• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

neha
ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍‌ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍‌ ଫେମ୍ ରୋହନପ୍ରୀତ୍‌ ସିଂହଙ୍କ ସହ ସେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏନେଇ ନିଜେ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ସୂଚନା ଦେଇଥିଲେ। ତେବେ ନେହା ଏବଂ ରୋହନଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଏବେ ରୋହନ ନେହାଙ୍କୁ ପ୍ରଥମ ଥର ତାଙ୍କ ପିରବାରକୁ ଭେଟ କରାଇବାର ଭିଡିଓ […]

  • Friday, 02 July 2021
000
ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସୁପରହିଟ୍ ଯୋଡି ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ଶାହରୁଖ-କାଜଲ। ରିଲ ଲାଇଫ ନୁହେଁ, ରିୟଲ ଲାଇଫ୍‌ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଦୁହେଁ ଏକାଠି ଥିବେ ଅଉ ସେଠି ଥଟ୍ଟାମଜ୍ଜା ନ ଥିବ-ଏମିତି କେବେ ଦେଖିବାକୁ ମିଳିନି। କାଜଲଲଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି କରଣ ଜୋହରଙ୍କ ‘କଫି ଉଇଥ୍ କରଣ’ର କିଛି ଅଂଶ। ୨୦୦୭ ମସିହାର ଏହ ଭିଡିଓ। ଭିଡିଓରେ ଦେଖିବାକୁ ମିଳିଛି, […]

  • Friday, 02 July 2021
amitr
ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ କୁହାଯାଉଥିବା ଆମିର୍‌ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍‌ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା ହିଟ୍‌ ସାବ୍ୟସ୍ତ ହୁଏ। ହେଲେ ଆମିର ପୁଅ କିନ୍ତୁ ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ଫେଲ୍‌ ହୋଇଛନ୍ତି। ଆମିରଙ୍କ ପୁଅ ଜୁନୈଦ ଖାନ ମାଲାୟାଲମ୍‌ ଫିଲ୍ମ ପାଇଁ […]

  • Friday, 02 July 2021
video
ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

Viral Video: ସୋଶାଲ ମିଡିଆରେ ଏକ ଛୋଟ ଛୁଆର ଡ୍ୟାନ୍ସ ବେଶ ଭାଇରାଲ ହୋଇଛି। ଏକ ବର୍ଷର ଶିଶୁଟି ଅମିତାଭ ବଚ୍ଚନଙ୍କ ଗୀତକୁ ମନ ଦେଇ ଉପଭୋଗ କରୁଛି ଆଉ ମ୍ୟୁଜିକ୍‌ର  ତାଳେ ତାଳେ ଝୁମୁଛି। ଗୀତ ଶୁଣୁଶୁଣୁ ଏତେ ଜୋରରେ ଶିଶୁଟି ହସୁଛି, ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ। ବର୍ଷକର ଏହି କୁନି ଶିଶୁଟି ମା’ଙ୍କ କୋଳରେ ବସି ତାଙ୍କର ସହାୟତାରେ ଅଭିତାଭଙ୍କ ‘ ଖାଇକେ ପାନ ବନାରସ ୱାଲା..’ […]

  • Friday, 02 July 2021
neha
ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚା ହେଉଛି। ରୋହନ‌ପ୍ରୀତ୍‌ ସିଂଙ୍କ ସହ ନେହାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣିବାକୁ ମିଳୁଛି। ଗତକାଲି ନେହା ଇନ୍‌ଷ୍ଟାଗ୍ରାମ ରେ ଏକ ଭିଡିଓ ଶେଆର କରି ଲେଖିଥିଲେ, ଯେତେବେଳେ ସେ ମୋତେ ପ୍ରଥମ ଥର ପାଇଁ ତାଙ୍କ ବାପାମା’ ଓ ପରିବାର ଲୋକଙ୍କ ସହ ଭେଟ କରାଇଥିଲେ… ମୁଁ ତୁମକୁ ବହୁତ […]

