାଚ୍ ହେବ। 

ନେଟ୍ ରନ୍‌ରେଟ୍‌ରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍‌ର କୌଣସି ଟେନ୍‌ସନ୍ ନାହିଁ। ସେମିଫାଇନାଲରେ ପହଞ୍ଚିବା ପାଇଁ ନ୍ୟୁଜିଲ୍ୟାଣ୍ଡ୍‌କୁ କେବଳ ଆଫଗାନିସ୍ତାନକୁ ହରାଇବାକୁ ପଡ଼ିବ। ଆଉ ଏହି ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ୍‌ର ୮ ପଏଣ୍ଟ ହୋଇଯିବ। ଯଦି ନ୍ୟୁଜିଲ୍ୟାଣ୍ଡ୍, ଆଫଗାନିସ୍ତାନଠୁ ହାରେ ତା’ହେଲେ ନେଟ୍ ରନ୍‌ରେଟ୍‌ରେ ଆଫଗାନିସ୍ତାନର ତଳେ ରହିବ। ଆଉ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଏଣ୍ଟ୍ରି କରିବ।

ଭାରତଠୁ ହାରିବା ପରେ ଆଫିଗାନିସ୍ତାନ ପାଇଁ ଆହୁରି ମୁସ୍କିଲ ବଢ଼ି ଯାଇଛି। ଏବେ ଆଫିଗାନିସ୍ତାନକୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଏକ ବଡ଼ ଗ୍ୟାପ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବାକୁ ପଡ଼ିବ। ଉଦାହରଣ ସ୍ୱରୂପ, ଯଦି ଆଫଗାନିସ୍ତାନ ଟିମ୍ ୧୬୦ ରନ୍ କରେ ତା’ହେଲେ ୬୦ ରନ୍‌ରେ ନ୍ୟୁଜିଲ୍ୟାଣ୍ଡ୍‌କୁ ହରାଇବାକୁ ପଡ଼ିବ। ଆଫଗାନିସ୍ତାନ ପାଇଁ ଆଉ ଏକ ଟେନ୍‌ସନ୍‌ ହେଉଛି, ଟିମ୍ ଇଣ୍ଡିଆ ଗ୍ରୁପ୍‌ର ଶେଷ ମ୍ୟାଚ୍ ଖେଳିବ। 

Team India T20 World Cup ICC T20 World Cup 2021
Advertisment
Advertisment