  • Friday, 02 July 2021
kajol
ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ମୁମ୍ବାଇ:  ୧୯୯୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରଙ୍ଗ’ର’ ‘ତୁଝେ ନା ଦେଖୁନ୍ ତୋ ଚୈନ୍’ ଗୀତ ଆଜି ବି ଆପଣଙ୍କର ମନେଥିବ। ଏହି ଗୀତରେ ଦିବ୍ୟା ଭାରତୀ ଏବଂ କମଲ୍ ସାଦାନାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରି ଗୀତକୁ ଆହୁରି ଲୋକପ୍ରିୟ କରିଦେଇଥିଲା। କମଲ୍‌ ସାଦନଙ୍କ ଚାର୍ମିଂ ଚେହେରା ମଧ୍ୟ ସେ ସମୟରେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। କିନ୍ତୁ କମଲ୍‌ଙ୍କ ୨୦ତମ ଜନ୍ମଦିନରେ ଘଟିଥିବା ଏକ ଘଟଣା ତାଙ୍କ ଜୀବନର ମୋଡ ବଦଳେଇଦେଇଥିଲା। ୧୯୭୦ […]

  • Friday, 02 July 2021
shami-kapoor
ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ମୁମ୍ବାଇ: ପୃଥ୍ୱିରାଜ କପୁରଙ୍କ ସାନ ପୁଅ ଶମି କପୁର ୨୧ ଅକ୍ଟୋବର ୧୯୩୧ରେ ଜନ୍ମଗ୍ରହଣ କରିଥିଲେ। ଶମି କପୁରଙ୍କ ପ୍ରକୃତ ନାଁ ଶମଶେର ରାଜ କପୁର। ଶମି ଏବେ ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ଜୀବନ ସହିତ ଜଡିତ କିଛି କାହାଣୀ ଅଛି ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ଭାଇ ରାଜ କପୁରଙ୍କ ପାଇଁ ଶମିଙ୍କୁ ସ୍କୁଲ ଛାଡିବାକୁ ପଡିଥିଲା। ପୃଥ୍ୱି ଥିଏଟରରେ ଶକୁନ୍ତଳା ନାଟକରେ ଶମି ଭରତର ଭୂମିକା ଗ୍ରହଣ […]

  • Friday, 02 July 2021
sushant
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇଙ୍କୁ ଗିରଫ କରିଛି। ଗାବେରିଲାଙ୍କ ଭାଇ ଆଗିସିଆଲୋସ୍ ଡେମେଟ୍ରିଆଡିସ୍ ଓ ନିର୍ଦ୍ଦେଶକ ସାହିଲ୍‌ କୋହଲିଙ୍କୁ‌ ପଚରାଉଚରା ବେଳେ ଜଣେ  ଅଭିନେତାଙ୍କ ନାଁ ସାମ୍ନାକୁ ଆସିଛି। ଏହାସହ କିଛି ନିର୍ଦ୍ଦେଶକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ଏବେ ଏହି ଅଭିନେତାଙ୍କୁ ଧରିବା ପାଇଁ ପୋଲିସ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଛି। […]

  • Friday, 02 July 2021
prabhas-pic
ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ମୁମ୍ବାଇ: ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।  ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁଁ ଏଠାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନା ମନ୍ତ୍ରୀଙ୍କ କହିବାନୁସାରେ, ସହରରେ ୧୯୦୮ ମସିହା ପରେ ଦ୍ୱିତୀୟ ଥର ପାଇଁ ଏମିତି ରେକର୍ଡ ଭଙ୍ଗା ବର୍ଷା ହୋଇଛି। ରାଜ୍ୟ ସରକାର ବସ୍ତି ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୩୭,୦୦୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଏହି ସମୟରେ ତେଲେଙ୍ଗାନାର ବନ୍ୟା ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କୁ ସାହାଯ୍ୟ […]

  • Friday, 02 July 2021
ajit-khan
ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ପୁରା ସହର ମୋତେ ‘ସିଂହ’ ନାଁରେ ଜାଣିଛି। ଏହି ଡାଇଲୋଗ୍‌ ବିଷୟରେ ଆଲୋଚନା ହେବା ସମୟରେ ମନେ ପଡିଯାଆନ୍ତି ଅଭିନେତା ଅଜିତ୍‌ ଖାନ। ହିନ୍ଦୀ ସିନେମାରେ ଅଜିତ ଏମିତି ଜଣେ ଖଳନାୟକ ଯେ ସିନେମାର ହିରୋଙ୍କ ପରି ଲୋକପ୍ରିୟତା ସାଉଁଟିଛନ୍ତି। ତାଙ୍କର ନିଆରା ଏବଂ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମର ଚରିତ୍ର ସହ ବାନ୍ଧିକି ରଖେ। ଅଜିତଙ୍କର ସଂଳାପ କହିବାର ଶୈଳୀ ବି ଅତୁଳନୀୟ ଥିଲା। ପରଦାରେ ଦର୍ଶକଙ୍କର ଭରପୁର ମନୋରଞ୍ଜନ କରିପାରୁଥିବା ଏହି କଳାକାରଙ୍କର […]

  • Friday, 02 July 2021
pari-o
ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍‌ ଭର୍ସେସ୍‌ ରିକି ବେହେଲ୍’‌ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି। କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍‌ କଳାକାର ବେଶ୍ ପସନ୍ଦ ଥିଲେ। […]

  • Friday, 02 July 2021
ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ମୁମ୍ବାଇ: ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି। ଆଜି ମହା ଅଷ୍ଟମୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡପରେ ଲୋକଙ୍କ କମ୍‌ ଗହଳିରେ ଏଥର ଦୁର୍ଗା ପୂଜା ହେଉଛି। ମାଆ ଦୁର୍ଗା ଆସିଲେ ସଂସାରରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତେବେ ଏଥର ଦୁର୍ଗା ମଣ୍ଡପରେ କିଛି ନୂଆ ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜି ବାସ୍ତବ ଜୀବନର ହିରୋ ହୋଇଥିବା ବଲିଉଡ୍‌ ଅଭିନେତା ସୋନୁ […]

  • Friday, 02 July 2021
neha
ବିବାହ କଲେ ରୋହନ୍‌-ନେହା

ମୁମ୍ବାଇ : ବିବାହ କଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ଏବଂ ରୋହନପ୍ରୀତ।  ଦିଲ୍ଲୀର ଗୁରୁଦ୍ୱାରାରେ ନିଜ ପ୍ରେମିକ ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ନେହା। ତେବେ ଗତ କିଛି ଦିନ ହେବ ନେହା ଏବଂ ରୋହନଙ୍କ ବିବାହକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ହେଉଥିଲା। ଏବେ ସେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି। ତେବେ ବିବାହର ଫଟୋକୁ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିନଥିବା ବେଳେ ତାଙ୍କ ଫ୍ୟାନ୍‌ପେଜ୍‌ରୁ ବିବାହ ସମୟର ଫଟୋକୁ ଦେଖିବାକୁ ମିଳିଛି।  ଫଟୋରେ […]

  • Friday, 02 July 2021
neha-rohan
ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋଶାଲ୍‌ ମିଡିଆରେ ନେହା ଏବଂ ରୋହନଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି। ଭିଡିଓରେ ନେହା ତାଙ୍କ ବିବାହକୁ ନେଇ ବେଶ୍‌ ଖୁସି ଏବଂ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। ନେହାଙ୍କ ଖୁସି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ନାନା ପ୍ରତିକ୍ରିୟା ଦେଇଛନ୍ତି। ନେହାଙ୍କ ବିବାହ ଭିଡିଓରେ କିଛି ପ୍ରଶଂସକ ତାଙ୍କ ପୂର୍ବତନ ପ୍ରେମିକ […]

  • Friday, 02 July 2021
archita-123
ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସବୁଠି ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ମଣ୍ଡପରେ ମାଆଙ୍କ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିନା ଭକ୍ତରେ ମାଆ ଦୁର୍ଗାଙ୍କର ପୂଜା ହେଉଛି। ତେବେ ଏହି ପୂଜା ମାହୋଲକୁ ନିଆରା ଢଙ୍ଗରେ ଉପଭୋଗ କରିବା ପାଇଁ ଓଲିଉଡ୍‌ ଅଭିନେତ୍ରୀ ମାନେ ନିଜକୁ ମା’ ଦୁର୍ଗାଙ୍କ ବେଶରେ ସଜାଇଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା, ଦେବଜାନୀ, ଶିବାନୀ, ତମନ୍ନା, ସୂର୍ଯ୍ୟମୟୀ, ଏଲିନା ଆଦି ଅଭିନେତ୍ରୀ ମାନେ ନିଜକୁ ମା’ […]

  • Friday, 02 July 2021
pritika
ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ: ନାର୍‌କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ମୁମ୍ବାଇର ଆଉ ଏକ ଡ୍ରଗ୍ସ ସପ୍ଲାଏ ଗ୍ରୁପ୍‌ର ପର୍ଦ୍ଦାଫାସ କରିଛି। ଏହି ଗ୍ରୁପ୍‌ରେ କେତେକ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ସପ୍ଲାଏ କରିବା ଓ ଡ୍ରଗ୍ସ ନେବା କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଛି ଏନ୍‌ସିବି। ସେ ହେଲେ ଟିଭି ଅଭିନେତ୍ରୀ ପ୍ରୀତିକା ଚୌହ୍ୱାନ। ସେ ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ତାଙ୍କୁ ରେଡ୍‌ ହେଣ୍ଡେଡ୍‌ ଧରିଥିଲା। କିଛି ସମୟ ପରେ ପ୍ରୀତିକାଙ୍କୁ […]

  • Friday, 02 July 2021
terrenc
ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହି ଆଜିକାଲି ତାଙ୍କ ଗୀତ ‘ନାଚ୍‌ ମେରି ରାନୀ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ମ୍ୟୁଜିକ୍‌ ଭିଡିଓକୁ ୟୁଟ୍ୟୁବ୍‌ରେ ୫ଦିନ ମଧ୍ୟରେ ୪୬କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ନୋରାଙ୍କ ସହ ଗାୟକ ଗୁରୁ ରାନ୍ଧୱା ଅଛନ୍ତି। ତେବେ ଏହି ଗୀତକୁ ନେଇ ଯେତିକି ଚର୍ଚ୍ଚା ହେଉଛି ନୋରାଙ୍କ ଏକ ଭିଡିଓକୁ ନେଇ ମଧ୍ୟ ଆଜିକାଲି ବେଶ୍‌ ଆଲୋଚନା ହେଉଛି। ଏହି ଭିଡିଓରେ ଲୋକପ୍ରିୟ କୋରିଓଗ୍ରାଫର ଟେରିନ୍ସ ଲୁଇସ୍‌ […]

  • Friday, 02 July 2021
anushka
ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଆଇପିଏଲ୍‌ ପାଇଁ ସେ ଏବେ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ଏଠାରେ ସେ ବିରାଟଙ୍କ ଟିମ୍‌ ରୟାଲ୍‌ ଚ୍ୟାଲେଞ୍ଜରସ୍‌ ବ୍ୟାଙ୍ଗଲୋର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଅନୁଷ୍କାଙ୍କର ଷ୍ଟାଡିୟମ୍‌ର ଫଟୋ ମଧ୍ୟ ବେଶ୍‌ ଭାଇରାଲ୍‌ ହେଉଛି। ଫଟୋରେ ଅନୁଷ୍କା ଲାଲ୍‌ ରଙ୍ଗର ପୋଷାକ ପିନ୍ଧି ହସୁଇବା ଦେଖିବାକୁ ମିଳିଥିଲା। ନିକଟରେ ବିରାଟ କୋହଲି ଦୁବାଇର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ […]

  • Friday, 02 July 2021
kajaol-agrawal
'ପ୍ରି-ୱେଡିଂ ଫେଷ୍ଟିଭିଟିଜ୍' ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ମୁମ୍ବାଇ: ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ। କିନ୍ତୁ ମ୍ୟାରେଜ୍‌ ପୂର୍ବରୁ ଉଭୟ ବହୁତ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଉଭୟ ବିତାଉଥିବା ସବୁ ମୁହୂର୍ତ୍ତ ସୋସିଆଲ ମିଡିଆରେ ସେୟାର କରିବାକୁ ପଛାଉନାହାନ୍ତି। କିଛି ଦିନର ବ୍ୟବଧାନ ପରେ ଏହି ଯୋଡ଼ି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ହେବା […]

  • Friday, 02 July 2021
JACLLIN
ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ:ବଲିଉଡ ଆକ୍ଟ୍ରିସ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିସ୍‌  ଅଭି‌ନୟ ପାଇଁ ଯେତିକି ଚର୍ଚ୍ଚିତ ନିଜର ଦରିଆ ଦିଲ୍‌ ପାଇଁ ବି ସେତିକି ଚର୍ଚ୍ଚିତ।  ନିଜ ଖୁସି ନୁହେଁ, ବଲିଉଡ୍‌ର ସନ୍‌ସାଇନ୍‌ ଗର୍ଲ ଜ୍ୟାକ୍‌ଲିନ୍‌ ଅନ୍ୟ ଖୁସିର ବି ମୂଲ୍ୟ ବି ବୁଝି ପାରନ୍ତି। ନିକଟରେ ପୂଜା  ଅବସରରେ ଜ୍ୟାକ୍‌ଲିନ ତାଙ୍କ ଷ୍ଟାଫ ମେମ୍ବରଙ୍କୁ କାର ଗିଫ୍ଟ ଆକାରରେ ଦେଇଛନ୍ତି। ସୋଶାଲ ମିଡିଆରେ ଜ୍ୟାକ୍‌ଲିନ୍‌ଙ୍କର ଏହି କାମକୁ ନେଇ ବେଶ ପ୍ରଶଂସାର ସୁଅ ଛୁଟିଛି। ଏହାର ଫଟୋ ଏବଂ ଭିଡିଓ ସୋଶାଲ […]

  • Friday, 02 July 2021
bhui
ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଭୁବନେଶ୍ୱର: ପ୍ରଶଂସକଙ୍କ ପାଇଁ ସରପ୍ରାଇଜ୍‌ ନେଇ ଆସିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ। କୋଭିଡ୍‌ ପାଇଁ ଦୀର୍ଘ ଦିନ ହେବ ଶୁଟିଂ ବନ୍ଦ ଥିଲା। ଏହି ସମୟରେ ଭୂମିକା କୌଣସି ପ୍ରୋଜକ୍ଟରେ କାମ କରିନଥିବା ବେଳେ ଖୁବ୍‌ ଶୀଘ୍ର ସେ ଆପଣଙ୍କ ପାଇଁ ଏକ ସୁନ୍ଦର ଉପହାର ନେଇ ଆସିଛନ୍ତି। ଖୁବ୍‌ ଶୀଘ୍ର ଦର୍ଶକଙ୍କୁ ସେ ଏକ ଫିଲ୍ମ ଭେଟିଦେବେ। ଯାହାର ନାଁ ରହିଛି ଚକ୍ଷୁ ବନ୍ଧନ। ଅନିଶ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର […]

  • Friday, 02 July 2021
କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାକୁ ନେଇ ପୁଣିଥରେ ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)। ଗତ ମାସରେ ଏନ୍‌ସିବି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କର ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସମେତ ଆଉ କିଛି ସେଲିବ୍ରିଟିଙ୍କୁ ଜେରା କରିଥିଲେ। ତେବେ ପୁଣିଥରେ କରିସ୍ମାଙ୍କୁ ହାଜର ପାଇଁ ଏନ୍‌ସିବି ସମନ‌ ଜାରି କରିଛି। ହେଲେ ଏହି ସମନ ଜାରି ପରେ ତାଙ୍କର କୌଣସି ପତ୍ତା ମିଳୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା […]

  • Friday, 02 July 2021
neha
ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍‌ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍‌ସନ୍‌ର ଭିଡିଓ ଭାଇରାଲ୍‌ ହେଉଛି। ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ […]

  • Friday, 02 July 2021
remo
କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଢକେଇ ଅଭିଯୋଗ। ଦୁହେଁ ଫିଲ୍ମ ନିର୍ମାଣ ପାଇଁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସିହାନି ଗେଟ୍ ପୋଲିସ ରେମୋ ଏବଂ ଲିଜେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଛି। ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗିଙ୍କ ପାଖରୁ ପାଞ୍ଚ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା […]

  • Friday, 02 July 2021